ଯୌନ ଭୋକ ମେଣ୍ଟାଇବାକୁ ଆସନ୍ତି ସରକାରୀ ବାବୁ: ରାତି ବିତାଇଲେ ମିଳେ ୫ ହଜାର ଟଙ୍କା!

ଭୁବନେଶ୍ୱର: ସରକାରୀ ବାବୁଙ୍କୁ ଝିଅ ଭେଟି । କେବଳ କଲଗାର୍ଲ ନୁହଁ ଅନ୍ତେବାସୀଙ୍କୁ ମଧ୍ୟ ବାଧ୍ୟ କରୁଥିଲେ ସଂସ୍ଥାର ସଂପାଦକ ତଥା ମହିଳା ପ୍ରଶିକ୍ଷକ । ବାବୁଙ୍କୁ ଖୁସି କରାଇଲେ ମିଳୁଥିଲା ଟଙ୍କା । ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ଚାଲିଥିବା ସେକ୍ସ ରାକେଟର ଗୁମର ଫିଟାଇଲେ ଜଣେ ପୀଡିତା ।

ବହୁ ଚର୍ଚ୍ଚିତ ଭିନ୍ନକ୍ଷମ ତାଲିମ କେନ୍ଦ୍ର ସେକ୍ସ ରାକେଟ ଘଟଣା ସଂପର୍କରେ ଦିନକୁ ଦିନ ବଢୁଛି ଅଭିଯୋଗର ଫର୍ଦ୍ଦ ।  ସରକାରୀ ବାବୁଙ୍କୁ କିଭଳି ଭେଟି ଦିଆଯାଉଥିଲା ସେନେଇ ନନ୍ଦିଘୋଷ ଟିଭିରେ  ମୁହଁ ଖୋଲିଛନ୍ତି ଜଣେ ପୀଡ଼ିତା ।  ରାତି ରହିଯାଅ ବାବୁ ଆସିବେ । ୫ ହଜାର ମିଳିବ । ଏମିତି କହି ଏହି ଅନ୍ତେବାସୀଙ୍କ ଦେହ ଧନ୍ଦାରେ ଲଗାଇବାକୁ ଚେଷ୍ଟା କରିଥିଲେ ମହିଳା ପ୍ରଶିକ୍ଷକ । ଆର୍ଥିକ ଅନଟନରେ ଥିବା ନୀରିହ ଭିନ୍ନକ୍ଷମ ଛାତ୍ରୀଙ୍କୁ ଏଭଳି କହି କାବୁ କରୁଥିଲେ ସଂସ୍ଥାର ସଂପାଦକ ତଥା ରାକେଟକୁ ସକ୍ରିୟ ଭାବେ ଚଲାଇଥିବା ମହିଳା ପ୍ରଶିକ୍ଷକ । ଏବେ ସଂପାଦକ ବାବୁଙ୍କ ସମେତ ମହିଳା ପ୍ରଶିକ୍ଷକ ଫେରାର ଥିବାବେଳେ ମହିଳା ପ୍ରଶିକ୍ଷକଙ୍କ ବିରୋଧରେ ଏତଲା ଦେଇଛନ୍ତି ଜଣେ ପୀଡିତା ।

ସେକ୍ସ ସୌଦାଗର ସଂପାଦକ ବାବୁ ବହୁ ବର୍ଷ ଧରି ଏଭଳି କଳା କାରନାମା ଚଳାଇଥିବାବେଳ ଗଭର୍ଣ୍ଣିଂ ବଡି ପରିବର୍ତ୍ତନ କରିବାକୁ ଶେଷ ପ୍ରସ୍ତୁତି ସରିଛି ।  ନୂଆ କର୍ମକର୍ତ୍ତା ଭିନ୍ନକ୍ଷମଙ୍କ ଉନ୍ନୟନ ତଥା କର୍ମନିଯୁକ୍ତି ପାଇଁ ଚିନ୍ତା କରାଯିବ ବୋଲି ଗଭର୍ଣ୍ଣିଂ ବଡି ସଦସ୍ୟ କହିଛନ୍ତି । ଭିନ୍ନକ୍ଷମଙ୍କ ଉନ୍ନୟନ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଛି । ଏହି ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସକୁ ଲିଖିତ ଅଭିଯୋଗ କରିବାକୁ ଗଭର୍ଣ୍ଣିଂ ବଡିର ନୁଆ ସଦସ୍ୟ କାଗଜପତ୍ର ପ୍ରସ୍ତୁତ କରୁଛନ୍ତି ।

ଭିନ୍ନକ୍ଷମ ତାଲିମ କେନ୍ଦ୍ରର ସଂପାଦକଙ୍କ ଯୌନ କେଳେଙ୍କାରୀ ସମେତ ଭିନ୍ନକ୍ଷମଙ୍କ ଟଙ୍କା ଆତ୍ମସାତ କରିଥିବା ଘଟଣାରେ ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଏତଲା ଦେବାକୁ ୩ ମାସ ପୁରିଲାଣି । ସଂପାଦକଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ସ୍ବତନ୍ତ୍ର ଟିମ ଗଠନ କରିଛି ।  କିନ୍ତୁ ଏବେବି ପୋଲିସର ହାତ ଖାଲି ।

Leave a Reply