spot_img
Home Blog Page 6206

୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି, ଲୋକଙ୍କ ମତାମତ ଲୋଡ଼ିଲା ଅର୍ଥ ବିଭାଗ

0

ଭୁବନେଶ୍ୱର: ଆରମ୍ଭ ହେଲା ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି । ବିଭିନ୍ନ ବର୍ଗର ଲୋକଙ୍କଠାରୁ ମତାମତ ମାଗିଛି ରାଜ୍ୟ ଅର୍ଥ ବିଭାଗ । ୨୦୨୧- ୨୨ ଆର୍ଥିକ ବର୍ଷର ବଜେଟ୍‌ ପାଇଁ ଅର୍ଥ ବିଭାଗ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ଲୋକଙ୍କଠାରୁ ପରାମର୍ଶ ମାଗିଛି । ଯାହାକି ୱେବ୍‌ ପୋର୍ଟାଲ, odisha.gov.in, budget.in ଏବଂ odisha.inରେ ଉପଲବ୍ଧ । ସେହିପରି ବଜେଟ୍‌ ସଂକ୍ରାନ୍ତ ମତାମତ ହ୍ୱାଟ୍‌ସଆପ୍‌, ଇମେଲ୍‌ ମାଧ୍ୟମରେ ମଧ୍ୟ ସାଧାରଣ ଲୋକ ପଠାଇ ପାରିବେ । ମଙ୍ଗଳବାରଠାରୁ ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ମତାମତ ପଠାଇ ହେବ ।

ତେବେ ଗତ ବର୍ଷ ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ଲୋକଙ୍କ ମତାମତ ଗ୍ରହଣ କରାଯାଇଥିଲା । ରାଜ୍ୟବାସୀଙ୍କ ମତାମତ ଓ ପରାମର୍ଶ ଅନୁଯାୟୀ ବଜେଟ୍‌ ପ୍ରସ୍ତୁତ କରିଥିଲା ଅର୍ଥ ବିଭାଗ । ରାଜ୍ୟବାସୀ ମଧ୍ୟ ସରକାରଙ୍କ ଏଭଳି ବ୍ୟବସ୍ଥାକୁ ସ୍ୱାଗତ କରିଥିଲେ ।

ପୁଅ ପରେ ବାପା ରିମାଣ୍ଡରେ, ପୋଲିସ ଉଗାରିବ ପାଠକ୍‌ ସାମ୍ରାଜ୍ୟର ଅନେକ ଗୁମର

ଭୁବନେଶ୍ୱର: ସ୍କାଏ କିଙ୍ଗ ଠକେଇ ମାମଲା । ଅଭୟକାନ୍ତ ପାଠକଙ୍କୁ ରିମାଣ୍ଡରେ ନେଲା ଖାରବେଳ ନଗର ଥାନା ପୋଲିସ । ୨ ଦିନିଆ ରିମାଣ୍ଡ ପାଇଁ ଖାରବେଳ ନଗର ଥାନା ପୋଲିସ ଆବେଦନ କରିଥିବା ବେଳେ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି । ତେବେ ଅଭୟଙ୍କୁ ଜେରା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ଆଶା ରଖିଛି । କାରଣ ପୁଅ ଆକାଶ ପାଠକ୍‌କୁ ଜେରା ପରେ ପାଠକ୍‌ ସାମାଜ୍ୟର ଅନେକ ଗୁମର ଖୋଲିଥିଲା । ଟାଟା ମୋଟର୍ସ ନାଁରେ ଠକେଇ କରୁଥିବା ବେଳେ ଅଭୟକାନ୍ତ ତାଙ୍କୁ ସହଯୋଗ କରୁଥିବା କଥା ସାମ୍ନାକୁ ଆସିଥିଲା । ଏମିତିକି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କଳାକାରନାମାର ଗୁମର ମଧ୍ୟ ଫିଟିଥିଲା । ତେବେ ଆକାଶଙ୍କ ବୟାନକୁ ଆଧାର କରି ପୋଲିସ ଅଭୟକାନ୍ତଙ୍କୁ ରିମାଣ୍ଡରେ ନେଇଛି । ଅଭୟକାନ୍ତଙ୍କଠାରୁ ଆହୁରି ଅନେକ ତଥ୍ୟ ଉଗାରିବ ବୋଲି ପୋଲିସ ଆଶା ରଖିଛି । ଏହି ଠକେଇ ପଛରେ ଆଉ କେଉଁମାନେ ସହଯୋଗ କରୁଥିଲେ ସେମାନଙ୍କ ନାଁ ମଧ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି ।

ସେପଟେ ସ୍କାଏକିଙ୍ଗର ୬୫ ଲକ୍ଷ ଠକେଇ ମାମଲାରେ ଏବେ ଜେଲ୍‌ରେ ଅଛନ୍ତି ଆକାଶ ପାଠକ । ୪ ଦିନିଆ ରିମାଣ୍ଡ ଶେଷ ପରେ ଜୁନିଅର ପାଠକଙ୍କୁ ଭୁବନେଶ୍ୱରର ଏସଡିଜିଏମ୍ କୋର୍ଟରେ ହାଜର କରାଯାଇଥିଲା । ପରେ ଜେଲ୍‌କୁ ପଠାଯାଇଛି ।

ସ୍କାଏକିଙ୍ଗରେ ୬୫ ଲକ୍ଷ ଠକେଇ କଥା ସେ ସ୍ୱୀକାର କରିଛନ୍ତି । ଖାଲି ସେତିକି ନୁହେଁ ଟାଟା କମ୍ପାନୀରେ ଏମଡି ନଥିବା କଥା ମଧ୍ୟ ମାନିଛନ୍ତି ଜୁନିୟର ପାଠକ୍‌ । ଏପରିକି କିଭଳି ଆକାଶ ଟାଟାର ଫେକ ଲେଟର ତିଆରି କରିଥିଲେ ? କିଭଳି ଟାଟାର ଜିଏସ୍‌ଟି ନମ୍ବର ବ୍ୟବହାର କରି ଠକେଇର ଜାଲ ବିଛାଇଥିଲେ ? ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ଠକେଇ କରିବାକୁ ଜିଏସ୍‌ଟି ନମ୍ବର ବ୍ୟବହାର କରୁଥିଲେ ଆକାଶ । ଆଶାୟୀ ଚାକିରି ପ୍ରାର୍ଥୀ ଓ କମ୍ପାନୀଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଟାଟା କମ୍ପାନୀର ଜିଏସ୍‌ଟି ନମ୍ବରକୁ ବ୍ୟବହାର କରିବା ଜୁନିଅର ପାଠକଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା । ଜେରା ବେଳେ ଏ ସବୁ କଥା ମାନିଛନ୍ତି ଆକାଶ ।

14.77 Core Transaction Done In Arrested IFS Abhay Kant Pathak’s Son Akash Bank Account

କରୋନା ପ୍ରଭାବ : ଜାନୁଆରୀ ଓ ଫେବ୍ରୁଆରୀରେ ହେବ ନାହିଁ ସିବିଏସଇ ପରୀକ୍ଷା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ଜାନୁଆରୀ ଓ ଫେବ୍ରୁଆରୀ ମାସରେ CBSE ବୋର୍ଡ ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ଏହି ଘୋଷଣା କରିଛନ୍ତି । ପରୀକ୍ଷା ପାଇଁ ନୂଆ ତାରିଖ ପରେ ଘୋଷଣା କରାଯିବ ବୋଲି ନିଶଙ୍କ କହିଛନ୍ତି ।

ଶିକ୍ଷା ସମ୍ବାଦର ୨୨ତମ ସଂସ୍କରଣ କାଳରେ ଆଜି ଶିକ୍ଷକଙ୍କ ସହ ଲାଇଭ୍ ଅନଲାଇନ୍ ମତ ଆଦାନପ୍ରଦାନ କାଳରେ କେନ୍ଦ୍ର ଶିକ୍ଷ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଶିକ୍ଷା ସମ୍ବନ୍ଧିୟ ବିଭିନ୍ନ ପ୍ରସଙ୍ଗ ଉପରେ ଶିକ୍ଷମନ୍ତ୍ରୀ ଆଲୋଚନା କାଳରେ କରୋନା କାରଣରୁ ପରୀକ୍ଷା ପରିଚାଳନାରେ ଆସୁଥିବା ସମସ୍ୟା ବାବଦରେ ମତ ରଖିଥିଲେ ।

ପରୀକ୍ଷା ପାଇଁ ବିଦ୍ୟାର୍ଥୀଙ୍କୁ ପର୍ଯ୍ୟାପ୍ତ ସମୟ ମିଳିବ

ଅଭିଭାବକଙ୍କ ପକ୍ଷରୁ ବୋର୍ଡ ପରୀକ୍ଷା ମେ ମାସରେ କରିବାକୁ ଦାବି ହୋଇ ଆସୁଛି । ଚଳିତ ମମାସରେ ନିଶଙ୍କ କହିଥିଲେ ଯେ, ଛାତ୍ରଙ୍କୁ ପରୀକ୍ଷାର ନୂଆ ପ୍ୟାଟର୍ଣ୍ଣ ଅନୁସାରେ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବ ।ପରୀକ୍ଷା ମାର୍ଚ୍ଚ ମାସରେ କରିବାର କୌଣସି ବାଧ୍ୟବାଧକତା ନାହିଁ । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ନିର୍ଧାରିତ କରାଯିବ ।

୩୦ ପ୍ରତିଶତ ପାଠ୍ୟକ୍ରମ କମ

ପୂର୍ବରୁ ୨୦୨୧ ବୋର୍ଡ ପରୀକ୍ଷା ପାଇଁ ସିବିଏସଇର ୩୦ ପ୍ରତିଶତ ସିଲାବସ କମ କରି ଦିଆଯାଇଛି । ମାର୍କସିଟରୁ ଫେଲ ଶବ୍ଦକୁ ହଟାଇ ଦିଆଯାଇଛି ।

ଏଣିକି କଏଦୀଙ୍କୁ ଆଉ ମଶା କାମୁଡ଼ିବନି, ଝାରପଡ଼ା ଜେଲ୍‌ରେ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: କଏଦୀମାନଙ୍କ ପାଇଁ ପୁଣି ଦରଦ ଦେଖାଇଲେ ଜେଲ୍ ‌କର୍ତ୍ତୃପକ୍ଷ । କଏଦୀଙ୍କୁ ମସା କାମୁଡ଼ୁଛି ବୋଲି ତାଙ୍କ ପାଇଁ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା । ଏଣିକି ମଶା ଓ ବିଶାକ୍ତ ପୋକ ଜୋକ ମାରିବା ପାଇଁ ଜେଲ୍‌ର ପ୍ରତ୍ୟେକ ଓ୍ୱାର୍ଡରେ ବୁଲିବ ଫଗିଂ ମେସିନ୍‌ । ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଝାରପଡ଼ା ଜେଲ୍‌ରେ । ଫଗିଂ ମେସିନ୍‌ ବୁଲିବା ଦ୍ୱାରା କଏଦୀମାନେ ମସା ଦାଉରୁ ରକ୍ଷା ପାଇବେ । ଏମିତିକି ଜେଲ୍‌ ଓ୍ୱାର୍ଡରେ ହେଉଥିବା ପୋକ ଜୋକ ଦାଉରୁ ମଧ୍ୟ ଆରମ୍‌ ପାଇବେ କଏଦୀ । ପ୍ରଥମ ଦିନ ଫଗିଂ ମେସିନ୍‌ ସବୁ ଓ୍ୱାର୍ଡରେ ବୁଲି ସାରିଥିବା ବେଳେ, ନିୟମିତ ଭାବେ ଏହି ପ୍ରକ୍ରିୟା ଚାଲିବ ବୋଲି କୁହିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ । ବିଚାରାଧୀନ କଏଦୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଗକୁ ଦୈନଦିନ ଏଭଳି ପ୍ରକ୍ରିୟା ଜାରି ରହିବ ବୋଲି ଜେଲ ସୁପରିଟେଣ୍ଡେଣ୍ଟ ଡି. ଏନ.ବାରିକ କହିଛନ୍ତି ।

prisoners

ସେହିଭଳି ନିକଟ ଅତୀତରେ ଐତିହାସିକ, ପୌରାଣିକ ଓ ପରିବେଶ ସୁରକ୍ଷା ଭଳି ଫିଲ୍ମ ଦେଖିବା ପାଇଁ ଜେଲ ପରିସରରେ ବ୍ୟବସ୍ଥା କରାଯାଇଛି । ଏହାସହ ସାଉଣ୍ଡ ସିଷ୍ଟମ୍‌ ମଧ୍ୟ ଲାଗିଛି । ସକାଳେ ଓ ସନ୍ଧ୍ୟାରେ ଯେପରି କଏଦୀମାନେ ଭଜନ, ଆଧ୍ୟାତ୍ମିକ କଥା ଶୁଣିପାରିବେ, ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ସଂଗୀତ ଓ ଆଧ୍ୟାତ୍ମିତ କଥା ତଥା ପ୍ରବଚନ ଶୁଣିଲେ କଏଦୀଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଆସିବ ବୋଲି କୁହାଯାଉଛି ।

Jail

ଖାଲି ସେତିକି ନୁହେଁ ଜେଲ୍‌ରେ ପବ୍ଲିକ୍‌ ଆଡ୍ରେସ୍ ସିଷ୍ଟମ୍‌ ଓ ଅତ୍ୟାଧୁନିକ ଆକ୍ୱାଗାର୍ଡ ମଧ୍ୟ ଲଗାଯାଇଛି । କଏଦୀଙ୍କ ସୁବିଧା ଲାଗି ଜେଲ୍‌ ଭିତରେ ଏକ କିଓସ୍କ ମେସିନ୍ ସ୍ଥାପନ କରାଯାଇଛି । ଏହି ମେସିନ୍ ଜରିଆରେ କଏଦୀମାନେ ନିଜ ମାମଲାର ସ୍ଥିତି ସମ୍ପର୍କରେ ସିଧାସଳଖ ଜାଣିପାରିବେ । ଏହାକୁ ଇ-କୋର୍ଟ ଦ୍ୱାରା ସଂଯୋଗ କରାଯାଇଛି । ଏହା ସହ ଜେଲ୍‌ର ଅବ୍ୟବସ୍ଥା, ସୁରକ୍ଷା ଓ ଅନ୍ୟ ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇଁ କମ୍ପ୍ଲେନ ବକ୍ସ ଲାଗିଥିବା କହିଛନ୍ତି ସୁପରିଟେଣ୍ଡେଣ୍ଟ ଡି. ଏନ.ବାରିକ ।

ସରକାରଙ୍କ ‘ମୋ ଉପକାରୀ ବଗିଚା’ ଯୋଜନାର ସଫଳ ରୂପାୟନ, ସ୍ୱାବଲମ୍ବି ହେଉଛନ୍ତି ମହିଳା

ଜଗତସିଂହପୁର: ଓଡ଼ିଶା ସରକାରଙ୍କ ମୋ ଉପକାରୀ ବଗିଚା ଯୋଜନାରେ ଉପକୃତ ହୋଇଛନ୍ତି ହଜାର ହଜାର ମହିଳା । ଏନେଇ ସେମାନେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜଗତସିଂହପୁର ଜିଲ୍ଲାର ଅନେକ ମହିଳା ଗୋଷ୍ଠି ଏହି ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି । ସେମାନେ ନିଜକୁ ସ୍ୱାବଲମ୍ବି କରିବା ସହ ଅନ୍ୟକୁ ମଧ୍ୟ ରୋଜଗାରକ୍ଷମ କରାଇଛନ୍ତି । ଖାଲି ସେତିକି ନୁହେଁ ସେମାନେ ଜିଲ୍ଲାରୁ ପୁଷ୍ଟିହୀନତା ଓ ରକ୍ତହୀନତା ଦୁର କରିବା ପାଇଁ ମଧ୍ୟ ଅନେକ ସହାୟ ହୋଇଛନ୍ତି ।

ଜଗତସିଂହପୁର ଜିଲ୍ଲାରେ ଓଡ଼ିଶା ଜୀବିକା ମିଶନ ଓ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ସହଯୋଗାରେ ମୋ ଉପକାରୀ ବଗିଚା ଯୋଜନା କାର୍ଯ୍ୟକାରୀ କରାଯାଉଛି । ଜଗତସିଂହପୁର ବ୍ଲକ ତରତଙ୍ଗ ପଞ୍ଚାୟତରେ କରାଯାଇଥିବା ମୋ ଉପକାରୀ ବଗିଚା ଯୋଜନାରେ ଚାଷ କରି ବେଶ ଲାଭବାନ ହୋଇପାରିଛନ୍ତି ବିଭିନ୍ନ ଗ୍ରୁପର ମହିଳା ।

ବର୍ଷା, ଶୀତ ଓ ଗ୍ରୀଷ୍ମ ତିନି ଋତୁରେ ହେଉଛି ଫସଲ । ୫୨ ଫୁଟ ଲମ୍ବ ଓ ୨୬ ଫୁଟ ପ୍ରସ୍ତରେ ୧୨ ପ୍ରକାର ଫସଲ କରିଛନ୍ତି ମହିଳା । ଭେଣ୍ଡି, ବାଇଗଣ, ଝୁଡଙ୍ଗ, ଛଚିନ୍ଦ୍ରା, ଜହ୍ନି, ଧନିଆ, ଶାଗ, ପାଳଙ୍ଗ, ମୂଳା, ବିଲାତି, କାକୁଡି, କଲରା ଆଦି ଗଛ ଲାଗିଛି । ଏଥିରୁ ଭଲ ଫସଲ ମଧ୍ୟ ଅମଳ ହେଉଛି । ସରକାରୀ ସ୍ତରରେ ଏଭଳି ଚାଷ କରିବା ପାଇଁ ସହଯୋଗ ଦିଆଯାଇଥିବାରୁ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜଗତସିଂହପୁର ଜିଲ୍ଲାର ପ୍ରାୟ ୬,୫୦୫ଜଣ ଏବେ ଏହି ଯୋଜନା ମାଧ୍ୟମରେ ବେଶ ଉପକୃତ ହୋଇଛନ୍ତି । ବଗିଚାରେ ଭଲ ଅମଳ ପାଇଁ ଏଥିରେ କୌଣସି ରସାୟନିକ ସାର ପ୍ରୟୋଗ କରାଯାଉ ନାହିଁ ବରଂ ହାତ ତିଆରି ଜୈବିକ ଖତ ବ୍ୟବହାରରେ ଉପରେ ଗୁରୁତ୍ୱ ଦିଆଯାଉଛି । ଯାହାଦ୍ୱାରା ଖୁବ ସୁନ୍ଦର ପନିପରିବା ଉତ୍ପାଦନ ହୋଇ ପାରୁଛି । ଗ୍ରାମଞ୍ଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାଙ୍କ ପାଇଁ ଏହି ମୋ ଉପକାରୀ ବଗିଚା ଯୋଜନା କରିଛନ୍ତି । ଯାହାଦ୍ୱାରା ଗ୍ରାମାଞ୍ଚଳର ମହିଳାଙ୍କ ପାଇଁ ପନିପରିବା ଚାଷ କରିବାକୁ ପ୍ରୋତ୍ସାହନ ମିଳିବ ।

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼, ଭାଇରାଲ ହେଲା ଭିଡିଓ…

ଭୁବନେଶ୍ୱର: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ମାଡ଼ । ସିସିଟିଭିରେ କଏଦ ହେଲା ପୁରା ଦୃଶ୍ୟ । ତେଲ ପକେଇବା ପରେ ପେଟ୍ରୋଲ ପମ୍ପ କର୍ମଚାରୀ ଜଣକ ଗ୍ରାହକଙ୍କୁ ଟଙ୍କା ମାଗିବାରୁ ତାଙ୍କୁ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରାଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୋଖରୀପୁଟ ଅଞ୍ଚଳରେ ।

ଭାଇରାଲ ହୋଇଥିବା ସିସିଟିଭି ଫୁଟେଜ୍‌ ଅନୁଯାୟୀ, ପ୍ରଥମେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ଆଉ ତା’ରେ ଉକ୍ତ କର୍ମଚାରୀଙ୍କୁ ଖୋଜିଥିଲେ । କର୍ମଚାରୀଙ୍କ ପାଇବା ପରେ ତାଙ୍କୁ ଟଣା ଓଟରା କରି ମାଡ଼ ମାରିଥିଲେ । ଦୁଇ ଜଣ ଯୁବକ ମାଡ଼ ମାରିବାର ମାତ୍ର କେଇ ସେକେଣ୍ଡ ଭିତରେ ତାଙ୍କ ଅନ୍ୟ ସାଙ୍ଗମାନେ ଆସି ସେଠାରେ ପହଞ୍ଚିଗଲେ । ଆଉ ସମସ୍ତେ ମିଳିମିଶି କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ତେବେ ଶେଷରେ ବ୍ଲାକ୍‌-ରେଡ୍‌ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଜଣେ ଯୁବକ ସେଠାରେ ପହଞ୍ଚିଥିଲେ ଆଉ ଫିଲ୍ମ ଷ୍ଟାଇଲ୍‌ରେ ତାଙ୍କୁ ମାଡ଼ ମାରି କ୍ୟାମେରା ଫୋକସ୍‌ରୁ ଆଉଟ୍‌ କରିଥିଲେ । ତେବେ କିଛି ସମୟ ପର୍ଯ୍ୟନ୍ତ ମାଡ଼ ମାରି ମନ ଶାନ୍ତି ହେବା ପରେ ସେଠାରୁ ସମସ୍ତେ ଚାଲି ଯାଇଥିଲେ ।

ସବୁଠାରୁ ବଡ଼ କଥା ହେଲା, ପମ୍ପରେ ଅନେକ ଲୋକ ତେଲ ପକେଇବା ପାଇଁ ଗାଡ଼ି ଧରି ଛିଡ଼ା ହୋଇଥିଲେ । ହେଲେ କେହି ବି ଜଣେ ଆସି ସେହି ଗଣ୍ଡଗୋଳକୁ ରୋକିବାକୁ ଚେଷ୍ଟା କରିନଥିଲେ । କିମ୍ବା ନୀରିହ କର୍ମଚାରୀଙ୍କୁ ମାଡ଼ ଖାଇବାରୁ ରକ୍ଷା କରିବାକୁ ଚେଷ୍ଟା କରି ନଥିଲେ । ସମସ୍ତେ ଘଟଣାର ମଜା ଉଠାଉଥିଲେ ।

ପରୀ ହତ୍ୟା ମାମଲା : କେମିତି ସନ୍ଦେହ ଘେରକୁ ଆସିଲା ଅଭିଯୁକ୍ତ ସରୋଜ ସେଠୀ ?

ଭୁବନେଶ୍ୱର: ପରୀ ମୃତ୍ୟୁ ନେଇ ପ୍ରତିଶୋଧର ନିଆଁରେ ଜଳୁଛି ସାରା ଓଡ଼ିଶା । ପରୀକୁ ନ୍ୟାୟ ଦେବା ହେଉଛି ସମସ୍ତଙ୍କ ଦାବି । ରାଜରାସ୍ତାରୁ ଆରମ୍ଭକରି ବିଧାନସଭା ଗୃହ, ଦୋଷୀକୁ ନ୍ୟାୟ ଦାବିରେ ଉଠୁଛି ପଡ଼ୁଛି । ନ୍ୟାୟ ପାଇଁ ରାଜ୍ୟର ପ୍ରତି ରାସ୍ତାରେ ହେଉଛି କ୍ୟାଣ୍ଡେଲ ମାର୍ଚ୍ଚ । ଆଉ ଏହାରି ଭିତରେ ପରୀ ହତ୍ୟା ଅଭିଯୁକ୍ତକୁ ଗିରଫ କରିଛି ଓଡିଶା ପୋଲିସର ସ୍ୱତନ୍ତ୍ର ଟାକ୍ସ ଫୋର୍ସ ବା SIT । ଗିରଫ ପରେ ଅଭିଯୁକ୍ତ ସରୋଜ ସେଠୀକୁ ତିନି ଦିନିଆ ରିମାଣ୍ଡରେ ନେଇଛି ଏସ୍‌ଆଇଟି । ନୟାଗଡ଼ ଜେଲରୁ ତାକୁ ରିମାଣ୍ଡରେ ନେଇଥିବା ଏସ୍‌ଆଇଟି ଟିମ୍ ଜେରା ବେଳେ ଆହୁରି ତଥ୍ୟ ଆଦାୟ  କରିପାରେ  ।

ଗଲା କିଛି ଦିନ ହେଲା  ପରୀ ହତ୍ୟାଘଟଣାକୁ କେନ୍ଦ୍ରକରି ରାଜ୍ୟ ରାଜନୀତି  ଜୋର୍‌ ଧରିଥିଲା । ହତ୍ୟାକାରୀକୁ ତୁରନ୍ତ ଗିରଫ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ ପ୍ରଦଶର୍ନ କରାଯାଇଥିଲା । ରାଜ୍ୟ ସରକାର ନାବାଳିକା ପରୀର ପରିବାରକୁ ନ୍ୟାୟ ପ୍ରଦାନ କରିବା ଉେଦ୍ଦେଶ୍ୟରେ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅନୁସନ୍ଧାକାରୀ ଦଳ ଗଠନ କରିଥିଲେ । ଏସ୍‌ଆଇଟି ତନାଘନା କରି ଏବେ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଆବଶ୍ୟକ ତଥ୍ୟ ପ୍ରମାଣ ମଧ୍ୟ ହାସଲ କରିଥିବା ପ୍ରକାଶ କରିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି

ସରୋଜ ପାଖରେ SIT ପହଞ୍ଚିଲା କେମିତି?  

ଅନ୍ୟ କାହା ଉପରେ ସନ୍ଦେହ ନକରି ସରୋଜ ସେଠୀ ଉପରେ ସନ୍ଦେହ କଲା କାହିଁକି ?

ଏଥିପାଇଁ SIT କି ପ୍ରକାର ତଦନ୍ତ ବ୍ୟବସ୍ଥା ଆପଣାଇଥିଲା ?

ଜୁଲାଇ ୧୪ ଦ୍ୱିପ୍ରହର, କରୋନା ପାଇଁ ଲକ୍‌ଡାଉନରେ ଥିଲା ପୁରା ରାଜ୍ୟ । ନୟାଗଡ଼ ଯଦୁପୁର ଅଞ୍ଚଳ ମଧ୍ୟ ଲକ୍‌ଡାଉନରେ ଥିଲା । ଆଉ ସେହି ସମୟରେ ପରୀକୁ ହତ୍ୟା ପରେ ଦୁଷ୍କର୍ମ କରାଯାଇଥିଲା । ଲକ୍‌ଡାଉନ ଯୋଗୁଁ ସେ ସମୟରେ ପ୍ରାୟ ଲୋକମାନେ ଘରେ ରହୁଥିଲେ । ତେଣୁ ଘଟଣାଦିନ କାହା ଘରେ କିଏ କିଏ ଥିଲେ, ସମସ୍ତଙ୍କ ଘର ଘର ବୁଲି ଟିକିନିଖି ଯାଞ୍ଚ କରିଥି SIT । ପୂରା ଗାଁ ତଦନ୍ତରେ ସହଯୋଗ କରିଥିଲା । ସେଥିରୁ ଜଣାପଡ଼ିଥିଲା ଯେ ସେଦିନ ସରୋଜ ଘରେ ଏକା ଥିଲା । ତେଣୁ ତା’ ଉପରେ ସନ୍ଦେହ କରିଥିଲା SIT । ଖାଲି ସେତିକି ନୁହେଁ । ସନ୍ଦେହର କେବଳ ଗୋଟିଏ କାରଣ ନଥିଲା ।

ସେତେବେଳେ ସନ୍ଦେହ ଘେରରେ ଥିବା ସରୋଜ ଭଉଣୀର ଫୋନକୁ ତନ ତନ କରି ଯାଞ୍ଚ କରିଥିଲା SIT । ଯାଞ୍ଚ ପରେ ଜଣାପଡ଼ିଥିଲା ଘଟଣା ପୂର୍ବ ଦିନ ରାତିସାରା ସେ ମୋବାଇଲରେ ନାବାଳିକା ବଳାତ୍କାର ଓ ହତ୍ୟା ଖବର ଦେଖିଥିଲା । ସେପଟେ ପଲିଗ୍ରାଫ ଟେଷ୍ଟ ରେ ଅରାଜି ହେବା । ପଲିଗ୍ରାଫ ଟେଷ୍ଟ ପାଇଁ ଅରାଜି ହେବାରୁ ତାକୁ ତା’ ଘର ଲୋକ ବୁଝାଇଥିଲେ । ଆଉ ସେତେବେଳେ ସରୋଜ କହିଥିଲେ ପଲିଗ୍ରାଫ ଟେଷ୍ଟ କଲେ ମୋତେ ଫାଶୀ ହୋଇଯିବ ବୋଲି ସରୋଜ କହିବା ଏବଂ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଆରୋପ ଶୁଣି ପ୍ରଥମେ ଚିହିଙ୍କି ପଡ଼ିବା । ଏଭଳି ଅନେକ ପ୍ରମାଣ ସରୋଜର ଅଜାଣତରେ SIT ହାତେଇଥିଲା ।

 

 

 

୨୪ ଘଣ୍ଟାରେ ୧୯ ହଜାର ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ

0

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ୧୯ ହଜାର ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୩୦୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଏହାକୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୬ ହଜାର ୧୧୧ରେ ପହଞ୍ଚିଛି।

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୫ ହଜାର ୧୧୬କୁ ବୃଦ୍ଧି ପାଇଛି। ୨ଲକ୍ଷ ୯୨ହଜାର ୫୧୮ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୬ଲକ୍ଷ ୩୬ହଜାର ୪୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

GST ଠକେଇ ମାମଲାରେ ଦୁଇ ସାମ୍ବାଦିକ ଗିରଫ !

ରାଉରକେଲା: ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ଓ୍ୱିଙ୍ଗ୍‌କୁ ବଡ଼ ସଫଳତା । ୨୦୦ କୋଟି ଟଙ୍କାର ଜାଲ ବିଲ ରାକେଟର ପର୍ଦ୍ଦାଫାଶ । ନୂଆକରି ଗଢି ଉଠିଥିବା ଜାଲ ବ୍ୟବସାୟୀକ ପ୍ରତିଷ୍ଠାନ ମାଧ୍ୟମରେ ଚାଲୁଥିଲା ରାକେଟ । ଏହି ରାକେଟରେ ସମ୍ପୃକ ଥିବା ତିନି ଜଣ ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣକୁ ରାଉରକେଲାରୁ ଗିରଫ କରାଯାଇଥିବା ବେଳେ ଆଉ ଜଣକୁ ଚୌଦ୍ୱାର ଅଞ୍ଚଳରୁ ଗିରଫ କରାଯାଇଛି । ଜାଲ ବ୍ୟବସାୟ ପ୍ରତିଷ୍ଠାନ ମାଧ୍ୟମରେ ସେମାନେ ପ୍ରାୟ ୪୦.୩୬ କୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରୁ ସୌମ୍ୟରଞ୍ଜନ ମହାନ୍ତି ଏକ ଘରୋଇ ଇନ୍‌ସୁରାନ୍ସ କମ୍ପାନୀର ସିନିଅର ବ୍ରାଞ୍ଚ ସର୍ଭିସ ମ୍ୟାନେଜର ଥିବା ବେଳେ ଅନ୍ୟ ଦୁଇଜଣ ହେଲେ ଶିବରାମ ପାତ୍ର ଓ ଅଙ୍କିତ ଅଗ୍ରୱାଲ ସାମ୍ବାଦିକ ବୋଲି ଜଣାପଡିଛି ।

ଅନ୍ୟପଟେ ସେହି ରାଉରକେଲାରେ ହିଁ ଜଣେ ଜିଏସ୍‌ଟି ଅଫିସର୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି । ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ରାଉରକେଲା ଜିଏସଟି ଅଫିସର ଅଲେଖ ମହାନନ୍ଦ । ସୂଚନା ଅନୁସାରେ ଛେଣ୍ଡ କଲୋନୀ ସ୍ଥିତ ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ କରିଛି । ମଙ୍ଗସପୁର, ଚକ୍ରପୁର, ହେମଗିରି ଓ ଅଫିସ ସମେତ ଭିଜିଲାନ୍ସ ବିଭାଗର ୪ଟି ଟିମ୍‌ ଏକ ସମୟରେ ୪ଟି ସ୍ଥାନରେ ଚଢଉ ଜାରି ରଖିଛି ।

Rourkela VIGILANCE

ଅପେକ୍ଷାର ହେବ ଅନ୍ତ: ଆସନ୍ତା ସପ୍ତାହରେ ଦିଲ୍ଲୀରେ ପହଞ୍ଚିବ କରୋନା ଟିକା

0

ନୂଆଦିଲ୍ଲୀ: ଦେଶରେ ଦୀର୍ଘ ସମୟ ଧରି କରୋନା ଟିକାର ଅପେକ୍ଷା କରାଯାଉଛି। ତେବେ ଖୁବ୍ ଶୀଘ୍ର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ବିଶେଷ ସୂତ୍ର ମୁତାବକ ଆସନ୍ତା ସପ୍ତାହରେ ଜିଲ୍ଲାରେ ପହଞ୍ଚିବ କରୋନା ଟିକାର ପ୍ରଥମ ସ୍ଲଟ।

ସୂଚନା ଅନୁଯାୟୀ, ଦିଲ୍ଲୀର ରାଜୀବଗାନ୍ଧି ହସ୍ପିଟାଲରେ କରୋନା ଟିକାକୁ ରଖାଯିବାର ଯୋଜନା ରହିଛି। ଏଥିପାଇଁ କୋଲ୍ଡ ଷ୍ଟୋରେଜର ବ୍ୟବସ୍ଥା ମଧ୍ୟ କରାଯାଇଛି। ଟିକାକରଣର ପ୍ରଥମ ଚରଣରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦେବାର ଯୋଜନା ରହିଛି। କରୋନା ଟିକାକରଣ କେନ୍ଦ୍ର ପାଇଁ ଦିଲ୍ଲୀରେ ଦୁଇଟି ଜାଗା ଚିହ୍ନଟ କରାଯାଇଛି।

ସେହିପରି ଟିକାର ସଂରକ୍ଷଣ ପାଇଁ ଦିଲ୍ଲୀ ସରକାର ୬୦୦ଟି ଶୀତଳ ଭଣ୍ଡାର ଚିହ୍ନଟ କରିଛନ୍ତି। ସୋମବାରରୁ ଟିକାକରଣରେ ସାମିଲ ହେବାକୁ ଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦିନିକିଆ ଟ୍ରେନିଂ ଦିଆଯାଉଛି। ରାଜୀବ ଗାନ୍ଧି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ, ଲୋକନାୟକ ହସ୍ପିଟାଲ, କସ୍ତୁରାବ ହସ୍ପିଟାଲ, ବାବାସାହେବ ଆମ୍ବେଦକର ହସ୍ପିଟାଲ, ଜିଟିବି ହସ୍ପିଟାଲ ଓ ମହଲ କ୍ଲିନିକଗୁଡ଼ିକୁ ଶୀତଳ ଭଣ୍ଡାର ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି।