ବନ ବିଭାଗ କର୍ମଚାରୀଙ୍କ ଠାରୁ ଜବତ ଜେସିବି ଛଡ଼ାଇ ନେଲେ ଗ୍ରାମବାସୀ

ଟାଙ୍ଗୀ: ଟାଙ୍ଗୀ ବନାଞ୍ଚଳରେ ବନ ବିଭାଗରେ ରେଡ୍ ବେଳେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଜବତ ଜେସିବିକୁ ଜୋର ଜବରଦସ୍ତ ଛନାଇନେଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବନ ବିଭାଗ ଟାଙ୍ଗୀ ବନାଞ୍ଚଳ ଅଧୀନ  ଗମେଇ ଗାଁରେ । ଗ୍ରାମ ନକଟରେ ଥିବା ଜଙ୍ଗଲ ଜମିରେ ବେଆଇନ ମାଙ୍କଡା ପଥର ଖଣିରେ ପଥର କଟାଚାଲିଥିଲା । ଏକ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ମିଳିତ ଟିମ୍ ଚଢାଉ କରିଥିଲେ ।

ଚଢାଉ ବେଳେ ସମସ୍ତେ ଘଟଣା ସ୍ଥଳରୁ ଖସି ପଳାଇବାକୁ ସକ୍ଷମ ହୋଇଥିବା ବେଳେ ଏକ ଜେସିବିକୁ ବନ ବିଭାଗ ଟିମ୍ ଜବତ କରିଛି । ଜେସିବିକୁ ଜବତ କରି ବନ ବିଭାଗ ଟାଙ୍ଗୀ ଆଣୁଥିବା ବେଳେ ଗ୍ରାମବାସୀ ମାନେ  ଜୋର ଜବରଦସ୍ତ ଏହାକୁ ବିରୋଧ କରିଥିଲେ । ଏହା ସହିତ ବଳ ପୂର୍ବକ ବନ ବିଭାଗ ହାତରୁ ଜେସିବିକୁ ଛଡାଇନେଇଥିଲେ ।ଏହି ଘଟଣା ନେଇ ବନ ବିଭାଗ ପକ୍ଷରୁ ବାଣପୁର  ଥାନାରେ ଏତଲା କରାଯିବା ନେଇ  ମିଳିଛି ସୂଚନା ।

ଏଥିସହିତ ପଢ଼ନ୍ତୁ: ସୋରଳ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ

Leave a Reply