ହାଥରସ୍‌ ଅଭିଯୁକ୍ତଙ୍କ ଆକାଉଣ୍ଟକୁ PFI ସଦସ୍ୟ ରାଉଫ୍‌ ସରିଫ୍‌ ଦେଉଥିଲା ଟଙ୍କା ! ହେଲେ କାହିଁକି…?

1 min read
Hathras

ୟୁପି: ହାଥ୍‌ରସ୍‌ ଘଟଣା ଏବେ ବି ଲୋକଙ୍କ ମନରୁ ଲିଭିନି । ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏବେ ସୁଦ୍ଧା ତଦନ୍ତ ଚାଲିଛି । ତଦନ୍ତ ଯେତେ କ୍ରିୟାଶୀଳ ହେଉଛି ନୂଆ ନୂଆ ତଥ୍ୟ ସେତେ ପଦାକୁ ଆସୁଛି । ଏବେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଯାହା ସାଧାରଣ ଲୋକଙ୍କ ପାଇଁ ବିଶ୍ୱାସ କରିବା ସହଜ ନୁହେଁ ।

Hathras

ଜାତୀୟ ଗଣମାଧ୍ୟମରୁ ମିଳିଥିବା ତଥ୍ୟ ଅନୁଯାୟୀ, ହାଥ୍‌ରସ୍‌ ଘଟଣାରେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ସଦସ୍ୟଙ୍କ ଦ୍ୱାରା ଆର୍ଥିକ ସହଯୋଗ କରାଯାଇଛି । କେରଳରେ ବସିଥିବା ତାଙ୍କ ପରାମର୍ଶଦାତା ରାଉଫ ସରିଫ, ମଥୁରାରୁ ଧରାଯାଇଥିବା ପିଏଫଆଇ ସଦସ୍ୟଙ୍କୁ ଟଙ୍କା ପଠାଇଥିଲା । ଥିରୁବନନ୍ତପୁରାମରୁ ଗିରଫ ହୋଇଥିବା ପିଏଫଆଇର ଛାତ୍ର ସଂଗଠନର ସଚିବ ରାଉଫ ସରିଫଙ୍କୁ ରିମାଣ୍ଡରେ ନେଇ ୟୁପି ଏସଟିଏଫ ଏବେ ଏହି ଘଟଣାରେ ବିଦେଶୀ ପାଣ୍ଠି ବିନିଯୋଗର ନେଟୱାର୍କ ନେଇ ମଧ୍ୟ ଖୋଳତାଡ଼ କରିବ । ରଉଫ ସରିଫଙ୍କୁ ଇଡି ୧୪ ଦିନିଆ ରିମାଣ୍ଡରେ ନେଇଛି । ସରିଫକୁ ଜେରା ବେଳେ ଅନେକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା ରଖାଯାଇଛି ।

Hathras

ସୂଚନାଅନୁଯାୟୀ, ପିଏଫ୍‌ଆଇ ହାଥ୍‌ରସ ଘଟଣାର ଅଭିଯୁକ୍ତ ଉର୍‌ ରେହମାନକୁ ପଚରାଉଚରା ବେଳେ ରାଉଫ ସରିଫର ନାଁ ବାହାରକୁ ଆସିଥିଲା । ଅନେକ ଦିନ ପୂର୍ବରୁ ଇଡି ରାଉଫ୍‌କୁ ଖୋଜୁଥିଲା, କିନ୍ତୁ ହାଥ୍‌ରସ୍‌ ଘଟଣାରେ ତାର ସମ୍ପୃକ୍ତ ଖବର ସାମ୍ନାକୁ ଆସିବା ପରେ ୟୁପି ପୋଲିସ ଏକ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଥିଲା । ନୋଟିସ ପରେ ତିରୁବନନ୍ତପୁରମ୍ ବିମାନବନ୍ଦରରୁ ରାଉଫ ସରିଫଙ୍କୁ ଗିରଫ କରାଯାଇଛି ।

ରାଉଫ ଆକାଉଣ୍ଟରୁ ୨୯ ଲକ୍ଷ ଟଙ୍କା ପଠାଯାଇଥିଲା
ତଦନ୍ତରୁ ଜଣାପଡିଛି ଯେ, ଗତ ଦୁଇ ବର୍ଷ ମଧ୍ୟରେ ମଥୁରାରୁ ଗିରଫ ହୋଇଥିବା ଅତିକ୍ ଉର ରେହମାନ ଏବଂ କେରଳର ସାମ୍ବାଦିକ ସିଦ୍ଦିକ କପନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ରାଓଫ ୨୯ ଲକ୍ଷ ୧୮ ହଜାର ଟଙ୍କା ପଠାଇଥିଲା । କେବଳ ସେତିକି ନୁହେଁ କେରଳରୁ ହାଥ୍‌ରସକୁ ପଠାଯାଇଥିବା ସାମ୍ବାଦିକ ସିଦ୍ଧିକ କପନଙ୍କ ଯାତ୍ରା ପାଇଁ ମଧ୍ୟ ରାଉଫ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିଥିଲେ । ରାଉଫ୍‌ ସରିଫର ତିନୋଟି ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର ନେଣ ଦେଣ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଏଥିରୁ ପ୍ରାୟ ୩୧ ଲକ୍ଷ ଟଙ୍କା ଗଲ୍ଫ ଦେଶରୁ ଆସିଥିବା ଜଣାପଡ଼ିଛି ।

ରାଉଫଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିବା ଟଙ୍କା ସେହି ସମୟରେ ଆସିଥିଲା ​​ଯେତେବେଳେ ଦେଶରେ CAA, NRCକୁ ଜୋରଦାର ବିରୋଧ କରାଯାଇଥିଲା । ଦିଲ୍ଲୀର ଶାହିନ୍‌ବାଗ୍‌ରେ ମଧ୍ୟ ଏହି ଆନ୍ଦୋଳନ ଚାଲିଥିଲା ​​ଏବଂ ଡିସେମ୍ବର ୧୯ରେ ଲକ୍ଷ୍ନୌ ସମେତ ବିଭିନ୍ନ ସହରରେ ହିଂସା ଘଟିଥିଲା ।

ରାଉଫ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟରୁ ହାଥ୍‌ରସ୍ ଘଟଣାରେ ସମ୍ପୃକ୍ତଥିବା PFI ର ଚାରିଜଣ ସଦସ୍ୟଙ୍କ ମଧ୍ୟରୁ ଅତିକ୍ ଉର ରହମାନ ଏବଂ ସିଦ୍ଦିକ କପନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି । ରାଉଫଙ୍କୁ ବର୍ତ୍ତମାନ ୧୪ ଦିନିଆ ରିମାଣ୍ଡରେ ନେଇ ଇଡି ପଚରାଉଚରା କରୁଛି । ଇଡିର ଅନୁସନ୍ଧାନ ପରେ ୟୁପି ଏସଟିଏଫ୍‌ ମଧ୍ୟ ରାଉଫଙ୍କୁ ରିମାଣ୍ଡରେ ନେଇ ପ୍ରଶ୍ନ କରିବ ।

Leave a Reply