‘ଓଡିଆ ମେଗା ସିରିୟଲ୍ କ୍ରିକେଟ୍‌ ଲିଗ୍‌’ ଉଦ୍‌ଘାଟିତ, ୧୪ଟି ମେଗାଧାରାବାହିକ ସାମିଲ

1 min read

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ କିଟ୍ ସ୍ପୋର୍ଟସ ଗ୍ରାଉଣ୍ଡ୍ ଠାରେ ‘ଓଡିଆ ମେଗା ସିରିୟଲ୍ କ୍ରିକେଟ୍‌ ଲିଗ୍‌’ ଉଦ୍‌ଘାଟିତ ହୋଇଯାଇଛି । ଦ୍ବିଦୀୟଦିବସୀୟ ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଚୌଧୁରୀ । ସାଧାରଣତଃ ଚ୍ୟାନେଲଗୁଡିକ ଟିଆରପି ଦଉଡରେ ସାମିଲ ହୋଇ ପରସ୍ପର ପ୍ରତି ପ୍ରତିଦ୍ବନ୍ଦୀ ମୂଳକ ଆଭିମୁଖ୍ୟ ପ୍ରତିପୋଷଣ କରିଥାନ୍ତି । ହେଲେ ଆଜି କିନ୍ତୁ ବନ୍ଧୁତାପୂର୍ଣ୍ଣ ତଥା ଭାଇଚାରାର ଯେଉଁ ନିଦର୍ଶନ ଦେଖିବାକୁ ମିଳିଛି ତାହା ଥିଲା ବେଶ ପ୍ରଶଂସନୀୟ ।

ସ୍ପନସର ଟିମ୍ ଆମେବି ପ୍ଲସକୁ ମିଶାଇ ମୋଟ୍ ୧୪ଟି ମେଗାଧାରାବାହିକ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସେଗୁଡିକ ହେଲେ ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ‘ତାରାତାରିଣୀ’, ‘ସିନ୍ଦୂରର ଅଧିକାର’, ‘ନୂଆବୋହୂ’, ‘କୁଆଁରୀ ବୋହୂ’, ‘ମାୟା’, ଜୀ-ସାର୍ଥକରେ ପ୍ରସାରିତ ‘ଜୀବନସାଥୀ’, ‘ଦିବ୍ୟଦୃଷ୍ଟି’, ‘ମହାଦେବୀ’, ‘ରହିଛି ରହିବି ତୋରି ପାଇଁ’, ‘ତୋ ପାଇଁ ମୁଁ ମୋ ପାଇଁ ତୁ’, ମଞ୍ଜରୀରେ ପ୍ରସାରିତ ‘ସିଂହଦ୍ବାର’, ‘ନଣନ୍ଦ ପୁଟୁଳି’ ଓ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ ଟିମ୍ ।

ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମାପ୍ରସାଦ ମିଶ୍ର, ଶ୍ରୀଜିତ୍ ଶତପଥୀ, ଦ୍ବିପାୟନ ମଜୁମଦାର, ରତିକାନ୍ତ ଶତପଥୀ, ଗାର୍ଗୀ ମହାନ୍ତି, ବସନ୍ତ ସାହୁ, ଅନୁକୂଳ ରାଉତ ପ୍ରମୁଖ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇଥିଲେ । ୭ଟି ଲିଗ୍ ମ୍ୟାଚ୍‌, ୪ଟି କ୍ୱାର୍ଟର ଫାଇନାଲ, ୨ଟି ସେମିଫାଇନାଲ ଓ ୧ଟି ଫାଇନାଲ୍ ମ୍ୟାଚ୍‌କୁ ମିଶାଇ ଖେଳାଯିବାକୁ ଥିବା ମୋଟ୍ ୧୪ଟି ମ୍ୟାଚ୍‌ରେ ତାରକା ଖେଳାଳି ଭାବେ ଅଶ୍ବିନୀ ବ୍ରହ୍ମା, ଲିପି ମହାପାତ୍ର, ବରଦାପ୍ରସନ୍ନ, ଅମିତ କୁମାର, ଜ୍ୟୋତି ପ୍ରକାଶ ପଣ୍ଡା, କୁକିଜ୍‌, ରିଶି, ଦେବସ୍ମିତା ପଣ୍ଡା, ଶ୍ରଦ୍ଧା ପାଣିଗ୍ରାହୀ, କେକେ, ବିରଂଚି, ମିତାଲି ସରଘରିଆ, ଅର୍ପିତା କର, ତୃପ୍ତି ମିରାମ୍ବିକା, ନୀତୁ ସିଂହ, ଲୋପାମୁଦ୍ରା, ରୋଜି, ସେଲି ମିଶ୍ର, ଅନନ୍ତ ନାରାୟଣ ରଥ ପ୍ରମୁଖଙ୍କୁ ଦେଖିବାକୁ ମିଳିବ ।

ଏହି ପ୍ରତିଯୋଗିତାକୁ ଆୟୋଜନ କରିବାରେ ଯେଉଁମାନଙ୍କର ପ୍ରମୁଖ ଭୂମିକା ରହିଛି ସେମାନେ ହେଲେ ବରଦାପ୍ରସନ୍ନ ପାତ୍ର, ଅଜୟ ସିଂହ, ଅମିତ୍ କୁମାର
ଓ ସାରଦା ପ୍ରସନ୍ନ ପାତ୍ର । କିଟ୍ ସ୍ପୋର୍ଟସ ଏକାଡେମୀ ଏବଂ ଓଡିଶା କ୍ରିକେଟ୍ ଆସୋସିଏସନ୍‌ର ପ୍ୟାନେଲ୍ ଅମ୍ପାୟାର ମ୍ୟାଚ୍ ପରିଚାଳନା କରିଥିଲେ । ପରଦାରୁ ପଡିଆକୁ ଓହ୍ଲାଇଥିଲେ ଦର୍ଶକଙ୍କ ପ୍ରିୟ ଓ ପସନ୍ଦର କଳାକାର । ଆଭିମୁଖ୍ୟ ଥିଲା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ମାଧ୍ୟମରେ ମନୋରଞ୍ଜନ ସାଙ୍ଗକୁ ସକାରାତ୍ମକ ଚିନ୍ତାଧାରା ଓ ସ୍ବାସ୍ଥ୍ୟ ସଚେତନତାର ବାର୍ତ୍ତା ଦେବା । ଆଉ ଏହା ସମ୍ଭବ ହୋଇପାରିଥିଲା କେବଳ ସ୍ପନସର ଆମେବି ପ୍ଲସ ପାଇଁ । ଓଡିଆ ମେଗା ସିରିୟଲ କ୍ରିକେଟ ଲିଗ୍‌ର ସମସ୍ତ ସଦସ୍ୟଙ୍କ ପାଇଁ ।

ଯେଉଁମାନେ ପଡିଆରେ କ୍ରୀଡା ପ୍ରଦର୍ଶନ କରୁଥିଲେ ଏବଂ ଯେଉଁ ମାନେ ଦର୍ଶକ ଗ୍ୟାଲେରୀରେ ଦର୍ଶକଙ୍କ ସହ ମିଶି ଉତ୍ସାହିତ କରୁଥିଲେ । ପ୍ରଥମ ଦିବସରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଗୁଡିକ ଅନୁଷ୍ଠିତ ହୋଇଥିବାବେଳେ ଦ୍ବିତୀୟ ଦିବସରେ କ୍ବାର୍ଟର ଫାଇନାଲ୍‌, ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଦ୍ବିତୀୟ ଦିବସର ଉଦଯାପନୀ ଉତ୍ସବରେ ଶିବସୁନ୍ଦର ଦାସ, ପଦ୍ମଶ୍ରୀ ଦିଲୀପ ତିର୍କୀ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, କ୍ରୀଡା ନିର୍ଦ୍ଦେଶକ କିଟ୍ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave a Reply