spot_img
Home Blog Page 6201

ମିଳିଲା ଅନୁମତି: ଅବସର ନେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ:

ଭୁବନେଶ୍ୱର: ଚାକିରିରୁ ଅବସର ନେବେ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀ ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆସନ୍ତା ଡିସେମ୍ୱର ୩୧ ତାରିଖରେ ତାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଏ ନେଇ ମିଳିଛି ସବୁଜ ସଙ୍କେତ । ସଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି ମିଳିଥିବା ଉଲ୍ଲେଖ ରହିଛି । ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି ।

୧୯୮୬ ବ୍ୟାଚର ଆଇଏଏସ୍ ଶ୍ରୀ ତ୍ରିପାଠୀ ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ବରିଷ୍ଠତା ଦୃଷ୍ଟିରୁ ଆଇଏଏସ ସୁରେଶ ମହାପାତ୍ର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି । ଉନ୍ନୟନ କମିଶନ ଅଛନ୍ତି ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ର ।

GST ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣା, ଦେଢ଼ କୋଟି ଟଙ୍କାର ସମ୍ପତ୍ତିଠାବ

ରାଉରକେଲା: ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଜିଏସ୍‌ଟି ଅଫିସର ଅଲେଖ ମହାନନ୍ଦଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଘଟଣା । ଏକ କୋଟି ୩୪ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ । ଗୋଟିଏ ଘର ୬୮ ଲକ୍ଷ ୭୧ ହଜାର, ଆଉ ଗୋଟିଏ ଘର ୧୯ଲକ୍ଷ ୫୭ ହଜାର ବୋଲି ଜଣାପଡ଼ିଛି । ଦୁଇଟି ପ୍ଲଟ୍‌ ୭ ଲକ୍ଷ ୮୨ ହଜାର, ଗୋଟିଏ କାର ୫ଲକ୍ଷ । ବ୍ୟାଙ୍କ ଜମା ୮ଲକ୍ଷ ୫୬ ହଜାର, ଵୀମା ଜମା ୬ଲକ୍ଷ ୩୫ ହଜାର, ସୁନା ୯ ଲକ୍ଷ ୫୨ ହଜାର ଓ ଘରକରଣା ସାମଗ୍ରୀ ୭ ଲକ୍ଷ ୩୮ ହଜାର ଟଙ୍କା ହେବ ବୋଲି ଅନୁମାନ କରଯାଇଛି ।

ଭିଜିଲାନ୍ସ ବିଭାଗ ପକ୍ଷରୁ ଛେଣ୍ଡ କଲୋନୀ ଘର, ମଙ୍ଗସପୁର, ଚକ୍ରପୁର ଓ ଅଫିସରେ ଭିଜିଲାନ୍ସ ଚଢାଉ କରାଯାଇଥିଲା । ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗର ୪ଟି ଟିମ୍‌ ଏକ ସମୟରେ ୪ଟି ସ୍ଥାନରେ ଚଢାଉ କରିଥିଲେ । ଅଧିକ ତଦନ୍ତ ଜାରି ରହିଥିବା ରାଉରକେଲା ଭିଜିଲାନ୍ସ ଏସପି ସୁବାସ ଚନ୍ଦ୍ର ସ୍ୱାଇଁ ଏହି ସୁଚନା ଦେଇଛନ୍ତି ।

ପୁଣି ପେଟ୍ରୋଲ ପମ୍ପରେ ଠେକେଇ, ଟଙ୍କା ନେଉଛନ୍ତି ହେଲେ ଦେଉନାହାନ୍ତି ଡିଜେଲ୍‌ !

ଗଜପତି: ପୁଣି ସାମ୍ନାକୁ ଆସିଲା ପେଟ୍ରୋଲ ପମ୍ପରେ ଠେକେଇ । ପଇସା ନେଉଛନ୍ତି ହେଲେ ଦେଉନାହାନ୍ତି ପେଟ୍ରୋଲ-ଡିଜେଲ୍‌ । ଅନେକ ସମୟରେ ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । କେଉଁଠି ଲିଟର ଅନୁସାରେ ମାଗିଲେ ତେଲ କମ୍‌ ଆସେ ତ କେଉଁଠି ଟଙ୍କା ହିସାବରେ ମାଗିଲେ ବି ତେଲ କମ୍‌ ଆସେ । ଖୋଦ୍‌ ରାଜଧାନୀ ଭୁବନେଶ୍ୱରର ପେଟ୍ରୋଲ ପମ୍ପରେ ଏଭଳି ଅନୀୟମିତତା ହେଉଥିବା ପୂର୍ବରୁ ଅଭିଯୋଗ ହୋଇସାରିଛି । ଏମିତିକି ପେଟ୍ରୋଲ୍‌ ପମ୍ପରେ ଉତ୍ତେଜନା ମଧ୍ୟ ଦେଖାଦେଇଛି ।

ଏବେ ଠିକ୍‌ ସେହିଭଳି ଏକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ । ଏକ ପେଟ୍ରୋଲ ପମ୍ପରେ ଜଣେ ବ୍ୟକ୍ତି ୩୨୦ ଲିଟର ଡିଜେଲ୍‌ ମାଗିଥିଲେ । ହେଲେ ନୋଜେଲରୁ ବାହାରିଥିଲା ମାତ୍ର ୩୦୦ ଲିଟର । ୨୦ଲିଟର ଡିଜେଲର ପଇସା ନେଇଥିଲେ ମଧ୍ୟ ତାହା ନୋଜେଲରୁ ବାହାରି ନଥିଲା ।

ଗତ ଦୁଇ ମାସ ଧରି ଏଭଳି କମ୍ ତେଲ ବାହାରୁଥିବା ସନ୍ଦେହ କରାଯାଉଥିବା ବେଳେ ବୁଧବାର ସକାଳୁ ଗ୍ରାହକଙ୍କ ପକ୍ଷରୁ ଏହାର ପ୍ରତିବାଦ କରି ପେଟ୍ରୋଲ ପମ୍ପରେ ଉତ୍ତେଜନା ଦେଖାଦେଇଛି । ଖବରପାଇ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ତନଖି ଆରମ୍ଭ ହୋଇଥିଲା । ତଦନ୍ତ ପରେ କମ୍‌ ପେଟ୍ରୋଲ ବାହାରୁଥିବା ସ୍ପଷ୍ଟ ହୋଇଥିଲା । ଫଳରେ ଡିଜେଲ ନୋଜେଲ ଗୁଡ଼ିକୁ ତୁରନ୍ତ ସିଲ୍ କରାଯାଇଛି ।

ସରକାରଙ୍କ ଆଦିବାସୀ ଉନ୍ନୟନ ସୋସାଇଟି ପକ୍ଷରୁ ଏହି ପେଟ୍ରୋଲ ପମ୍ପ ପରିଚାଳିତ ହେଉଛି । ସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବା ସତ୍ତ୍ୱେ ଏପରି ଠକେଇ ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ତେବେ ବିଭାଗ ପକ୍ଷରୁ ଏନେଇ ଉଚିତ୍‌ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

ପରୀ ହତ୍ୟା ମାମଲା: ଲେଗିନ୍ସ ପରେ ପୋଖରୀରୁ ଉଦ୍ଧାର ହେଲା ମୋବାଇଲ ଫୋନ

ନୟାଗଡ଼: ପରୀ ହତ୍ୟା ଘଟଣାରେ, ନୂଆ ତଥ୍ୟ । ପୋଖରୀରୁ ମିଳିଲା ମାଇକ୍ରୋମାକ୍ସ ମୋବାଇଲ ଫୋନ୍‌ । ହତ୍ୟା ଘଟଣାର ତଦନ୍ତ ପାଇଁ ପୋଖରୀରୁ ଜଳ ନିଷ୍କାସନ କରାଯାଉଥିବା ବେଳେ ଏହି ମୋବାଇଲ ମିଳିଛି । ମଙ୍ଗଳବାର ରାତିରେ ପରୀର ଲେଗିନ୍ସ ଉଦ୍ଧାର କରାଯାଇଥିବା ବେଳେ ଏବେ ଏକ ମୋବାଇଲ ଫୋନ୍‌ ଉଦ୍ଧାର କରାଯାଇଛି । ତେବେ ପୋଖରୀରୁ ଜଳ ନିଷ୍କାସନ କାର୍ଯ୍ୟ ଏବେ ବି ଜାରି ରହିଛି । ଆଗକୁ ଆହୁରି ନୂଆ ତଥ୍ୟ ଓ ପ୍ରମାଣ ମିଳିବା ନେଇ ଆଶା କରାଯାଉଛି । ମୋବାଇଲଟି କାହାର ଓ କିଏ ଫିଙ୍ଗିଛି ସେନେଇ ଏବେ ଗାଁରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ପରୀ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ସରୋଜ ସେଠିକୁ ଗିରଫ କରିସାରିଛି । ଏବେ ସରୋଜକୁ ରିମାଣ୍ଡରେ ନେଇଛି ପୋଲିସ । ଜୁଲାଇ ୧୪ ଦ୍ୱିପ୍ରହର, କରୋନା ପାଇଁ ଲକ୍‌ଡାଉନରେ ଥିଲା ପୁରା ରାଜ୍ୟ । ନୟାଗଡ଼ ଯଦୁପୁର ଅଞ୍ଚଳ ମଧ୍ୟ ଲକ୍‌ଡାଉନରେ ଥିଲା । ଆଉ ସେହି ସମୟରେ ପରୀକୁ ହତ୍ୟା ପରେ ଦୁଷ୍କର୍ମ କରାଯାଇଥିଲା । ଲକ୍‌ଡାଉନ ଯୋଗୁଁ ସେ ସମୟରେ ପ୍ରାୟ ଲୋକମାନେ ଘରେ ରହୁଥିଲେ । ତେଣୁ ଘଟଣାଦିନ କାହା ଘରେ କିଏ କିଏ ଥିଲେ, ସମସ୍ତଙ୍କ ଘର ବୁଲି ଟିକିନିଖି ଯାଞ୍ଚ କରିଥିଲା SIT । ପୂରା ଗାଁ ତଦନ୍ତରେ ସହଯୋଗ କରିଥିଲା । ସେଥିରୁ ଜଣାପଡ଼ିଥିଲା ଯେ ସେଦିନ ସରୋଜ ଘରେ ଏକା ଥିଲା । ତେଣୁ ତା’ ଉପରେ ସନ୍ଦେହ କରିଥିଲା SIT ।

ଖାଲି ସେତିକି ନୁହେଁ । ସରୋଜ ଭଉଣୀର ଫୋନକୁ ତନ ତନ କରି ଯାଞ୍ଚ କରିଥିଲା SIT । ଯାଞ୍ଚ ପରେ ଜଣାପଡ଼ିଥିଲା ଘଟଣା ପୂର୍ବ ଦିନ ରାତିସାରା ସେ ମୋବାଇଲରେ ନାବାଳିକା ବଳାତ୍କାର ଓ ହତ୍ୟା ଖବର ଦେଖିଥିଲା । ଅନ୍ୟପଟେ ପ୍ରଥମେ ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ ଅରାଜି ହୋଇଥିଲା ସରୋଜ । ଫଳରେ SITର ସନ୍ଦେହ ଅଧିକ ଘନିଭୂତ ହୋଇଥିଲା ।

ଘଟଣାଦିନ ଜାମୁକୋଳି ଖାଇବାକୁ ଯାଇଥିଲା ପରୀ । କୋଳି ଦେବାକୁ କହି ଘରକୁ ଡାକିଥିଲା ଅଭିଯୁକ୍ତ । କୋଳି ଦେବା ବଦଳରେ  ସେ ଘର ଭିତରେ ପରୀ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ହେଲେ ସେ ଚିତ୍କାର କରିବାରୁ ଭୟରେ ତା’ର ତଣ୍ଟି ଚିପି ହତ୍ୟା କରିଥିଲା ସରୋଜ । ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେ ଅଖା ବସ୍ତାରେ ମୃତ ଦେହ ଭର୍ତ୍ତି କରିଥିଲା । ଏଥିସହିତ ମୃତଦେହ ସହ ପରୀ ପିନ୍ଧିଥିବା ଫ୍ରକକୁ ମଧ୍ୟ ଅଖାରେ ପୂରାଇଥିଲା ।

ପୁଣି ବିଜେପିର ଡବଲ୍‌ ଷ୍ଟାଣ୍ଡାର୍ଡ ରାଜନୀତି: ଦିଲ୍ଲୀରେ ଚାଷୀଙ୍କୁ ଅଣଦେଖା, ରାଜ୍ୟରେ ଚାଷୀ ପ୍ରେମୀ

ସମ୍ବଲପୁର: ପୁଣି ବିଜେପିର ଡବଲ୍‌ ଷ୍ଟାଣ୍ଡାର୍ଡ ରାଜନୀତି । ଦିଲ୍ଲୀରେ ଚାଷୀଙ୍କ ହକ୍‌କୁ ଅଣଦେଖା କରୁଥିବା ବେଳେ ଓଡ଼ିଶାରେ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି । ଚାଷୀଙ୍କୁ ମୋହରା କରି ରାଜନୀତି ମାଇଲେଜ୍‌ ନେବାକୁ ଚେଷ୍ଟା କରୁଛି ।

ଦୀର୍ଘ ୨୮ ଦିନ ହେବ ଦିଲ୍ଲୀ ଦରବାରରେ ଚାଷୀମାନେ ଶୀତକାକରରେ ପଡ଼ି ଅନ୍ଦୋଳନ କରୁଥିବା ବେଳେ ସରକାର ତାଙ୍କ କଥା ଶୁଣିବାକୁ ନାରାଜ । ବାରମ୍ବାର ଆଲୋଚନା କରାଯାଉଥିଲେ ମଧ୍ୟ ବିଫଳ ହେଉଛନ୍ତି ଚାଷୀ । ତେବେ ଓଡ଼ିଶାରେ କିନ୍ତୁ ଚାଷୀଙ୍କୁ ନେଇ ରାଜନୀତି ଆରମ୍ଭ କରିଦେଇଛି ବିଜେପି । ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ବିଜେପି କୃଷକ ମୋର୍ଚ୍ଚା ଉଦ୍ୟମ କରିଛି । ତେବେ କୃଷକମୋର୍ଚ୍ଚାର ଆଇନ ଉଲଂଘନ କାର୍ଯ୍ୟ ଯୋଗୁଁ ତାଙ୍କୁ ଗିରଫ ମଧ୍ୟ କରାଯାଇଛି । ବହୁ ବିଜେପି କର୍ମୀଙ୍କ ସମେତ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

ଚାଷୀଙ୍କ ହକ୍‌ ଓ ସମସ୍ୟା ସମାଧାନ ପାଇଁ ଏହି ଆନ୍ଦୋଳନ କରାଯାଉଛି ବୋଲି ବିଜେପି କହୁଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଯଦି ଓଡ଼ିଶାରେ ଚାଷୀଙ୍କ ପାଇଁ ବିଜେପିର ଏତେ ଦରଦ ଆସୁଛି, ତେବେ ଦିଲ୍ଲୀରେ ଦୀର୍ଘ ୨୮ ଦିନ ହେବ ଶୀତ କାକରରେ ପଡ଼ିଥିବା ଚାଷୀଙ୍କୁ କାହିଁକି ଅଣଦେଖା କରାଯାଉଛି । ଚାଷୀ ଆନ୍ଦୋଳନ କରିବାକୁ ଆସିବା ବେଳେ ତାଙ୍କୁ କାହିଁକି ପୋଲିସ ଲଗାଇ ଆକ୍ରମଣ କରାଗଲା ? ବିଜେପିର ଏଭଳି ଡବଲ ଷ୍ଟାଣ୍ଡାର୍ଡ ନୀତି କାହିଁକି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି ।

ମହଙ୍ଗା ମାଡ଼: ଗୋଟିଏ ଅଣ୍ଡା ୩୦ ଟଙ୍କା, ୧୦୦୦ ଟପିଲା ଅଦା ଦର

ଲାହୋର: ନୂଆ ପାକିସ୍ତାନ ଗଢ଼ିବାର ନାରା ଦେଇ କ୍ଷମତାକୁ ଆସିଥିଲେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ କ୍ଷମତାକୁ ଆସିବା ପରେ ସେଠାକାର ଅର୍ଥବ୍ୟବସ୍ଥା ଏଭଳି ଭାବେ ବିଗିଡ଼ି ଯାଇଛି ଯେ, ଏବେ ଅଣ୍ଡା ୩୦ ଟଙ୍କା, ଆଦା କିଲୋପ୍ରତି ୧୦୦୦ ଟଙ୍କା, ଏବଂ ଗହମ କିଲୋ ୬୦ ଟଙ୍କାରେ ପହଞ୍ଚିଛି । ଯାହା ପାକିସ୍ତାନର ବୁଡ଼ୁଥିବା ଅର୍ଥନୀତିର ପ୍ରତୀକ ବନିସାରିଛି ।  ସେଠାକାର ଅବସ୍ଥା ଏତେ ଖରାପ ହୋଇଯାଇଛି ଯେ, ଯଦି ଅଜାଣତରେ ଯଦି ଆପଣ ଡଜନେ ଅଣ୍ଡା କିଣନ୍ତି ତେବେ ଆପଣଙ୍କୁ ୨୪୦ ଟଙ୍କା ଦେବାକୁ ପଡ଼ିବ । ଏବଂ ଗୋଟିଏ ଅଣ୍ଡା କିଣିଲେ ୩୦ ଟଙ୍କା ଦେବାକୁ ପଡ଼ିବ । ପାକିସ୍ତାନର ଅଧିକାଂଶ ରାଜ୍ୟରେ ଚିକେନ ୩୦୦ ଟଙ୍କା କିଲୋ ବିକ୍ରି ହେଉଛି । ତେବେ ଏହି ମହଙ୍ଗା ମାଡ଼ କେବଳ ପଲିଟ୍ରି ଫାର୍ମରେ ଦେଖିବାକୁ ମିଳିନି ।

ऐसी हो गई है इमरान के नए PAK की हालत

ପାକିସ୍ତାନରେ ପ୍ରାୟ ୨୫ ପ୍ରତିଶତ ଲୋକେ ଗରୀବ ସୀମାରେଖା ତଳେ ଜୀବନ ଯାବନ କରନ୍ତି । ଥଣ୍ଡା ଦିନରେ ଅଦା ଏବଂ ଅଣ୍ଡାର ଅମଳ ବଢ଼ିଥିବା ବେଳେ ଏହାର ଦର ଆକାଶ ଛୁଇଁଛି । ପାକିସ୍ତାନରେ ଗହମ ମଧ୍ୟ କିଲୋପ୍ରତି ୬୦ ଟଙ୍କା ଦରରେ ବିକ୍ରି ହେଉଛି ।   ସରକାରଙ୍କ ଅବସ୍ଥା ଏଭଳି ହୋଇଛି ଯେ, ଚୀନର ଦର ବୃଦ୍ଧି ରୋକିବା ନେଇ ଇମ୍ରାନ୍‌ ଖାନ୍‌ଙ୍କୁ ଲଗାତାର କ୍ୟାବିନେଟ୍ ବୈଠକ ଡାକିବାକୁ ପଡ଼ୁଛି । ପାକିସ୍ତାନ ବର୍ତ୍ତମାନ ସମୟରେ ଭୀଷଣ ଖାଦ୍ୟ ଅଭାବ ଦେଇ ଗତିକରୁଛି ।

ऐसी हो गई है इमरान के नए PAK की हालत

ଏଥିୁସହିତ ପଢ଼ନ୍ତୁ : ଆଷ୍ଟ୍ରାଜେନିକା ଟିକାକୁ ଭାରତରେ ଜରୁରିକାଳୀନ ବ୍ୟବହାର ଅନୁମତି

 

ନିଜକୁ ମୋଦିଙ୍କ ଭଉଣୀ କହି ଚର୍ଚ୍ଚାକୁ ଆସିଥିବା ବଲୁଚ ମାନବାଧିକାର କର୍ମୀ କରିମାଙ୍କ ହତ୍ୟା ପଛରେ ISI ?

ଟରୋଣ୍ଟୋ: ମୋଦୀଙ୍କ ଉଭଣୀ ଭାବେ ପରିଚିତ ବାଲୋଚ ସାମାଜିକ କର୍ମୀ କରିମା ବାଲୋଚଙ୍କ କାନାଡ଼ାରୁ ମୃତ ଦେହ ଉଦ୍ଧାର ହୋଇଛି। କରିମା ପାକିସ୍ତାନରେ ନିର୍ଯାତନା ସହି ନ ପାରି ୨୦୧୬ରୁ କାନାଡାରେ ଶରଣାର୍ଥୀ ଭାବେ ରହୁଥିଲେ। ଟରୋଣ୍ଟୋର ଲେକସୋରଠାରେ ଥିବା ଗୋଟିଏ ଦ୍ୱୀପପୁଞ୍ଜରେ ତାଙ୍କ ମୃତଦେହ ଭାସୁଥିବା ବେଳେ ପୁଲିସ୍ ଏହାକୁ ଉଦ୍ଧାର କରିଛି। ସ୍ୱାମୀ ହମାଲ ହାଇଦର ଓ ଭାଇ ମୃଦଦେହ ଚିହ୍ନଟ କରିଛନ୍ତି।
କରିମାଙ୍କ ହତ୍ୟା କାଣ୍ଡ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଥିବା ଚର୍ଚ୍ଚା ହେଉଛି। ତେଣୁ ଏହାର ତଦନ୍ତ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଅନ୍ୟପଟେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶର ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ପାକିସ୍ଥାନ ବଂଶୋଦ୍ଭବ ତାରେଖ ଫତହ ଏହା ପଛରେ ପାକିସ୍ତାନର ହାତ ଥିବା ଦାବି କରିଛନ୍ତି।
ବାଲୋଚିସ୍ତାନରେ ପାକିସ୍ତାନ ସେନା ଓ ସରକାରଙ୍କ ଅତ୍ୟାଚାର ବିରୁଦ୍ଧରେ କରିମା ସଂଘର୍ଷ କରୁଥିବାରୁ ସର୍ବଦା ସେ ପାକ୍ ସରକାରଙ୍କ ଟାର୍ଗେଟରେ ରହୁଥିଲେ। ତେଣୁ ପାକିସ୍ତାନ ସରକାର ତାର ଗୁଇନ୍ଦା ସଂସ୍ଥାକୁ ଲଗାଇ କରିମାଙ୍କର ହତ୍ୟା କରିଛନ୍ତିବୋଲି କୁହାଯାଉଛି।

କରିମା ବଲୋଚ କିଏ?
• କରିମା ବଲୋଚ ଜଣେ ମାନବାଧିକାର କର୍ମୀ ଥିଲେ। ସେ ବଲୁଚିସ୍ତାନରେ ପାକିସ୍ତାନୀ ସେନାର ଅତ୍ୟାଚାର ବିରୋଧରେ ସଂଘର୍ଷ କରୁଥିଲେ। ପାକିସ୍ତାନରେ ନିର୍ଯାତନା ସହି ନ ପାରି ୨୦୧୬ରୁ ସେ କାନାଡାରେ ଶରଣାର୍ଥୀ ଭାବେ ରହୁଥିଲେ। ତାଙ୍କୁ ବଲୁଚିସ୍ତାନର ଏକ ଶକ୍ତିଶାଳୀ ସ୍ୱର ଭାବରେ ବିବେଚନା କରାଯାଉଥିଲା।
• ୨୦୧୬ରେ ବିବିସି ତାଙ୍କୁ ବିଶ୍ୱର ୧୦୦ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରୁ ଜଣେ ଭାବରେ ନାମିତ କରିଥିଲା। ସେ ପାକିସ୍ତାନରୁ ବାଲୁଚିସ୍ତାନର ସ୍ୱାଧୀନତା ପାଇଁ ସଂଘର୍ଷ କରୁଥିଲେ। କରିମା ବାଲୁଚ ଛାତ୍ର ସଂଗଠନ – ‘ଆଜାଦ’ର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ।
• କାନାଡ଼ାରେ ଥିବାବେଳେ ସେ ସୋସିଆଲ ମିଡିଆରେ ବାଲୁଚିସ୍ତାନରେ ପାକିସ୍ତାନ ସରକାର ଏବଂ ସେନା ସଂଖ୍ୟାଲଘୁ ସମ୍ପ୍ରଦାୟ, ବାଲୁଚ ମହିଳାଙ୍କ ଉପରେ କରୁଥିବା ଅତ୍ୟାଚାର ବିରୁଦ୍ଧରେ ଲଗାତାର ଲେଖୁଥିଲେ।
• କରିମା ସ୍ୱିଜରଲ୍ୟାଣ୍ଡରେ ମିଳିତ ଜାତିସଂଘ ଅଧିବେଶନରେ ବାଲୁଚିସ୍ତାନରେ ଅତ୍ୟାଚାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ତାଙ୍କୁ ବାଲୁଚିସ୍ତାନର ସବୁଠାରୁ ଶକ୍ତିଶାଳୀ ମହିଳା କାର୍ଯ୍ୟକର୍ତ୍ତା ଭାବରେ ବିବେଚନା କରାଯାଉଥିଲା।
କରିମାଙ୍କୁ ମୋଦିଙ୍କ ଭଉଣୀ କାହିଁକି କୁହାଯାଏ?
୨୦୧୬ ରକ୍ଷାବନ୍ଧନରେ କରିମା ବାଲୁଚ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଭାଇ ବୋଲି ଡାକି ବାଲୁଚି ଲୋକଙ୍କ ସ୍ୱର ହେବାକୁ ନିବେଦନ କରିଥିଲେ। ଏହି ପୋଷ୍ଟ ପରେ ସେ ଭାରତୀୟ ଗଣମାଧ୍ୟମରେ ହେଡଲାଇନରେ ରହିଥିଲେ ଓ ମୋଦିଙ୍କ ଭଉଣୀ ଭାବେ ପରିଚିତ ହୋଇଥିଲେ। ଏହି ପୋଷ୍ଟ ପରେ ପାକିସ୍ତାନ କରିମାଙ୍କ ସମେତ ତିନିଜଣ ବାଲୁଚ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏହି ସମସ୍ତଙ୍କ ବିରୁଦ୍ଧରେ ପାକିସ୍ତାନ ବିରୋଧରେ ଯୁଦ୍ଧ କରିବାକୁ ଚେଷ୍ଟା କରୁଥିବା ଏବଂ ପାକିସ୍ତାନୀ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ଜେଟଲୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ: ଡିଡିସିଏରୁ ଇସ୍ତଫା ଦେଲେ ବେଦୀ

