ମାଓବାଦୀ ମୁକ୍ତ ହେବ ସ୍ୱାଭିମାନ ଅଞ୍ଚଳ: ପୋଲିସ ଡିଜି

1 min read
DGP

ମାଲକାନଗିରି/କୋରାପୁଟ: ମାଓବାଦୀ ମୁକ୍ତ ହେବ ସ୍ୱାଭିମାନ ଅଞ୍ଚଳ । ଚିତ୍ରକୋଣ୍ଡାର ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଉପଦ୍ରବ କମିଥିବା ବେଳେ ସେଠାରେ ବିକାଶ ଆଗେଇ ଚାଲିଛି, ସୁରକ୍ଷା ବଢ଼ିଛି । ସ୍ୱାଭିମାନ ଅଞ୍ଚଳକୁ ମାଓବାଦୀ ମୁକ୍ତ ଅଞ୍ଚଳ ଭାବେ ପରିଣତ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ୩ଟି ଅଞ୍ଚଳ ଗସ୍ତ କରି ଫେରିବା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ।

ସ୍ୱାଭିମାନ ଅଞ୍ଚଳ ସହ ଡିଜିପି ଅଭୟ କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ । କୋରାପୁଟ ଜିଲ୍ଲାରେ ମାଓବାଦୀ ସହ ଗଞ୍ଜେଇ ଚାଷ ପୋଲିସ ପାଇଁ ଚ୍ୟାଲେଞ୍ଜିଂ ଥିଲା । ଜିଲ୍ଲାରେ ପୋଲିସକୁ ଭଲ ସଫଳତା ମିଳିଥିବା କହିଛନ୍ତି ଡିଜିପି ଅଭୟ । ଗତ ୧୦ ବର୍ଷ ମଧ୍ୟରେ ୨୦୧୯ ମସିହାରେ ଜିଲ୍ଲାରେ ୬୧୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା । ଚଳିତ ବର୍ଷ ନଭେମ୍ବର ସୁଦ୍ଧା ଗତବର୍ଷ ଠାରୁ ୨ ଗୁଣା ଅର୍ଥାତ୍ ୧୨୯୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ବିରୋଧରେ ଏହା ସବୁଠାରୁ ବଡ଼ ସଫଳତା ।
ଜିଲ୍ଲାରେ ସବୁଠାରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିବାରୁ କୋରାପୁଟ ପୋଲିସକୁ ପ୍ରଶଂସା କରିଛନ୍ତି ଡିଜିପି ।

Police DG Abhay Reviewed Security Arrangements Done In Balasore And Tirtol For By Poll
file Photo

ଶେଷରେ ଟ୍ରାଇଜଙ୍କସନ ଗ୍ରସ୍ତ କରିଥିଲେ ଅଭୟ । ସେଠାରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସେହି ଅଞ୍ଚଳରେ ଛତିଶଗଡି ମାଓବାଦୀଙ୍କ ଗତିବିଧି ବଢୁଛି ବୋଲି ସେ ଚିନ୍ତା ପ୍ରକଟ କରିଥିଲେ । ଏହି ସମସ୍ୟା ମଧ୍ୟ ସମାଧାନ ହେବ ବୋଲି ସେ କହିଛନ୍ତି ।

ସେହିଭଳି ନାବାଳିକା ନିଖୋଜ ନେଇ ଡିଜିପି ନିଜ ମତ ରଖିଛନ୍ତି । ଗତ ଦୁଇ ତିନିମାସ ପୂର୍ବରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏନେଇ ଏକ SOP ପ୍ରସ୍ତୁତ କରାଯାଇଛି । ଏସଓପିକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ ନାବାଳିକା ବଳତ୍କାର ମାମଲା ନେଇ କହିଲେ ତଦନ୍ତ ଚାଲିଛି । ତଦନ୍ତରେ ଯେଉଁମାନଙ୍କ ସଂପୃକ୍ତି ବାହାରିବ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply