ଜାମିନ୍ ପାଇଁ ହାଇକୋର୍ଟ ଗଲେ ଆକାଶ, ପୂର୍ବରୁ ଯାଇଥିଲେ ଅଭୟ

1 min read
Akash Pathak And Pradeep Panigrahi Seeks Help Of Odisha High Court

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା IFS ଅଧିକାରୀ ଅଭୟକାନ୍ତ ପାଠକ ଜେଲରେ ଥିବାବେଳେ ପୁଅ ଆକାଶ ପାଠକ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଅଛନ୍ତି । ୫ ଦିନିଆ ରିମାଣ୍ଡରେ ନେଇ ଆକାଶଙ୍କ ଠାରୁ ଟାଟା ମୋଟର୍ସରେ ଜାଲିଆତି ନିଯୁକ୍ତିର ଖିଅ ଖୋଳୁଛି କ୍ରାଇମବ୍ରାଞ୍ଚ । ବଛା ବଛା ଅଫିସରଙ୍କ ମାରାଥନରେ ଆକତା ମାକତା ହୋଇ ପଡ଼ୁଥିବା ଆକାଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Akash Pathak And Pradeep Panigrahi Seeks Help Of Odisha High Court

ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଆକାଶ ପାଠକ । ପୂର୍ବରୁ ଆକାଶଙ୍କ ବାପା ଗିରଫ IFS ଅଧିକାରୀ ଅଭୟକାନ୍ତ ମଧ୍ୟ ଜାମିନ୍ ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅନ୍ୟପଟେ ଠକେଇ ଓ ଜାଲିଆତି ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରଦୀପ ପୂର୍ବରୁ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିବା ବେଳେ ଆଜି ରିଟ୍ ଫାଇଲ୍ କରିଛନ୍ତି ।

Akash Pathak And Pradeep Panigrahi Seeks Help Of Odisha High Court

ତାଙ୍କ ଓକିଲଙ୍କ ସହ ସାକ୍ଷାତ ସୁଯୋଗ ଦେବାକୁ ରିଟରେ ଆବେଦନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଭାବି ଜ୍ୱାଇଁଙ୍କ ସହ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍ ପ୍ରଦୀପଙ୍କୁ ଗିରଫ କରିଥିଲା । ପ୍ରଦୀପଙ୍କ ଦୁର୍ନୀତିର ତଦନ୍ତ ଲାଗି ରାଜ୍ୟ ସରକାରଙ୍କ ସୁପାରିସକୁ ଲୋକାୟୁକ୍ତ ଗ୍ରହଣ କରିବା ସହ ଭିଜିଲାନ୍ସକୁ ୨ ମାସ ଭିତରେ ପ୍ରାଥମିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply