ମହାଶିବରାତ୍ରୀରେ ଆପଣାନ୍ତୁ ଏଭଳି ଉପାୟ, ବଢିବ ସୁଖ ଓ ସମୃଦ୍ଧି

1 min read

ସନାତନ ଧର୍ମରେ ମହାଶିବରାତ୍ରୀର ବିଶେଷ ମହତ୍ୱ ରହିଛି । ଚଳିତ ଥର ଏହି ପର୍ବ ଫାଲଗୁନ୍ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହେବାକୁ ଯାଉଛି । ଆଉ ଦିନକ ପରେ ଅର୍ଥାତ୍ ଗୁରୁବାର ଦିନ ଅନୁଷ୍‌ଠିତ ହେବାକୁ ଯାଉଛି ଜାଗର ଯାତ୍ରା। ଏହି ଦିନରେ ଶ୍ରଦ୍ଧାଳୁ ବ୍ରତ, ପୂଜାପାଠ କରିବା ସହ ଜଳାଭିଷେକ ଓ ରୁଦ୍ରାଭିଷେକ କରି ବାବାଙ୍କ ଆରାଧନା କରିଥାନ୍ତି ।

ପୗେରାଣିକ କଥା ଅନୁଯାୟୀ ଏହି ଦିନ ଭୋଳାନାଥଙ୍କୁ ଖୁବ୍ ପସନ୍ଦ । କାରଣ ଏହି ଦିନରେ ଶିବ ଓ ଶକ୍ତିଙ୍କ ମିଳନ ହୋଇଥାଏ । ମାତା ପାର୍ବତୀଙ୍କ ସହ ଭଗବାନ ଶିବଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ଯେଉଁଥିପାଇଁ ଅନେକ ଶ୍ରଦ୍ଧାଳୁ ବ୍ରତ କରିଥାନ୍ତି ।

ମହାଶିବରାତ୍ରୀରେ ଏହି ଭଳି କିଛି ଉପାୟ ଆପଣାଇ ଭୋଳାନାଥଙ୍କ ଆଶିର୍ବାଦ ପାଆନ୍ତୁ । ଆଉ ଭଗବାନଙ୍କ କୃପାରୁ ସୁଖ ଓ ସମୃଦ୍ଧି ପାଇପାରିବେ…

ମହାଶିବରାତ୍ରୀର ଶୁଭ ତିଥି ତଥା ମଧ୍ୟରାତ୍ରୀରେ ଶିବ ଓ ଶକ୍ତିଙ୍କ ପୂଜା କରିବାର ବିଧାନ ରହିଛି । ଲୋକକଥା ଅନୁଯାୟୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜାପ କରିବା ଉଚିତ୍ । ଏଭଳି କରିବା ଦ୍ୱାରା ଆପଣଙ୍କ ସହ ଆପଣଙ୍କ ପରିବାର ସ୍ୱାସ୍ଥ୍ୟ ଭଲ ରହିବା ସହ ଭୟରୁ ମୁକ୍ତି ମିଳିଥାଏ । ଏଥିସହ ଶିବଙ୍କର ଆଶିର୍ବାଦ ପ୍ରାପ୍ତ ହେବା ସହ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଆପଣାନ୍ତୁ ଏହି ଉପାୟ, ହେବ ଧନ ବୃଦ୍ଧି-

ମହାଶିବରାତ୍ରୀର ଶୁଭ ଦିନରେ ୪ ପ୍ରହରରେ ଏହି ୪ଟି ଜିନିଷରେ ଶିବଲିଙ୍ଗର ଅଭିଷେକ କରନ୍ତୁ । ପ୍ରଥମ ପ୍ରହରରେ ଗଙ୍ଗାଜଳ, ଦ୍ୱିତୀୟ ପ୍ରହରରେ କ୍ଷୀର, ତୃତୀୟ ପ୍ରହରରେ ଦହି ଓ ଅନ୍ତିମ ପ୍ରହରରେ ମହୁ ଓ ଗଙ୍ଗାଜଳ ଦ୍ୱାରା ଅଭିଷେକ କରନ୍ତୁ । ଏଭଳି କରିବା ଦ୍ୱାରା ଧନ ବୈଭବ ବୃଦ୍ଧି ହେବା ସଙ୍ଗେସଙ୍ଗେ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଆପଣାନ୍ତୁ ଏହି ଉପାୟ, ବୃଦ୍ଧି ପାଇବ ସୗେଭାଗ୍ୟ-

ମହାଶିବରାତ୍ରୀରେ ସାରା ରାତି ଉଜାଗର ରହି ମନ୍ତ୍ର ଜପ କରନ୍ତୁ । କୁହାଯାଏ ଏହି ରାତିରେ ଶୋଇଲେ ଆପଣଙ୍କ ଭାଗ୍ୟ ମଧ୍ୟ ଶୋଇପଡେ । ଏଥିପାଇଁ ଜାଗରଣ କରୁଥିବା ବେଳେ ଶିବ ପୁରାଣ, ଶିବ ସ୍ତୁତି, ଭଜନ, କିର୍ତ୍ତନ ଆଦି ଜପ କରନ୍ତୁ। ଏଭଳି କରିବା ଦ୍ୱାରା ସୗେଭାଗ୍ୟ ବୃଦ୍ଧି ସହ ଉନ୍ନତି ହୋଇଥାଏ ।

କାଳସର୍ପ ଦୋଷ ଦୂର ହେବ-

ଶିବରାତ୍ରୀ ଦିନ ମୁଖ୍ୟ କବାଟର ପୃଷ୍ଠଭାଗକୁ ହଳଦୀ ପାଣିରେ ଧୋଇବା ଉଚିତ୍ । ଏଥିସହ ହଳଦୀରେ ସ୍ୱସ୍ତୀକ ଚିହ୍ନ ବନାଇବା ଉଚିତ୍ । ରାତ୍ରୀ ସମୟରେ ଐଶାନ୍ୟ କୋଣରେ ଦୀପ ଜଳାଇ ଶିବ ଭଗବାନଙ୍କର ମନ୍ତ୍ର ଓ ବୀଜ ମନ୍ତ୍ର ଜପ କରନ୍ତୁ । ଏଭଳି କରିବା ଦ୍ୱାରା କାଳସର୍ପ ଦୋଷ ଦୂର ହୋଇଥାଏ ।

 

Leave a Reply