ସିବିଆଇ ଜାଲରେ GSTର ୩ ଅଧିକାରୀ, ଠକିବା ପାଇଁ ହୋଟେଲରେ ଚାଲିଥିଲା ବ୍ଲୁ-ପ୍ରିଣ୍ଟ

CBI GST

ଭୁବନେଶ୍ୱର: ସିବିଆଇ ଜାଲରେ ଜିଏସଟିର ୩ ଅଧିକାରୀ । ଜିଏସଟି ଠକିବା ପାଇଁ ହୋଟେଲରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲା ବେଳେ ୩ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଅଟକ ରଖିଛି ସିବିଆଇ । ଭୁବନେଶ୍ୱର ରାମମନ୍ଦିର ନିକଟ ଏକ ହୋଟେଲରୁ ସମସ୍ତଙ୍କୁ କାବୁ କରିଛି ସିବିଆଇ । ପ୍ରାୟ ୧୦ ଲକ୍ଷ ଟଙ୍କାର ଲାଞ୍ଚ କାରବାର ହୋଇଥିବା ସୂଚନା ମିଳିଛି ।

ହୋଟେଲର ସିସିଟିଭି ଯାଞ୍ଚ କରୁଛି ସିବିଆଇ ଟିମ୍ । ଏପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି । ଠକେଇରେ ଖୋଦ ଜିଏସଟି ଇନ୍ସପେକ୍ଟର ସାମିଲ ଥିବା ଜଣାପଡ଼ିଛି । ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସିବିଆଇ ।

ସିବିଆଇର ୬ ଜଣିଆ ଟିମ ହୋଟେଲ ପରିସରରେ ଜେରା କରୁଛନ୍ତି । ପୂର୍ବରୁ ଜିଏସଟି ଠକିବା ଅଭିଯୋଗରେ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଥିଲା । ଏଥିରେ ୫୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨୦ କୋଟି ଟଙ୍କାର ଠକେଇ ଠାବ ହୋଇଥିଲା।

Leave a Reply