ଆଠ ବର୍ଷ ପିଲାର ଅଭିଯୋଗକୁ ପୋଲିସର ଗୁରୁତ୍ୱ; ବନ୍ଧା ହେଲା ଚୋର, ମିଳିଲା ସାଇକେଲ

ଭୁବନେଶ୍ୱର: କୁନି ପିଲାର କଥା ରଖିଲା ପୋଲିସ । ସାନ ପିଲାର ଅଭିଯୋଗକୁ ବେଖାତିର ନୁହେଁ ବଂର ଗଭୀରତାର ସହ ଗ୍ରହଣ କରିଥିଲା ନୟାପଲ୍ଲୀ ପୋଲିସ । କାରଣ କଥା କହିପାରୁନଥିବା ତା ନିରୀହ ମୁହଁ ହିଁ ତା ହଜିଲା ସାଇକେଲକୁ ଖୋଜି ଆଣିବାରେ ପୋଲିସକୁ ବାଧ୍ୟ କରିଥିଲା । ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ୮ ବର୍ଷର ପାର୍ଥ ଦାସ ପଟ୍ଟନାୟକଙ୍କ କୁନି ସାଇକେଲ ଚୋରି ହୋଇଯାଇଥିଲା । ଆଉ ଏହି ଅଭିଯୋଗ ନେଇ ନୟାପଲ୍ଲୀ ଥାନାରେ ଦ୍ୱାରସ୍ଥ ହୋଇଥିଲେ ଏହି କୁନି ପିଲା । କଥା କହିପାରୁନଥିବା ପାର୍ଥର ଅଭିଯୋଗକୁ ପୋଲିସ଼ ଫେରାଇ ଦେଇନଥିଲା । ବଂର ତା ନିରୀହ ମୁହଁ ଅଭିଯୁକ୍ତକୁ ଖୋଜିବାରେ ବାଧ୍ୟ କରିଥିଲା ।

ଶେଷରେ ଦତନ୍ତ ଚଳାଇଥିବା ନୟାପଲ୍ଲୀ ପୋଲିସ ସାଇକେଲ ଚୋରାଇଥିବା ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିବା ସହ ସାଇକେଲକୁ ଜବତ କରିଥିଲା । ଆଉ  ହଠାତ ପାର୍ଥର ଘରେ ପହଁଚି ହଜିଲା ସାଇକେଲକୁ ଫେରାଇଥିଲେ ପୋଲିସ ଅଧିକାରୀ । ସୂଚନା ମୁତାବକ ପାର୍ଥର ମାଉସୀ ଜନ୍ମଦିନରେ ଏହି ସାଇକେଲଟି ଗିଫ୍ଟ କରିଥିଲେ । କିନ୍ତୁ ଘରେ କାମ କରୁଥିବା ଜଣେ କର୍ମଚାରୀ ଏହି ସାଇକେଲକୁ ଡିସେମ୍ବର ୩୦ ତାରିଖରେ ଚୋରି କରିନେଇଥିଲେ । ଅଭିଯୋଗ ପରେ ପୋଲିସ ଦତନ୍ତ ଚଳାଇବା ସହ ଭରତପୁରର ଏକ ଦୋକାନରୁ ସାଇକେଲ ଜବତ କରିଥିଲା । ଏବଂ ପରେ ଉକ୍ତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି ପୋଲିସ ।

Leave a Reply