spot_img
Home Blog Page 6415

ଦଳ ଆଗ ଦିଅଁ ପଛ; ଲେଖାଶ୍ରୀଙ୍କ ବୟାନ ପରେ ତୁମ୍ୱିତୋଫାନ

ପୁରୀ: ଦଳ ଆଗ, ଦିଅଁ ପଛ । ପାର୍ଟି ପାଇଁ ଶ୍ରୀଜଗନ୍ନାଥଙ୍କ ପୀଠର ପରିଚୟ ଖୋଜିଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ବାଢିଲେ ବିତଣ୍ଡା ଯୁକ୍ତି । ପୁରୀକୁ କୁଆଡେ ପରିଚୟ ଦେଇଛନ୍ତି ବିଜେପି ନେତା ସମ୍ବିତ ପାତ୍ର । ଆଗରୁ ଦେଶବାସୀ ପୁରୀକୁ କଲିକତାରେ ବୋଲି ଭାବୁଥିଲେ । ହେଲେ ପୁରୀ ଲୋକସଭା ଆସନରୁ ବିଜେପି ନେତା ସମ୍ବିତ ପାତ୍ର ପ୍ରତିଦ୍ବନ୍ଦ୍ବିତା କରିବା ପରେ କୁଆଡ଼େ ସମସ୍ତ ଜାଣିପାରିଲେ ପୁରୀ ଓଡ଼ିଶାରେ ବୋଲି । ସୋସିଆଲ୍ ମିଡିଆରେ ଲେଖାଶ୍ରୀଙ୍କ ଏଭଳି ବିତଣ୍ଡା ଯୁକ୍ତି ଭାଇରା ହେଉଛି । ପୁରୀର ପରିଚୟ ନିଜେ ଶ୍ରୀଜଗନ୍ନାଥ । ସାରା ବିଶ୍ବ ଜାଣିଛି ଶ୍ରୀଜଗନ୍ନାଥ ସଂସ୍କୃତିର ମହନୀୟତା ।

ପ୍ରତିଟି ଓଡ଼ିଆଙ୍କ ସ୍ବାଭିମାନର ପ୍ରତୀକ ହେଉଛି ଶ୍ରୀକ୍ଷେତ୍ର । ହେଲେ ଦଳୀୟ ପ୍ରଚାର ଆଗରେ କେମିତି ନିଜ ପରିଚୟକୁ ଭୁଲିଗଲେ ଲେଖାଶ୍ରୀ । ନିଜେ ଜଣେ ଓଡିଆ, ଓଡ଼ିଶାର ଝିଅ, ଓଡ଼ିଆ ଘରର ବୋହୂ । ହେଲେ କେମିତି ଓଡ଼ିଆଙ୍କ ସ୍ବାଭିମାନକୁ ପାଦରେ ଦଳିଦେଲେ । ପୁରୀର ପରିଚୟ ଖୋଜିବା ଅର୍ଥ, ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅଣଦେଖା କରିବା । ଯେଉଁ ଶ୍ରୀକ୍ଷେତ୍ରକୁ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ସେଇ ପୁରୀକୁ କୁଆଡ଼େ ପରିଚୟ ଦେଲେ ସମ୍ବିତ ପାତ୍ର । ଯେଉଁ ଶ୍ରୀଜଗନ୍ନାଥ ଧାମ ସାତ ଦରିଆ ପାରିରୁ ଟାଣିଆଣିଛି ଭକ୍ତଙ୍କୁ, ତାର କୁଆଡ଼େ ପରିଚୟ ଲୋଡ଼ା । ପାର୍ଟି ପାଇଁ କେମିତି ଶ୍ରୀଜଗନ୍ନାଥ ପୀଠର ପରିଚୟରେ ପ୍ରଶ୍ନବାଚୀ ଲଗାଇଲେ ଲେଖାଶ୍ରୀ? ଦଳ କଣ ଆତ୍ମାଠୁ ଉପରେ ।

ଶ୍ରୀଜଗନ୍ନାଥଙ୍କ ଅପେକ୍ଷା କଣ ସମ୍ବିତ ପାତ୍ର ଅଧିକ ପରିଚିତ? ପବ୍ଲିସିଟି ପାଇଁ ଆଉ କେତେ ତଳକୁ ଖସିବେ ବିଜେପି ନେତ୍ରୀ? ଲେଖାଶ୍ରୀଙ୍କ ବୟାନକୁ ସୋସିଆଲ୍‌ ମିଡିଆରେ ଅନେକ ସମାଲୋଚନା କରିଛନ୍ତି । ସେପଟେ ଲେଖାଶ୍ରୀଙ୍କ ବୟାନ ନେଇ ସତ୍ୟବାଦୀ ଓ ପିପିଲିରେ ଅସନ୍ତୋଷ ପ୍ରକାଶ ପାଇଛି । କଂଗ୍ରେସ ପକ୍ଷରୁ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କରିବା ସହ କ୍ଷମା ମାଗିବାକୁ ଦାବି କରାଯାଇଛି । ପୁରୀର ମହାନତାକୁ ଭୃକ୍ଷେପ କରି ଲେଖାଶ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଛି କଂଗ୍ରେସ ।…

ବ୍ରିଟେନରେ ଖ୍ରୀଷ୍ଟମାସ୍ ପୂର୍ବରୁ ଆସିବ କୋଭିଡ-୧୯ ଟିକା

ଲଣ୍ଡନ: ବିଶ୍ୱବାସୀଙ୍କ ପାଇଁ ଖୁସିଖବର । ବ୍ରଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଟ ହେନକାକ ସୋମବାର କହିଛନ୍ତି ଯେ, ଖ୍ରୀଷ୍ଟମାସ୍ ପୂର୍ବରୁ ଫାଇଜର କମ୍ପାନୀର ଟିକା ମାର୍କେଟକୁ ଆସିଯିବ । ହେନକାକ୍ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ଆମେ ଡିସେମ୍ୱର ପହିଲାରେ କୋଭିଡ-୧୯ର ଟିକା ବଜାରରେ ଉପଲବ୍ଧ କରିବାକୁ ଚେଷ୍ଟା କରୁଛୁ । କିନ୍ତୁ ଖ୍ରୀଷ୍ଟମାସ୍ ପୂର୍ବରୁ ଏହା ମାର୍କେଟରେ ଉପଲବ୍ଧ ହେବ । ଆଉ ଏକ ଭଲ ଖବର ହେଉଛି ବର୍ଷ ଶେଷ ବେଳକୁ ଆମେରିକା ସମେତ ବିଶ୍ୱର ବହୁ ଦେଶରେ ବର୍ଷ ଶେଷରେ କୋଭିଡ-୧୯ ସମେତ ଅନେକ ଦେଶରେ କୋଭିଡ-୧୯ ଟିକା ଉପଲବ୍ଧ ହେବ ।

Pfizer Covid Vaccine may hit market before Christmas

ଫିଜର ବ୍ୟତୀତ ଅନ୍ୟ ଏକ ଟିକା ନିର୍ମାତା କମ୍ପାନୀ ହେଉଛି ମାଡେର୍ଣ୍ଣା । କମ୍ପାନୀର ଦାବି ହେଉଛି ଟିକା କରୋନା ଭାଇରସ୍ ଉପରେ ୯୪.୫ ପ୍ରତିଶତ ପ୍ରଭାବୀ । ଏହାର ଏକ ସପ୍ତାହ ପୂର୍ବରୁ ଫାଇଜର କମ୍ପାନୀ ନିଜ ସଫଳତା ନେଇ ଦାବି କରିଛି । ତେବେ ଉଭୟ କମ୍ପାନୀ ଏହାର ଉପଯୋଗ ନେଇ ଆମେରିକାର ଅନୁମତିକୁ ଅପେକ୍ଷା କରିଛି ।

