କାହିଁକି ଫେବୃୟାରୀ ପହିଲାରେ ଉପସ୍ଥାପନ ହୁଏ ବଜେଟ୍

1 min read

ନୂଆଦିଲ୍ଲୀ: ଦେଶରେ ବ୍ୟବସାୟିକ କାରବାର ତଥା ଆସନ୍ତା ବର୍ଷ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକୁ ରୂପରେଖ ଦେବାର ଏକ ମହତ୍ୱପୂର୍ଣ୍ଣ ଅବକାଶ ହେଉଛି ବଜେଟ୍ ଦିବସ। ଭାରତୀୟ ସମ୍ବିଧାନର ଧାରା ୧୧୨ ଅନୁସାରେ ଏହିଦିନ ଅର୍ଥମନ୍ତ୍ରୀ ଦେଶର ଆୟ-ବ୍ୟୟ ଅଟକଳକୁ ଲୋକସଭାର ଅନୁମୋଦନ ପାଇଁ ଉପସ୍ଥାପନ କରିଥାଆନ୍ତି। ଏହା ପୂର୍ବରୁ ପାରମ୍ପରିକ ଘଟଣାକ୍ରମରେ ବଜେଟ୍ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥାଏ। କିନ୍ତୁ ପ୍ରଶ୍ନ ଉଠେ ଆମ ଦେଶରେ ପ୍ରତିବର୍ଷ ଫେବୃୟାରୀ ୧ ତାରିଖ ଦିନ କାହିଁକି ବଜେଟ୍ ଉପସ୍ଥାପନ କରାଯାଏ? କାହିଁକି ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣ ଲାଗି ଲୋକସଭାରେ ଏକ ନିର୍ଦ୍ଦିଷ୍ଟସମୟ ନିର୍ଘଣ୍ଟ କରାଯାଇଥାଏ? ଆସନ୍ତୁ ସେ ବିଷୟରେ ଜାଣିବା।

Union Budget 2021: President Ram Nath Kovind Addresses Joint Sitting of Both Houses of Parliament; Here is Full Text of President's Speech
ଯଦିଓ ସମ୍ବିଧାନର ଧାରା ୧୧୨ ଅନୁସାରେ ଅର୍ଥମନ୍ତ୍ରୀ ବଜେଟ୍କୁ ଦୁଇଟି ବିଲ୍ ମାଧ୍ୟମରେ ଲୋକସଭାର ଅନୁମୋଦନ ପାଇଁ ଉପସ୍ଥାପନ କରିଥାଆନ୍ତି କିନ୍ତୁ ସମ୍ବିଧାନ ପ୍ରଣୟନ ହେବା ପୂର୍ବରୁ ମଧ୍ୟ ଭାରତରେ ବେଶ୍ ଗୋପନ ଓ ଧ୍ୟାନ ସହକାରେ ବଜେଟ୍‌ ଉପସ୍ଥାପନ କରିବାର ପରମ୍ପରା ରହି ଆସିଛି। ଦେଶ ସ୍ବାଧୀନ ହେବା ବର୍ଷ ଆର. କେ ସଣମୁଖମ୍ ଚେଟ୍ଟୀ ଭାରତର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ଏହା ଥିଲା ୧୯୪୭ ମସିହା ନଭେମ୍ବର ମାସ ୨୬ ତାରିଖର ଘଟଣା। ଯେପରି ବଜେଟ୍ କୌଣସି ସୂଚନା ଉପସ୍ଥାପନ ହେବା ପୂର୍ବରୁ ପ୍ରଘଟ ନହୁଏ ସେଥିଲାଗି ସଣମୁଖମ୍ ଚେଟ୍ଟୀ ଯଥେଷ୍ଟ ଧ୍ୟାନ ଦେଇଥିଲେ।

RK Shanmukham Chetty FILE
ଏହାପରେ ଭାରତରେ ଆର୍ଥିକ ବର୍ଷ ଏପ୍ରିଲ୍ ୧ରେ ଆରମ୍ଭ ହେବ ବୋଲି ନିର୍ଦ୍ଧାରଣ କରାଗଲା। ଉପନିବେଶ ସମୟର ପ୍ରଥା ଅନୁସାରେ ଆମ ଦେଶରେ ଏହି ବ୍ୟବସ୍ଥାକୁ ଆପଣା ଯାଇଥିଲା। ଖାଲି ସେତିକି ନୁହେଁ ଯୁକ୍ତରାଜ୍ୟ ବା ଇଂଲଣ୍ଡରେ ଯେମିତି ସନ୍ଧ୍ୟା ୫ଟାରେ ବଜେଟ ଆଗତ ହୁଏ ଠିକ୍ ସେହିପରି ଆମ ଦେଶରେ ମଧ୍ୟ ବଜେଟ୍ ସନ୍ଧ୍ୟା ୫ଟାରେ ଆଗତ ହେଉଥିଲା। ପ୍ରତି ବର୍ଷ ଫେବୃୟାରୀ ମାସର ଶେଷ କାର୍ଯ୍ୟ ଦିବସରେ ସଂଦରେ ଏହି ବଜେଟ୍ ଉପସ୍ଥାପନ ହୋଇଆସୁଥିଲା।

କିନ୍ତୁ ଏ ପ୍ରଚଳିତ ପରମ୍ପରା ଭଙ୍ଗ ହେଲା ବିଜେପି ନେତୃତ୍ବାଧୀନ ଏନଡିଏ ସରକାର ସମୟରେ। ବାଜପେୟୀଙ୍କ ସରକାରରେ ସେତେବେଳେ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥାଆନ୍ତି ୟଶୱନ୍ତ ସିହ୍ନା। ଏହି ସମୟରେ ବଜେଟ୍ ଟିକସ ନିର୍ଦ୍ଧାରଣର ଏକ ପ୍ରମୁଖ ଦିନ ହୋଇଥିବା ହେତୁ ସନ୍ଧ୍ୟାରେ ବଜେଟ୍ ହେଲେ ବିଭିନ୍ନ ବ୍ୟୟ ଓ ସେବାର ମୂଲ୍ୟ ନିର୍ଦ୍ଧାରଣରେ ଅସୁବିଧା ହେୁଥିବା ବ୍ୟବସାୟିକ ଗୋଷ୍ଠୀମାନେ ଜଣାଇଲେ। ଦୀର୍ଘଦିନ ହେଲା ଏହି ଦାବି ଅର୍ଥମନ୍ତ୍ରଣାଳୟ ପାଖରେ ଥିଲେ ମଧ୍ୟ ପରମ୍ପରା ଓ ପ୍ରଥାକୁ ଆଖିରେ ରଖି କେନ୍ଦ୍ର ସରକାର ଏହାକୁ ଧ୍ୟାନ ଦେଉ ନଥିଲେ। ଏଣୁ କଂଗ୍ରେସର ଦୀର୍ଘକାଳୀନ ଶାସନକୁ ବଦଳାଇ ଶାସନକୁ ଆସିଥିବା ବିଜେପି ଏବେ ସେହି ଦାବିକୁ ଗ୍ରହଣ କଲେ। ଆଉ ବଜେଟ୍ ଉପସ୍ଥାପନର ସମୟକୁ ସନ୍ଧ୍ୟା ୫ଟା ବଦଳରେ ଦିନ ୧୧ଟାକରାଗଲା। ୧୯୯୯ ମସିହାର ବଜେଟ୍ ପ୍ରଥମ ଥର ପାଇଁ ଦିନ ୧୧ଟା ସମୟରେ ସଂସଦରେ ଆଗତ କରାଯାଇଥିଲା।

ଏ ତ ଗଲା ସମୟ ପରିବର୍ତ୍ତନ କଥା। ହେଲେ ଫେବୃୟାରୀ ମାସର ଶେଷ କାର୍ଯ୍ୟଦିବସରେ ଆଗତ ହେଉଥିବା କେନ୍ଦ୍ର ବଜେଟ୍ ଫେବୃୟାରୀ ୧ ତାରିଖକୁ କେମିତି ଆସିଲା?
ଏ ପଛର କାହାଣୀରେ ମୁଖ୍ୟ ନାୟକ ହେଉଛନ୍ତି ତତ୍କାଳୀନ ଅଥମନ୍ତ୍ରୀ ଅରୁଣ ଜେଟଲୀ  । ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାର ସେତେବେଳେ ଏହି ବଜେଟ୍ ଉପସ୍ଥାପନରେ ଔପନିବେଶିକ ଢାଞ୍ଚାକୁ ବଦଳାଇବାକୁ ଚାହିଁଥିଲେ। ଟିକସ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଚିନ୍ତା ହେଲା। ଜିଏସ୍‌ଟି କଥା ମଧ୍ୟ ଶୁଣାଗଲା। କିନ୍ତୁ ଜିଏସ୍‌ଟି ଆସିବା ପୂର୍ବରୁ ସରକାର ୨୦୧୬ ବଜେଟ୍ ଉପସ୍ଥାପନର ତାରିଖ ବଦଳାଇଲେ। ବ୍ୟବସାୟକୁ ସରଳ କରିବା ଲକ୍ଷ୍ୟରେ ଫେବୃୟାରୀ ଶେଷକୁ ବଜେଟ୍ ଉପସ୍ଥାପନର ତାରିଖ ଭାବେ ଗ୍ରହଣ କରା ନଯାଇ ଫେବୃୟାରୀ ୧ ତାରିଖ ବା ପହିଲାକୁ ବଜେଟ୍ ଦିବସ ଭାବେ ଘୋଷଣା କରାଗଲା। ଆଉ ସେହିଦିନଠାରୁ ପରମ୍ପରା କ୍ରମେ ଫେବୃୟାରୀ ୧ ତାରିଖରେ ଉପସ୍ଥାପନ ହୋଇ ଆସୁଛି ଦେଶର ଆୟବ୍ୟୟ ଅଟକଳ ବା ବଜେଟ୍।

Leave a Reply