ଚାଷୀ ଆନ୍ଦୋଳନକୁ ନେଇ କାନାଡା ସରକାରଙ୍କ ଆଭିମୁଖ୍ୟକୁ ଭାରତୀୟ ରାଷ୍ଟ୍ରଦୁତ ସମୁହର ନିନ୍ଦା

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଷୀଙ୍କ ପ୍ରତିବାଦକୁ ନେଇ କାନାଡା ସରକାରଙ୍କ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ଭାରତର ରାଷ୍ଟ୍ରଦୁତ ସମୁହ । ଭୋଟ ବ୍ୟାଙ୍କ ରାଜନୀତି ପାଇଁ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଯଥାରେ ଚାଷୀ ଆନ୍ଦୋଳନକୁ ନେଇ ମନ୍ତବ୍ୟ ଦେଉଛନ୍ତି ବୋଲି ସେମାନେ କହିଛନ୍ତି । ଏନେଇ ସରକାରଙ୍କୁ ଏକ ଚିଠି ମଧ୍ୟ ଲେଖାଯାଇଛି । ଆନ୍ଦୋଳନର ପ୍ରକୃତ କାରଣ ନଜାଣି ଜଷ୍ଟିନ ବିବାଦୀୟ ମନ୍ତବ୍ୟ ଦେବା ସହ ଲୋକଙ୍କ ଭିତରେ ଭ୍ରମ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଗତ ସପ୍ତାହରେ ଗୁରୁ ନାନକ ଜୟନ୍ତୀ ଅବସରରେ ପଞ୍ଜାବ ଚାଷୀଙ୍କ ଆନ୍ଦୋଳନକୁ ନେଇ ଜଷ୍ଟିନ ଟ୍ରୁଡୋ ଚିନ୍ତା ବ୍ୟକ୍ତ କରିଥିଲେ । ନିଜ ହକ୍ ପାଇଁ ଆନ୍ଦୋଳନ କରୁଥିବାରୁ ଚାଷୀଙ୍କୁ ସହାନୁଭୁତି ଦେଇଥିଲେ । ଏଥିସହ ସେମାନଙ୍କ ଦାବି ପୁରଣ ହେବା ଦରକାର ବୋଲି ଟ୍ରୁଡୋ ବୟାନ ଦେଇଥିଲେ । ଏହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ କଡା ନିନ୍ଦା କରାଯାଇଥିଲା । କାନାଡାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଅଧିକ ରହୁଥିବାରୁ ସେମାନଙ୍କୁ ନିଜ ଆଡ଼କୁ ପ୍ରଭାବିତ କରିବା ପାଇଁ ଏଭଳି କହିଥିବା ଅଭିଯୋଗ ହୋଇଛି ।

Kejriwal To Observe Fast In Support Of Protesting Farmers

ତେବେ ଭାରତରେ ଦିନକୁ ଦିନ ଉଗ୍ରରୂପ ନେଉଛି ଚାଷୀ ଆନ୍ଦୋଳନ । ହକ୍ ଦାବିରେ ସିଂଘୁ ସୀମାରେ ଅନଶନ କରିଛନ୍ତି ଚାଷୀ । ରାଜ୍ୟସ୍ତରରେ ମଧ୍ୟ ଚାଷୀ ଜୋରଦାର ପ୍ରତିବାଦ କରିଛନ୍ତି । ଚାଷୀଙ୍କ ଅନଶନକୁ ରାଜନୈତିକ ସ୍ତରରେ ମଧ୍ୟ ଅନେକ ସମର୍ଥନ ମିଳିଛି । ସେପଟେ କିଛି କୃଷକ ସଂଗଠନ ସହ ଆଲୋଚନା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ଆଉ ଥରେ ଚାଷୀଙ୍କ ସହ ଆଲୋଚନା ହେବ ବୋଲି ତୋମାର କହିଛନ୍ତି । ସୋମବାର ଭେଟିଥିବା କିଛି ସଂଗଠନ ଆଇନ ସମର୍ଥନରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ।

BJD National Spokesperson & Rajya Sabha MP Dr. Sasmit Patra On Daggubati Purandareswari Press Meet

Leave a Reply