ସର୍ବୋଦଳୀୟ ବୈଠକରେ ବିଜେଡ଼ିର ଦାବି, ଲୋକସଭାରେ ପାରିତ ହେଉ ମହିଳା ସଂରକ୍ଷଣ ବିଲ

1 min read

ନୂଆଦିଲ୍ଲୀ: କେନ୍ଦ୍ର ବଜେଟକୁ ନେଇ ବସିଥିବା ସର୍ବୋଦଳୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନା କରିଛି ବିଜେଡ଼ି । ବିଜେଡ଼ି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଉଠାଇଛନ୍ତି ମହିଳା ସଂରକ୍ଷଣ ପ୍ରସଙ୍ଗ । ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ନିହାତି ଆବଶ୍ୟକ ଅଟେ ବୋଲି ମତ ରଖିଛି ବିଜେଡ଼ି ।

ସର୍ବୋଦଳୀୟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି, ଗତ ସାଧାରଣ ନିର୍ବାଚନରେ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି ବିଜେଡି । ଯେଉଁଥିପାଇଁ ସମୁଦାୟ ୨୧ ଲୋକସଭା ଆସନରୁ ୭ ଜଣ ମହିଳାଙ୍କୁ ଲୋକସଭା ଯିବା ପାଇଁ ଟିକେଟ୍ ଦେଇଥିଲା । ସେଥିରୁ ୫ ଜଣ ବିଜୟ ଲାଭ କରିଛନ୍ତି । ଓଡ଼ିଶା ହେଉଳି ଏଭଳି ଏକ ରାଜ୍ୟ ଯେଉଁଠି ଏକ ତୃତୀୟାଂଶ ମହିଳା ସାଂସଦ ପ୍ରତିନିଧିତ୍ୱ କରୁଛନ୍ତି ।

ସାର୍ବଜନିକ ରୂପରେ କଂଗ୍ରେସ ଓ ବିଜେପି ମଧ୍ୟ ମହିଳା ସଂରକ୍ଷଣ ପ୍ରସଙ୍ଗକୁ ସମର୍ଥନ ଜଣାଇସାରିଛନ୍ତି । ଏଭଳିକି YSR କଂଗ୍ରେସ ଓ ତେଲେଙ୍ଗାନା ସରକାର ମଧ୍ୟ ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଏଣୁ କେନ୍ଦ୍ର ସରକାର ଏଥି ପ୍ରତି ଦୃଷ୍ଟି ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି । ପୂର୍ବରୁ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିବାବେଳେ ଏହାକୁ ଏବେ ଲୋକସଭାରେ ଆଣିବା ପାଇଁ ଦାବି କରିଛି ବିଜେଡି ।

Leave a Reply