ସଂସଦରେ ତେଲ ତାତି: ଆସନ୍ତକାଲି ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି

ନୂଆଦିଲ୍ଲୀ: ଲଗାତାର ଦ୍ୱିତୀୟ ଦିନ ପାଇଁ ସଂସଦରେ ତେଲ ତାତି । ତେଲ ଦର ବୃଦ୍ଧିକୁ ନେଇ ସଂସଦରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ  । ଏ ପ୍ରସଂଗରେ ଆଲୋଚନା ପାଇଁ ଅଡ଼ି ବସିଥିଲେ ବିରୋଧୀ । ଫଳରେ ଗୃହକୁ ଦିନକ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି  । ପ୍ରଥମେ ସଂସଦର ଉଭୟ ଗୃହକୁ ଦିନ ୨ଟା ପରେ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି  ।

ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟ ତୈଳଦର ବୃଦ୍ଧିକୁ ନେଇ ଗୃହ ଅଚଳ ହୋଇଥିଲା ।  କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ ।  ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ତୈଳ ଦର କମ ରହିଥିବାବେଳେ ଭାରତରେ କାହିଁକି ମାତ୍ରାଧିକ ଅର୍ଥ ନିଆଯାଇଛି, ସେନେଇ ପ୍ରଶ୍ନ ଉଠାଇଲେ ବିରୋଧି ଦଳ । ତେଣୁ ଏନେଇ ଗୃହରେ ଆଜି ଆଲୋଚନା ହେଉ ବୋଲି ଅଡ଼ି ବସିଥିଲେ କଂଗ୍ରେସ ସାଂସଦ ।

ଏହି ପ୍ରସଙ୍ଗରେ ପ୍ରଥମେ ଗୃହ ଦିନ ୧୧ଟା ଓ ପରେ ୧ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ଅଧକ୍ଷ ଭେଙ୍କୟା ନାଇଡୁ। ରାଜ୍ୟସଭାରେ ବିରୋଧି ଦଳ ନେତା ମଲିକାର୍ଜୁନ ଖଡଗେ ପ୍ରଥମେ ତୈଳଦର ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । ପରେ ଦଳର ସାଂସଦ ମାନେ ଏନେଇ ଆଲୋଚନା କରିବାକୁ ଦାବି କରିଥିଲେ । ଯାହାକୁ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ ଏବଂ ହୋହଲ୍ଲା ଦେଖାଯାଇଥିଲା।

ଆଲୋଚନା ପାଇଁ ଏକ ନିର୍ଦ୍ଧିଷ୍ଟ ଦିନ ଧାର୍ଯ୍ୟ କରିବାକୁ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପ୍ରସ୍ତାବ ଦେଇଥିବା ବେଳେ, ସାଂସଦ ମାନେ ଏହାକୁ ଖାରଜ କରିଥିଲେ । କଂଗ୍ରେସ ସାଂସଦ ଏହି ପ୍ରସ୍ତାବରେ ନାରାଜ ରହିଥିଲେ । କହିଥିଲେ ଅନ୍ୟ କେଉଁ ଦିନ ନୁହେଁ ବଂର ଆଲୋଚନା ଆଜି ହେବାର ଆବଶ୍ୟକତା ରହିଛି । ଦେଶରେ ଅଶୌଧିତ ତୈଳ ଦର କାହିଁକି ଦିନକୁ ଦିନ ବୃଦ୍ଧି ଘଟୁଛି, କେଉଁ କାରଣରୁ ବୃଦ୍ଧି ଘଟୁଛି । ଯେଉଁ ସମୟରେ ଅନ୍ତ୍ରର୍ଜାତୀୟ ବଜାରରେ ଦର କମ ରହିଛି, ସେସମୟରକେ ଭାରତରେ କାହିଁକି ହୁ ହୁ ହୋଇ ତୈଳ ଦର ବଢୁଛି ? ତାହାର ଉତ୍ତର ସରକାରଙ୍କୁ ଯଥାଶୀଘ୍ର ଦେବାର ଅଛି ବୋଲି କହିଥିଲେ କଂଗ୍ରେସ ସାଂସଦ ।

ଏଥିସହିତ ପଢ଼ନ୍ତୁ: ପୁଣି ରାଜ୍ୟସଭାରେ ସସ୍ମିତ ଉଠାଇଲେ ମହିଳାଙ୍କ ସଂରକ୍ଷଣ ପ୍ରସ୍ତାବ

Leave a Reply