spot_img
Home Blog Page 6341

ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ୍‌ ଚାଷୀଙ୍କ ପ୍ରତି ଅପମାନ: କୃଷକ ନେତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ ଚାଷୀ ଆଇନକୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ୪ ଦିନ ଧରି ଖରା, କାକରରେ ନିଜର ହକ୍ ପାଇଁ ଅଡ଼ି ବସିଛି ଚାଷୀକୁଳ । ନୂଆକୃଷି ଆଇନ୍ ପ୍ରତ୍ୟାହାର କରିବାକୁ ଦାବି କରି ଦିଲ୍ଲୀ ସୀମାରେ ହକ୍ ପାଇଁ ଏକଜୁଟ ହୋଇଛନ୍ତି ହଜାର ହଜାର ଚାଷୀ । ହେଲେ ସବୁଠାରୁ ବଡ଼ କଥା ହେଲା ଚାଷୀମାନେ ନିଜ ହକ୍‌ ପାଇଁ ଅନେକ ବାଧା ବିଘ୍ନକୁ ସହି ଆନ୍ଦୋଳନକୁ ଆସିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ତାତ୍ସଲ୍ୟ କଲା ଭଳି କହିଛନ୍ତି । ସେ କହିଛନ୍ତି, ଚାଷୀମାନେ ପ୍ରଥମେ ଫୋରମ୍‌ରେ ଆସନ୍ତୁ ବା ନିୟମ ଅନୁଯାୟୀ ଆସନ୍ତୁ । ତା’ପରେ ସରକାରଙ୍କ ସହ ଆଲୋଚନା କରିବେ । ଏହାସହ ଏଠିସେଠି ଆନ୍ଦୋଳନ ନକରି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସ୍ଥାନରେ ଆନ୍ଦୋଳନ କରନ୍ତୁ ।

ତେବେ ଶାହଙ୍କ ଏଭଳି ବୟାନ୍‌କୁ ନେଇ କୃଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କୃଷକ ନେତା ରାକେଶ ଟିକେତ୍ କହିଛନ୍ତି ଗୃହମନ୍ତ୍ରୀଙ୍କ ଏଭଳି ବୟାନ୍‌ ଚାଷୀଙ୍କୁ ଅପମାନ । ଏଭଳି କହି ଚାଷୀଙ୍କୁ ସେ ତାତ୍ସଲ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ, ଚାଷୀ ମାରଣ ନୀତି ପ୍ରତିବାଦରେ ଏକ ଦୀର୍ଘକାଳୀନ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି ଚାଷୀ । ସେମାନଙ୍କ ଗାଡିରେ ରାସନ ସାମଗ୍ରୀ, ରୋଷେଇ ସରଞ୍ଜାମ, କମ୍ବଳ ଆଦି ମହଜୁଦ୍‌ ରହିଛି । ଖାଲି ସେତିକି ନୁହେଁ ମୋବାଇଲ ରିଚାର୍ଜ ପାଇଁ ମଧ୍ୟ ଗାଡ଼ିରେ ବ୍ୟବସ୍ଥା କରାଯାଇଛି । କୃଷକମାନଙ୍କୁ ଦିଲ୍ଲୀ ବୁରାଡିର ନିରଙ୍କାରୀ ଗ୍ରାଉଣ୍ଡରେ ପ୍ରଦର୍ଶନ କରିବାକୁ ଅନୁମତି ମିଳିଛି ।

Farmers

କିନ୍ତୁ କୃଷକଙ୍କ ଏକ ବଡ ସଂଗଠନ ସିନ୍ଧୁ ଓ ଟିକରି ସୀମାରେ ସେମାନଙ୍କ ଡେରା ଜମାଇଛନ୍ତି । ଫଳରେ ସୀମାରେ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଛି । ସେପଟେ କୃଷକଙ୍କ ଆଉ ଏକ ସଂଗଠନ ଗାଜିପୁର ସୀମାରେ ଏକତ୍ରିତ ହୋଇ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ଝାନ୍‌ସୀ-ମିର୍ଜାପୁର ଜାତୀୟ ରାଜପଥର କୁଲପାହାଡରେ ୫ ଶହରୁ ଅଧିକ କୃଷକ ଧାରଣାରେ ବସି ରହିଛନ୍ତି । ରବିବାର ଅପରାହ୍ନରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ ଉପରେ ବିଚାର କରିବାକୁ କୃଷକ ସଂଗଠନର ଏକ ବୈଠକ ଡକାଯାଇଛି ।

