ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟଙ୍କୁ ପଛରେ ପକାଇଲେ ରବିଚନ୍ଦ୍ରନ୍ ଅଶ୍ୱିନ୍‌, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ଫେବୃଆରୀରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଦ୍ୱାରା ରବିଚନ୍ଦ୍ରନ୍ ଅଶ୍ୱିନ୍‌ଙ୍କୁ ‘ଆଇସିସି ମେନସ୍ ପ୍ଲେୟାର ଅଫ୍ ଦି ମନ୍ଥ’ ଭାବେ ଘୋଷଣା କରାଯାଇଛି। ଭେଟେରାନ୍ ଇଣ୍ଡିଆନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟଙ୍କୁ ପଛରେ ପକାଇ ଏହି ପୁରସ୍କାର ହାସଲ କରିଛନ୍ତି।  ହୋମ ଗ୍ରାଉଣ୍ଡରେ କମାଲ କରିଛନ୍ତି ଅଶ୍ୱିନ। ଚେନ୍ନାଇରେ ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ୯ ୱିକେଟ୍ ନେଇଥିଲେ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଏହା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଥିଲା। ଯାହାକି ଏମ ଚିଦାମ୍ବରମ୍ ଷ୍ଟାଡିୟମ୍ ରେ ଖେଳାଯାଇଥିଲା।

ଏହା ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ହାରାହାରି ୨୪ ଟି ୱିକେଟ୍ ନେଇଛନ୍ତି। ଏହା ବ୍ୟତୀତ, ଏହି ସିରିଜ୍ ସମୟରେ ସେ ଏକ ଚମତ୍କାର ଶତକ ମାରିଛନ୍ତି । ତାଙ୍କର ସ୍ମରଣୀୟ ପ୍ରଦର୍ଶନ ପାଇଁ ତାଙ୍କୁ ‘ମ୍ୟାନ୍ ଅଫ୍ ଦି ସିରିଜ୍’ ଭାବରେ ମଧ୍ୟ ମନୋନୀତ କରାଯାଇଥିଲା ।

ଆଇସିସି ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଏହା ଘୋଷଣା କରିଛି। ଅଶ୍ୱିନଙ୍କ ପୂର୍ବରୁ ରିଷଭ ପନ୍ତ ଜାନୁଆରୀ ମାସରେ ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ ପୁରସ୍କାର ଗ୍ରହଣ କରିଥିଲେ। ଏହିପରି, କ୍ରମାଗତ ଦ୍ୱିତୀୟ ଥର ପାଇଁ ଜଣେ ଭାରତୀୟ ଏହି ପୁରସ୍କାର ହାସଲ କରିଛନ୍ତି।

Leave a Reply