spot_img
Home Blog Page 6202

୨୦୨୦ର ୧୦ଟି ଶସ୍ତା ଓ ଦମଦାର ବଜେଟ ସ୍ମାର୍ଟଫୋନ, ଜାଣନ୍ତୁ ଏହାର ଦାମ ଏବଂ ଫିଚର୍ସ ବିଷୟରେ

2020 Budget Smartphones: ଯଦି ଆପଣ ଭାରତରେ ଶସ୍ତାରେ ଫୋନ କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜ ବଜେଟ ଫୋନର ଅନେକ ବିକଳ୍ପ ମିଳିପାରିବ । ନାମିଦାମୀ ବଜେଟ ଫୋନ ଗୁଡ଼ିକ ବର୍ତ୍ତମାନ ସମୟରେ ଲୁକସ୍ ଏବଂ ଦାମକୁ ନେଇ ବିଭିନ୍ନ ଏକ୍ସପେରିମେଣ୍ଟ କରୁଛନ୍ତି । ଯାହା ଗ୍ରାହକ ମାନଙ୍କୁ ଖୁବ ଆକର୍ଷତ କରୁଛି । High Refresh Rate Displays, High Resolution Multi- Camera Setups ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଗ୍ରାହକଙ୍କ ଧ୍ୟାନ ଆକର୍ଷଣ କରୁଛି ଏହି କମ ବଜେଟର ସ୍ମାର୍ଟଫୋନ ଗୁଡ଼ିକ । ତେବେ ୨୦୨୦ ମସିହାରେ ଲଞ୍ଚ ହୋଇଥିବା Top 10 Budget Smartphoneର ବିଷୟରେ ନିମ୍ନରେ ସବିଶେଷ ସୂଚନା ରହିଛି । ଏହି ସ୍ୱଳ୍ପ ମୂଲ୍ୟର ଫୋନ୍ ଗୁଡିକ Space, Features ଏବଂ Build Quality ଦୃଷ୍ଟିରୁ ସର୍ବୋତ୍ତମ ସମ୍ଭାବ୍ୟ ମୂଲ୍ୟ ପ୍ରଦାନ କରେ ।

୧. Samsung Galaxy A02s

Samsung Galaxy A02s ରେ ୬.୫ ଇଞ୍ଚର HD+ Infinity-V ଡିସପ୍ଲେ ରହିଛି । ଯାହାର ସ୍କ୍ରିନ ରିଜୋଲ୍ୟୁସନ ୭୨୦x୧୫୨୦ ପିକ୍ସେଲ ରହିଛି । କମ୍ପାନୀ ଏହି ଫୋନକୁ ୩ ଜିବି ରାମ୍ ଏବଂ ୩୨ ଜିବି ଷ୍ଟୋରେଜ ସହ ଲଞ୍ଚ କରିଛି । ଏହି ଫୋନର ଦାମ ୧୩,୨୧୦ ଟଙ୍କା ରହିଛି । ଫୋନର ଷ୍ଟୋରେଜକୁ ମାଇକ୍ରୋ ଏସଡି ଜରିଆରେ 1TB ଯାଏ ବଢ଼ାଯାଇପାରିବ ।

ବିଦାୟ ୨୦୨୦

Samsung Galaxy A02s ଫିଚର୍ସ-

କ୍ୟାମେରା କଥା କହିବାକୁ ଗଲେ Samsung Galaxy A02s ରେ ଟ୍ରିପଲ କ୍ୟାମେରା ରହିଛି । ଏଥିରେ ୧୩ ମେଗାପିକ୍ସେଲ ପ୍ରାଇମରୀ ସେନସର, ୨ ମେଗାପିକ୍ସେଲ ମାଇକ୍ରୋ ସେନସର ଏବଂ ୨ ମେଗାପିକ୍ସେଲର ଡେପଥ୍ ସେନସର ରହିଛି । ସେଲ୍ଫି ପାଇଁ ଫ୍ରଣ୍ଟ କ୍ୟାମେରାରେ ୫ ମେଗାପିକସେଲ କ୍ୟାମେରା ରହିଛି । ପାୱାର ପାଇଁ ଏହି ଫୋନରେ ୫୦୦୦ mAh ବ୍ୟାଟେରୀ ରହିଛି ଯାହା ୧୫ ୱାଟ ଫାଷ୍ଟ ଚାର୍ଜିଂ ସପୋର୍ଟ ନେଇପାରିବ ।

୨.  Micromax IN 1b

ଏହି ବଜେଟ ଫୋନ Micromax IN 1bକୁ କମ୍ପାନୀ ପକ୍ଷରୁ ମୂଲ୍ୟ ୬,୯୯୯ ଟଙ୍କାରେ ଲଞ୍ଚ କରାଯାଇଛି ।

ମାଇକ୍ରୋମାକ୍ସ ଇନ୍ 1B ଫିଚର୍ସ-

ମାଇକ୍ରୋମାକ୍ସ ଇନ୍ 1Bରେ 6.5-ଇଞ୍ଚ୍ HD + ରେଜୋଲୁସନ ଡିସପ୍ଲେ ରହିଛି । ଏହି ଫୋନରେ ମିଡିଆ ଟେକର ହେଲିଓ G35 ପ୍ରୋସେସର ଦିଆଯାଇଛି । ଏହି ଫୋନ୍ ଆଣ୍ଡ୍ରଏଡ୍ 10 ଅପରେଟିଂ ସିଷ୍ଟମରେ କାମ କରୁଛି । ମାଇକ୍ରୋମାକ୍ସ ଇନ୍ 1b ଗୁଗୁଲର ଷ୍ଟକ୍ ଆଣ୍ଡ୍ରଏଡ୍ ସହିତ ଜାରି କରାଯାଉଛି । ଫୋନଟି 2GB ମଡେଲ୍ ଆଣ୍ଡ୍ରଏଡ୍ 10 ଗୋ ଏଡିସନ୍ ସହିତ ଆସୁଛି ।