ବଢ଼ୁଛି ଭାଲୁ ମାନଙ୍କର ପ୍ରାଦୁର୍ଭାବ, ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର

0

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ପଲସାପଡା ଗାଁରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇ ମେଡିକାଲରେ ଭତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳୁ ସେହି ଗାଁର ଜଣେ ମହିଳା ନଦୀକୁ ଗାଧୋଇ ବାକୁ ଯାଉଥିବା ସମୟରେ ଆକ୍ରମଣ କରିଥିଲା ଭାଲୁ । ଫଳରେ ମହିଳା ଜଣକ ବହୁ ଜୋରରେ ଚିତ୍କାର କରିଥିଲେ ।

ମହିଳାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଭାଲୁ ନିକଟରୁ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ମହିଳା ଜଣକ ଆହତ ହୋଇଛନ୍ତି । ଏବଂ ଆହତ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପଲସାପଡାରୁ ଭାଲୁକୁ ଘଉଡ଼ାଇବାକୁ ବନବିଭାଗ ପ୍ରୟାସ କରୁଛି  ।

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ହ୍ରାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ବିଜେପିର ପ୍ରଚାର

0

ହ୍ରାଇଦ୍ରାବାଦ: ହ୍ରାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ ପାଇଁ ବିଜେପିର ପ୍ରଚାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି । ମ୍ୟୁନିସିପାଲ ନିର୍ବାଚନ ପାଇଁ ବିଜେପିର ଆଗ ଧାଡି ନେତା ମାନେ ଏବେ ହାଇଦ୍ରାବାଦରେ ଡେରା ପକାଇଛନ୍ତି ।

ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର କରିଥିବା ବେଳେ ଆଜି ଗୃହମନ୍ତ୍ରୀ ଅମିତ ଶାହା ପ୍ରଚାର କରିବେ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ କିଛି ଦିନ ତଳେ ହାଇଦ୍ରାବାଦ ଯାଇ ରୋଡ ଶୋ କରିଥିଲେ । ବିଜେପିର ଏଭଳି ପ୍ରଚାର ଦେଖି ଓୱେସି ଏହାକୁ ସମାଲୋଚନା କରିବା ସହ ମଜାକିଆ ଢଙ୍ଗରେ ହାଇଦ୍ରାବାଦ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରିବାକୁ ଯାଉଛି ବୋଲି କହିଛନ୍ତି ।

 

ବିଜେପିର ସବୁ ନେତା ଆସିସାରିଥିବା ବେଳେ କେବଳ ଡୋନାଲ୍ଡ ଟ୍ରମ୍ପ ହାଇଦ୍ରାବାଦ ଆସିବାକୁ ବାକି ଅଛନ୍ତି । ଟ୍ରମ୍ପ ଆସି ପ୍ରଚାର କଲେ ବିଜେପି ପାଇଁ ଫଳପ୍ରଦ ହୋଇପାରେ ବୋଲି କହିଛନ୍ତି । ମୋଦି ଆମେରିକା ଯାଇ ଟ୍ରମ୍ପଙ୍କ ପାଇଁ ପ୍ରଚାର କରିଥିବା ବେଳେ ସେ ନିର୍ବାଚନରେ ପରାସ୍ତ ହୋଇଛନ୍ତି । ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ମଧ୍ୟ ସମାନ ସ୍ଥିତି ହେବ ଓୱେସି କହିଛନ୍ତି ।

୨୪ ଘଣ୍ଟାରେ ଓଡିଶାରେ ସବୁଠୁ କମ୍ କରୋନା ରୋଗୀଙ୍କର ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ।

ମୃତକ ମାନଙ୍କ ମଧ୍ୟରେ ବାଲେଶ୍ବର, ଭୁବନେଶ୍ବର, ଢେଙ୍କାନାଳ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ କରୋନା ରୋଗୀ ରହିଛନ୍ତି ।

 

ରାଜ୍ୟରେ ଖସୁଛି କରୋନା ସଂକ୍ରମଣ; ୨୪ ଘଣ୍ଟାରେ ୫୧୮ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୫୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୯୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୨୨୧ ।

ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୩ ଲକ୍ଷ ୧୮ ହଜାର ୩୦୭ ଜଣ ମୋଟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ୩,୧୦,୫୪୯ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାବ୍ୟତୀତ ସକ୍ରିୟ ମାମଲା ୫୯୭୧ ରହିଛି ।

‘ମନ କି ବାତ୍’ରେ ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ନୂଆ ଆଇନ୍‌ ସୁହାଇବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍’ କାର୍ଯ୍ୟକ୍ରମରେ କହିଲେ ଚାଷୀଙ୍କ କଥା । ଚାଷୀଙ୍କୁ ସମ୍ବୋଧିତ କରି କୃଷୀ ଆଇନ ସମ୍ପର୍କରେ ନିଜର ମତ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଏହି ଆଇନ ଦ୍ୱାରା କୃଷକଙ୍କ ସମସ୍ତ ସମସ୍ୟା ଦୂର ହୋଇ ପାରିବ । କୃଷକଙ୍କ ପାଇଁ ଅନେକ ରାସ୍ତା ଖୋଲିବ । ଅନେକ ବିଚାରବିମର୍ଶ ପରେ ଏହି ଆଇନକୁ ଅଣାଯାଇଛି । ଖାଲି ସେତିକି ନୁହେଁ ଏହି ନୂଆ କୃଷି ଆଇନ୍‌ ଦ୍ୱାରା କୃଷକଙ୍କୁ ତାଙ୍କ ହକ୍‌ର ଅର୍ଥ ୩ ଦିନ ମଧ୍ୟରେ ମିଳି ପାରିବ । ହକ୍‌ ପାଇଁ କୃଷକଙ୍କୁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ମୋଦି ଆହୁରି କହିଛନ୍ତି କରୋନା ମହାମାରୀ ସହ ସାରା ବିଶ୍ୱ ଯୁଦ୍ଧ କରୁଛି । ଏଥିରୁ ମୁକ୍ତି ପାଇବା ପାଇଁ ଏହାର ଟିକା ପ୍ରସ୍ତୁତିରେ ସାରା ବିଶ୍ୱର ବୈଜ୍ଞାନିକମାନେ ଦିନରାତି ଏକ କରିଦେଇଛନ୍ତି । କିଛି ଦେଶରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା କଥା ମଧ୍ୟ ଜଣାପଡ଼ିଛି । ଭାରତରେ ମଧ୍ୟ ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି ବୋଲି ‘ମନ୍‌ କି ବାତ୍‌’ରେ କହିଛନ୍ତି ମୋଦି ।

ଏହି ଅବସରରେ କାନାଡା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । କାନାଡା ସରକାରଙ୍କ ସହଯୋଗ କାରଣରୁ ଶହେ ବର୍ଷର ମାତା ଅର୍ଣ୍ଣପୂର୍ଣ୍ଣାଙ୍କ ମୁର୍ତ୍ତି ଭାରତ ଫେରି ପାଇଛି । ଏହି ମୁର୍ତ୍ତିକୁ ୧୯୧୩ରେ ଭାରତରୁ ଚୋରି କରି ନିଆଯାଇଥିଲା । ଅନ୍ୟପଟେ ସୋମବାର ପୂରା ଦେଶ ଗୁରୁ ନାନକଦେବଙ୍କ ୫୫୧ ତମ ପ୍ରକାଶ ପର୍ବ ପାଳନ କରିବାକୁ ଯାଉଛି । ୨୦୦୧ ଭୂମିକମ୍ପ ଯୋଗୁଁ କଛ ଲଖପତ୍ ଗୁରୁଦ୍ୱାରା ସେହିବ ଭାଙ୍ଗି ଯାଇଥିଲା । କିନ୍ତୁ ଗୁରୁଙ୍କ କୃପାରୁ ଏହାକୁ ପୁନଃ ନିର୍ମାଣ କରାଯାଇ ପାରିଛି । ଏହି ଅବସରେ ଶ୍ରୀଅରବିନ୍ଦଙ୍କୁ ମନେ ପକାଇଥିଲେ ମୋଦି । ଡିସେମ୍ବର ୫ରେ ଶ୍ରୀଅରବିନ୍ଦଙ୍କ ପୂଣ୍ୟତିଥି ।

ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରାଯାଉଛି; ଅଭିଯୋଗ ଆଣିଲେ ଓ୍ବାଜିଦ ଖାନଙ୍କ ପତ୍ନୀ

ମୁମ୍ବାଇ: ୨୦୨୦ ମସିହାରେ କରୋନା ସଂକ୍ରମଣରେ ଅନେକ କଳାକାରଙ୍କର ପ୍ରାଣହାନୀ ଘଟିଛି । ତନ୍ମଧ୍ୟରେ ବଲିଉଡର  ଲୋକପ୍ରିୟ ଯୋଡି ସାଜିଦ୍-ଓ୍ୱାଜିଦର  ଓ୍ୱାଜିଦ ଖାନ୍ ରହିଛନ୍ତି। ଯାହାଙ୍କର ନିଧନ ଗତ ଜୁନ୍ ୧ ତାରିଖରେ ହୋଇଥିଲା ।

ସ୍ୱାମୀ ଓ୍ୱାଜିଦଙ୍କ ମୃତ୍ୟୁ ପରେ ତାଙ୍କ ଧର୍ମପତ୍ନୀ କମଲରୁଖ ଏକପ୍ରକାର ଭାଙ୍ଗି ପଡିଥିଲା ବେଳେ ନିଜ ଶ୍ୱଶୁର ଘର ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଓ୍ୱାଜିଦଙ୍କ ପରିବାର ଲୋକେ ତାଙ୍କୁ ଧର୍ମ ପରିବର୍ତ୍ତନ କରି ଇସଲାମ୍ ଧର୍ମ ଆପଣେଇବାକୁ ବାଧ୍ୟ କରୁଥିବା ସମ୍ପର୍କୀତ ଏକ ପୋଷ୍ଟ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ।

କମଲରୁଖଙ୍କ କହିବା ଅନୁଯାୟୀ ସେ ପାରସୀ ଥିବା ବେଳେ ଓ୍ବାଜିଦ ମୁସଲିମ୍ ସମ୍ପ୍ରଦାୟର ଲୋକ ଥିଲେ । ଏମିତିକି ସେମାନଙ୍କର ବିବାହ ଇଣ୍ଟରକାଷ୍ଟ ମ୍ୟାରେଜ ଅଧିନରେ ହୋଇଥିଲା । ଯାହାପରେ ତାଙ୍କୁ ମଧ୍ୟ ଧର୍ମ ଭିତ୍ତିକ ଭେଦଭାବର ସମ୍ମୁଖୀନ ହେବାକୁ ପଡିଥିଲା ।

ସାଜିଦ୍-ୱାଜିଦ୍ ଯୋଡି ବଲିଉଡକୁ ଅନେକ ସୁପରହିଟ୍ ଗୀତ ଭେଟି ଦେଇଛନ୍ତି। ଦବଙ୍ଗ ସିରିଜ୍, ପାଗଲପନ୍ତି, ହିରୋପନ୍ତି, ମେ ତେରା ହିରୋ, ଜୁଡଓ୍ୱା ୨, ଚଶମେ ବଦୁର, ହିମତୱାଲା, ଏକ ଥା ଟାଇଗର, ହାଉସଫୁଲ ୨, ବୀର, ୱାଣ୍ଟେଡ, ଗଡ୍ ତୁସି ଗ୍ରେଟ୍ ହୋ, ଓ୍ୱେଲକମ୍, ପାର୍ଟନର, ମୁଝସେ ସାଦି କରୋଗି, ତେରେ ନାମ, ହମ ତୁମହାରେ ହେ ସନମ ଓ ହେଲୋ ବ୍ରଦର ଭଳି ଚଳଚ୍ଚିତ୍ର ରହିଛି ।

ସାଇକେଲରେ ୨୭ ଘଣ୍ଟାରେ ୪ଶହ କିଲୋମିଟର ଅତିକ୍ରମ କରିବାର ଲକ୍ଷ୍ୟରେ ୩୨ ଜଣିଆ ଟିମ୍‌

0

ନରସିଂହପୁର: ସାଇକେଲରେ ୨୭ ଘଣ୍ଟାରେ ୪ ଶହ କିଲୋମିଟରର ସାଇକେଲ ଯାତ୍ର । ରେକର୍ଡ କରିବା ଲକ୍ଷରେ ବାହାରିଛନ୍ତି ୩୨ ଜଣିଆ ଟିମ୍‌ । ଏମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ଭୁବନେଶ୍ୱରରୁ ବାହାରିଛନ୍ତି ରେକର୍ଡ କରିବା ପାଇଁ । ତେବେ ୨୭ ଘଣ୍ଟାରେ ଚାରି ଶହ କିଲୋମିଟର ଅତିକ୍ରମ କରିବାର ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି  ସାଇକେଲ ଯାତ୍ରା । ସୂଚନାରୁ ପ୍ରକାଶ ଯେ ଭୁବନେଶ୍ୱର ସାଇକେଲିଙ୍ଗ୍ ଏଣ୍ଡ ଆଡ଼ଭେଞ୍ଚର କ୍ଳବର ସଭାପତି ତଥା ପରିବହନ କମିଶନର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଙ୍କ ନେତୃତ୍ୱରେ ଏହି ସାଇକେଲ ଶୋଭାଯାତ୍ରାରେ ବାହାରିଛି ।

 

ଏକମାତ୍ର ମହିଳା ସାଇକେଲ ଚାଳକ ସିପ୍ରା ହୋତା ଙ୍କ ସମେତ ଏହି ୩୨ ଜଣିଆ ଟିମ୍  ଭୁବନେଶ୍ୱରରୁ ବାହାରି  ନରସିଂହପୁର ଠାରେ  ପହଁଞ୍ଚିଥିଲେ । ସାର୍ପ ପକ୍ଷରୁ ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୁଳମଣି ବାରିକି, ଅଧ୍ୟାପକ ଡ଼ ପ୍ରଫୁଲ କୁମାର ସାହୁ, ସାର୍ପ ସମ୍ପାଦକ  ବିଜୟ କୁମାର ପଣ୍ଡା ଶ୍ରୀ ସଞ୍ଜୀବ ପଣ୍ଡା ଓ ତାଙ୍କ ଟିମ ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ସେମାନେ ନରସିଂହପୁରରୁ ବାହାରି ଅଂଶୁପା, ଜାତମୁଣ୍ଡିଆ, ତ୍ରିଶୂଳିଆ ଦେଇ ପୁରୀ, କୋଣାର୍କ ଚନ୍ଦ୍ରଭାଗା ହୋଇ ୨୭ ଘଣ୍ଟାରେ ଚାରି ଶହ କିଲୋମିଟର ଅତିକ୍ରମ କରି ଭୁବନେଶ୍ୱର ସହିଦନଗର ଠାରେ ପହଁଞ୍ଚିବେ ବୋଲି ଆଡିସନାଲ ଡିଜି ତଥା ପରିବହନ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି ।

ବିଜେଡି ସୁପ୍ରିମୋଙ୍କ ଜିରୋ ଟଲେରାନ୍ସ ନୀତି, ‘ଜନ ବିରୋଧୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜିରୋ ଟଲେରାନ୍ସ ନୀତି । ଜନ ବିରୋଧୀ କାର୍ଯ୍ୟ କଲେ ରକ୍ଷା ନାହିଁ । ଯିଏ ଲୋକଙ୍କ ବିରୋଧରେ କାର୍ଯ୍ୟ କରିବ ଓ ଦୁର୍ନୀତି କରିବ ବା ଦୁର୍ନୀତିକୁ ପ୍ରସୟ ଦେବ ସେ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ଦଣ୍ଡ ପାଇବ । ଏଭଳି ନୀତିକୁ ଆଜି ପୁଣି ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବିଦା କରିଛନ୍ତି ।

ପ୍ରଦୀପଙ୍କ ନାଁରେ ପୂର୍ବରୁ ଅନେକ ଜନ ବିରୋଧୀ କାର୍ଯ୍ୟ କରିଥିବା ଏବଂ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ରହିଥିଲା । ସ୍ଥାନୀୟ ଅଞ୍ଚଳରେ ସେ ଏକ ପ୍ରକାର ନିଜର ପତିଆରା ବିସ୍ତାର କରିଥିଲେ । ଏମିତିକି ପ୍ରଦୀପଙ୍କ ବିନା ଅନୁମତିରେ ସେଠାରେ ପତ୍ରଟିଏ ହଲେ ନାହିଁ ବୋଲି କୁହାଯାଏ । ହେଲେ ପାଠକ ବାପ-ପୁଅ ପ୍ରଦୀପଙ୍କ ସାମ୍ରାଜ୍ୟ ଭାଙ୍ଗିଦେଲେ । ଆଉ ପ୍ରଦୀପଙ୍କ ସବୁ କଳାକାରନାମା ପଦାରେ ପକାଇଦେଲେ ।

Akash Pathak Fake MD Of Tata Motors Issued Offer Letters

ଦୁଇ ଦିନ ପୂର୍ବେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଅଭୟକାନ୍ତ ପାଠକ୍‌ ଓ ତାଙ୍କ ପୁଅ ଠକ ଆକାଶ ପାଠକ୍‌ଙ୍କ ସହ ପ୍ରଦୀପଙ୍କ ସମ୍ପୃକ୍ତି ଥିଲା । ଆକାଶ ସହ ପ୍ରଦୀପଙ୍କ ଝିଅର ବିବାହ ସ୍ଥିର ହୋଇଥିଲା । ଖାଲି ସେତିକି ନୁହେଁ ବିବାହର କାର୍ଡ ମଧ୍ୟ ଛପା ସରିଥିଲା । ପ୍ରଦୀପ ସ୍ଥାନୀୟ ବିଧାୟକ ଥିବାରୁ ଆକାଶ ସେଠାରେ ଲୋକଙ୍କୁ ଚାକିରି କରାଇଦେବ କହି ଟଙ୍କା ଲୁଟ୍‌ କରୁଥିଲା । ଆକାଶ ନିଜକୁ ଟାଟା ମୋଟର୍ସର ଉଚ୍ଚପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଲୁଟୁଥିଲେ । ଆଉ ପ୍ରଦୀପଙ୍କ ପତିଆରା ଯୋଗୁଁ ଆକାଶ ବିରୋଧରେ ଲୋକ ଥାନାକୁ ବି ଯାଇପାରୁ ନଥିଲେ । ଯଦି କେହି ସ୍ୱର ଉତ୍ତୋଳନ କରୁଥିଲେ ତାକୁ ଜେନତେନ ପ୍ରକାରେ ପ୍ରଦୀପଙ୍କ ଇଙ୍ଗିତରେ ଚାପି ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି ।

Abhay-Kant-Pathak

ଏଭଳି ବିିଭିନ୍ନ ଜନ ବିରୋଧୀ କାର୍ଯ୍ୟ ଯୋଗୁଁ ଦୀର୍ଘ ଦିନ ଧରି ଲୋକଙ୍କ ମନରେ ପ୍ରଦୀପଙ୍କ ପାଇଁ ଅସନ୍ତୋଷ ଭରି ରହିଥିଲା । ସେ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ସହ ସେଥିରେ ସମ୍ପୃକ୍ତି ଥିବା କଥା ଅଭିଯୋଗ ହୋଇ ଆସୁଥିଲା । ଏହି ସବୁ କାରଣରୁ ତାଙ୍କୁ ବିଜେଡି ବହିସ୍କୃତ କରାଯାଇଛି ।

ପୂର୍ବରୁ ମଧ୍ୟ ବିଜେଡିରୁ ଅନେକ ବଡ଼ ବଡ଼ିଆ ନେତାଙ୍କୁ ଏଭଳି ଦଳ ବିରୋଧୀ ଓ ଜନ ବିରୋଧୀ କାର୍ଯ୍ୟ ପାଇଁ ବିଦା କରାଯାଇଛି । ପ୍ରଦୀପ ବିଜେଡି ଟିକଟରୁ ୩ ଥର ବିଧାୟକ ହୋଇଛନ୍ତି । ଏମିତିିକି ଶିକ୍ଷାମନ୍ତ୍ରୀ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି ।

IIFL ଲୁଟ ଘଟଣାରେ ଲାଲା ସମେତ ୨ଜଣ ସହଯୋଗୀଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଲା କମିଶନରେଟ ପୋଲିସ

କଟକ: କଟକ ନୟାଗଡ଼ ଆଇଆଇଏଫଏଲ ଲୁଟ ଘଟଣା । ମାଷ୍ଟର ମାଇଣ୍ଡ ଲାଲା ଅମୃତ ରାୟ ସମେତ ୨ଜଣ ସହଯୋଗୀଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ସୁନା ଚୋରି ଆହୁରି ବାକି ଥିବା ବେଳେ ଅଧିକ ତଥ୍ୟ ପାଇଁ ରିମାଣ୍ଡରେ ନେଇଛି ପୋଲିସ । ଏ ଯାଏଁ ଲୁଟ ଘଟଣାରେ ୧୦ କିଲୋ ସୁନା ଗହଣା ଠାବ ହୋଇଥିବା ବେଳେ ୧୦ ଜଣଙ୍କୁ ଗିରଫ କରାଗଲାଣି ।

ସେମଧ୍ୟରେ ମାନାପୁରମର ଦୁଇଟି ବ୍ରାଞ୍ଚରୁ ୬ କିଲୋ ୭ ଶହ ସୁନା ମିଳିଥିଲା । ସଂସ୍ଥାରୁ ଠାବ ହୋଇଥିବା ସମସ୍ତ ସୁନା ପୋଲିସ ହେପାଜତରେ ରହିବ । ସୁନା ବନ୍ଧକ ଥିବା ଲୋକେ ଫେରାଇବା ଦାୟିତ୍ଵ ଆଇଆଇଏଫ୍ଏଲ ସଂସ୍ଥାର ବୋଲି କହିଛନ୍ତି ପୋଲିସ କମିଶନର । ନୟାସଡ଼କ ଆଇଆଇଏଫଏଲ ଫାଇନାନ୍ସ ଲୁଟ ଘଟଣାରେ ଦୁଇ ଅଳଙ୍କାର ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।

ମଙ୍ଗଳାବାଗ ଓ ପୁରୀଘାଟର ଦୁଇ ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଲାଲା ସହିତ ସଂପୃକ୍ତି ନେଇ ଗିରଫ କରାଯାଇଛି । ପୂର୍ବରୁ ମାଷ୍ଟରମାଇଣ୍ଡ ଲାଲା ଅମୃତ ରାୟ ସମେତ ୫ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡରେ ନେଇଥିଲା କମିଶନରେଟ ପୋଲିସ ।