spot_img
Home Blog Page 6061

ଆଜି ଶ୍ରୀମନ୍ଦିର ସେବାୟତଙ୍କର ହେବ କରୋନା ଟେଷ୍ଟ

ପୁରୀ: ଆଜି ଶ୍ରୀମନ୍ଦିର ସେବାୟତଙ୍କର ହେବ କରୋନା ଟେଷ୍ଟ। କୋଭିଡ ଟେଷ୍ଟ କରାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଭିନ୍ନ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ହୋଇଛି। ସକାଳ ୧୦ଟାରୁ କୋଭିଡ୍ ଟେଷ୍ଟ ଆରମ୍ଭ ହେବ। ଟିକାକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶ୍ରୀମନ୍ଦିରରେ ଏବେ ବିନା କୋଭିଡ ରିପୋର୍ଟରେ ଭକ୍ତମାନଙ୍କୁ ଦର୍ଶନ ଅନୁମତି ଦିଆଯାଇଛି। ଫଳରେ ସେବାୟତ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି। ଏନେଇ ଶ୍ରୀମନ୍ଦିର ପକ୍ଷରୁ ସମସ୍ତ ସେବାୟତଙ୍କୁ ଟିକାକରଣରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଥିଲା।  ଆଗାମୀ ଦିନରେ ମହାପ୍ରଭୁଙ୍କ ନୀତି କିଭଳି ପ୍ରଭାବିତ ନହେବ ସେନେଇ ସ୍ୱତନ୍ତ୍ର ନଜର ରଖାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଆଗୁଆ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି।

ଆଜିଠୁ ରାଜ୍ୟରେ ଦିଆଯିବ ପ୍ରଥମ ପର୍ଯ୍ୟାୟର ବାକି ଥିବା କରୋନା ଟିକା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଦିଆଯିବ ପ୍ରଥମ ପର୍ଯ୍ୟାୟର ବାକି ଥିବା କରୋନା ଟିକା। ପ୍ରଥମ ପର୍ଯ୍ୟାୟରେ ବାକି ଥିବା ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କୁ ଆଜିଠୁ ଟିକା ଦିଆଯିବ। ଟିକାକରଣ ପାଇଁ ଜିଲ୍ଲା ଗୁଡିକରୁ ମାଇକ୍ରୋପ୍ଲାନ ଆସିସାରିଛି। ଏହି ପ୍ରକ୍ରିୟା ଫେବ୍ରୁଆରୀ ୧୦ରେ ଶେଷହେବ। ଆଜି ଭୁବନେଶ୍ବରରେ ଓ ଆସନ୍ତାକାଲିଠୁ ସାରା ରାଜ୍ୟରେ ଟିକାକରଣ ଚାଲିବ। ପଞ୍ଜିକୃତ ହୋଇ ଟିକା ନେଇ ନଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ପର୍ଯ୍ୟାୟକ୍ରମେ ଟିକାକରଣ ପାଇଁ ଡକାଯିବ। ରାଜସ୍ୱ, ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ ପଞ୍ଜୀକରଣର ଶେଷ ତାରିଖ ଆଗାମୀ ୩୧ ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ଭୌମନଗର ୟୁପି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ ପରେ ଅନେକ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ଅନେକ ବିଧାୟକ ଓ ସାସଂଦ । ଏହି କ୍ରମରେ ସାମିଲ ହୋଇଛନ୍ତି ସାଂସଦ ଅମର ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନକୁ ସ୍ୱାଗତ କରିବା ସହ ଭୁବନେଶ୍ୱର ୟୁନିଟ-୪, ଭୌମନଗର ୟୁପି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଅମର ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନ ଶିକ୍ଷା ଭିତ୍ତିଭୂମିରେ ଉନ୍ନତି ଆଣି ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବ । ତେଣୁ ଏହି କାର୍ଯ୍ୟକ୍ରମରେ ମୁଁ ସାମିଲ ହୋଇ ୨ବର୍ଷ ( ଚତୁର୍ଥ ଓ ପଞ୍ଚମ ଶ୍ରେଣୀ) ପାଠ ପଢିଥିବା ୟୁନିଟ -୪, ଭୌମନଗର ୟୁପି ସ୍କୁଲର ଦାୟିତ୍ଵ ନେବି ବୋଲି ମନସ୍ଥ କରିଥିବା ଉଲ୍ଲେଖ କରିଛନ୍ତି ସାଂସଦ ।

ଆଇଆଇଏମ୍‍ସିରେ ଉନ୍ମୋଚିତ ହେଲା ‘ଶାନ୍ତି ସାମ୍ବାଦିକତା’ ମନୋଗ୍ରାଫ୍‍

ଢେଙ୍କାନାଳ: ବିଶ୍ୱ ସମୁଦାୟ ଏବେ ଅନ୍ତରାଷ୍ଟ୍ରୀୟ ଶାନ୍ତି ଓ ନିରାପତ୍ତାକୁ ଗୁରୁତ୍ୱ ଦେଉଛି । ହେଲେ ବିଭିନ୍ନ ଦେଶରେ ଆତଙ୍କବାଦ ସମସ୍ୟା, ଆଭ୍ୟନ୍ତରୀୟ ସଂଘର୍ଷ ଆଦି ଲାଗି ରହୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି । ଏ ଦିଗରେ ଗଣମାଧ୍ୟମର ଏକ ବଳିଷ୍ଠ ଭୂମିକା ରହିଛି । ବିଶ୍ୱରେ ଗଣମାଧ୍ୟମ ହିଁ ଶାନ୍ତି ସ୍ଥାପନ କରିପାରିବ । ତେବେ ଏଥିପାଇଁ ଗଣମାଧ୍ୟମ ଅଧିକରୁ ଅଧିକ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ଆଇଆଇଏମ୍‍ସିର ମହାନିର୍ଦ୍ଦେଶକ ପ୍ରଫେସର ଡ. ସଞ୍ଜୟ ଦ୍ୱିବେଦୀ ।

ଗଣତନ୍ତ୍ର ଦିବସରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘ଶାନ୍ତି ସାମ୍ବାଦିକତା’ ଉନ୍ମୋଚିତ ହୋଇଛି । ଏହାକୁ ଉନ୍ମୋଚନ କରି ପ୍ରଫେସର ଦ୍ୱିବେଦୀ କହିଛନ୍ତି, ଏ ଦେଶ ହେଉଛି ଗୌତମ ବୁଦ୍ଧଙ୍କ ଦେଶ । ଏହି ମାଟିରେ ମହାବୀର ଜୈନ, ନାନକ, ମହାତ୍ମା ଗାନ୍ଧୀଙ୍କ ପରି ଶ୍ରେଷ୍ଠ ବ୍ୟକ୍ତିତ୍ୱଙ୍କ ଜନ୍ମ । ଏମାନେ ସମସ୍ତେ ଶାନ୍ତିକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ଶାନ୍ତି ଆମର ମୂଳମନ୍ତ୍ର । ଭାରତ ମାଟିରୁ ହିଁ ଶାନ୍ତିର ବାର୍ତ୍ତା ବିଶ୍ୱବ୍ୟାପି ପ୍ରସାରିତ ହୋଇଛି । ତେବେ ଦୁଃଖର କଥା, ଆଜିକାଲି ଅନେକ କ୍ଷେତ୍ରରେ, ଅନେକ ସ୍ଥାନରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳୁଛି । ଶାନ୍ତି ବିନା ବିକାଶ ବି ସୂଚାରୁରୂପେ ହୋଇପାରିବ ନାହିଁ । ଏଣୁ ଏଦିଗରେ ଗଣମାଧ୍ୟମ ସକାରାତ୍ମକ ମନୋଭାବ ପୋଷଣ କରି ଶାନ୍ତି ସାମ୍ବାଦିକତାକୁ ଅଧିକ ଗୁରୁତ୍ୱ ଦେବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଡିଭିଆର୍‍ ମୂର୍ତ୍ତି କହିଛନ୍ତି, ଆଜିକାଲି ଗଣମାଧ୍ୟମରେ ଶାନ୍ତି ସାମ୍ବାଦିକତା ଖୁବ୍‍ କମ୍‍ ଦେଖିବାକୁ ମିଳୁଛି । ସେ କେତୋଟି ଇଂରାଜୀ ଦୈନିକ ଖବରକାଗଜର ଉଦାହରଣ ଦେଇଛନ୍ତି । ମୁଖ୍ୟଧାରାର ଜାତୀୟ ତଥା ଆଞ୍ଚଳିକ ଖବରକାଗଜରେ ଶାନ୍ତି ସାମ୍ବାଦିକତାର ସ୍ଥାନ ନୈରାଶ୍ୟଜନକ । ଏମିତିକି ଏହି ଧରଣର ଖବର ଏକ ପ୍ରତିଶତରୁ ବି କମ୍‍ ବାହାରୁଛି । ତେବେ ଶାନ୍ତି ସାମ୍ବାଦିକତାର ଅନ୍ୟତମ ପ୍ରମୁଖ ଉପାଦାନ ହେଉଛି ସତ୍ୟତା । ସତ ତଥ୍ୟ ତଥା ଖବରର ପୁଙ୍ଖାନୁପୁଙ୍ଖ ଗବେଷଣା, ବିଶ୍ଳେଷଣ ଏବଂ ଉପସ୍ଥାପନା ଶାନ୍ତି ସାମ୍ବାଦିକତାକୁ ଆଗେଇ ନେଇଥାଏ । ଏଣୁ ସାମ୍ବାଦିକତା କ୍ଷେତ୍ରକୁ ଆସୁଥିବା ଯୁବ ସାମ୍ବାଦିକମାନେ ଏ ନେଇ ସଚେତନ ରହିବା ଦରକାର । ଶାନ୍ତି ସାମ୍ବାଦିକତାର ଗୁରୁତ୍ୱକୁ ବୁଝିବା ସହ ସାମ୍ବାଦିକମାନେ ଏଥିପାଇଁ ଅଧିକରୁ ଅଧିକ ଅବଦାନ କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ବର୍ତ୍ତମାନ ସମୟରେ ଶାନ୍ତି ସାମ୍ବାଦିକତାର ବେଶ୍‍ ଆବଶ୍ୟକତା ରହିଛି । ଚଳିତ ବର୍ଷ ଅର୍ଥାତ୍‍ ୨୦୨୧କୁ ଜାତିସଂଘ ଶାନ୍ତି ଓ ବିଶ୍ୱାସର ବର୍ଷ ଭାବେ ଅଭିହିତ କରିଛି । ଏସବୁ ଦୃଷ୍ଟିରୁ ଆଇଆଇଏମ୍‍ସି ପକ୍ଷରୁ ଏପରି ଏକ ସ୍ୱତନ୍ତ୍ର ମନୋଗ୍ରାଫ୍‍ ପ୍ରସ୍ତୁତ କରାଯାଇଛି । ସାମ୍ବାଦିକତା କରୁଥିବା ଏବଂ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଏହି ମନୋଗ୍ରାଫ୍‍ଟି ନିଶ୍ଚୟ ଅନେକ ଦିଶା ଓ ଦିଗନ୍ତ ଦେଇପାରିବ ବୋଲି ଆଶା । ଗୁଗୁଲ୍‍ ମିଟ୍‍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଆଇଆଇଏମ୍‍ସିର ସହକାରୀ ପ୍ରଫେସର ସମ୍ବିତ ପାଲ ସଂଯୋଜନା କରିଥିବାବେଳେ ଧନ୍ୟବାଦ ଦେଇଛନ୍ତି ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର । ‘ଶାନ୍ତି ସାମ୍ବାଦିକତା’ ମନୋଗ୍ରାଫ୍‍ରେ ମୋଟ ୧୫ଟି ସନ୍ଦର୍ଭ ଓ ନିବନ୍ଧ ସ୍ଥାନ ପାଇଛି । ଏଥିରେ ଦେଶର ବହୁ ଖ୍ୟାତନାମା ଶିକ୍ଷାବିତ, ସାମ୍ବାଦିକଙ୍କ ଲେଖା ରହିଛି ।

ପରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଓ ଆଇଆଇଏମ୍‍ସିର ମିଳିତ ଆନୁକୂଲ୍ୟରେ କବିତା ପାଠୋତ୍ସବ ‘ଶବ୍ଦାଞ୍ଜଳି’ ଅନୁଷ୍ଠିତ ହୋଇଛି । ଏଥିରେ ଆଇଆଇଏମ୍‍ସିର ଅତିରିକ୍ତ ନିର୍ଦ୍ଦେଶକ (ପ୍ରଶାସନିକ) କେ. ସତିଶ ନମ୍ବୁଦିରିପଦ୍‍ ଭାରତୀୟ ଭାଷା ସାହିତ୍ୟର ମହାନତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏଥିସହିତ ଲେଖକ ସଂସଦର ବହୁ କବି, କବୟିତ୍ରୀ ତଥା ସଂସ୍ଥାନର ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ କବିତା ପାଠ କରିଛନ୍ତି ।
ସକାଳେ ସଂସ୍ଥାନରେ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ପତାକା ଉତ୍ତୋଳନ ପରେ ଡ. ଚାଟାର୍ଜୀ କହିଛନ୍ତି, ସମ୍ବିଧାନର ଆତ୍ମାକୁ କେବଳ ନ୍ୟାୟପାଳିକା ଏବଂ ଗଣମାଧ୍ୟମ ହିଁ ସୁରକ୍ଷିତ ରଖିପାରିବ । ଏଣୁ ସାମ୍ବାଦିକତା କ୍ଷେତ୍ରକୁ ଆସୁଥିବା ଛାତ୍ରଛାତ୍ରୀ ଓ କାର୍ଯ୍ୟରତ ସାମ୍ବାଦିକମାନେ ଏହାର ପ୍ରତିପାଦନ ପାଇଁ ଆଗକୁ ଆସିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ କର୍ମଚାରୀଙ୍କ ସମେତ କିଛି ଛାତ୍ରଛାତ୍ରୀ ଯୋଗଦେଇ ଗଣତନ୍ତ୍ର ଦିବସରେ ନିଜର ଦୃଷ୍ଟିଭଙ୍ଗୀ ରଖିଥିଲେ । ପରେ ସମସ୍ତେ କ୍ୟାମ୍ପସ୍‍ ସଫେଇ କରିଥିଲେ ।

ଲାଲକିଲ୍ଲାରେ ତ୍ରିରଙ୍ଗା ସ୍ଥାନରେ ଆନ୍ଦୋଳନକାରୀ ଉଡ଼ାଇଥିବା ନିଶାନ ସାହିବର କାହାଣୀ

ନୂଆଦିଲ୍ଲୀ: ୭୨ତମ ଗଣତନ୍ତ୍ର ଦିବସ ଅବସରରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକ ଅଲଗା ଅଲଗା ସୀମା ଦେଇ ଦିଲ୍ଲୀ ମଧ୍ୟକୁ ପଶିଥିଲେ । ବିଭିନ୍ନ ସ୍ଥାନରେ କୃଷକ-ପୋଲିସ ମୁହାଁମୁହିଁ ହୋଇଥିବା ବେଳେ ଆନ୍ଦୋଳନକାରୀ ବ୍ୟାରିକେଡ୍ ଭାଙ୍ଗି ଥିଲେ । ଏହାରି ଭିତରେ ବିରୋଧକାରୀ ଶିଖ୍ କୃଷକ ନିଜର ଧାର୍ମିକ ଝଣ୍ଡା ‘ନିଶାନ ସାହିବ’ ଲାଲକିଲ୍ଲାରେ ଉଡ଼ାଇଥିଲେ । ଯେଉଁ ସ୍ଥାନରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରନ୍ତି । ଆସନ୍ତୁ ଜାଣିବା ‘ନିଶାନ ସାହିବ’ର ଇତିହାସ…

 ‘ନିଶାନ ସାହିବ’ କଣ ?

‘ନିଶାନ ସାହିବ’ ଶିଖ୍ ଧର୍ମାବଲମ୍ବୀଙ୍କ ପବିତ୍ର ଝଣ୍ଡା । ଏହି ତ୍ରିକୋଣୀୟ ଝଣ୍ଡା ରେଶମ କପଡ଼ାରେ ତିଆରି । ଏହି ଝଣ୍ଡା ମଝିରେ ଦୁଇ ଧାର ବିଶିଷ୍ଟ ଖଣ୍ଡା ଚିହ୍ନ ରିହିଛି । ଖଣ୍ଡାର ରଙ୍ଗ ନୀଳ ଅଟେ । ଧ୍ୱଜାରେ ଖଣ୍ଡା ରହିବାର ଅର୍ଥ- ଶିଖଙ୍କ ବ୍ୟତୀତ ଅନ୍ୟ କୌଣସି ବି ଧର୍ମର ବ୍ୟକ୍ତି ଧର୍ମସ୍ଥଳ ପ୍ରବେଶ ପାଇଁ ସ୍ୱତନ୍ତ୍ର ଅଟନ୍ତି । ବିନା କୌଣସି ବାଧାରେ ଈଶ୍ୱରଙ୍କ ଆରାଧନା କରିପାରିବେ ।

History Of Nishan Sahib Flag

‘ନିଶାନ ସାହିବ’କୁ ଖାଲସା ପନ୍ଥର ପରମ୍ପରାଗତ ଚିହ୍ନ ଭାବେ ବିବେଚନା କରାଯାଏ । ଗୁରୁଦ୍ୱାରର ଶୀର୍ଷ କିମ୍ବା ଉଚ୍ଚ ସ୍ଥାନରେ ଏହାକୁ ଉଡ଼ା ଯାଉଥିବାରୁ ଦୂରରୁ ସହଜରେ ଦେଖି ହୁଏ । ଏହାକୁ ଖାଲସା ପନ୍ଥର ପ୍ରତୀକ ଭାବେ ମାନନ୍ତି । ବୈଶାଖର ଶୁଭ ଅବସରରେ ଏହାକୁ ତଳକୁ ଆଣି ଦୁଗ୍ଧ, ଜଳରେ ପବିତ୍ର କରାଯାଏ । ‘ନିଶାନ ସାହିବ’ର କେଶରୀ ରଙ୍ଗ ଫିକା ପଡ଼ିଗଲେ ଏହାକୁ ବଦଳା ଯାଇଥାଏ । ଶିଖ୍ ସମ୍ପ୍ରଦାୟରେ ‘ନିଶାନ ସାହିବ’କୁ ସମ୍ମାନ କରାଯାଏ ।

‘ନିଶାନ ସାହିବ’ର ଇତିହାସ

କୁହାଯାଏ ‘ନିଶାନ ସାହିବ’ ପ୍ରଥମେ ନାଲି ରଙ୍ଗର ଥିଲା । ପରେ ଏହାର ରଙ୍ଗ ବଦଳାଇ ଧଳା କରାଯାଇଥିଲା । ପରେ ଏହା ରଙ୍ଗ କେଶରୀକୁ ପରିବର୍ତ୍ତନ କରାଯାଇଥିଲା । ୧୭୦୯ରେ ସର୍ବପ୍ରଥମେ ଗୁରୁ ହରଗୋବିନ୍ଦ ଜୀ କେଶରୀ ରଙ୍ଗର ‘ନିଶାନ ସାହିବ’ ଉଡ଼ାଇଥିଲେ ।

ବିଶ୍ୱ ଦେଖିଲା ବନ୍ଧୁତ୍ୱ: ସାଧାରଣତନ୍ତ୍ର ପରେଡରେ ବାଂଲାଦେଶ ସେନା

ନୂଆଦିଲ୍ଲୀ: ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏବଂ ଉପସ୍ଥିତ ରହିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ଚଳିତ ସାଧାରଣତନ୍ତ୍ର ଦିବସ ରହିଥିଲା କିଛି ସ୍ୱତନ୍ତ୍ର । ପ୍ରତିବର୍ଷ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଅତିଥି ଭାବେ ଯୋଗଦାନ କରୁଥିବାବେଳେ ଚଳିତବର୍ଷ କେହି ନଥିଲେ ଅତିଥି । ବଂର ଏହି ଶୂନ୍ୟତା ପୁରଣ କରିଥିଲେ ପଡୋଶୀ ବନ୍ଧୁରାଷ୍ଟ୍ରର ସେନା ।

ବାଲାଂଦେଶର ତିନି ସେନା ବାହିନୀ ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିଲେ । ସ୍ଥଳ ସେନା, ନୌ-ସେନା ଏବଂ ବାୟୁସେନା ଦେଖାଇଥିଲେ ନିଜ ନିଜର ଶକ୍ତି । ଦିଲ୍ଲୀ ରାଜପଥରେ ବନ୍ଧୁରାଷ୍ଟ୍ର ବାଲାଂଦେଶ ସେନାର ସାମର୍ଥ୍ୟ ଦେଖିଥିଲା ଭାରତ । ୧୯୭୧ ବାଲାଂଦେଶ-ପାକିସ୍ତାନ ଯୁଦ୍ଧରେ ସାଥ ଦେଇଥିଲା ଭାରତ । ପାକିସ୍ତାନକୁ ପରାସ୍ତ କରିବାର ମୁଖ୍ୟ ଭୂମିକା ଲିଭାଇଥିଲା ଭାରତ । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଅକ୍ଷୁର୍ଣ୍ଣ ରହିଆସିଛି ବନ୍ଧୁତା ।

ସେପଟେ ୧୯୭୧ ମସିହା ଯୁଦ୍ଧକୁ ୫୦ ବର୍ଷ ପୁରିଛି । ଏହି ଐତିହ୍ୟ ଦିନକୁ ସ୍ମରଣ କରିବା ପାଇଁ ଭାରତର ସାଧାରଣତନ୍ତ୍ର ଦିବସରେ ଯୋଗଦେଇଛି ବାଂଲାଦେଶ ସେନା । ବନ୍ଧୁ ରାଷ୍ଟ୍ର ଭାରତର ଶୌର୍ଯ୍ୟକୁ ସମ୍ମାନ ଜଣାଇ ପରେଡରେ ସାମିଲ ହୋଇଛି ବିଦେଶୀ ସେନା । ଯାହା ଦୁଇ ଦେଶ ଭିତରେ ରହିଥିବା ବନ୍ଧୁତାର ନିଦର୍ଶନ ଦେଇଛି ।

ପୋଷ୍ୟ ଭାବେ ଗ୍ରହଣ କରିବା ପରେ ଏମକେସି ହାଇସ୍କୁଲ ପରିଦର୍ଶନ କଲେ ପ୍ରଣବ

ବାରିପଦା: ବାରିପଦା ଏମକେସି ହାଇସ୍କୁଲ ହେବ ଆଦର୍ଶ ବିଦ୍ୟାଳୟ । ଗତକାଲି ଏହି ହାଇସ୍କୁଲକୁ ଯାଜପୁର ବିଧାୟକ ତଥା ମୟୂରଭଞ୍ଜ ଜିଲ୍ଲାର ପ୍ରଭାରୀ ପ୍ରଣବ ପ୍ରକାଶ ଦାସ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ଏନେଇ ଆଜି ନିଜେ ବିଧାୟକ ବାରିପଦା ଗସ୍ତ କରି ସ୍କୁଲ ପରିଦର୍ଶନ କରିଛନ୍ତି । ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଆଲୁମିନି ସହ ଆଲୋଚନା କରିଛନ୍ତି ବିଧାୟକ । ଏହି ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟରେ ଗଢ଼ିବା ପାଇଁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରଣବ ପ୍ରକାଶ ଦାସଙ୍କ ସୂଚନା ଦେଇଛନ୍ତି ।

Jajpur MLA Visits His Adopted MKC High School In Baripada

ମୟୂରଭଞ୍ଜ ଜିଲ୍ଲାର ରାଜତନ୍ତ୍ର ସମୟର ଏହି ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟ ଏବେ ଅନେକ ସମସ୍ୟା ଭିତରେ ଗତି କରୁଛି । ଏହି ବିଦ୍ୟାଳୟରେ ଅଧ୍ୟୟନ କରି ଅନେକ ଛାତ୍ରଛାତ୍ରୀ ଗୌରବ ଅର୍ଜନ କରିଛନ୍ତି । ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ପରେ ବିଦ୍ୟାଳୟର ଆଙ୍ଗିକ ଏବଂ ଆତ୍ମିକ ବିକାଶ କରିବାକୁ ଯୋଜନା ରଖିଥିବା କହିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ ।

ବିଶ୍ୱର ସୁରକ୍ଷିତ ବିଲଡିଙ୍ଗ୍‌, ଯେଉଁଠାକୁ ପ୍ରବେଶ କରିବା ଅସମ୍ଭବ

ନୂଆଦିଲ୍ଲୀ:   କୌଣସି ଦେଶର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଭବନକୁ ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ହୋଇଥାଏ । କିନ୍ତୁ କୁହାଯାଏଯେ ଦୁନିଆରେ ଏଭଳି କିଛି ସୁରକ୍ଷିତ ବିଲଡିଙ୍ଗ୍‌ରହିଛି ଯାହା ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀଙ୍କ ଭବନଠାରୁ ସମ୍ପୂର୍ଣ୍ଣ ଭିନ୍ନ । ନା ତାହା କୌଣସି ନେତାଙ୍କ ଭବନ ନା କୌଣସି ପ୍ରମୁଖ ବ୍ୟକ୍ତିଙ୍କ ଆବାସ । ଆମେରିକା ସ୍ଥିତ ଫୋର୍ଟ ନକ୍ସ ନାମକ ବିଲଡିଙ୍ଗ୍‌ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ । କିନ୍ତୁ ଏହାକୁ କାହିଁକି ଦୁନିଆର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି କୁହାଯାଏ? କ’ଣ ରହିଛି ଏହାର ବିଶେଷତ୍ତ୍ୱ?
ଆମେରିକାର କେଣ୍ଟୁକୀ ରାଜ୍ୟରେ ନିର୍ମିତ ଫୋର୍ଟ ନକ୍ସ ବିଲଡିଙ୍ଗ୍‌ଏକ ଗୋଲ୍ଡ ରିଜର୍ଭ । ଏଠାରେ ପ୍ରାୟ ୪୨ ଲକ୍ଷ କିଲୋ ସୁନା ରଖାଯାଇଛି । ଏହା ବ୍ୟତୀତ ଏଠାରେ ଆମେରିକାର ସ୍ୱାଧୀନତାର ବାସ୍ତବ ଘୋଷଣା ପତ୍ର, ଗୁଟେନବର୍ଗର ବାଇବେଲ ଏବଂ ଆମେରିକା ସମ୍ବିଧାନର ଅସଲ କପିଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷ ସୁରକ୍ଷିତ ଭାବରେ ରଖାଯାଇଛି । ଏଥିପାଇଁ ଏହାର ରକ୍ଷଣବେକ୍ଷଣା ଦାୟିତ୍ୱ ୟୁନାଇଟେଡ୍‌ଷ୍ଟେଟ୍‌ ଡିପାର୍ଟମେଣ୍ଟ ଅଫ୍‌ଟ୍ରେଜରୀ ଉପରେ ନ୍ୟସ୍ତ ରହିଛି ।

କୁହାଯାଏ ଆମେରିକାର ଅଧାରୁ ଅଧିକ ସୁନା ଏହି ସ୍ଥାନରେ ରଖାଯାଇଛି । ସୁନା ଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ୧୯୩୬ ମସିହାରେ ଏହାକୁ ନିର୍ମାଣ କରାଯାଇଥିଲା । ଏହି ବିଲଡିଙ୍ଗର ସୁରକ୍ଷା ପାଇଁ ଏହାର କାନ୍ଥକୁ ମୋଟା ଗ୍ରାନାଇଟରେ ଆଚ୍ଛାଦିତ କରାଯାଇଛି । କିନ୍ତୁ ଏହା ଏଭଳି ସେଭଳି କାନ୍ଥ ନୁହେଁ, ଏଥିରେ କରେଣ୍ଟର ବ୍ୟବସ୍ଥା ରହିଛି । ଅର୍ଥାତ୍‌ଏହାକୁ ଛୁଇଁବାମାତ୍ରେ କରେଣ୍ଟ ମାରିବ । କେବଳ ସେତିକି ନୁହେଁ ଏହାର ସୁରକ୍ଷା ପାଇଁ ପ୍ରାୟ ୩୦ ହଜାର ଆମେରିକା ସୈନ୍ୟଙ୍କୁ ନିୟୋଜିତ କରାଯାଇଛି ।
ଟ୍ରେଜରୀ ବିଭାଗ କହେ ଏହା ଦୁନିଆର ସବୁଠାରୁ ସୁରକ୍ଷିତ ବିଲଡିଙ୍ଗ୍ । କାରଣ ଏଥିରେ ବ୍ୟବହାର ହୋଇଛି ଆଧୁନିକ ଜ୍ଞାନ କୌଶଳ । ଅବଶ୍ୟ କେଉଁ କେଉଁ କୌଶଳ ଏଥିରେ ବ୍ୟବହାର ହୋଇଛି ତାହାକୁ ନେଇ କୌଣସି ଖୁଲାସା କରିନାହିଁ ଟ୍ରେଜରୀ ବିଭାଗ । ବିଲଡିଙ୍ଗ ମଧ୍ୟରେ କେଉଁଠାରେ ଏବଂ କିଭଳି ଭାବରେ ସୁନା ରଖାଯାଇଛି ହୁଏତ ସେଠାର ସୈନ୍ୟ ମଧ୍ୟ ଜାଣିନଥିବେ । କିନ୍ତୁ କୁହାଯାଏ ଏହି ଭଣ୍ଡାର କୌଣସି ପ୍ରକାରର ପ୍ରାକୃତିକ ଦୁର୍ବିପାକ ବା ଭୂମିକମ୍ପ ଆଦି ପ୍ରଭାବରେ ସୁରକ୍ଷିତ ରହିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ରହିଛି ।

ଏହାର ଚାରିପାର୍ଶ୍ୱ ଯେପରି କୋଣ ଅନୁକୋଣରେ ସିସିଟିଭିର ବ୍ୟବସ୍ଥା ରହିଛି । ବାହାରର କୌଣସି ବ୍ୟକ୍ତି ବା ଡ୍ରୋନ ଯଦି କେଣ୍ଟୁକୀ ରାଜ୍ୟ ମଧ୍ୟକୁ ପ୍ରବେଶ କରେ ତେବେ ପୁରା ପ୍ରଶାସନ ଚଳଜଚଞ୍ଚଳ ହୋଇଉଠେ । ଏଠାରେ ମାଟିତଳେ ବିସ୍ଫୋରକ ରଖାଯାଇଥିବା କୁହାଯାଏ, ଯାହା ଶରୀରର ତାପମାତ୍ରାରେ ସଂଚାଳିତ ହୋଇଥାଏ । ଯଦି କେହି ଜବରଦସ୍ତି ଏହା ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରେ ତେବେ ପରିଣାମ ଖୁବ ଭୟାନକ ହେବ ।

ବିଲଡିଙ୍ଗ ମଧ୍ୟରେ କେଉଁଭଳି ସୁନା ରହିଛି ତାହାକୁ ନେଇ ଅଧିକାଂଶ ସମୟ ଆଲୋଚନା ହୋଇଥାଏ । ରିପୋର୍ଟ କହୁଛି ଏହି ଲକର ଖୁବ ମଜବୁତ୍‌। ଏହାର ଦ୍ୱାର ୨୦ ଟନ୍‌ରୁ ଅଧିକ । ଯାହାକୁ ଭାଙ୍ଗିବା ଅସମ୍ଭବ । ଖାସ୍‌କଥା ହେଉଛି ଲକର୍ ର ପାସଓ୍ୱର୍ଡ଼ର କମ୍ବିନେସନ ଦୁଇ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ନିକଟରେ ରହିଛି । ଯାହା ସେମାନେ ମଧ୍ୟ ଜାଣିନାହାଁନ୍ତି ।

ଲକର ସୁରକ୍ଷାରେ ଥିବା ବ୍ୟକ୍ତି ଆମେରିକା ସରକାରଙ୍କର ସବୁଠାରୁ ବିଶ୍ୱସ୍ତ ବ୍ୟକ୍ତି । ସୁରକ୍ଷା ପାଇଁ ସେମାନେ ଶପଥ ନେଇଥାନ୍ତି । ତେବେ ଏତେସବୁ ବ୍ୟବସ୍ଥା ବିଷୟରେ ଜାଣିବା ପରେ ହୁଏତ କେହି କେବେ ମଧ୍ୟ ଏହା ମଧ୍ୟକୁ ପ୍ରବେଶ କରିବା କଥା ଭାବିବ ନାହିଁ । କିନ୍ତୁ ଏହାକୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଛି । ଯେଉଁଥିରେ ଏହି ବିଲଡିଙ୍ଗ୍‌ର ସୁରକ୍ଷାବଳକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଛି । ୧୯୬୪ ମସିହାରେ ଜେମ୍ସ ବଣ୍ଡ୍‌ସିରିଜରେ ଗୋଲ୍ଡଫିଙ୍ଗର ନାମକ ଜଣେ ବ୍ୟକ୍ତି ଧନୀ ହେବା ଏବଂ ଚୀନକୁ ଲାଭବାନ୍‌କରାଇବା ଲକ୍ଷ୍ୟରେ ଏଭଳି ଉଦ୍ୟମ କରିଥିଲା ।

ଆଦିବାସୀ ମେଳା ଉଦଘାଟିତ୍, ଫେବ୍ରୁଆରୀ ୯ ଯାଏ ଚାଲିବ

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । କୋଭିଡ୍ କଟକଣା ଯୋଗୁଁ ଚଳିତ ବର୍ଷ ଆଦିବାସୀ ମେଳାକୁ ହାଇବ୍ରିଡ୍ ମୋଡରେ କରାଯାଉଛି । ୟୁନିଟ-୧ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଶୁଭାରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ଫେବ୍ରୁଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ମେଳାରେ କେବଳ ଜନଜାତିଙ୍କ ଉତ୍ପାଦିତ ଓ ପ୍ରସ୍ତୁତି ସାମଗ୍ରୀ ତଥା ବନଜାତ ସାମଗ୍ରୀକୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିକ୍ରୟ ପାଇଁ ଅନୁମତି ପ୍ରଦାନ କରାଯାଇଛି ।

State Level Tribal Exhibition In Bhubaneswar Inaugurated

୨୨ ଟି ଆଇଟିଡ଼ିଏ ଓ ୧୭ ଗୋଟି ଅଣୁ ପ୍ରକଳ୍ପ ମନୋନୀତ ହୋଇଥିବା ବେଳେ ୯୦ ଟି ଷ୍ଟଲରେ ବିକ୍ରି ପାଇଁ ସୁବିଧା କରାଯାଇଛି । ଭିଡ଼ରୁ ରକ୍ଷା ପାଇବା ପାଇଁ ଲୋକମାନେ ମେଳାର ୱେବସାଇଟ୍ www.adivasimela2021.com ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଇ-ମାର୍କେଟିଂ ବ୍ୟବସ୍ଥା ସହ ପ୍ରବେଶ ଦ୍ବାରରେ ସାନିଟାଇଜର ଓ ଥର୍ମାଲ ସ୍କାନର ବ୍ୟବସ୍ଥା କରାଯାଇଛି । ମେଳାରେ ୱାଇଫାଇ ବ୍ୟବସ୍ଥା କରାଯିବା ସହ ଏକକାଳୀନ ୧୫ଶହରୁ ଅଧିକ ଦର୍ଶକ ଭିତରକୁ ଯାଇପାରିବେ ନାହିଁ ।

ଗୃହ ବିଭାଗର ନିଷ୍ପତ୍ତି; ଦିଲ୍ଲୀରେ ନିୟୋଜିତ ହେବେ ପାରାମିଲିଟାରୀ ଫୋର୍ସ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଗୃହ ମନ୍ତ୍ରାଳୟର ଦୃଢ ନିଷ୍ପତି । ରାଜଧାନୀ ଦିଲ୍ଲୀରେ ପ୍ରତିବାଦ ନାଁ ରେ ଘଟିଥିବା ହିଂସା ଘଟଣାକୁ ଗୁରୁତର ଭାବେ ନେଇଛି ଗୃହ ବିଭାଗ । ରାଜଧାନୀ ଦିଲ୍ଲୀରେ ସାଧାରଣ ତନ୍ତ୍ର ଦିବସରେ ଘଟିଥିବା ଏଭଳି ଅପ୍ରିତିକର ସ୍ଥିତିକୁ ପ୍ରତିହତ କରିବା ପାଇଁ ନିଷ୍ପତି ନେଇଛି ଗୃହ ବିଭାଗ । ଯଦ୍ୱାରା ଦିଲ୍ଲୀରେ ୧୫ ଫୋର୍ସ ଅର୍ଦ୍ଧସାମରିକ ବଳ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି ।

ଶାନ୍ତିପ୍ରିୟ ଆନ୍ଦୋଳନ ନାଁ ରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ଆନ୍ଦୋଳନରତ ଚାଷୀ । ବିଜୟ ଦୁର୍ଗ ଲାଲ କିଲ୍ଲାରେ ଆନ୍ଦୋଳନରତ ଚାଷୀ ଉଡାଇଛନ୍ତି ନିଜ ସଂଗଠନର ପତାକା । ଅନୁମତି ମିଳିଥିବା ରାସ୍ତା ପରିବର୍ତ୍ତେ ଅନ୍ୟ ରାସ୍ତାରେ ପ୍ରବେଶ କରିବା ଯୋଗୁଁ ସାଧାରଣ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।

ସେପଟେ ବିଭିନ୍ନ ସ୍ଥାନରେ ଆନ୍ଦୋଳନରତ ଚାଷୀ ପୋଲିସକୁ ଆକ୍ରମଣ କରିବା ସହ ପୋଡା ଜଳା ମଧ୍ୟ କରିଛନ୍ତି । ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀରେ ଏଭଳି ପରିସ୍ଥିତିକୁ ନଜରରେ ରଖି ଜରୁରୀ ବୈଠକ ଡାକିଥିଲା ଗୃହ ବିଭାଗ । ଗୃହ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ବୈଠକ ବସିଥିବାବେଳେ, ଦିଲ୍ଲୀରେ ୧୫ ଫୋର୍ସ ଅର୍ଦ୍ଧସାମରିକ ବଳ, ୧୦ ଫୋର୍ସ ସିଆରପିଏଫ ଏବଂ ୫ଟି କମ୍ପାନୀ ଫୋର୍ସ ମୁତୟନ ପାଇଁ ନିର୍ଦେଶ ଦେଇଛି ଗୃହ ବିଭାଗ ।