୩. Oppo F17 Pro

ଅପୋ F17 ପ୍ରୋ ର ଦାମ ସିଙ୍ଗିଲ ୮ ଜିବି ରାମ୍ + ୧୨୮ ଜିବି ଇଣ୍ଟର୍ନାଲ ଷ୍ଟୋରେଜ୍ ପାଇଁ ୧୯,୮୨୬ ଟଙ୍କା ରଖାଯାଇଛି । ଏହା ଆଣ୍ଡ୍ରଏଡ୍ ୧୦ ଆଧାରିତ ColorOS ୭.୨ ରେ ଚାଲିଥାଏ ଏବଂ ଏଥିରେ ୬.୪୩-ଇଞ୍ଚ ଫୁଲ୍- HD + (୧୦୮୦x୨୪୦୦ ପିକ୍ସେଲ) ସୁପର AMOLED ଡିସପ୍ଲେ ରହିଛି ।  ଏହା ଅକ୍ଟା-କୋର ମିଡିଆଟେକ ହେଲିଓ P95 ପ୍ରୋସେସରରେ ଚାଲେ। ଏହି ଫୋନରେ ଏକ ଅକ୍ଟା-କୋର ମିଡିଆଟେକ ହେଲିଓ P95 ଚିପସେଟ ଏବଂ ୮ GB RAM ସାମିଲ ରହିଛି ।

Oppo F17 Proର ଫିଚର୍ସ

ଏହି ଫୋନରେ ଫଟୋଗ୍ରାଫି ପାଇଁ ଏକ କ୍ୱାଡ୍ ରିୟର କ୍ୟାମେରା ସେଟଅପ୍ ରହିଛି । ଯେଉଁଥିରେ ୪୮MP ପ୍ରାଇମେରି ସେନ୍ସର, ୮MP ୱାଇଡ୍ ଏଙ୍ଗଲ୍ ଲେନ୍ସ, ୨MP ମନୋକ୍ରୋମ୍ ସେନ୍ସର ରହିଛି । ସେଲ୍ଫି ଏବଂ ଭିଡିଓ ଚାଟ୍ ପାଇଁ, ଓପୋ F17 ପ୍ରୋରେ ଏକ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ ୧୬MP ପ୍ରାଇମେରି ସେନ୍ସର ଏବଂ ୨MP ଡେପ୍ଥ ସେନ୍ସର ରହିଛି । ଉଭୟ ସେନ୍ସର ଏକ F / 2.4 ଲେନ୍ସ ସହିତ ଆସିଥାଏ ।

୪. Vivo Y30

ଭାରତରେ Vivo Y30 ମୋବାଇଲର ଦାମ ରହିଛି ୧୩,୯୯୦ ଟଙ୍କା । ଏହି ଫୋନରେ ସିଙ୍ଗଲ ରାମ ଅପସନ ଏବଂ ଦୁଇଟି କଲର ଅପସନ ରହିଛି । ଏହି ଅପସନସ୍ ଏମରାଲ୍ଡ ବ୍ଲାକ ଏବଂ ଡେଜଲ ବ୍ଲୁରେ ରହିଛି ।

Vivo Y30ର ଫିଚର୍ସ

ଡୁଆଲ ସିମ (ନାନୋ) ସପୋର୍ଟ ଥିବା ଏହି ସ୍ମାର୍ଟଫୋନ ଏଣ୍ଡରଏଡ ୧୦ ବେଷ୍ଟ FuntouchOS ରେ ଚାଲିଥାଏ ଏବଂ ଏଥିରେ ୬.୪୭ ଇଞ୍ଚ HD+ (720×1,560 ପିକ୍ସେଲ ) LCD ଡିସପ୍ଲେ ଦିଆଯାଇଛି । ଏଥିରେ 4GB ରାମ ସହିତ ଅକ୍ଟା- କୋର MediaTek Helio P35 ପ୍ରୋସେସର ରହିଛି । ଫଟୋଗ୍ରାଫୀ ହିସାବରେ ଏଥିରେ କ୍ୱାର୍ଡ କ୍ୟାମେରା ସେଟଅପ ଦିଆଯାଇଛି । ଏହାର ପ୍ରାଇମର କ୍ୟାମେରା ୧୩ ମେଗା ପିକସେଲର ଅଟେ । ଏହା ବ୍ୟତୀତ ଏଥିରେ ୮ ଏମପି ସେକେଣ୍ଡାରୀ କ୍ୟାମେରା, ୨ ଏମପି କ୍ୟାମେରା ଏବଂ ୨ ଏମବି ଡେପଥ୍ ସେନସର ମିଳିଥାଏ । ସେଲ୍ଫୀ ପାଇଁ ଏଥିରେ ୮ ଏମପି କ୍ୟାମେରା ରହିଛି । Vivo Y30 ର ଇଣ୍ଟରନାଲ ମେମୋରୀ ୧୨୮ ଜିବିର ଅଟେ । ଯାହାକୁ କାର୍ଡ ସାହାଯ୍ୟରେ ୨୫୬ ଜିବି ଯାଏ ବଢ଼ାଯାଇପାରିବ । ଏହାର ବ୍ୟେଟେରୀ ୫,୦୦୦mAh ର ରହିଛି ।

୫. Redmi 9i

ରେଡମି 9i ର ୪ ଜିବି + ୬୪ ଜିବି ଭାରିଆଣ୍ଟର ଦାମ ୮,୨୯୯ ଟଙ୍କା ଏବଂ ୪ଜିବି + ୧୨୮ ଜିବି ଭାରିଆଣ୍ଟର ମୂଲ୍ୟ ୯,୨୯୯ ଟଙ୍କା  । ଏହା ମିଡନାଇଟ୍ ବ୍ଲାକ୍, ସି ବ୍ଲୁ ଏବଂ ସବୁଜ ରଙ୍ଗରେ ଉପଲବ୍ଧ ରହିବ ।

