ଦେଶକୁ ଖୁବଶୀଘ୍ର ଆସିବ ଆଉ ଏକ କରୋନା ଭ୍ୟାକ୍ସିନ୍: ନୂଆ ଷ୍ଟ୍ରେନ୍ ବିରୋଧରେ ପ୍ରଭାବଶାଳୀ

1 min read

ପୁନେ: କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍ ବିରୋଧରେ ୮୯ ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ଭ୍ୟାକ୍ସିନ୍ ଜୁନ୍ ୨୦୨୧ ମଧ୍ୟରେ ଭାରତରେ ଲଞ୍ଚ ହେବାର ସମ୍ଭାବନା । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(SII) ର ସିଇଓ ଅଦର ପୁନାଓ୍ୱାଲା ଶନିବାର କହିଛନ୍ତି ଯେ, ତାଙ୍କ କମ୍ପାନୀ ନୋଭାକ୍ସିନ୍ ଇଙ୍କ୍‌ ସହଭାଗିତାରେ ଭାରତରେ ଆଉ ଏକ କୋଭିଡ-୧୯ ଭ୍ୟାକ୍ସିନ୍ର ଟ୍ରାଏଲ ଆରମ୍ଭ କରିବାକୁ ଆବେଦନ କରିଛନ୍ତି । ସେମାନେ ଆଶାବ୍ୟକ୍ତ କରିଛନ୍ତି ଯେ, ଜୁନ୍ ୨୦୨୧ ଯାଏଁ କମ୍ପାନୀ କରୋନା ଭାଇରସ୍ ବିରୋଧରେ ଆଉ ଭ୍ୟାକ୍ସିନ୍ କୋଭୋଭାକ୍ସ ଲଞ୍ଚ କରିପାରିବ ।

          ଔଷଧ କମ୍ପାନୀ ନୋଭାକ୍ସିନ୍ ଇଙ୍କ୍ ଗୋଟିଏ ଦିନ ପୂର୍ବରୁ କହିଥିଲା ଯେ, କୋଭିଡ-୧୯ ର ଟିକା ବ୍ରିଟେନରେ ଦିଆଯାଉଛି । ଏକ ଅଧ୍ୟୟନ ଅନୁଯାୟୀ ପ୍ରାରମ୍ଭିକ ନିଷ୍କର୍ଷ ଆଧାରରେ ଭାଇରସର ନୂଆ  ଷ୍ଟ୍ରେନ୍ ବିରୋଧରେ ୮୯ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । କମ୍ପାନୀ ପକ୍ଷରୁ ଏହା ଦାବି କରାଯାଉଛି ଯେ, ଏହାର ଟିକା ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକାରେ ବ୍ୟାପୁଥିବା ଭାଇରସ୍ ବିରୋଧରେ ପ୍ରତିଷେଧକ କ୍ଷମତା ବିକଶିତ କରିବାରେ ସଫଳ ହୋଇଛି ।

ଜୁନ୍ ୨୦୨୧ ମଧ୍ୟରେ ଆସିପାରେ କୋଭୋଭାକ୍ସବ 

ଅଦର ପୁନାଓ୍ୱାଲା ଶନିବାର ଟ୍ୱିଟ୍ କରି କହିଛନ୍ତି ଯେ, ନୋଭାଭେକ୍ସ ସହିତ କୋଭିଡ-୧୯ ଟିକା ନେଇ ଆମର ବୁଝାମଣା ହୋଇଛି । ଆମେ ଭାରତରେ ପରୀକ୍ଷଣ ନେଇ ଆବେଦନ କରିଛୁ । ଜୁନ୍ ୨୦୨୧ ଯାଏଁ କୋଭୋଭାକ୍ସର ଉତ୍ପାଦନ ଆରମ୍ଭ କରିବା ଆଶା ।

Leave a Reply