ମହିଳା ପୋଲିସଙ୍କ ଉପରେ ବନିବ ୱେବସିରିଜ୍, ଏମିତି କହିଲେ ଅମିତାଭ ବଚ୍ଚନ…

1 min read

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସରେ ନିୟୋଜିତ ମହିଳା ହେଡ୍ କନଷ୍ଟେବଳ ସୀମା ଢାକା ରିଏଲ୍ ଲାଇଫରେ ଜଣେ ହିରୋ । ଯାହାଙ୍କ ସାହାସୀକତାକୁ ନେଇ ସବୁଠୁ ଚର୍ଚ୍ଚା । ଆଉ ତାଙ୍କ ଉପରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଏକ ୱେବସିରିଜ୍ ।

ସୀମା ଢାକା ନିଜ ପ୍ରଚେଷ୍ଟା ବଳରେ ପ୍ରାୟ ୩ ମାସ ମଧ୍ୟରେ ୭୬ ଜଣ ନିଖୋଜ ଶିଶୁଙ୍କୁ ଖୋଜି ବାହାର କରିଥିଲେ । ଯେଉଁଥିପାଇଁ ସୀମାଙ୍କୁ ଆଉଟ୍ ଅଫ୍ ଟର୍ନ ପ୍ରମୋଶନ ଦିଆଯାଇଥିଲା । ସୀମାଙ୍କ ବୀରତ୍ୱର ଭୁରିଭୁରି ପ୍ରଶଂସା କରିବା ସହ ବଲିଉଡର ଶେହନସା ବୋଲାଉଥିବା ଅମିତାଭ କହିଛନ୍ତି, ସୀମାଙ୍କ ଉପରେ ଫିଲ୍ମ ବନିବା ଜରୁରୀ ।

ଏନେଇ ସେ ଟ୍ୱିଟ୍ କରି ନିଜ ଇଚ୍ଛା ଜାହିର କରିଛନ୍ତି ।

ନିକଟରେ ଏବ୍ସଲୁଟ୍ ବିଜ୍ ଏଣ୍ଟରଟେନମେଣ୍ଟ କମ୍ପାନୀ ସୀମା ଢାକାଙ୍କ ଉପରେ ୱେବ ସିରିଜ୍ ବନାଇବା ପାଇଁ ରାଇଟ୍ସ କିଣିଛନ୍ତି । ହେଡ୍ କନଷ୍ଟେବଳ ସୀମା ଢାକା ଯେଉଁ ୭୬ ଶିଶୁଙ୍କୁ ଖୋଜି ବାହାର କରିଛନ୍ତି, ସେମାନଙ୍କ ମଧ୍ୟରୁ ୫୬ ଜଣଙ୍କ ବୟସ ୧୪ ବର୍ଷରୁ କମ୍ ରହିଥିଲା । ରାଇଟ୍ସ କିଣିଥିବା କମ୍ପାନୀ ଯୋଗେନ୍ଦ୍ର ଚତୁର୍ବେଦୀ କହିଛନ୍ତି ଯେ, ଯେବେ ଆମକୁ ସୀମା ଢାକାଙ୍କ କାହାରୀ ସମ୍ପର୍କରେ ଜଣାପଡିଲା । ଆମେ ସଙ୍ଗେସଙ୍ଗେ ତାଙ୍କ ସହ ସମ୍ପର୍କ କରିଥିଲୁ । ଆଉ ଏଭଳି ଏକ କାହାଣୀ ଯାହା ସମସ୍ତଙ୍କୁ ଶୁଣାଇବା ଉଚିତ୍ ।

 

Leave a Reply