Redmi 9iର ଫିଚର୍ସ

ଡୁଆଲ୍-ସିମ୍ (ନାନୋ) ସପୋର୍ଟ ଥିବା ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ ଆଧାରିତ MIUI ୧୨ରେ ଚାଲିଥାଏ ଏବଂ ଏଥିରେ ୬.୫୩ -ଇଞ୍ଚ HD + (୭୨୦x୧, ୬୦୦ ପିକ୍ସେଲ) ଡିସପ୍ଲେ ରହିଛି । ଏହାର ବ୍ୟାଟେରୀ ହେଉଛି ୫୦୦୦mAh ଏବଂ ୧୦W ଚାର୍ଜିଂ ସପୋର୍ଟ ଦିଆଯାଇଛି ।ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ପାଇଁ, ଏଥିରେ ୧୩MPର କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଏଥିରେ ୫MP କ୍ୟାମେରା ଅଛି ଏଥିରେ ୪GB ରାମ ସହିତ ଏକ ଅକ୍ଟୋ-କୋର ମିଡିଆଟେକ ହେଲିଓ G25 ପ୍ରୋସେସର ରହିଛି ।

୬. Realme c15

Realme c15ର ଫିଚର୍ସ
୭. POCO M2 Pro
ଭାରତୀୟ ବଜାରରେ ପୋକୋ F2 ଏବଂ ପୋକୋ X2 ପରେ କମ୍ପାନୀର ପୋକୋ M2 ପ୍ରୋ ହେଉଛି ତୃତୀୟ ସ୍ମାର୍ଟଫୋନ୍ । ପୋକୋ M2 ପ୍ରୋ ର ୪GB RAM + ୬୪ GB ଷ୍ଟୋରେଜ୍ ଭାରିଆଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା, ୬ GB + ୬୪GB ଭାରିଆଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ଥିବାବେଳେ ୬ GB + ୧୨୮GB ଭାରିଆଣ୍ଟର ମୂଲ୍ୟ ୧୬,୯୯୯ ଟଙ୍କା ରହିଛି। ଏହି ଫୋନ୍ ତିନୋଟି ରଙ୍ଗ – ବ୍ଲୁ, ଗ୍ରୀନ୍ ଆଣ୍ଡ ଗ୍ରୀନର୍ ଓ ଟୁ ଶେଡ୍ସ ଅଫ୍ ବ୍ଲାକ୍ ରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି ।
POCO M2 Proର ଫିଚର୍ସ
ଡୁଆଲ୍-ସିମ୍ (ନାନୋ) ସପୋର୍ଟ ଥିବା ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ଆଧାରିତ MIUI ୧୧ରେ ଚାଲୁଛି ଏବଂ ଏଥିରେ ୬.୬୭-ଇଞ୍ଚ ଫୁଲ୍-ଏଚଡି + (୧୦୮୦ x ୨,୪୦୦ପିକ୍ସେଲ) ଡିସପ୍ଲେ ରହିଛି । ଫୋନ୍ ରେ ୫୦୦୦mAh ବ୍ୟାଟେରୀ ଏବଂ ୩୩W ଫାଷ୍ଟ ଚାର୍ଜିଂ ମଧ୍ୟ ଦିଆଯାଇଛି । ଫଟୋଗ୍ରାଫି ପାଇଁ ଏହା ପଛରେ କ୍ୱାଡ କ୍ୟାମେରା ସେଟଅପ୍ ଦିଆଯାଇଛି । ଏଥିରେ ୪୮ MP ପ୍ରାଇମେରୀ କ୍ୟାମେରା, ୮ MP ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା, ୫ MP ମାକ୍ରୋ କ୍ୟାମେରା ଏବଂ ୨ MP ଡେପ୍ଥ କ୍ୟାମେରା ରହିଛି । ସେଲ୍ଫି ପାଇଁ ଏହାର ହୋଲ୍-ପଞ୍ଚ କଟ୍ଆଉଟ୍ ରେ ୧୬MP କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନରେ ୬ GB LPDDR4X RAM ସହିତ ଏକ ଅକ୍ଟୋ-କୋର ସ୍ନାପଡ୍ରାଗନ୍ ୭୨୦G ପ୍ରୋସେସର ରହିଛି ।

Realme ନିଜର ନୂତନ ଏଣ୍ଟ୍ରି ଲେବେଲ୍ ଶସ୍ତା ସ୍ମାର୍ଟଫୋନ୍ Realme C11 ଭାରତରେ ଖୁବ ଶସ୍ତାରେ ଲଞ୍ଚ କରିଛି । କମ୍ପାନୀ ଏହି ଫୋନକୁ ମାତ୍ର ୭,୪୯୯ ଟଙ୍କା ଲଞ୍ଚ କରିଛି । ଫୋନର ବିଶେଷ ଫିଚର ହେଉଛି ଏହାର 5000mAh ଶକ୍ତିଶାଳୀ ବ୍ୟାଟେରୀ ।

Realme C11ର ଫିଚର୍ସ

କମ୍ପାନୀ ଏହି ଫୋନକୁ କେବଳ ଗୋଟିଏ ଭାରିଆଣ୍ଟ 2 GB RAM + 32 GB ସହିତ ପରିଚିତ କରିଛି, ଯାହା ମାଇକ୍ରୋ SD କାର୍ଡ ମାଧ୍ୟମରେ ବିସ୍ତାର ହୋଇପାରିବ । ରିଅଲମି C11 ରେ 6.5-ଇଞ୍ଚ HD + (720×1600 ପିକ୍ସେଲ) ମିନିଡ୍ରପ୍ ଡିସପ୍ଲେ ଅଛି, ଯାହା ୨୦:୯ ଅନୁପାତ ସହିତ ଆସିଥାଏ । ଫୋନର ସ୍କ୍ରିନ୍-ଟୁ-ବଡି ଅନୁପାତ ହେଉଛି ୮୮.୭% । ସ୍କ୍ରିନର ସୁରକ୍ଷା ପାଇଁ କର୍ନିଙ୍ଗ ଗୋରିଲା ଗ୍ଲାସ ବ୍ୟବହାର କରାଯାଇଛି । ଏହି ଫୋନରେ ୨.୩ GHz ଅକ୍ଟା-କୋର ମିଡିଆଟେକ ହେଲିଓ G35 ପ୍ରୋସେସର ଅଛି । Realme C11 ଆଣ୍ଡ୍ରଏଡ୍ ୧୦ ଉପରେ ଆଧାର କରି Realme UI ଉପରେ କାମ କରେ ।

୯. Redmi Note 9 Pro Max

କମ୍ପାନୀ ଏହି ଫୋନକୁ ୧୬,୪୯୯ ଟଙ୍କାରେ ପ୍ରାରମ୍ଭିକ ପ୍ରକ୍ରିୟାରେ ବିକ୍ରି କରୁଛି । Redmi Note 9 Pro Max ର ୬ ଜିବି RAM ଏବଂ ୬୪ ଜିବି ଷ୍ଟୋରେଜର ଦାମ ୧୬,୪୯୯ ଟଙ୍କା, ୬ ଜିବି RAM + ୧୨୮ ଜିବି ଷ୍ଟୋରେଜର ଦାମ ୧୭,୯୯୯ ଟଙ୍କା, ୮ ଜିବି RAM ଏବଂ ୧୨୮ ଜିବି ଷ୍ଟୋରେଜ ୱାରେଣ୍ଟିର ଦାମ ୧୯,୯୯୯ ଟଙ୍କା ରହିଛି ।

Redmi Note 9 Pro Maxର ଫିଚର୍ସ

Redmi Note 9 Pro Max  ରେ ୬.୬୭ ଇଞ୍ଚର ଡିସପ୍ଲେ ରହିଛି । ଜଣାଇ ରଖୁଛୁ ଯେ, Xiaomi ଦ୍ୱାରା ଦିଆଯାଇଥିବା ଡିସପ୍ଲେ ଭିତରୁ ଏହା ସବୁଠୁ ବଡ଼ ଡିସପ୍ଲେ । ଏହି ଫୋନରେ ଫ୍ରଣ୍ଟ୍ ଏବଂ ବ୍ୟାକ୍ ରେ କର୍ଣ୍ଣିଂ ଗରିଲା ଗ୍ଲାସ ୫ର ପ୍ରୋଟେକସନ ଦିଆଯାଇଛି । ଏହାସହ Qualcomm Snapdragon 720G ପ୍ରୋସେସର ଦିଆଯାଇଛି । ପାୱାର ପାଇଁ 5020mAh ର ବ୍ୟାଟେରୀ ଦିଆଯାଇଛି , ଯାହା ୩୩W ଫାଷ୍ଟ ଚାର୍ଚ୍ଚର ସହ ଆସୁଛି । Connectivity କଥା ଯଦି କହିବା ତେବେ ଏହି ସ୍ମାର୍ଟ ଫୋନରେ ୩.୫ mm Headphone Jack, Infrared Emitter ସହ Side Mounted Fingerprint Sensor ଭଳି ଫିଚର୍ସ ରହିଛି ।

୧୦. Samsung Galaxy M31s

୧୯,୪୯୯ ଟଙ୍କାରେ ବିକ୍ରି ହେଉଥିବା ସ୍ୟାମସଙ୍ଗ ଗ୍ୟାଲାକ୍ସି M31s ରେ ରହିଛି ୫,୮୩୦ mAh (ପ୍ରାୟ ୬୦୦୦mAh) ଲିଥିୟମ୍-ଆୟନ ବ୍ୟାଟେରୀ । ସ୍ୟାମସଙ୍ଗ ଗାଲାକ୍ସି M31ରେ ୬ GB RAM, ସ୍ୟାମସଙ୍ଗ Exynos ୯୬୧୧ ପ୍ରୋସେସର ଏବଂ ଆଣ୍ଡ୍ରଏଡ୍ ୧୦ ଅପରେଟିଂ ସିଷ୍ଟମ୍ ରହିବ ।  ଫଟୋଗ୍ରାଫି ପାଇଁ ଫୋନରେ ୬୪ ମେଗାପିକ୍ସେଲର କ୍ୱାଡ-ରିୟର କ୍ୟାମେରା ସେଟଅପ୍ ରହିବ । ଏହା ୬୪ MP + ୮ MP + ୫ MP + ୫ MP ବ୍ୟାକ୍ କ୍ୟାମେରା ସେଟଅପ୍ ଏବଂ ୩୨ MP ଫ୍ରଣ୍ଟ କ୍ୟାମେରା ରହିଛି । ଫୋନ୍ ଗାଲାକ୍ସି M31Sରେ ଏକ ୬.୪ ଇଞ୍ଚ ଏମୋଲେଡ୍ ଡିସପ୍ଲେ ରହିବ । ସ୍ମାର୍ଟଫୋନରେ ଆସୁଥିବା ୬୦୦୦mAh ବ୍ୟାଟେରୀ ୨୨.୫ ୱାଟ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ।

ବିଜେଡି ରାଜ୍ୟ ପରିଷଦ ବୈଠକକୁ କାହିଁକି ଯାଇନଥିଲେ ସାଂସଦ ଅନୁଭବ? ଦେଲେ ଜବାବ

ଭୁବନେଶ୍ୱର: ବିଜେଡି ରାଜ୍ୟ ପରିଷଦ ବୈଠକରେ ଯୋଗ ନଦେବାର କାରଣ ସମ୍ପର୍କରେ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ ମହାନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ବୈଠକରେ ଯୋଗ ଦେଇ ପାରିନଥିଲେ ବୋଲି କହିଛନ୍ତି ।

ବୈଠକରେ ତାଙ୍କ ଅନୁପସ୍ଥିତିକୁ ନେଇ ମିଡିଆରେ ପ୍ରକାଶିତ ରିପୋର୍ଟ ଉପରେ ସେ କହିଛନ୍ତି ଯେ, ପ୍ରକାଶିତ ରିପୋର୍ଟ ସବୁ କପୋଳକଳ୍ପିତ । ମୁଁ ମୋ’ ଦଳ ଓ ଓଡ଼ିଶା ଲୋକଙ୍କ ଭଲ ପାଇବା ତଥା ସମର୍ଥନ ପାଇଛି । ମୁଁ ବିଜେଡିର ଜଣେ ବିଶ୍ୱସ୍ତ ସୈନିକ ଓ ନବୀନଙ୍କ ନୀତିରେ ବିଶ୍ୱାସ କରୁଥିବା ବ୍ୟକ୍ତି । ମାନନୀୟ ମୁଖ୍ୟମନ୍ତ୍ରୀ ମୋ ପାଇଁ ପ୍ରେରଣା ସ୍ରୋତ ରହି ଆସିଛନ୍ତି । ମୁଁ ତାଙ୍କ ପଦାଙ୍କ ଅନୂସରଣ କରିବାକୁ ଚେଷ୍ଟା କରୁଛି । ବର୍ତ୍ତମାନର କଠିନ ସମୟରେ ମୋ ଉପରେ ତାଙ୍କ ବିଶ୍ୱାସ ମୋତେ ଦୃଢ କରିଛି ।

ସୂଚନାଯୋଗ୍ୟ ଯେ, ବୈଠକରେ ତାଙ୍କ ଅନୁପସ୍ଥିତିକୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ପତ୍ନୀ ବର୍ଷାଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ବେଳେ ବୈଠକରେ ଅନୁପସ୍ଥିତିକୁ ସେହି ଘଟଣା ସହ ଯୋଡି ଦେଖାଯାଉଥିଲା ।

ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଜାରି ଏସ୍ଓପି: ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ସଂପୂର୍ଣ୍ଣ ବାରଣ, ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ମନା

ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଜାରି ଏସ୍ଓପି: ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ସଂପୂର୍ଣ୍ଣ ବାରଣ, ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ମନା

ଶ୍ରୀମନ୍ଦିରରେ ଅଚାନକ ପଶିଲେ ନାଗା ସାଧୁ

ପୁରୀ: ଆଜିଠୁ ଶ୍ରୀମନ୍ଦିର ଖୋଲିଥିବା ବେଳେ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ଅନୁମତି ମିଳିଛି । ଏଭଳି ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଅଚାନକ୍ ପ୍ରବେଶ କରିଛନ୍ତି ଜଣେ ନାଗା ସାଧୁ ।

https://www.facebook.com/NandighoshaTV/videos/715990746014421

ସୂଚନା ଅନୁସାରେ କଡ଼ା ସୁରକ୍ଷା ବଳୟ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଅଚାନକ ଜଣେ ନାଗା ସାଧୁ ପଶି ଯାଇଛନ୍ତି। ସିଂହଦ୍ୱାର ଦେଇ ବାଇଶି ପାହାଚରେ ଦୌଡ଼ି ଦୋଡ଼ି ଯାଉଥିବା ବେଳେ ତାଙ୍କୁ ଧରିବା ପାଇଁ ପଛରେ ଜେଟିପି କର୍ମଚାରୀ ଦୌଡ଼ିଥିଲେ। ପରବର୍ତ୍ତୀ ସମୟରେ ନାଗା ସାଧୁଙ୍କୁ କାବୁ କରାଯାଇ ପାରିଥିଲା।

ସେପଟେ ନିଜକୁ ମହାପ୍ରଭୁଙ୍କ ସେବକ ବୋଲି କହିଛନ୍ତି ନାଗା ସାଧୁ। ଆଉ ଏଥିସହ ଶ୍ରୀଜିଉଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରିଥିବା ସେ କହିଛନ୍ତି । ତେବେ କଡ଼ା ସୁରକ୍ଷା ବଳୟ ଡେଇଁ କେମିତି ନାଗା ସାଧୁ ମନ୍ଦିର ଭିତରକୁ ଗଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଜଣେ ବ୍ରିଟେନ ଫେରନ୍ତା

0

ଭୁବନେଶ୍ୱର; ବ୍ରିଟେନ ଫେରନ୍ତା ଜଣେ ବ୍ୟକ୍ତିଙ୍କୁ ଭୁବନେଶ୍ୱରରୁ ଚିହ୍ନଟ କରାଯାଇଛି।  ଚିହ୍ନଟ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ସୂଚନା ରହିଛି। ବର୍ତ୍ତମାନ ଚିହ୍ନଟ ବ୍ୟକ୍ତିଙ୍କୁ ସରକାରୀ ସଂଗରୋଧରେ ରଖାଯାଇଛି।

ଚିହ୍ନଟ ବ୍ୟକ୍ତି ଓ ତାଙ୍କ ପରିବାର ସମସ୍ତ ସଦସ୍ୟ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କରୋନା ପରୀକ୍ଷା କରାଯାଇଛି। ତେବେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ। ସତର୍କତା ଅବଲମ୍ବନ କରିବା ସହ କଟକଣା ମଧ୍ୟରେ ରହିବାକୁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି।

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନଜରରେ ରଖି ରାଜ୍ୟ ସରକାର ଭୁବନେଶ୍ୱର ବିମାନ ବନ୍ଦର ଉପରେ କଡ଼ା ନଜର ରଖିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିଶନଙ୍କ ନିର୍ଦ୍ଦେଶ ପରେ ଗତ ୧୪ଦିନ ଭିତରେ ବ୍ରିଟେନରୁ ଆସିଥିବା ସମସ୍ତ ଯାତ୍ରୀଙ୍କର ଲିଷ୍ଟ ଖୋଜା ଚାଲିଛି। ୧୪ ଦିନ ଭିତରେ ବ୍ରିଟେନରୁ ଆସିଥିବା ଯାତ୍ରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ କରୋନା ଟେଷ୍ଟ କରାଯାଉଛି। ପଜିଟିଭ୍ ଚିହ୍ନଟ ଯାତ୍ରୀଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି। ତେବେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ପୂରା ପରିବାର ଲୋକଙ୍କ କରୋନା ଟେଷ୍ଟ କରାଯିବ। ଅନ୍ୟପଟେ ପଜିଟିଭ୍ ଚିହ୍ନଟ ଯାତ୍ରୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ଦିଆଯିବ ନାହି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଜଣେ ବ୍ରିଟେନ ଫେରନ୍ତା। ଚିହ୍ନଟ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ସୂଚନା। ଚିହ୍ନଟ ବ୍ୟକ୍ତିଙ୍କୁ ସରକାରୀ ସଂଗରୋଧରେ ରଖାଯାଇଛି

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଜଣେ ବ୍ରିଟେନ ଫେରନ୍ତା। ଚିହ୍ନଟ ବ୍ୟକ୍ତି ଗତ ୧୮ ତାରିଖରେ ବ୍ରିଟେନରୁ ଭୁବନେଶ୍ୱର ଫେରିଥିବା ସୂଚନା। ଚିହ୍ନଟ ବ୍ୟକ୍ତିଙ୍କୁ ସରକାରୀ ସଂଗରୋଧରେ ରଖାଯାଇଛି

କଟକରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

କଟକ: କଟକ ବିରିବାଟି ଅଞ୍ଚଳରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତି ନେଇ ଜଣକୁ ଗିରଫ କରିଛି ଏସଟିଏଫ ଟିମ୍ ।

ସୂଚନା ମୁତାବକ, କଟକରୁ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ବେଳେ STF ଟିମ୍ ଏହି ବଜ୍ରକାପ୍ତାକୁ ଉଦ୍ଧାର କରିଛି । ସ୍ଥାନୀୟ ରାବାଟି କେନାଲ ରୋଡ ରାସ୍ତାରେ ୧ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ଡିଲ କରୁଥିବା ବେଳେ ଟିମ୍ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି ।

ଏହି ଘଟଣାରେ ଗୁମୁତିପୁରର ସନ୍ତୋଷ କୁମାର ଦଲାଇଙ୍କୁ ଗିରଫ କରିଛି ଏସଟିଏଫ । ତାଙ୍କ ନିକଟରୁ ଜୀବନ୍ତ ବଜ୍ରକାପ୍ତା ସମେତ ଅନ୍ୟାନ ଅପରାଧିକ ସାମଗ୍ରୀ ଜବତ କରାଯାଇଛି ।

ତେବେ ଉଦ୍ଧାର ବଜ୍ରକାପ୍ତାକୁ ନନ୍ଦନକାନନ କର୍ତ୍ତୃପକ୍ଷକୁ ହସ୍ତାନ୍ତର କରାଯିବ ବୋଲି ଏସଟିଏଫ ସୂଚନା ଦେଇଛି।

ଏଣିକି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଉଚ୍ଚଶିକ୍ଷା ବିଭାଗ ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି। ଏନେଇ ଆଜି ଉଚଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଓଡିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ ଅନୁସାରେ ରାଜ୍ୟ ସରକାର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାମକୁ ପରିବର୍ତ୍ତନ କରିଛନ୍ତି। ଏ ବିଶ୍ୱବିଦ୍ୟାଳୟ ୧୩ ଜୁଲାଇ ୧୯୯୮ରେ ସ୍ଥାପନ କରାଯାଇଥିଲା। ଆଜିଠାରୁ ଏହା ମୟୁରଭଞ୍ଜର ତତ୍କାଳୀନ ମହାରାଜା ତଥା ସ୍ୱତନ୍ତ୍ର ଓଡ଼ିଶା ଗଠନର ପୁରୋଧା ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ପରିଚିତ ହେବ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ଅବସରରେ ମହାରାଜାଙ୍କ ଅବଦାନକୁ ମନେପକାଇ ବାରିପଦାସ୍ଥିତ ଏହି ବିଶ୍ୱବିଦ୍ୟାଳୟର ନାମକୁ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ବାରିପଦାରେ ଥିବା ଶ୍ରୀ ରାମଚନ୍ଦ୍ର ପାଠାଗାର ଯାହା ଜୁବୁଲି ଲାଇବ୍ରେରୀ ଭାବରେ ପରିଚିତ ତାହାର ପୁନରୁଦ୍ଧାର ପାଇଁ ଘୋଷଣା କରିଥିଲେ। ଏହି କ୍ରମରେ ରାଜ୍ୟ ଭାଷା ସଂସ୍କୃତି ବିଭାଗ ପାଠାଗାରର ନବୀକରଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଆଦେଶ ଦେଇଛନ୍ତି

ଏଭଳି ଏକ ମହାମାରୀ, ଯେଉଁଥିରେ ନାଚି ନାଚି ମରି ଯାଉଥିଲେ ଏକାଧିକ ଲୋକ

ନୂଆଦିଲ୍ଲୀ:  ୨୦୨୦ରେ ବିଶ୍ୱ ଦେଖିଛି ଜୀବନ ସୂର୍ଯ୍ୟାସ୍ତର ସମୟ । ସକାଳର ଉଦିତ ସୂର୍ଯ୍ୟ କିଭଳି ସଂନ୍ଧ୍ୟାରେ ମଉଳି ଯାଉଛି, ଆଉ ଡାକ୍ତରଖାନାକୁ ଯାଇଥିବା ପୁଅର ଘର ବାହୁଡ଼ାକୁ ମା ସେମିତି ବାଟ ଚାହିଁ ବସିଛି । ଏ ସବୁ ମଣିଷକୁ ବିବ୍ରତ କରି ଦେଇଛି । ଅନ୍ଧକାରମୟ ଜୀବନ ମଧ୍ୟକୁ ଠେଲି ଦେଇଛି କରୋନା ମହାମାରୀ । ଆଧୁନିକ ଯୁଗରେ ବୈଜ୍ଞାନିକଙ୍କ ଶତ ପ୍ରଚେଷ୍ଟା ପରେ ରୋଗୀର ଜୀବନ ବଞ୍ଚାଇବା ଏକ ପ୍ରକାରର ଚ୍ୟାଲେଞ୍ଜ ହୋଇ ଯାଇଛି । କିନ୍ତୁ କରୋନା ପଛର ବାସ୍ତବ କାରଣ କ’ଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ବିଶ୍ୱ ଏଭଳି ରହସ୍ୟମୟୀ ମହାମାରୀ ଦେଖିଛି । ଏହା ପୂର୍ବରୁ ମଧ୍ୟ ଭୟଙ୍କର ରୂପ ନେଇଥିଲା ସେହିଭଳି ଏକ ମହାମାରୀ । ଯେଉଁଥିରେ ଡ୍ୟାନ୍ସ କରି କରି ଲୋକ ମରି ଯାଉଥିଲେ ।

୨୦୨୦ରେ କରୋନା ମହାମାରୀ ଦୁନିଆକୁ ଖୁବ ସମସ୍ୟାରେ ପକାଇଲାଣି, ଆଉ ଏବେ ସାମାନ୍ୟ ବଞ୍ଚିବା ପାଇଁ ଚେଷ୍ଟା କରୁଛି ପୂରା ବିଶ୍ୱ । ଅବଶ୍ୟ ଆଜିଠାରୁ ପ୍ରାୟ ୫୦୦ ବର୍ଷ ପୂର୍ବେ ଫ୍ରାନ୍ସରେ ଡ୍ୟାନ୍ସ ମହାମାରୀ କେତେ ଲୋକଙ୍କ ଜୀବନ ନେଇ ଯାଇଥିଲା । ଏମାନେ ରହସ୍ୟମୟୀ ଭାବରେ ଡ୍ୟାନ୍ସ କରି କରି ଚାଲି ଯାଉଥିଲେ । ଆଶ୍ଚର୍ଯ୍ୟକର କଥା ହେଉଛି ଏମାନେ ସେପର୍ଯ୍ୟନ୍ତ ଡ୍ୟାନ୍ସ କରୁଥିଲେ ଯେପର୍ଯ୍ୟନ୍ତ ମୃତ୍ୟୁ ନହୋଇଛି ।
୧୪ ଜୁଲାଇ ୧୫୧୮କୁ ଫ୍ରାନ୍ସର ସହର ଷ୍ଟ୍ରେସବର୍ଗରେ ସବୁକିଛି ସାମାନ୍ୟ ଥିଲା । କିନ୍ତୁ ଅଚାନକ ଫ୍ରା ତ୍ରୋଫେ ନାମକ ଜଣେ ମହିଳା ସଡ଼କରେ ଡ୍ୟାନ୍ସ କରିବାକୁ ଲାଗିଲେ । ଯାହାପରେ ଲୋକଙ୍କର ମନୋରଞ୍ଜନ ହେଲା ଏବଂ ସ୍ଥାନୀୟ ଲୋକ ତାଳି ବଜାଇ ଏହି ସମୟକୁ ଖୁବ ଉପଭୋଗ କରିବାକୁ ଲାଗିଲେ । କିନ୍ତୁ ପରେ ଯାହା ଖୁଲାସା ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ବାସ୍ତବରେ ମହିଳା ଜଣକ ଛଅ ଦିନ ହେବ ରେଷ୍ଟ ନ ନେଇ ଡ୍ୟାନ୍ସ କରି ଆସୁଥିଲେ । ପ୍ରତି ରାତିରେ କ୍ଲାନ୍ତ ହୋଇ ମହିଳା ଜଣକ ଶୋଇ ଯାଉଥିଲେ । ସକାଳେ ଉଠିବା ମାତ୍ରେ ପୁଣି ଆରମ୍ଭ ହୋଇ ଯାଉଥିଲା ଡ୍ୟାନ୍ସ କରିବା ପ୍ରକ୍ରିୟା । ଗୋଟିଏ ସପ୍ତାହରେ ମହିଳାଙ୍କ ସହିତ ୩୪ ଜଣ ଯୋଗ ଦେଇ ସାରିଥିଲେ ଏବଂ ଗୋଟିଏ ମାସ ମଧ୍ୟରେ ଏହି ଡ୍ୟାନ୍ସ ମଣ୍ଡଳୀରେ ଚାରି ଶହ ଲୋକ ଯୋଗ ଦେଇ ସାରିଥିଲେ । ଯେତେବେଳେ ଡ୍ୟାନ୍ସ ନିଶା ଚରମ ସୀମାରେ ପହଞ୍ଚୁଥିଲା ସେତେବେଳେ ଅତି କମ୍‌ରେ ୧୫ ଜଣଙ୍କର ହାର୍ଟ ଆଟାକ୍‌କିମ୍ବା ଷ୍ଟ୍ରୋକରେ ଜୀବନ ଯାଉଥିଲା । ଘଟଣାକୁ ନେଇ ଦ୍ୱନ୍ଦରେ ପଡ଼ିଲା ପ୍ରଶାସନ । ଯେତେବେଳେ ପ୍ରଶାସନ ଘଟଣାକୁ ବୁଝିପାରିଲା ନାହିଁ ସେ ଦୁଇଜଣ ମ୍ୟାଜିସିଆନଙ୍କୁ ଡାକି ଡ୍ୟାନ୍ସ ପାଇଁ ଏକ ବଡ଼ ମଞ୍ଚ ନିର୍ମାଣ କଲେ । କାରଣ ପ୍ରଶାସନ ଭାବୁଥିଲାଯେ, ଏହାଦ୍ୱାରା ହୁଏତ ଲୋକଙ୍କ ମଧ୍ୟରେ ଥିବା ଏହି ପାଗଳାମି ବନ୍ଦ ହୋଇଯିବ । କିନ୍ତୁ କଥା ପୂରା ଓଲଟିଗଲା । ଅଧିକରୁ ଅଧିକ ଲୋକ ଏଥିରେ ଯୋଗ ଦେଲେ ଏବଂ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଲା ।

 

ଜନ ଓ୍ୱଲର ନାମକ ଜଣେ ଇତିହାସକାର ଏହି ବିଷୟରେ ଏକ ଓ୍ୱେବସାଇଟ ମାଧ୍ୟମରେ ଜଣାଇଥିଲେ । ଜନ୍‌ଙ୍କ ମୁତାବକ ୧୬ ଶତାବ୍ଦୀରେ ଜଣେ କ୍ୟାଥଲିକ ସନ୍ତଙ୍କ ବିଷୟରେ କୁହାଯାଉଥିଲାଯେ, ସେ ଲୋକଙ୍କୁ ଏଭଳି ଅଭିଶାପ ଦେଉଥିଲା, ଯାହାଦ୍ୱାରା ଡ୍ୟାନ୍ସ ମହାମାରୀରେ ଲୋକଙ୍କ ଜୀବନ ଯିବ ବୋଲି କୁହାଯାଉଥିଲା । କିନ୍ତୁ ୧୫୧୮ ଉକ୍ତ ଘଟଣା କେଉଁଠି ନା କେଉଁଠି ବାସ୍ତବ ଏବଂ ଅନ୍ଧ ବିଶ୍ୱାସକୁ ଏକାଠି କରି ଦେଇଥିଲା । ମହାମାରୀ ଲୋକଙ୍କୁ ନିଜ କବଜାକୁ ନେଇ ଯାଉଥିବା ଘଟଣା ଲୋକଙ୍କୁ ଖୁବ ଦ୍ୱନ୍ଦରେ ପକାଉଥିଲା ।

କିନ୍ତୁ ଏହାକୁ ନେଇ ଭିନ୍ନ ଥିଓରୀ ମଧ୍ୟ ରହିଛି । ଯେଉଁଥିରେ କୁହାଯାଇଛି ଏହି ଏହି ଲୋକମାନେ ଏକ ଡ୍ୟାନ୍ସ ଗ୍ରୁପ୍‌ର ଥିଲେ । ଏମାନେ କିଛି ଏରଗୋଟ ନାମକ ଫଙ୍ଗସ୍‌ଖାଇ ଦେଇଥିଲେ, ଯାହାର ପ୍ରଭାବରେ ଏଭଳି ଘଟଣା ଘଟୁଥିଲା । ଏହି ଫଙ୍ଗସ୍‌ଏଲଏସଡି ନାମକ ବିବାଦୀୟ ଡ୍ରଗ୍ସରେ ମିଳିଥାଏ । ମଡର୍ଣ୍ଣ ମେଡିକାଲ ଟର୍ମସ୍‌ରେ ଏହାକୁ ସାଇକୋଜେନିକ ରୋଗ କୁହାଯାଏ । ଏହା ଏଭଳି ଏକ ରୋଗ ଯେଉଁଥିରେ ମଣିଷ ସାଇକୋଲୋଜିକଲ କାରଣରୁ ଅଜବ ବ୍ୟବହାର କରିବାକୁ ଲାଗେ । ଅବଶ୍ୟ ଆଜି ମଧ୍ୟ ଏହି ଡ୍ୟାନ୍ସ ମହାମାରୀ ପଛର ବାସ୍ତବ କାରଣ ସାମ୍ନାକୁ ଆସିନାହିଁ ।

ହ୍ୱାଇଟ୍ ହାଉସରେ ନିଯୁକ୍ତ ହେଲେ ଦୁଇ ଭାରତୀୟ

ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀ ଓ ଗୌତମ ରାଘବନଙ୍କୁ ହ୍ୱାଇଟ୍ ହାଉସରେ ନିଯୁକ୍ତି ମିଳିଛି। ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ. ବାଇଡେନ୍ ଉଭୟଙ୍କୁ ନିଯୁକ୍ତ କରିଛନ୍ତି।

ବିନୟ ରେଡ୍ଡୀ ବାଇଡେନ୍‌ଙ୍କ ସ୍ପିଚ୍ ରାଇଟର ଭାବେ ନିଯୁକ୍ତ ହୋଇଥିବା ବେଳେ ଗୌତମ ରାଘବନ୍ ରାଷ୍ଟ୍ରପତି କାର୍ଯ୍ୟାଳୟର ଡେପୁଟି ଡାଇରେକ୍ଟର ଭାବେ ନିଯୁକ୍ତ ହୋଇଛନ୍ତି।  ରାଘବନ୍ ପୂର୍ବରୁ ହ୍ୱାଇଟ୍ ହାଉସ୍ କର୍ମଚାରୀ ଭାବେ କାର୍ଯ୍ୟ କରିସାରିଛନ୍ତି। ରେଡ୍ଡୀ ଓ ରାଘବନ୍‌ଙ୍କ ସମେତ ଉପରାଷ୍ଟ୍ରପତି କମଲା ହରିସ୍‌ଙ୍କ ଅଫିସ୍‌ ପାଇଁ ମଧ୍ୟ ୪ଜଣ ବରିଷ୍ଠ କର୍ମଚାରୀଙ୍କୁ ନବ ନିଯୁକ୍ତି ମିଳିଛି। ପରିଚାଳନା ଏବଂ ପ୍ରଶାସନ ନିର୍ଦ୍ଦେଶକ ଭାବେ  ଆନି ଫିଲିପିକ୍, ଯୋଜନା ବୋର୍ଡ଼ ନିର୍ଦ୍ଦେଶକ ଭାବରେ ରିଆନ୍ ମୋଣ୍ଟୋୟା, ଡେପୁଟି ଚିଫ୍ ଭାବେ ବ୍ରୁସ୍ ରିଡ୍ ଏବଂ ଏଲିଜାବେଥ୍ ୱିଲକିନ୍ସଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି।