State Cabinet Decision: ଯାଜପୁର ଓ ପୁରୀରେ ନିର୍ମାଣ ହେବ ମେଡିକାଲ କଲେଜ

1 min read
State Cabinet Approves Medical College Hospital At Jajpur And Puri

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ସହ ରାଜ୍ୟ କ୍ୟାବିନେଟ୍ ଆଉ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଯାଜପୁର ଓ ପୁରୀରେ ମେଡିକାଲ କଲେଜ୍ ନିର୍ମାଣ ପ୍ରସ୍ତାବକୁ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଯାଜପୁରରେ ଶହେ ଶଯ୍ୟା ବିଶିଷ୍ଟ ନୂଆ ସରକାରୀ ମେଡିକାଲ କଲେଜ ହସ୍ପିଟାଲ ଏବଂ ପୁରୀରେ ୬୫୦ ଶଯ୍ୟାର ମେଡିକାଲ କଲେଜ ହସ୍ପିଟାଲ ନିର୍ମାଣ ହେବ ।

ଏହି ପ୍ରକଳ୍ପ ଲାଗି ୬୫୧ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଥିବା ବେଳେ ୩ ବର୍ଷରେ କାର୍ଯ୍ୟ ସରିବ । ଏହି ୨ଟି ମେଡିକାଲ କଲେଜ ନିର୍ମାଣ ହେଲେ ଉଭୟ ଜିଲ୍ଲାର ସ୍ଥାନୀୟ ଲୋକ ଉପକୃତ ହେବା ସହ ସ୍ୱାସ୍ଥ୍ୟସେବା ଉନ୍ନତ ହେବ । ଏବେ ଯାଜପୁର ଓ ପୁରୀ ଜିଲ୍ଲାର ଲୋକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେବା ଲାଗି କଟକ ଏସସିବିକୁ ଆସୁଛନ୍ତି ।

ନୂତନ ମେଡିକାଲ କଲେଜ ନିର୍ମାଣ ହେବା ପରେ ଲୋକଙ୍କୁ ନିଜ ଜିଲ୍ଲାରେ ମଲ୍ଟି ସ୍ପେଶାଲିଷ୍ଟ ସୁବିଧା ମିଳିବ । ଏହାଦ୍ୱାରା ନିକଟବର୍ତ୍ତୀ ଜିଲ୍ଲା ଲୋକ ମଧ୍ୟ ଉପକୃତ ହେବେ । ଯାଜପୁରକୁ ଖୁବ୍ ଭଲ ପାଉଥିଲେ ବିଜୁବାବୁ । କଳିଙ୍ଗନଗର ତାର ଉଦାହରଣ । ଯାଜପୁରର ବିକାଶ ଲାଗି ଯେ କୌଣସି ପଦକ୍ଷେପ ବିଜୁ ବାବୁଙ୍କୁ ଖୁସି କରିବ । ପୁରୀରେ ମେଡିକାଲ କଲେଜ ନିର୍ମାଣ ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ କେନ୍ଦ୍ର ଆଡ଼କୁ ଆଗେଇ ନେବ । ଏହା ପୁରୀକୁ ଏକ ଆନ୍ତର୍ଜାତୀୟ ସଂସ୍କୃତି କେନ୍ଦ୍ରରେ ପରିଣତ କରିବ ।

ଏଥିସହ ପଢ଼ନ୍ତୁ- ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

Leave a Reply