spot_img
Home Blog Page 6340

ବିଧାନସଭାରେ ୧୧ ହଜାର ୭ ଶହ କୋଟିର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ, ବିରୋଧୀଙ୍କ ହଟ୍ଟଗୋଳ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି । ପୂର୍ବାହ୍ନରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧୧ ହଜାର ୭ ଶହ କୋଟିର ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିଥିଲେ । ବିଲ୍ ଉପରେ ଆଲୋଚନା ବେଳେ ବି ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ୪ଟା ଯାଏଁ ମୁଲତବି ରଖିଥିଲେ ।

Odisha Assembly Approves 11.700 Core Supplementary Budget

ପରେ ଗୃହରେ ୧୧ ହଜାର ୭ ଶହ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ପାଇଁ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି । ବିଶେଷକରି ଅର୍ଥ କୋଭିଡ୍ ପରିଚାଳନା ସମେତ ବିଭିନ୍ନ ଜନକଲ୍ୟାଣ ଓ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ବିନିଯୋଗ କରାଯିବ । ବିଶ୍ୱରେ କରୋନା ସଂକ୍ରମଣ ଜାରି ରହିଥିବାରୁ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ଜୀବନ ଓ ଜୀବିକା ସୁରକ୍ଷା ଲାଗି ନିମିତ୍ତ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଜାରି ରଖିବେ ।

କରୋନା ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ଅତିରିକ୍ତ ବଜେଟରେ ‘ଆବଣ୍ଟନ ପୁନଃ ପ୍ରାଥମିକତା’ ଉପରେ ଗୁରୁତ୍ୱ ଦିଆଯାଇଅଛି । ଅତିରିକ୍ତ ବଜେଟ୍ ସ୍ୱାସ୍ଥ୍ୟ, ଖାଦ୍ୟ ଓ ସାମାଜିକ ସୁରକ୍ଷା, ଜୀବିକା, ରୋଜଗାର ସୃଷ୍ଟି ସମ୍ବନ୍ଧୀୟ କୋଭିଡ୍ ପରିଚାଳନା ଉପରେ ଧ୍ୟାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୋଭିଡ୍ ଯୋଦ୍ଧା ପ୍ୟାକେଜ (କୋଭିଡ୍-୧୯ ଯୋଦ୍ଧା ବିଶେଷ ସହାୟତା), ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମିଶନ ଶକ୍ତି ଇତ୍ୟାଦିକୁ ସମ୍ପୂର୍ଣ୍ଣ ଭାବେ ପାଣ୍ଠି ପ୍ରଦାନ କରାଯାଇଛି । ଏହି ଅତିରିକ୍ତ ବଜେଟର ଆକାର ମୂଳ ବଜେଟର ପ୍ରାୟ ୭.୫ ପ୍ରତିଶତ ଅଟେ । ସମୁଦାୟ ଅତିରିକ୍ତ ବଜେଟର ୬୬.୩୫ ପ୍ରତିଶତ, କାର୍ଯ୍ୟକ୍ରମ ବ୍ୟୟ ପାଇଁ ଉଦ୍ଦିଷ୍ଟ ।

Odisha Assembly Approves 11.700 Core Supplementary Budget

ମୋଟ ୭ ହଜାର ୪୩୮ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ବରାଦରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୬୨୭ ଟଙ୍କା, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପାଇଁ ୨୦୪୧ ଟଙ୍କା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ୧୦୭୭ କୋଟି ଟଙ୍କା, ଭିତ୍ତିଭୂମି କ୍ଷେତ୍ର ପାଇଁ ୧୬୦୩ କୋଟି ଟଙ୍କା, ଶିକ୍ଷା, କ୍ରୀଡ଼ା ଏବଂ ଦକ୍ଷତା ବିକାଶ ପାଇଁ ୫୮୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମ ବ୍ୟୟରୁ ମୋଟ ୭ ହଜାର ୧୯୯ କୋଟି ଟଙ୍କା (୯୭%) ବିକାଶ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ପାଇଁ ଖର୍ଚ୍ଚ କରିବାର ବ୍ୟବସ୍ଥା କରାଯାଇଛି ।

ହାଇଦ୍ରାବାଦ ମୁନିସିପାଲିଟି ନିର୍ବାଚନ ପୂର୍ବରୁ ଅମିତ ଶାହଙ୍କ ରାଲି; ନିଜାମ ପରମ୍ପରାରୁ ମୁକ୍ତ କରିବା ନେଇ ପ୍ରତିଶ୍ରୁତି ଦେଲେ…

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମୁନିସିପାଲ ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ ହେଲାଣି । ନିର୍ବାଚନ କେତେ ଗୁରୁତ୍ୱପୂର୍ଣ୍ଣ ସେକଥା ଆଜିର ରାଲି କହିଦେଲା । ଗୃହମନ୍ତ୍ରୀ ଅମିତ ଶାହ ନିଜେ ରାଲିରେ ଯୋଗ ଦେଇଛନ୍ତି । ଅଭିଭାଷଣରେ ହାଇଦ୍ରାବାଦ ବୁନିୟାଦୀ ପରମ୍ପରା ଉପରେ ପ୍ରହାର କରି ସେ କହିଛନ୍ତି ଯେ ନବାନ-ନିଜାମ ପରମ୍ପରାର ଅନ୍ତ ଘଟାଇବା ଭାରତୀୟ ଜନତା ପାର୍ଟିର ପ୍ରଥମ ଲକ୍ଷ୍ୟ ।

ନିଜାମ ପରମ୍ପରାରୁ ହାଇଦ୍ରାବାଦକୁ ବାହରକୁ ଆଣି ଆମେ ଏକ ନୂଆ ହାଇଦ୍ରବାଦ ତିଆରି କରିବା ସପକ୍ଷରେ ରହିଛୁ । ସେହିଭଳି ଆଧୁନିକ ହାଇଦ୍ରାବାଦ ଗଠନ ପାଇଁ ଆହୁରି ଅନେକ ପ୍ରୟାସ ହେବା ବାକି ଯାହା ପାଇଁ ଭାରତୀୟ ଜନତା ପାର୍ଟି ସବୁ ପ୍ରକାରର ପ୍ରୟାସ କରିବ । ସେହିଭଳି ଅମିତ ଶାହ ହାଇଦ୍ରାବାଦ ମୁନିସିପାଲିଟି ନିର୍ବାଚନ ସମ୍ପର୍କରେ ମନ୍ତବ୍ୟ ରଖିଛନ୍ତି ଯେ, ହାଇଦ୍ରବାଦ ନିର୍ବାଚନରେ ସିଟ୍ ଲାଭ କରିବା ଲକ୍ଷ୍ୟରେ ଆମେ ନିର୍ବାଚନ ଲଢୁନାହୁଁ । ଆମର ଏକମାତ୍ର ଲକ୍ଷ୍ୟ ହେଉଛି ମେୟର ଚେୟାର । ଭାରତୀୟ ଜନତା ପାର୍ଟି ପ୍ରତି ହାଇଦ୍ରବାଦବାସୀଙ୍କର ଅକୁଣ୍ଠ ସମର୍ଥନ ରହିଛି ।

ଏହି ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ସେହିଭଳି ହାଇଦ୍ରାବାଦ ଏକ ଅସୀମ ସମ୍ଭାବନାର ସହର ବୋଲି ସେ କହିଛନ୍ତି । ଆଇଟି କ୍ଷେତ୍ରରେ ଏହି ସହରକୁ ଶୀର୍ଷକୁ ନିଆଯାଇପାରେ । ଆଇଟି ହବରେ ପରିଣତ କରିବା ପାଇଁ ଯାହା ସାଧନ ଆବଶ୍ୟକ ହୋଇଥାଏ ତାହା ମଧ୍ୟ ମିଳୁଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଏସବୁ କରି ହେବ ।

ପାଠକ ବାପ-ପୁଅ ଗିରଫ ପରେ ଧମକ ଦେଉଛନ୍ତି ପ୍ରଦୀପ, ପୋଲିସରେ ଫେରାଦ ହେଲା ବିଜେପି

ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ବ୍ରହ୍ମପୁର ଏସପିଙ୍କ ନିକଟରେ ଫେରାଦ ହେଲା ବିଜେପି । ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ୱରେ ଏସପିଙ୍କୁ ବିଜେପିର ଏକ ପ୍ରତିନିଧି ଦଳ ଭେଟିଛନ୍ତି । ଭାବୀ ଜ୍ୱାଇଁ ଆକାଶଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଶହ ଶହ ଯୁବକଙ୍କୁ ଠକିଥିବା ଅଭିଯୋଗ କରିଛି ବିଜେପି । ଚାକିରି କରାଇଦେବା ନାଁରେ ସ୍ଥାନୀୟ ଯୁବକଙ୍କୁ ଠକିଛନ୍ତି ପ୍ରଦୀପ ପାଣିଗ୍ରାହୀ । ୬୮ ଜଣ ଯୁବକଙ୍କୁ ନକଲି ନିଯୁକ୍ତି ପତ୍ର ଦେଇ ଆକାଶଙ୍କ ସହ ମିଶି ପ୍ରଦୀପ ଠକିଥିବା ଅଭିଯୋଗ ହୋଇଛି ।

BJP Alleges Pradeep Panigrahi Threatening

ପ୍ରଦୀପଙ୍କ ଭାଇ ଦିଲୀପ ପାଣିଗ୍ରାହୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ମଦ ମାଫିଆ ସୂର୍ଯ୍ୟ ସାହୁଙ୍କ ସହ ସେମାନଙ୍କର ସମ୍ପର୍କ ରହିଥିବା ଅଭିଯୋଗ କରିଛି ବିଜେପି । ପାଠକ ବାପା-ପୁଅଙ୍କ ଗିରଫ ପରେ ପାଟି ନଖୋଲିବାକୁ ପ୍ରଦୀପ ପ୍ରତାରଣାର ଶିକାର ଯୁବକମାନଙ୍କୁ ଧମକ ଦେଉଛନ୍ତି । ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଧମକ ଦେଉଥିବା ଅଭିଯୋଗ ଅଭିଯୋଗ କରିଛି ବିଜେପି ।

ବିଧାନସଭାରେ ପ୍ରଦୀପ ପ୍ରସଙ୍ଗ, ବିରୋଧୀ କହିଲେ ଗିରଫ କରାଯାଉ..!

ଭୁବନେଶ୍ୱର: ବିଧାନସଭାରେ ଉଠିଲା ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସଙ୍ଗ । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କଂଗ୍ରେସ ଦୁର୍ନୀତି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । ଭିଜିଲାନ୍‌ସ ଜାଲରେ ପଡ଼ିଥିବା ନିଲମ୍ବିତ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ସହ ପ୍ରଦୀପଙ୍କ ସମ୍ପର୍କ ନେଇ ଖୋଳତାଡ଼ କରାଯିବାକୁ ଦାବି କରାଯାଇଛି ।

ପ୍ରଦୀପ ପ୍ରାଣିଗ୍ରାହୀ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବାରୁ ତାଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବାକୁ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି । ଏସ୍‌ଆଇଟି ଜରିଆରେ ତଦନ୍ତ କରି ପ୍ରଦୀପଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ତାରାଙ୍କ ସହ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଦାବି କରିଛନ୍ତି । ବିଜେପି ମଧ୍ୟ ପ୍ରଦୀପଙ୍କୁ ବିଜେଡରୁ ବିଦା କରାଯିବାକୁ ସ୍ୱାଗତ କରିଛି ।

ସେପଟେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ କିଛି ପ୍ରମାଣ ମିଳିଥିବାରୁ ବିଜେଡିରୁ ତାଙ୍କୁ ବହିଷ୍କାର କରାଯାଇଛି । ଜନସାଧାରଣଙ୍କୁ ଠକି ପଇସା ଅସୁଲ କଲେ ଏହାକୁ ଜନବିରୋଧୀ କୁହାଯିବ । ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଜେଡି ବିଧାୟକ କହିଛନ୍ତି । ଯଦି ଜଣେ ଜନପ୍ରତିନିଧି ଜନବିରୋଧୀ କାର୍ଯ୍ୟ କରେ ଓ ଦୁର୍ନୀତିରେ ସମ୍ପୃକ୍ତ ଥାଏ, ତୁରନ୍ତ ତାଙ୍କୁ ଗିରଫ କରିବାକୁ ବିଧାନସଭାରେ ଦାବି ହୋଇଛି ।

ଦଳରୁ ବିଦା ହେବା ପରେ ହିତାହିତ ଜ୍ଞାନ ହରାଇ ସାରିଲେଣି ପ୍ରଦୀପ…!

ଭୁବନେଶ୍ୱର: ବିଜେଡିରୁ ବିଦା ହେବା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜର ହୋସ୍‌ ହରାଇ ବସିଛନ୍ତି । କେତେବେଳେ ଝିଅ ଓ ଠକ ଭାବି ଜ୍ୱାଇଁ ପାଇଁ ଭାବ ପ୍ରବଣ ହୋଇଯାଉଛନ୍ତି ତ, ଆଉ କେତେବେଳେ ସାମ୍ବାଦିକଙ୍କୁ ସାମ୍ବାଦିକତା ପାଠ ପଢ଼ାଉଛନ୍ତି । ରବିବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ ପ୍ରଦୀପ । ସେଠାରେ ସେ ନିଜ ବହିଷ୍କାର ପ୍ରସଙ୍ଗରେ କମ୍‌ କହିଥିବା ବେଳେ ପାଠକ୍‌ ବାପ-ପୁଅଙ୍କ ବିଷୟରେ ଅଧିକ କହିଥିଲେ ।

Abhay-Kant-Pathak

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଅଭୟକାନ୍ତ ଓ ତାଙ୍କ ଆକାଶ ପାଠକ ପାଇଁ ଅଧିକ ଓକିଲାତି କରିଛନ୍ତି ପ୍ରଦୀପ । ସେ କହିଛନ୍ତି, ଅଭୟକାନ୍ତ ପାଠକ ଜଣେ ସଚ୍ଚୋଟ ଅଫିସର । ସେହିଭଳି ଆକାଶ ପାଠକ, ଟାଟା କମ୍ପାନୀରେ ବଡ଼ ଅଧିକାରୀ ଥିଲେ ଓ ତାଙ୍କୁ ଯାଆସ ପାଇଁ କମ୍ପାନୀ ଚାର୍ଟର ଫ୍ଲାଇଟ୍‌ ଯୋଗାଇ ଦେଉଥିଲା । ବିଧାୟକ କହିଛନ୍ତି, ସେ ମଧ୍ୟ ଥରେ ସେ ଚାର୍ଟର ଫ୍ଲାଇଟ୍‌ରେ ଗସ୍ତ କରିଛନ୍ତି ଓ ଆକାଶ ତାଙ୍କୁ ଚାର୍ଟର ଫ୍ଲାଇଟ୍‌ରେ ନେଇଥିଲେ ।

ତେବେ ପ୍ରଦୀପଙ୍କ କଥା ଏଠି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ପ୍ରମାଣିତ ହୋଇଛି । ତଥ୍ୟ ଅନୁସାରେ ଥରେ ନୁହେଁ ଅଧିକାଂଶ ଥର ନିଜେ ପ୍ରଦୀପ ପାଣିଗ୍ରାହୀ, ତାଙ୍କ ପତ୍ନୀ ଓ ଝିଅ ଚାର୍ଟର ଫ୍ଲାଇଟ୍‌ରେ ଆକାଶ ପାଠକଙ୍କ ସହ ଯାଇଛନ୍ତି । ଗୋଟିଏ ଟିକେଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି, ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ନାଁ ।

Akash Pathak Fake MD Of Tata Motors Issued Offer Letters

ଅନ୍ୟପଟେ ଲୋକଙ୍କଠୁ ଦୂରେଇ ରହିଥିବା କଥାକୁ ପ୍ରଦୀପ ପାଣିଗ୍ରାହୀ ସ୍ୱୀକାର କରିଛନ୍ତି । ଅପରପକ୍ଷରେ ସେ ଜନ ବିରୋଧୀ ଶବ୍ଦର ସଂଜ୍ଞା ବୁଝିପାରୁନାହାନ୍ତି ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଯେ, ଜଣେ ଅଫିସରଙ୍କୁ ଆୟବର୍ହିଭୂତ ମାମଲାରେ ଭିଜିଲାନ୍‌ସ ଗିରଫ କରୁଛି, କିନ୍ତୁ ବିଧାୟକ ପ୍ରଦୀପ ତାଙ୍କୁ କ୍ଲିନ୍‌ ଚିଟ୍ ଦେଉଛନ୍ତି । ଏହାପରେ ମଧ୍ୟ ନିଜେ ବିଧାୟକ ବୁଝିପାରୁନାହାନ୍ତି, ଜନବିରୋଧୀର ଅର୍ଥ କଣ ।

ପ୍ରଦୀପ ଆହୁରି ମଧ୍ୟ ମିଛ କହିଛନ୍ତି ଯେ, ଆକାଶ ପାଠକ ଟାଟା କମ୍ପାନୀରେ ଚାକିରି କରିଥିଲେ । ହେଲେ ଖୋଦ୍‌ ଟାଟା କମ୍ପାନୀ ପକ୍ଷରୁ ଆକାଶଙ୍କ ନାଁରେ ଅଭିଯୋଗ କରାଯାଇଛି ଓ ଅଭିଯୋଗରେ ଦର୍ଶାଯାଇଛି ଯେ, ଆକାଶ ନାମକ ବ୍ୟକ୍ତି ଟାଟା କମ୍ପାନୀ ନାଁରେ ଲୋକଙ୍କୁ ଠକୁଛି । ସେଭଳି କୌଣସି ବ୍ୟକ୍ତି ଟାଟା କମ୍ପାନୀରେ ଚାକିରି କରି ନାହାନ୍ତି । ସେହିଭଳି ଗୋପାଳପୁର ଅଞ୍ଚଳର ପ୍ରାୟ ୬୮ଜଣଙ୍କୁ ଚାକିରି ନାଁରେ ଠକେଇ କରାଯାଇଥିବା ମଧ୍ୟ ଅଭିଯୋଗକୁ ବଧ୍ୟ ବାଏଁ ବାଏଁ ଉଡ଼ାଇଦେବାକୁ ଚେଷ୍ଟା କରିଛନ୍ତି ପ୍ରଦୀପ ।

ଖାଲି ସେତିକି ନୁହେଁ ପ୍ରଦୀପ ଆହୁରି କହିଛନ୍ତି ଯେ, ଆକାଶଙ୍କ ଆକାଉଣ୍ଟରୁ ଯଦି ୮ କୋଟି ଟଙ୍କା ଭିଜିଲାନ୍ସ ଜବତ କରିଥିବା ପ୍ରମାଣ କରିଦିଏ ତେବେ ସେ ଇସ୍ତଫା ଦେଇଦେବେ ।

Second Wave Of Covid-19 May Affect Odisha After December Second Week

ସେ ଦଳ ବିରୋଧୀ କି ଜନ ବିରୋଧୀ କାର୍ଯ୍ୟ କରି ନାହାନ୍ତି ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି । ଆଉ ‘ଆଜି ପର୍ଯ୍ୟନ୍ତ ବିଜେଡିରେ ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରି ଆସିଛି । ନବୀନ ପଟ୍ଟନାୟକ ମତେ ବହିଷ୍କାର କରିଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ମୁଖ୍ୟମନ୍ତ୍ରୀ ଜଣେ ଅତି ଭଦ୍ରଲୋକ ।’ ସାମ୍ବାଦିକଙ୍କ ଆଗରେ ଭାବପ୍ରବଣତାର କାର୍ଡ ଖେଳି ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରଦୀପ । ଅନ୍ୟପଟେ ତାଙ୍କର ଏଭଳି ପରିସ୍ଥିତି ପାଇଁ ଯେଉଁମାନେ ଦାୟୀ ତାଙ୍କୁ ଦେଖିଦେବେ ବୋଲି ଧମକ ମଧ୍ୟ ଦେଇଛନ୍ତି ।

ବର୍ଷେ ପରେ ବୋଲିଂ କଲେ ହାର୍ଦ୍ଦିକ ପାଣ୍ଡ୍ୟା; ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସ୍ମିଥଙ୍କୁ କଲେ ଆଉଟ୍

ସିଡନୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବୋଲିଂ କରିବାର ଦେଖିବାକୁ ମିଳିଛି । ଦୀର୍ଘ ଦିନର ଅନ୍ତ ଘଟାଇ ସେ ବୋଲିଂ କରିଛନ୍ତି । ଅଷ୍ଟ୍ରେଲିଆର ଇନ ଫର୍ମ ବ୍ୟାଟସମ୍ୟାନ ଷ୍ଟିଭେନ୍ ସ୍ମିଥ ଆଜି ମଇଦାନରେ ଅନ ବିଟେବୁଲ ରହି ଆସୁଥିବା ବେଳେ ସବୁ ଭାରତୀୟ ବୋଲରଙ୍କ ବିରୋଧରେ ଦ୍ରୁତ ଗତିରେ ରନ୍ ସଂଗ୍ରହ କରୁଥିଲେ । କ୍ୟାପଟେନ୍ ବିରାଟ କୋହଲି ବାଧ୍ୟ ହୋଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବୋଲିଂ ଦେଇଥିଲେ । ଏହାପରେ ସେ ଷ୍ଟିଭେନ୍ ସ୍ମିଥଙ୍କୁ ଆଉଟ୍ କରିଥିଲେ । ସେ ୨ୟ ଏକଦିବସୀୟ ମ୍ୟାଚରେ ୪ ଓଭର ବୋଲିଂ କରି ୨୪ ରନ୍ ଦେଇଥିବା ବେଳେ ଗୋଟିଏ ୱିକେଟ୍ ନେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ପିଠି ଅସ୍ତ୍ରୋପଚାର କାରଣରୁ ତାଙ୍କୁ ବୋଲିଂରୁ ବାଦ ରଖାଯାଇଥିଲା । ଦୀର୍ଘ ସମୟ ଧରି ଟିମରୁ ବାଦ ପଡ଼ିବା ପରେ ସେ ଶେଷରେ ଆଇପିଏଲରେ ମ୍ୟାଚ ଖେଳିଥିଲେ । ଏହାସତ୍ତ୍ୱେ ମଧ୍ୟ ପୁରା ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରିନଥିଲେ । ତେବେ ଭାରତ ଗସ୍ତର ପ୍ରଥମ ମ୍ୟାଚରେ ମଧ୍ୟ ସେ ବୋଲିଂ କରିନଥିଲେ । ଭାରତ ପ୍ରଥମ ମ୍ୟାଚ ହାରିବା ପରେ ପ୍ରମୁଖ ଅଲରାଉଣ୍ଡର ଟିମ୍ ପାଇଁ ଆବଶ୍ୟକ ସମୟରେ ବୋଲିଂ ନକରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା ।

ତେବେ ଆଜି ପାଣ୍ଡ୍ୟା ବୋଲିଂ ଭାର ସମ୍ଭାଳି ଟିମ ପାଇଁ ଆଶ୍ୱସ୍ତି ଆଣିଛନ୍ତି । ସେହିଭଳି ପୂର୍ବରୁ ପ୍ରଥମ ମ୍ୟାଚର ପରାଜୟ ପରେ ପାଣ୍ଡ୍ୟାଙ୍କୁ ବୋଲିଂ ସମ୍ୱନ୍ଧୀତ ପ୍ରଶ୍ନ ପଚରା ଯାଇଥିଲା । ଉତ୍ତରରେ ସେ କହିଥିଲେ ତାଙ୍କର ବୋଲିଂ ପାଇଁ ଫିଟନେସ୍ ସମ୍ୱନ୍ଧୀତ ସମସ୍ୟା ରହିଛି ସତ, ମାତ୍ର ଟିମର ଦରକାର ସମୟରେ ସେ ନିହାତି ବୋଲିଂ ଭାର ସମ୍ଭାଳିବେ । ଯାହା ଆଜିର ୨ୟ ଏକଦିବସୀୟ ମ୍ୟାଚରେ ଘଟିଲା ।

ସମୁଦି ସବୁଠୁ ଭଲ IFS ଅଫିସର, ଭାବୀ ଜ୍ୱାଇଁ ନିରୀହ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ଦଳରୁ ବିଦା ହେବା ପରେ ବାଉଳା ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ । କହିଲେ ପାଠକ୍‌ ବାପ-ପୁଅ ଅତ୍ୟନ୍ତ ନିରୀହ । ଜାଣିଶୁଣି ଆକାଶଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଇଛି । ଅଭୟକାନ୍ତ ସବୁଠୁ ଭଲ ଆଇଏଫ୍‌ଏସ୍‌ ଅଫିସର୍‌ ।

20 Members Of SIT Team To Look All Angles Of Pathak’s Disproportionate Assets Case

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସୁପ୍ରିମୋ ନବୀନ ପଟ୍ଟନାୟକ ବହିସ୍କୃତ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେଥିରେ ସେ ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ଗିରଫ ହୋଇଥିବା ଅଭୟକାନ୍ତଙ୍କୁ ନିରୀହ ବୋଲି ସମ୍ବୋଧନ କରିଛନ୍ତି । ଏମିତିକି ତାଙ୍କୁ ସବୁଠୁ ଭଲ ଆଇଏଫ୍‌ଏସ୍‌ ଅଫିସର୍‌ ବୋଲି କହିଛନ୍ତି । ଏହାସହ ତାଙ୍କୁ ପୁଅ ଆକାଶକୁ ଜାଣିଶୁଣି ଫସାଯାଇଛି ବୋଲି ପ୍ରଦୀପ କହିଛନ୍ତି । ଅନ୍ୟପଟେ ଅଭୟକାନ୍ତ ଓ ତାଙ୍କ ପୁଅ ଚାର୍ଟାର ଫ୍ଲାଇଟ୍‌ରେ ଉଡ଼ିବା କଥା ପ୍ରଦୀପ ସ୍ୱୀକାର କରିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ସହ ଚାର୍ଟର ଫ୍ଲାଇଟ୍‌ରେ ନିଜେ ମଧ୍ୟ ଉଡ଼ିଥିବା କଥା କହିଛନ୍ତି ।

ତେବେ ସାମ୍ବାଦିକଙ୍କୁ ଏଭଳି ବୟାନ୍‌ ଦେବା ବେଳେ ହଠାତ୍‌ ନିଜ ଝିଅ କଥା ଭାବି ଭାବ ବିହ୍ୱଳ ହୋଇପଡ଼ିଥିଲେ ପ୍ରଦୀପ । ସମ୍ମିଳନୀ କଲା ବେଳେ ଭାବପ୍ରବଣ ହୋଇପଡ଼ିଛନ୍ତି ପ୍ରଦୀପ । କାରଣ ପ୍ରଦୀପଙ୍କ ଝିଅ ସହ ଆକାଶଙ୍କ ବିବାହ ସ୍ଥିର ହୋଇଛି । ଆଉ ସେଥିପାଇଁ ବାହାଘର କାର୍ଡ ମଧ୍ୟ ଛପା ଯାଇଛି ।

ଭୁଲ ମାନିଲା ଛତିଶଗଡ଼, ଓଡ଼ିଶାରୁ ହଟେଇନେବ ବେଆଇନ ଟୋଲଗେଟ

0

ନବରଙ୍ଗପୁର: ନନ୍ଦିଘୋଷ ଟିଭିର ମହାପ୍ରଭାବ । ଓଡିଶା ମାଟିରୁ ଟୋଲଗେଟ ହଟେଇବା ନିଷ୍ପତ୍ତି ନେଲା ଛତିଶଗଡ ପ୍ରଶାସନ । ଉଭୟ ପକ୍ଷର ଆଲୋଚନାରେ ନିଜର ଭୁଲ୍ ସ୍ୱୀକାର କରିବା ସହିତ ଫାଟକ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି ଛତିଶଗଡ ଦେଓଭୋଗ ପ୍ରଶାସନ । ବେଆଇନ ଧାନ ରୋକିବା ବାହାନା କରି ଓଡ଼ିଶା ମାଟିରେ ଟୋଲ ଗେଟ୍ ବସାଇଥିଲା ଛତିଶଗଡ ।

ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଖପରାଡ଼ିହି ଗ୍ରାମ ଭିତରକୁ ପଶିଆସି ଏହି ଫାଟକ ନିର୍ମାଣ କରିଥିଲା । ଏ ସମ୍ପର୍କରେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣପରେ ଆକ୍ସନ ମୋଡକୁ ଆସିଥିଲେ ଚନ୍ଦାହାଣ୍ଡି ବ୍ଲକ୍ କର୍ତ୍ତୁପକ୍ଷ । ତହସିଲଦାରଙ୍କ ମାପଚୁପ ପରେ ଟୋଲ୍ ଗେଟଟି ଓଡିଶା ମାଟିରେ ଥିବା ଜଣାପଡିଥିଲା । ଏହା ସହିତ ଓଡ଼ିଶା ସୀମାର ୩୦୦ମିଟର ଭିତରକୁ ଛତିଶଗଡ ପଶିଆସିଥିବା ଜଣାପଡିଥିଲା । ପରେ ଗାଁ ସୀମାରେ ଉଭୟ ପକ୍ଷ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

ଛତିଶଗଡର ଆଚରଣରେ ଗ୍ରାମବାସୀ ପ୍ରତିକ୍ରିୟାଶୀଳ ହୋଇଥିଲେ । ଗ୍ରାମବାସୀ, ଉଭୟ ପକ୍ଷର ରାଜସ୍ବ ନିରୀକ୍ଷକ, ଛତିଶଗଡ ଦେଓଭୋଗ ଏସଡିଏମ୍ ଓ ତହସିଲଦାରଙ୍କ ଉପସ୍ଥିତିରେ ଫାଟକ କରିଥିବା ଜାଗାରେ ପୁଣି ମାପଚୁପ କରାଯାଇଥିଲା । ମାପ ପରେ ଫାଟକଟି ଓଡ଼ିଶା ଜାଗାରେ ଥିବା ଜଣାପଡିଥିଲା । ପରେ ଉଭୟ ପ୍ରଶାସନର ଆଲୋଚନା ପରେ ଛତିଶଗଡ ନିଜର ଭୁଲ୍ ସ୍ୱୀକାର କରିବା ସହ ଫାଟକ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତି ହୋଇଛି ।

ହଟ୍ଟଗୋଳ ଭିତରେ ବିଧାନସଭାରେ ଆସିଲା ବ୍ୟୟମଞ୍ଜୁରୀ ବିଲ୍

0

ଭୁବନେଶ୍ୱର: ବିଧାନସଭାରେ ଆଜିବି ହୋହଲ୍ଲା ହଟ୍ଟଗୋଳ । ଏହାରି ଭିତରେ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବିଲ୍ ଆଗତ ପରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କିରଛନ୍ତି ବାଚସ୍ପତି । ସେପଟେ ଶୂନ୍ୟ କାଳରେ ଉଠିଥିଲା ବିଜେଡିରୁ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗ ।

ଦୁର୍ନୀତିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ସମ୍ପୃକ୍ତି ଅଭିଯୋଗ ନେଇ ହୁଲସ୍ତୁଲ ହୋଇଥିଲା ଗୃହ । ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ । ଗୃହର ମଧ୍ୟଭାଗରେ ବିଜେପି ସଦସ୍ୟ ହଟ୍ଟଗୋଳ କରିଥିଲେ ।…

ବାରମ୍ବାର ଆତ୍ମାହୁତି ଘଟଣା ପରେ ବିଧାନସଭା ଚାରିପଟକୁ ବନ୍ଦ କଲା କମିଶନରେଟ ପୋଲିସ

0

ଭୁବନେଶ୍ୱର: ବାରମ୍ବାର ଆତ୍ମାହୁତି ଘଟଣାପରେ ବଢିଲା ବିଧାନସଭାର ସୁରକ୍ଷା । ବିଧାନସଭା ଚାରିପଟକୁ ବନ୍ଦ କଲା କମିଶନରେଟ ପୋଲିସ । ଏଥିରେ ସାଧାରଣ ଲୋକଙ୍କ ପ୍ରବେଶ ଅନୁମତି ବାରଣ କରାଯାଇଛି । ତେବେ ପାସ ଧାରୀ ବ୍ୟକ୍ତି ରାସ୍ତା ଦେଇ ପ୍ରବେଶ କରିପାରିବେ । ସେହିପରି ମଣ୍ଡପ ରାସ୍ତାରେ ସାଧା ପୋଷାକଧାରୀ ପୋଲିସ ମୁତୟନ କରାଯାଇଛି ।

୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଏବଂ ସୂଚନା ଭବନରୁ ରବୀନ୍ଦ୍ର ମଣ୍ଡପ ରାସ୍ତା ବନ୍ଦ କରାଯାଇଛି । କେଶରୀ ହଲରୁ ଟ୍ରେଜରୀ ଅଫିସ ରାସ୍ତାଦେଇ ଆଇଜି ପାର୍କ ରାସ୍ତା ଦେଇ ଏଜି ଛକକୁ ଯାଇପାରିବେ । ଆତ୍ମହତ୍ୟା ଉଦ୍ୟମ କରିବା ପାଇଁ ଆସୁଥିବା ଲୋକ ଏଭଳି ପଦକ୍ଷେପ ନିଅନ୍ତୁ ନାହିଁ । ଆତ୍ମହତ୍ୟ କରିବା ପାଇଁ ଯିଏ ଉସକେଇବେ ତାଙ୍କ ଚିହ୍ନଟ କରି କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି |