ସିପି ଭାବେ ଦାୟିତ୍ୱ ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ, କହିଲେ- ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ବଡ଼ ଦାୟିତ୍ୱ

1 min read
Soumendra Priyadarshi Taking Police Commissioner Charge Of Twin City

ଭୁବନେଶ୍ୱର: ୧୯୯୫ ବ୍ୟାଚର ଆଇପିଏସ୍ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ୱର-କଟକ କମିଶନରଟ ପୋଲିସର କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର । ଦାୟିତ୍ୱ ଗ୍ରହଣ ଅବସରରେ କଟକ, ଭୁବନେଶ୍ୱର ଦ୍ୱୈତ ନଗରୀର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ କାମନା କରିଛନ୍ତି ନୂତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Soumendra Priyadarshi Taking Police Commissioner Charge Of Twin City

ଦାୟିତ୍ୱ ଗ୍ରହଣ ଅବସରରେ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି- ପୋଲିସ କମିଶନର ହିସାବରେ ଦାୟିତ୍ୱକୁ ନିଷ୍ଠାର ସହ ପ୍ରତିପାଳନ କରିବି । କୌଣସି ପୋଲିସ ଅଫିସର ପାଇଁ ୨ଟି ମୁଖ୍ୟ ଦାୟିତ୍ୱ ହେଲା- ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ, ଅପରାଧ ଚିହ୍ନଟ । ନିଶ୍ଚିତ ଭାବେ ଏଥିପ୍ରତି ବିଶେଷ ପ୍ରାଥମିକତା ଦେଇ ମୁଁ କାର୍ଯ୍ୟ କରିବି । ପୂର୍ବତନ କମିଶନରଙ୍କ ଏଜେଣ୍ଡାକୁ ସୂଚାରୁରୂପେ କାର୍ଯ୍ୟକାରୀ ଉପରେ ଧ୍ୟାନ ଦେବି । ଉଭୟ ସହରର ଜନସାଧାରଣଙ୍କ ଧନଜୀବନ ସୁରକ୍ଷା କମିଶନରେଟ୍ ପୋଲିସର ବଡ଼ ଦାୟିତ୍ୱ ।

Soumendra Priyadarshi Taking Police Commissioner Charge Of Twin City

ଆପଣମାନଙ୍କ ସହଯୋଗରେ ଏହି ଦାୟିତ୍ୱ ନିର୍ବାହ ପାଇଁ ବଦ୍ଧପରିକର । ଆପଣମାନଙ୍କ ଅକୁଣ୍ଠ ସହଯୋଗରେ ପ୍ରଭୁଙ୍କ ଆଶୀର୍ବାଦ ଓ କଠୋର ପରିଶ୍ରମ ମାମଧ୍ୟମରେ ପୋଲିସିଂ ସିଷ୍ଟମ ଭଲ ଭାବେ ଚାଲିବ କହିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୯୯୫ ମସିହାର ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀ ପୂର୍ବରୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ କରୁଥିଲେ । ନୂତନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କମିଶନରେଟ୍ ପୋଲିସ ଅଫିସରେ ସ୍ୱାଗତ କରାଯାଇଛି ।

Leave a Reply