spot_img
Home Blog Page 6062

ହନୁମାନ ପଇସା ନାଁରେ ୨ କୋଟି ଟଙ୍କାର ଡିଲ୍ ବେଳେ ୭ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ପୋଲିସକୁ ବଡ଼ ସଫଳତା । ହନୁମାନ ପଇସା ବିକ୍ରି ପାଇଁ ଡିଲ୍ ବେଳେ ଚଢ଼ାଉ କରି ରାକେଟକୁ ଧରିଛି ପୋଲିସ । ସୋମବାର ସକାଳେ ସହରର ଶାନ୍ତି ନଗରରେ ସୂର୍ଯ୍ୟ ପାତ୍ରଙ୍କ ଘରେ ପ୍ରାଚୀନ ହନୁମାନ ପଇସା କାରବାର ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ରେଡ୍ ବେଳେ ପୋଲିସ ସେଠାରୁ ୩ଟି ହନୁମାନ ପଇସା ଜବତ କରିବା ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Berhampur Police Foiled An Attempt Of cheating In Name Of Hanuman Coins

ସୂଚନା ଅନୁସାରେ ଅଭିଯୁକ୍ତମାନେ ୩ଟି ହନୁମାନ ପଇସାକୁ ୨ କୋଟି ଟଙ୍କାରେ ବିକ୍ରି ପାଇଁ ଡିଲ୍ କରୁଥିଲେ । ଅଭିଯୁ୍କ୍ତଙ୍କ ଠାରୁ ୩ଟି ହନୁମାନ ପଇସା ସହ ନଗଦ ୧.୫ ଲକ୍ଷ ଟଙ୍କା, ୨ଟି ବାଇକ୍, ମ୍ୟାଗ୍ନେଟ୍, ସ୍ପିରିଟ୍ ଓ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି । ଘଟଣାସ୍ଥଳରୁ ଘର ମାଲିକ ସୂର୍ଯ୍ୟ ପାତ୍ର ଖସି ଯାଇଥିବା ବେଳେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

Berhampur Police Foiled An Attempt Of cheating In Name Of Hanuman Coins

ଗିରଫ ଅଭିୁକ୍ତ ହେଲେ ସମ୍ବଲପୁରର ପ୍ରଦୀପ ମହାପାତ୍ର, ଅନୀଲ କୁସୁମ, ସୁରେଶ ମେହେର, ଗଞ୍ଜାମର ଅକ୍ଷୟ କୁମାର ପାତ୍ର, ରାଉରକେଲାର ଜୟନ୍ତ ପ୍ରଧାନ, ବିଜେନ କୁମାର ବାଗ ଏବଂ କେ.ନୂଆଗାଁରେ ଜୟରାମ ପାତ୍ର । ସମସ୍ତଙ୍କ ବିରୋଧରେ ୧୨୦(ବି)/୪୧୭/୪୧୯/୪୨୦/୫୧୧/୩୪ ଧାରାରେ ମାମଲା ରୁଜୁ କରିଛି ବଡ଼ବଜାର ଥାନା ପୋଲିସ । ଏବେବି ମାମଲାର ତଦନ୍ତ ଜାରି ରହିଛି ।

ଆମେରିକୀୟଙ୍କୁ ପାକିସ୍ତାନ ନ ଯିବାକୁ ବାଇଡେନଙ୍କ ପରାମର୍ଶ

ନୂଆଦିଲ୍ଲୀ: ପାକିସ୍ତାନର ଚିନ୍ତା ବଢ଼ାଇଲେ ବିଡେନ୍। ଆମେରିକାରରେ ବିଡେନ୍ ସରକାର ଗଢ଼ାହେବା ପରେ ପାକିସ୍ତାନକୁ ଲାଗିଲା ପ୍ରଥମ ଝଟ୍‌କା। ପାକିସ୍ତାନ ନ ଯିବାକୁ ଆମେରିକୀୟଙ୍କୁ ସରକାର ପରାମର୍ଶ ଦେଇଛନ୍ତି।

ପାକିସ୍ତାନ ସମେତ ୩ ଦେଶକୁ ଯା’ଆସ ନେଇ ଆମେରିକା ଆଡଭାଇଜରୀ ଜାରି କରିଛି। ଆମେରିକାର ନାଗରିକମାନେ ଦକ୍ଷିଣ ଏସିଆର ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଦେଶକୁ ନ ଯିବାକୁ ବାରଣ କରାଯାଇଛି। ଏହି ତିନି ଦେଶକୁ ଯାତାୟାତ ନେଇ ସୋମବାର ଭିନ୍ନ ଭିନ୍ନ ଆଡଭାଇଜରୀ ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ। କୋଭିଡ୍‌-୧୯, ଆତଙ୍କବାଦ ଓ ସାମ୍ପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ଆମେରିକା ନାଗରିକମାନେ ପାକିସ୍ତାନ ନ ଯିବାକୁ କୁହାଯାଇଛି।

ଆତଙ୍କବାଦ ତଥା ସମ୍ଭାବ୍ୟ ସଂଘର୍ଷର ଆଶଂକାରେ ନାଗରିକମାନଙ୍କୁ ଭାରତ-ପାକିସ୍ତାନ ସୀମା LOCର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକୁ ପରିଦର୍ଶନ କରିବାକୁ ମନା କରାଯାଇଛି। ଆଡଭାଇଜରୀରେ କୁହାଯାଇଛି ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଯାତ୍ରା କରନ୍ତୁ ନାହିଁ। ଏହି ଅଞ୍ଚଳଗୁଡ଼ିକରେ ଆତଙ୍କବାଦୀମାନେ ତାଙ୍କର କାର୍ଯ୍ୟକଳାପ ଜାରି ରଖିଥାନ୍ତି। ସୀମାର ଉଭୟ ପାର୍ଶ୍ୱରେ ଭାରତ ଏବଂ ପାକିସ୍ତାନର ସୈନ୍ୟବାହିନୀ ଉପସ୍ଥିତ ରହିଛନ୍ତି। ଭାରତ ଏବଂ ପାକିସ୍ତାନର ସାମରିକ ବାହିନୀ ମଧ୍ୟରେ ସୀମାର ଉଭୟ ପାର୍ଶ୍ୱରେ ଅନେକ ସମୟରେ ଗୁଳି ବିନିମୟ ହୋଇଥାଏ।

କେମିତି ହିଂସାର ରୂପ ନେଲା କୃଷକଙ୍କ ଟ୍ରାକ୍ଟର ରାଲି ?

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀରେ କୃଷକଙ୍କ ମାର୍ଚ୍ଚ ପାଇଁ ଦିଲ୍ଲୀ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଥିଲା । ସରକାରଙ୍କ ସହ ଏକାଧିକ ବାର ଆଲୋଚନା ପରେ ଚାଷୀ କହିଥିଲେ ସାଧାରଣତନ୍ତ୍ର ଦିବସ ପରେଡ୍ ଶେଷ ପରେ ଆରମ୍ଭ ହେବ ଟ୍ରାକ୍ଟର ରାଲି । ଏଥିସହ ରାଲି ପାଇଁ ସେମାନେ ଅଲଗା ରାସ୍ତା ଦେଇଥିଲେ ।

 Clashes, vandalism, tractors on roads How farmers' march turned violent

କିନ୍ତୁ, ରାଲି ବେଳେ ବଦଳିଗଲା ସବୁକିଛି । ନିର୍ଦ୍ଧାରିତ ଅନୁମୋଦିତ ମାର୍ଗରୁ ହଟି ଆନ୍ଦୋଳନକାରୀ କେନ୍ଦ୍ରୀୟ ଦିଲ୍ଲୀ ଆଡ଼କୁ ମୁହାଁଇଥିଲେ । ଫଳରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନକାରୀ । ୧୦ ହଜାରରୁ ଅଧିକ ଆନ୍ଦୋଳନକାରୀ କୃଷକ ଲମ୍ବା ଧାଡ଼ିରେ ଟ୍ରାକ୍ଟର ଧରି କେନ୍ଦ୍ରୀୟ ଦିଲ୍ଲୀର ଆଇଟିଓ ଓ ମିଣ୍ଟୋ ରୋଡ ଆଡ଼କୁ ଯାଉଥିଲେ । ସେମାନେ ବ୍ୟାରିକେଡ୍ ଭାଙ୍ଗିବା ପରେ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

 Clashes, vandalism, tractors on roads How farmers' march turned violent

ପରେ ପରେ ଆନ୍ଦୋଳନକାରୀ ଲାଲକିଲ୍ଲାରେ ଧସେଇ ପଶିଥିଲେ । ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ଯେଉଁ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରନ୍ତି ଠିକ୍ ସେଇଠି ଆନ୍ଦୋଳନରତ କୃଷକ ଉଡ଼ାଇଥିଲେ ସଂଗଠନର ପତାକା ।

 Clashes, vandalism, tractors on roads How farmers' march turned violent

ଅନ୍ୟ କିଛି କୃଷକ ଗୋଷ୍ଠୀ ଘୋଡ଼ା ଉପରେ ବସି, ଚାଲି ଚାଲି ଯିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ବାଜି କରିଥିଲେ । ଲାଲକିଲ୍ଲାରେ କୃଷକ-ପୋଲିସ ମୁହାଁମୁହିଁ ହୋଇଥିବା ବେଳେ ଏକାଧିକ ପୋଲିସ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀର ଏକାଧିକ ସ୍ଥାନରେ ପୋଲିସ-ଆନ୍ଦୋଳନକାରୀ କୃଷକ ମୁହାଁମୁହିଁ ହୋଇଛନ୍ତି ।

 Clashes, vandalism, tractors on roads How farmers' march turned violent

ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ଯାଇ ପୋଲିସ ଲୁହ ବୁହା ଗ୍ୟାସ ସହ ପାଣି ମାଡ଼ କରିଥିଲା । କୃଷକଙ୍କୁ କେନ୍ଦ୍ରୀୟ ଦିଲ୍ଲୀ ପହଞ୍ଚିବାକୁ ଅଟକାଇବା ଲାଗି ପୋଲିସ ଏକାଧିକ ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ କରିଥିଲା । ଏପରିକି କେତକ ସ୍ଥାନରେ ପ୍ରଶାସନ ଲମ୍ବା ଟ୍ରକ, ବସ୍ ରଖି ଆନ୍ଦୋଳନକାରୀଙ୍କ ବାଟ ଓଗାଳିବାକୁ ଚେଷ୍ଟା କରିଥିଲା । କୃଷକ ଏସବୁକୁ ଖାତିର୍ ନକରି ଟ୍ରାକ୍ଟର୍ ମାଧ୍ୟମରେ ବସକୁ ଗଡ଼ାଇ ଦେଇଛନ୍ତି ।

 Clashes, vandalism, tractors on roads How farmers' march turned violent

ଆନ୍ଦୋଳନରତ ଚାଷୀଙ୍କୁ ରୋକିବାକୁ ଯାଇ ନଙ୍ଗଲୋଇରେ ପୋଲିସ ରାସ୍ତା ଉପରେ ବସି ପଡ଼ିଥିଲେ । ଆନ୍ଦୋଳନକୁ ଦେଖି ଦିଲ୍ଲୀର ଏକାଧିକ ମେଟ୍ରୋ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି । କନ୍ନଟ ପ୍ୟାଲେସ୍ ମାର୍କେଟ ବି ବନ୍ଦ ରହିଛି । ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦେଖି ଦିଲ୍ଲୀ-ଏନସିଆରର କେତେକ ସ୍ଥାନରେ ୧୨ ଘଣ୍ଟା ଲାଗି ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି ।

 Clashes, vandalism, tractors on roads How farmers' march turned violent

ପାଖାପାଖି ୨ ମାସ ହେଲା କୃଷକ କେନ୍ଦ୍ରର ୩ ନୂଆ କୃଷି ଆଇନ୍ ପ୍ରତ୍ୟାହାର ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି । ସରକାର ଏହି ତିନିଗୋଟି ଆଇନକୁ ଐତିହାସିକ କହିବା ସହ ଚାଷୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆଇନରେ ସଂଶୋଧନ ସହ ୧୮ ମାସ ପାଇଁ ଆଇନ୍ କାର୍ଯ୍ୟକାରୀତା ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ୩ ଆଇନ୍ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି କୃଷକ ।

ଗୃହମନ୍ତ୍ରାଳୟର ଜରୁରୀ ବୈଠକ, ହିଂସା ଘଟଣାକୁ ସବୁଠୁ ନିନ୍ଦା

ନୂଆଦିଲ୍ଲୀ: ଅନୁମତି ମିଳିଥିବା ରୋଡ ପରିବର୍ତ୍ତେ ଅନ୍ୟ ରାସ୍ତାରେ ବାହିରିଥିଲା ଟ୍ରାକ୍ଟର ପରେଡ । ସାଧାରଣତନ୍ତ୍ର ଦିବସର ସୁଯୋଗ ନେଇ ଶାନ୍ତି ପ୍ରିୟ ଆନ୍ଦୋଳନ ନାମରେ ସୃଷ୍ଟି ହୋଇଥିଲା ଅଶାନ୍ତି । ରାଜଧାନୀ ଦିଲ୍ଲୀରେ ଆଜି ଘଟିଥିବା ଏଭଳି ହିଂସାକାଣ୍ଡକୁ ନେଇ ଜରୁରୀ ବୈଠକ ଡାକିଛି ଗୃହମନ୍ତ୍ରାଳୟ । ସେପଟେ ଦିଲ୍ଲୀରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତି ନେଇଛି ଗୃହ ବିଭାଗ ।

ଆନ୍ଦୋଳନରତ ସଂଗଠନକୁ ଟ୍ରାକ୍ଟର ପରେଡ ପାଇଁ ଅନୁମତି ଦେଇଥିଲା ଦିଲ୍ଲୀ ପୋଲିସ । ଶାନ୍ତି ଶୃଙ୍ଖଳାର ସହ ପଦର୍ଶନ କରାଯିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା ସଂଗଠନ । କିନ୍ତୁ ରାଜଧାନୀରେ ଅଶାନ୍ତି ସ୍ଥିତି ସୃଷ୍ଟି ହେବା ସହ ବ୍ୟାପକ ହିଂସା କାଣ୍ଡ ମଧ୍ୟ ଘଟାଇଛନ୍ତି ଆନ୍ଦୋଳନକାରୀ । ଫଳରେ ଦିଲ୍ଲୀରେ ଦେଖିବାକୁ ମିଳିଛି ଆଇନଶୃଙ୍ଖଳା ପରିସ୍ଥିତି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଜରୁରୀ ବୈଠକ ଡାକିଛି ଗୃହ ମନ୍ତ୍ରାଳୟ । ଲାଲକିଲ୍ଲାରେ ମଧ୍ୟ ହିଂସା ଘଟାଇଥିବା କୃଷକ ସଂଯୁକ୍ତ କିଷାନ ମୋର୍ଚ୍ଚାର ନିର୍ଦେଶ ମିଳିବା ପରେ ସିଙ୍ଘୁ ବର୍ଡରକୁ ଫେରୁଥିବା ଜଣାପଡିଛି ।

ସେପଟେ ପବିତ୍ର ଗଣତନ୍ତ୍ର ଦିବସରେ ଏଭଳି ହିