ସୋରଳ ନାବାଳିକା ଗଣଦୁଷ୍କର୍ମ ମାମଲା: ୨ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ବ୍ରହ୍ମପୁର: ଗଞ୍ଜାମ ସୋରଳ ନାବାଳିକା ଗଣଦୁଷ୍କର୍ମ ମାମଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ଗୋଳନ୍ଥାର ଥାନା ପୋଲିସ । ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ଏନେଇ ସୂଚନା ଦେଇଛନ୍ତି । ନାବାଳିକା ପୀଡ଼ିତା ଏବେ କଟକ ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ଗତ ୨୮ରେ ଗୋଳନ୍ଥରା ଥାନା ଚିକିଟି ସୋରଳରେ ଘଟିଥିଲା ଏହି ଲୋମଟାଙ୍କୁରା ଘଟଣା। ଜଣେ ୯ ବର୍ଷର ଝିଅକୁ ଅମାନବୀୟ ଭାବେ ହତ୍ୟା ପାଇଁ ଉଦ୍ୟମ କରିଥିଲା ଗାଁର ୨୪ ବର୍ଷୀୟ ଯୁବକ ଋତୁ ବେହେରା । ଝିଅର ବାପା ମା’ଙ୍କ ଅନୁପସ୍ଥିତିର ସୁଯୋଗ ନେଇ  ଋତୁ ଏଭଳି କାଣ୍ଡ ଭିଆଇଥିଲା । ସାନ ଭାଇ ଓ ନାବାଳିକା ଖାଇବାକୁ ବସିଥିବା ବେଳେ ଘରୁ ଉଠାଇ ନେଇ ଏଭଳି ଅଭାବନୀୟ କାଣ୍ଡ ଘଟାଇଥିଲା ଅଭିଯୁକ୍ତ । ଝିଅର ମୁହଁକୁ ଛୁରୀରେ ବାରମ୍ବାର ଆକ୍ରମଣ କରାଯାଇଛି । ଘଟଣାସ୍ଥଳରୁ ଋତୁକୁ କାବୁ କରି ନିର୍ଦ୍ଧୁମ ମାଡ଼ ମାରି ପୋଲିସ ଜିମା ଦେଇଥିଲେ ଗାଁ ଲୋକେ । ଦୁଷ୍କର୍ମ ପରେ ଝିଅକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା।

ଏଥିସହିତ ପଢ଼ନ୍ତୁ: ଝରାଫୁଲ ଡେଥ୍ ମିଷ୍ଟ୍ରି; ରହସ୍ୟ ଖୋଲୁଛି ରୁମ ନମ୍ବର ୨୦୧

Leave a Reply