ନୂଆଦିଲ୍ଲୀ: ଫିରୋଜ ଶାହା କୋଟଲା ପଡ଼ିଆରେ ଡିଡିସିଏର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିଷ୍ପତ୍ତିକୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମହାନ ସ୍ପିନ୍ ବୋଲର ବିଶନ ସିଂହ ବେଦୀ । ସେ କହିଛନ୍ତି କ୍ରିକେଟ ସଂଘକୁ ତାଙ୍କ ନାମ ଦର୍ଶକଙ୍କ ଗ୍ୟାଲେରୀରୁ ହଟାଇଦେବାକୁ କହିଛନ୍ତି । ତାଙ୍କ ନାଁରେ ୨୦୧୭ ମସିହାରେ ଗ୍ୟାଲେରୀ ନର୍ମିତ କରାଯାଇଥିଲା । ଏକ ଘରୋଇ ଟିଭି ଚ୍ୟାନେଲ ସହ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୋତେ ଯାହା ଠିକ୍ ଲାଗିଲା ମୁଁ ସେଇଆ କଲି । କ୍ରିକେଟ ଷ୍ଟାଡିୟମରେ ଜଣେ ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଶୋଭାପାଏନା । ଏହାକୁ ମୁଁ ଗ୍ରହଣ କରିପାରୁନାହିଁ । ମୁଁ ସେମାନଙ୍କୁ ପ୍ରତିମୂର୍ତ୍ତି ସ୍ଥାପନା ନେଇ ମନାକରୁନାହିଁ, କିନ୍ତୁ ମୋ ନାମକୁ ସେଠାରୁ ହଟାଇଦେବାକୁ କହୁଛି ।

ସେ ଡିଡିସିର ବର୍ତ୍ତମାନର ଅଧ୍ୟକ୍ଷ ଏବଂ ଅରୁଣ ଜେଟଲୀଙ୍କ ପୁତ୍ର ରୋହନ ଜେଟଲୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ମୁଁ ଅତ୍ୟନ୍ତ ସହନଶୀଳ, କିନ୍ତୁ ଏବେ ଆଉ ସହ୍ୟ କରିପାରିବି ନାହିଁ । ଡିଡିସିଏ ମୋର ପ୍ରତୀକ୍ଷାର ପରୀକ୍ଷା ନେଉଛି, ମୋତେ ଏଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରୁଛନ୍ତି ।  ଏଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ମୋ ନାମକୁ ଗ୍ୟାଲେରୀ ଷ୍ଟାଣ୍ଡରୁ ହଟାଇଦିଅନ୍ତୁ । ଏବଂ ସେ ଡିସିସିଏର ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଥିବା ନେଇ ପତ୍ରରେ ଲେଖିଥିଲେ । ଦିବଂଗତ ବିଜେପି ନେତା ଜେଟଲୀ ୧୯୯୯ରୁ ୨୦୧୩ ଦୀର୍ଘ ୧୪ ବର୍ଷ ଯାଏଁ ଡିଡିସିଏ ଅଧ୍ୟକ୍ଷ ଥିଲେ  ।

ଆଷ୍ଟ୍ରାଜେନିକା ଟିକାକୁ ଭାରତରେ ଜରୁରିକାଳୀନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଆସନ୍ତା ସପ୍ତାହ ସୁଦ୍ଧା ଆଷ୍ଟ୍ରାଜେନିକା ଟିକାକୁ ଭାରତରେ ଖୁବ୍‌ଶୀଘ୍ର ଜରୁରିକାଳୀନ ବ୍ୟବହାର ଅନୁମତି ମିଳିପାରେ ।

ସୂଚନା ମୁତାବକ ଭାରତରେ ଆଷ୍ଟ୍ରାଜେନିକା ଟିକା ପ୍ରସ୍ତୁତିକାରୀ ଫାର୍ମା କମ୍ପାନୀ ପକ୍ଷରୁ ଅତିରିକ୍ତ ତଥ୍ୟ ଦାଖଲ କରାଯିବା ପରେ ଏ ନେଇ ସମ୍ଭାବନା ଦେଖାଦେଇଛି । ଭାକ୍ସିନ୍ ପ୍ରସ୍ତୁତକାରୀ ଏହି ବ୍ରିଟିସ୍ ଫାର୍ମା କମ୍ପାନୀକୁ ପ୍ରଥମ କରି ଭାରତରେ ଜରୁରିକାଳୀନ ଅନୁମତି ମିଳିବ ବୋଲି ଆଶା ପ୍ରକଟ କରାଯାଇଛି ।

ତେବେ ଏହାଛଡ଼ା ଫାଇଜର ଭାକ୍ସିନ ଓ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା ଟିକାକୁ କରୁରିକାଳୀନ ଅନୁମତି ଦେବା ଲାଗି ଭାରତ ସରକାର ଚିନ୍ତା କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ବ୍ରିଟେନରେ କରୋନାର ଏକ ନୂଆ ପ୍ରକାର ଭୂତାଣୁର ସନ୍ଧାନ ମିଳିଛି । ପୂର୍ବରୁ ଚିହ୍ନଟ ହୋଇଥିବା ଭୂତାଣୁ ଅପେକ୍ଷା ଏହା ଅଧିକ ଭୟଙ୍କର ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ସଂକ୍ରମଣ ରୋକିବାକୁ ବ୍ରିଟେନ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ପୁଣି ଶକ୍ତ କଟକଣା ଲାଗୁ କରିଛନ୍ତି ।

ବ୍ରିଟେନରେ ଏଭଳି ମାରାତ୍ମକ ଭାଇରସର ଉତ୍ପତି ଭୟ ଭାରତକୁ ଘାରିଛି । ଫଳରେ ବ୍ରିଟେନରୁ ଆସିବାକୁ ଥିବା ସମସ୍ତ ଫ୍ଲାଇଟର ଉଡାଣ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି ଭାରତ ସରକାର ।

ଜାନୁଆରୀ ୩ରୁ ସର୍ବସାଧାରଣଙ୍କୁ ଦର୍ଶନ ଅନୁମତି, SOP ଜାରି

ପୁରୀ: ଦୀର୍ଘ ୯ମାସ ପରେ ଖୋଲିଛି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର । ସକାଳ ୮ଟାରୁ ଦର୍ଶନ ଆରମ୍ଭ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି । ଜାନୁଆରୀ ୩ରୁ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଖୋଲିବା ନେଇ ପ୍ରଶାସନ ପକ୍ଷରୁ ଜାରି ହୋଇଛି ନୂଆ ଏସଓପି । ତଦନୁଯାୟୀ ମାର୍କେଟ ଛକ ନିକଟ ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ପ୍ରବେଶ କରିବାକୁ ଥିବା ବେଳେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦର୍ଶନ ପାଇଁ ଆସୁଥିଲେ ଟୋକନ ଆଣି ପୁରୀବାସୀ ଆସିବେ । ଟୋକନ ସହ ଆଧାର କାର୍ଡ଼ ବା ଭୋଟର କାର୍ଡ଼ ଆଣିବା ଜରୁରୀ । ମନ୍ଦିର ଭିତରେ ଏବଂ ବାହାରେ ମାସ୍କ ପିନ୍ଧି ଦର୍ଶନ  ଶ୍ରଦ୍ଧାଳୁ କରିବେ ।

ଏଥିସହିତ ମନ୍ଦିର ମଧ୍ୟକୁ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିବାକୁ ପଡିବ । ୯୬ ଘଣ୍ଟା ଭିତରେ କୋଭିଡ୍ ରିପୋର୍ଟ ନେଗେଟିଭ ଥିବା ବାଧ୍ୟତାମୂଳକ ହୋଇଛି । ଏପରିକି କୋଭିଡ୍ ଗାଇଡଲାଇନ୍ ଅନୁସାରେ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ । ଶ୍ରୀମନ୍ଦିର ଭିତରେ ଥିବା କୌଣସି ପ୍ରତିମାକୁ ଛୁଇଁ ପାରିବେନି ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ସଂପୂର୍ଣ୍ଣ ନିଷେଧ ହୋଇଥିବା ବେଳେ ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ମନା କରାଯାଇଛି ।

ଆହୁରି ମଧ୍ୟ ମନ୍ଦିରର ପରିସରରେ ପାନ ଗୁଟୁଖା ଖାଇବା ମନା । ଜଗନ୍ନାଥ ବଲ୍ଲବ ମଠ ପରିସର ଓ ଅନ୍ୟ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ି ପାର୍କିଂ କରାଯିବ। ସେହିପରି ସିଂହଦ୍ୱାର ନିକଟରେ ପରିଚୟପତ୍ର ଦେଖାଇ ପ୍ରବେଶ କରିବେ ।