ମଡେର୍ଣ୍ଣାର ଟିକା ୯୪ ପ୍ରତିଶତ ସଫଳ

 

ମୋବାଇଲ ଫାଟି ବର୍ଷକର ଶିଶୁ ଗୁରୁତର

0

କୋରାପୁଟ: ଅବହେଳାରୁ ଅଘଟଣ। ମୋବାଇଲ୍ ଫାଟି ବର୍ଷକର ଛୁଆ ଆହତ ହୋଇଛି  । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗାଁରେ ଅଘଟଣ ଘଟିଛି  । ଗୁରୁତର ଶିଶୁ କନ୍ୟାଟିକୁ ଲକ୍ଷ୍ମୀପୁର ଡାକ୍ତରଖାନାରୁ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି  । ଘଟଣା ଅନୁଯାଇ  ଗାଁର ରୋହିତ ନାଚିକା ବର୍ଷେ ତଳେ ଏକ ମୋବାଇଲ୍ କିଣିଥିଲେ  । ମୋବାଇଲଟି ଗତ କାଲି ରାତିରେ ଫୁଲ ଚାର୍ଜ ହୋଇଯିବା ପରେ ଖଟ ଉପରେ ରଖି ଦେଇଥିଲେ  ।

ଖଟ ଉପରେ ତାଙ୍କ ସ୍ତ୍ରୀ ଓ ବର୍ଷକର ଝିଅ ବର୍ଷା ସୋଇଥିବା ବେଳେ ହଠାତ୍ ମୋବାଇଲଟି ଫାଟି ଯାଇଥିଲା  । ଫଳରେ ଶିଶୁଟି ଗୁରୁତର ଆହତ ହୋଇଥିବା ବେଳେ ଭୋରରୁ  ତାକୁ ଲକ୍ଷ୍ମୀପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା  । ହେଲେ ଗୁରୁତର ଶିଶୁଟିର ଅଧିକ ଚିକତ୍ସା ଆବଶ୍ୟକ ଥିବାରୁ ତାକୁ କୋରାପୁଟ ସହୀଦ ଲକ୍ଷ୍ମଣ ନାଏକ ମେଡିକାଲକୁ ପଠାଇ ଦିଆଯାଇଥିଲା  । ତେବେ ଚିକିତ୍ସାପରେ ଶିଶୁଟିର ସ୍ଵାସ୍ଥ୍ୟ ଅବସ୍ଥା ଠିକ୍ ଥିବା ସୂଚନା ରହିଛି  ।

କାଲିଠାରୁ କ୍ୱାଡ୍ ଦ୍ୱିତୀୟ ପର୍ଯ୍ୟାୟ,ଚୀନକୁ ଦେଖାଇବେ ତାକତ୍ ସୁପର ୪

0

ନୂଆଦିଲ୍ଲୀ: ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାଭ୍ୟାସ (Malabar Exercise)ର ଦ୍ୱିତୀୟ ପର୍ଯ୍ୟାୟ କାଲିଠୁ ଆରମ୍ଭ ହେବ । ଉତ୍ତର ଆରବ ସାଗରରେ ଆରମ୍ଭ ହେବ ଏହି ଯୁଦ୍ଧାଭ୍ୟାସ । ୧୭-୨୦ ନଭେମ୍ୱର ଯାଏଁ ଏହି ଯୁଦ୍ଧାଭ୍ୟାସ ଅନୁଷ୍ଠିତ ହେବ । ୪ ଦିନିଆ ଏହି ଅଭ୍ୟାସରେ ଭାରତ ସହିତ ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆ ନ୍ୟାଭି ନିଜ ନିଜ କଳା କୌଶଳ ପ୍ରଦର୍ଶନ କରିବେ । ଏହା ପୂର୍ବରୁ ୩ରୁ ୬ ନଭେମ୍ୱର ମଧ୍ୟରେ ମାଲାବର ଯୁଦ୍ଧାଭ୍ୟାସର ପ୍ରଥମ ଚରଣ ବଙ୍ଗୋପସାଗରରେ ପୂରା ହୋଇଥିଲା ।

ଦ୍ୱିତୀୟ ପର୍ଯ୍ୟାୟ ଯୁଦ୍ଧାଭ୍ୟାସରେ ଆମେରିକା ବିମାନବାହକ ଯୁଦ୍ଧତୋପ ୟୁଏସ୍ ନିମିଜ୍ଜ ଏବଂ ଭାରତୀୟ ନୈସେନାର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧତୋପ ବିକ୍ରମାଦିତ୍ୟ ସହିତ ଅଷ୍ଟ୍ରେଲିଆ ଏବଂ ଜାପାନୀ ନୈସେନାର ଦୁଇ ବିଧ୍ୱସଂକ ପୋତ ଭାଗନେବେ । ଭାରତର ବିକ୍ରମାଦିତ୍ୟରେ ମିଗ୍ ୨୯ ପ୍ଳେନ୍ ମଧ୍ୟ ସାମିଲ ରହିବ । ଏଥିସହିତ ଏଫ୍‌-୧୮ ଫାଇଟର୍ ପ୍ଳେନ୍ ମଧ୍ୟ ଉପସ୍ଥିତ ରହିବ । ଏହି ଯୁଦ୍ଧାଭ୍ୟାସରେ ୪ ଦେଶର ନୈସେନା ପ୍ରଶିକ୍ଷଣ ଦିଆଯିବ ।

ବର୍ତ୍ତମାନର ସୂଚନା ମୁତାବକ ଯୁଦ୍ଧାଭ୍ୟାସ ୭୦ ବିଦେଶୀ ଯୁଦ୍ଧପୋତ ପହଞ୍ଚିଥିବା ଖବର ରହିଛି । ଶୀର୍ଷ ନୈସେନା କମାଣ୍ଡରଙ୍କ ଅନୁସାରେ ଭାରତୀୟ ନୈସେନା ସମ୍ପୂର୍ଣ୍ଣ ଭାବେ ପୂର୍ବ ଏବଂ ପଶ୍ଚିମ ସମୁଦ୍ର ତଟରେ ମୁତୟନ ହୋଇଛି । ଯଦି ପୂର୍ବ ଲଦାଖରେ ସ୍ଥିତି ପୂର୍ବାପେକ୍ଷା ଖରାବ ହୁଏ ତେବେ ଯେ କୌଣସି ପ୍ରକାର ଆକସ୍ମିକ ପରିସ୍ଥିତ ଉପୁଜେ ତାହାର ମୁକାବିଲା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

RTOରେ କାମ ଆରମ୍ଭ; ଆଗ ସାରିବେ ପୂରୁଣା କାମ, ଅଫଲାଇନ୍ ସୁବିଧାକୁ ନା’….

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ପାଇଁ ରାଜ୍ୟର ପ୍ରାୟ ସରକାରୀ ଦପ୍ତର ବନ୍ଦ ଥିଲା । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମଧ୍ୟ ସମ୍ମାନ ନ୍ୟାୟରେ ବନ୍ଦ ହୋଇଥିଲା । ତେବେ ଏବେ କଟକଣା ହାଲୁକା ହେବା ପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଖୋଲିଛି । ଉଲ୍ଲେଖଯୋଗ୍ୟ ଯେ ଲର୍ଣ୍ଣିଂ ଲାଇସେନ୍ସ ସେବା ମାର୍ଚ୍ଚ ମାସରୁ ବନ୍ଦ କରାଯାଇଥିଲା । ଏବେ ଖୋଲିବା ପରେ ପ୍ରଥମେ ପୂରୁଣା ଆବେଦନକାରୀଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଦେବା ଉପରେ କାର୍ଯ୍ୟାଳୟ ଗୁରୁତ୍ୱ ଦେଇଛି ।

ଡିସେମ୍ୱର ପ୍ରଥମ ସପ୍ତାହ ଯାଏଁ କୌଣସି ନୂଆ ଆବେଦନ ଗ୍ରହଣ କରାଯିବ ନାହିଁ । ବକେୟା ଥିବା କାମ ଏଇ ସମୟ ମଧ୍ୟରେ ଶେଷ କରିବାକୁ କାର୍ଯ୍ୟାଳୟ ପକ୍ଷରୁ ଚେଷ୍ଟା କରାଯିବ । ପୂରୁଣା କାମ ସରିଲେ  ନୂଆ ଆବେଦନ ଗ୍ରହଣ କରାଯିବ । ଅର୍ଥାତ୍ ଡିସେମ୍ୱର ପ୍ରଥମ ସପ୍ତାହରୁ ନୂଆ ଲାଇସେନ୍ସ ପାଇଁ ଆବେଦନ ଗ୍ରହଣ କରାଯିବ । ଗତ ମାର୍ଚ୍ଚ ୨୦ ତାରିଖରୁ କାର୍ଯ୍ୟାଳୟ ବନ୍ଦ ଥିବାରୁ ପ୍ରାୟ ଲକ୍ଷାଧିକ ଆବେଦନ ପଡ଼ି ରହିଛି ।

ଏଣୁ ଜରୁରୀକାଳୀନ ଭିତ୍ତିରେ ଏହି କାମ ଶେଷ କରିବା ପରେ ହିଁ ନୂଆଙ୍କୁ ସୁଯୋଗ ମିଳିବ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏହାବ୍ୟତୀତ ଏବେ କେବଳ ଅନଲାଇନ ସେବା ହିଁ କାର୍ଯ୍ୟକ୍ଷମ ହେବ । ଅଫଲାଇନ ସେବା ପାଇଁ କୌଣସି ସୁଯୋଗ ରହିବ ନାହିଁ । ତେବେ କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀମାନଙ୍କ ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଛି ।

ଶ୍ରୀଜୀଉଙ୍କୁ ସୁନା ଅଳଙ୍କାର ଭେଟି; ମାପଚୁପ ସରିଲା, ତିଆରି ହେବ ଅଳଙ୍କାର…

ପୁରୀ: ବଡ଼ଦେଉଳକୁ ଜଣେ ଭକ୍ତ ସୁନା ଅଳଙ୍କାର ଦାନ କରିବେ । ତିନି ମୂର୍ତ୍ତିଙ୍କ ପାଇଁ ୩ ସେଟର ସୁନା ଅଳଙ୍କାର ଦାନ କରିବେ । ସୁନା ଅଳଙ୍କାର ମଧ୍ୟରେ ରହିଛି- ଚନ୍ଦ୍ର, ସୂର୍ଯ୍ୟ ଓ ପାତିଆ । ଆଜି ଏହି ଭକ୍ତ ଜଣକ ଶ୍ରୀମନ୍ଦିରକୁ ବଣିଆ ପଠାଇ ଅଳଙ୍କାରର ମାପ ନେଇଛନ୍ତି ।

ଶ୍ରୀମନ୍ଦିର ନୀତି ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ମାପଚୁପ କରିଛନ୍ତି । ଏହାପରେ ସୁନା ଅଳଙ୍କାର ପ୍ରସ୍ତୁତ ହେବ । ତେବେ ସୁନା ଅଳଙ୍କାରର ମୂଲ୍ୟ କୋଟି କୋଟି ଟଙ୍କାରେ ଆକଳନ ହେଉଥିବା ବେଳେ ଏଯାବତ୍ ଶ୍ରୀଜୀଉଙ୍କୁ ଦାନ କରିବାକୁ ଆଗ୍ରହୀ ଥିବା ଏହି ଦାତାଙ୍କ ନାମ ସାର୍ବଜନୀନ ହୋଇନାହିଁ ।

କ୍ୟାପିଟାଲ୍ ହସ୍ପିଟାଲରେ ମଧୁର ଗୁଞ୍ଜନ; ସାଉଣ୍ଡ ସିଷ୍ଟମରୁ ଝରୁଛି ନବେ ଦଶକର ଗୀତ…

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ଏକ ଅଭିନବ ପ୍ରଚେଷ୍ଟା କରାଯାଇଛି । ହସ୍ପିଟାଲର ବିଭିନ୍ନ ବିଭାଗ ପରିସରରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସାଉଣ୍ଡ ସିଷ୍ଟମ ଲଗାଯାଇଛି । ପୁରା ଡାକ୍ତରଖାନାରେ ପାଖାପାଖି ୩୦ଟି ସାଉଣ୍ଟ ସିଷ୍ଟମ ଇନଷ୍ଟଲ କରାଯାଇଛି । କର୍ତ୍ତୃପକ୍ଷଙ୍କ କହିବା କଥା, ପୂରୁଣା ସଙ୍ଗୀତ ଓ ମଧୁର ଧ୍ୱନୀ ମାଧ୍ୟମରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଚାପ ମୁକ୍ତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ସେହିଭଳି ସାଉଣ୍ଡ ସିଷ୍ଟମ କେବଳ ଗୀତର ଏକ ମାଧ୍ୟମ ହୋଇ ମଧ୍ୟ ରହିବନି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଭଳି ଅନେକ ଯୋଜନା ରହିଛି, ଯାହା ସମ୍ପର୍କରେ ସାଧାରଣ ଲୋକଙ୍କ ପାଖରେ ସଠିକ ସୂଚନା ନାହିଁ । ଏଣୁ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ସୂଚନା ଦେବାରେ ମଧ୍ୟ ଏହି ସାଉଣ୍ଡ ସିଷ୍ଟମ କାମ କରିବ । ତେବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ କହିଛନ୍ତି, ସକାଳୁ ସକାଳି ମଧୁର ସଙ୍ଗୀତ ମନରେ ଏକ ଆଶା ସଞ୍ଚାର କରୁଛି । ମାନସିକ ସ୍ତରରେ ଯେଉଁ ସହଯୋଗ ଆବଶ୍ୟକ ହୋଇଥାଏ, ତାହା ସଙ୍ଗୀତ ଯୋଗାଉଛି । ପରିବେଶରେ ସକାରାତ୍କତା ଅନୁଭବ ହେଉଛି, ଯାହା ଭଲ ଲାଗୁଛି ।

ମଡେର୍ଣ୍ଣାର ଟିକା ୯୪ ପ୍ରତିଶତ ସଫଳ

କରୋନା ଭାଇରସର ଟିକା ନେଇ ଆସିଛି ଭଲ ଖବର । କରୋନା ଭୂତାଣୁ ପ୍ରତିହତ କରିବା ଦିଗରେ ମଡେର୍ଣ୍ଣାର ଟିକା  ୯୪.୫ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରାଯାଇଛି । ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ରିପୋର୍ଟ ଅନୁଯାୟୀ ଏହି ଦାବି କରାଯାଇଛି  । ଏହା କୋଭିଡ-୧୯ ସହ ଅନ୍ୟ ଗୁରୁତର ରୋଗରୁ ମଧ୍ୟ ଆରୋଗ୍ୟ ପ୍ରଦାନ କରୁଥିବା ମୋଡେର୍ଣ୍ଣର ସିଇଓ ଷ୍ଟିଫେନ୍ ବନସେଲ୍ କହିଛନ୍ତି । ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ଅଂଶ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇନ୍‌ଫେକସନ୍ ଡିଜିଜ୍ (NIAID), ବାୟୋମେଡିକାଲ ଆଡଭାନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅଥରିଟି (BARDA)ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଟ୍ରାଏଲରେ ୟୁଏସ୍‌ର ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀ ଭାଗ ନେଇଥିଲେ ।

ଟିକାର ଏହି ଫଳାଫଳ ପରେ ମଡେର୍ଣ୍ଣାର ସେୟାର ୟୁଏସ୍ ସେୟାର ମାର୍କେଟରେ ୯% ବୃଦ୍ଧି ଘଟିବାଥିବା ବେଳେ ୟୁରୋପ ମାର୍କେଟରେ ୧.୫ ପ୍ରତିଶତ ବଢ଼ି ଏହା ୬୦୦ ପଏଣ୍ଟ ଛୁଇଁଛି । ଟିକାର ଏହି ସଫଳତା ଲୋକଙ୍କ ମନରେ ଆଶା ସଂଚାର କରିଥିବା କହିଛନ୍ତି ମଡେର୍ଣ୍ଣାର ସଭାପତି ଡ. ଷ୍ଟିଫେନ୍ ହଜ୍ । ଏହା ଏହି ଭୟଙ୍କର ମହାମାରୀକୁ ରୋକିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ସେହିଭଳି 6 ମାସ ପର୍ଯ୍ୟନ୍ତ ମାଇନସ୍ 20 ଡିଗ୍ରୀ ତାପମାତ୍ରାରେ ଏହି ଟିକାକୁ ସଂରକ୍ଷଣ କରାଯାଇପାରିବ । ତେବେ ଫାଇଜର ଭଳି ଏହାକୁ ଶୀତଳ ଭଣ୍ଡାରରେ ନ ରଖିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ ହେବ ।

ସୈନିକ ପୋଷାକ ପିନ୍ଧି ଚର୍ଚ୍ଚାରେ ୫ ବର୍ଷର ବାଳକ

ଲଦାଖ:  ଦେଶଭକ୍ତି ପାଇଁ ବୟସର ଆବଶ୍ୟକତା ନାହିଁ, ବରଂ ଆବଶ୍ୟକ ଏକ ସୁନ୍ଦର ହୃଦୟ । ଯାହାର ଜ୍ୱଳନ୍ତ ଉଦାହରଣ ସାଜିଛି ଲଦାଖର ଏକ ୪, ୫ ବର୍ଷର ଶିଶୁ । ଦେଶପ୍ରତି ଥିବା ଅଗାଢ ଭଲପାଇବା ତା ଚେହେରାରେ ନଜର ଆସିଛି । ଯାହାକୁସେ ସାଲ୍ୟୁଟ ମାଧ୍ୟମରେ ଦର୍ଶାଇଛି । ଘଟଣା ଏବେ ସୋସିଅଲ ମିଡିଆରେ ଚର୍ଚ୍ଚାର ବିଷୟ ସାଜିଛି ।

ଘଟଣା ଲଦାଖର । ତାହା ପୁଣି କୁନି ପିଲାଟିର ଦେଶଭକ୍ତିର ଜ୍ୱଳନ୍ତ ଉଦାହରଣ । ଭିଡ଼ିଓକୁ ଯିଏ ଦେଖିବ ପ୍ରଶଂସା କରିବାକୁ ଭୁଲିବ ନାହିଁ । ଗତ କିଛି ଦିନ ପୂର୍ବେ ଭାଇରାଲ ହୋଇଥିବା ଏହି କୁନି ପିଲାଟିର ଭିଡ଼ିଓ ସୋସିଅଲ ମିଡିଆରେ ବେଶ୍‌ଟ୍ରେଣ୍ଡ କରୁଥିଲା । ଯେଉଁଥିରେ ନାମଗ୍ୟାଲ ନାମକ ଏହି କୁନି ପିଲାଟି ଲଦାଖର ରାସ୍ତାକଡ଼ରେ ଛିଡ଼ାହୋଇ ଆଇଟିବିପି ଜଓ୍ୱାନଙ୍କୁ ସାଲ୍ୟୁଟ କରୁଥିବାର ଦେଖିବାକୁ ମିଳିଥିଲା । ନିକଟରେ ସେହି କୁନି ପିଲାଟିର ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ପିଲାଟିକୁ ସୈନିକ ଡ୍ରେସରେ ଦେଖିବାକୁ ମିଳିଛି, ଏହା ସହିତ ସେ ସାଲ୍ୟୁଟ ମାରୁଥିବାର ନଜର ଆସିଛି । ଏହା ସହିତ ପରେଡ କରୁଥିବା ମଧ୍ୟ ଭିଡ଼ିଓରେ ନଜର ଆସିଛି । ଖାସ କଥା ହେଉଛି ସୋସିଅଲ ମିଡିଆରେ ପିଲାଟିର ପିଲାଟିର ସାଲ୍ୟୁଟ କରିବାର ଅନ୍ଦାଜକୁ ବେଶ୍ ‌ପ୍ରଶଂସା କରାଯାଉଛି ।

କରୋନା ଡରେଇଲା, ଏଥରକ ବସିବନି ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନଜରରେ ରଖି ଚଳିତବର୍ଷ ସଂସଦର ଶୀତକାଳୀନ ଅଧିବେଶନ ବସିବ ନାହିଁ । ମିଳିଥିବା ସୂଚନା ଅନୁସାରେ ଶୀତକାଳୀନ ଅଧିବେଶନକୁ ଆଗାମୀ ମୌସୁମୀ ଅଧିବେଶନ ସହ ମିଶାଇ ଦିଆଯାଇଛି । କୁହାଯାଉଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପୁଣିଥରେ ଦ୍ରୁତି ଗତିରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

Parliament Not To Hold Winter Session Due To Covid-19 Concern Will Be Merged With Monsoon Session

ଗତ ସେପ୍ଟେମ୍ବର ମାସରେ ସଂସଦର ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ସମୟର ୮ ଦିନ ପୂର୍ବରୁ ଅନିଶ୍ଚିତ ସମୟ ପାଇଁ ସ୍ଥଗିତ ରଖାଯାଇଥିଲା । ସ୍ୱଳ୍ପ ଅବଧିର ଅଧିବେଶନରେ ସଂସଦର ଉଭୟ ଗୃହରେ ୨୫ ବିଧେୟକ ପାରିତ ହୋଇଥିଲା । ରାଜ୍ୟସଭାରେ ହଙ୍ଗାମା ଯୋଗୁଁ ବିପକ୍ଷ ଦଳର ୮ ଜଣ ସଦ୍ୟସଙ୍କୁ ରବିବାର ଶେଷ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ରାଜ୍ୟସଭା ଓ ଲୋକସଭା ଉଭୟ ଗୃହ ଲଗାତାର ୧୦ ଦିନ ଯାଏଁ ଚାଲିଥିଲା ।

Parliament Not To Hold Winter Session Due To Covid-19 Concern Will Be Merged With Monsoon Session

୨୩ ଘଣ୍ଟା ଅଧିକ ଚାଲିଲା ଗୃହ

୧୪ ସେପ୍ଟେମ୍ବରରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଲୋକସଭାରେ ବିନା ଛୁଟିରେ ୧୦ଟି ବୈଠକ ବସିଥିଲା । ଯେଉଁଥିରେ ନିର୍ଦ୍ଧାରିତ ୩୭ ଘଣ୍ଟା ତୁଳନାରେ ପ୍ରାୟ ୬୦ ଘଣ୍ଟାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ଏହି ପ୍ରକାରେ ଦେଖିଲେ ନିର୍ଦ୍ଧାରିତ ସମୟରୁ ଅତିରିକ୍ତ ୨୩ ଘଣ୍ଟା ଗୃହକାର୍ଯ୍ୟ ହୋଇଥିଲା ।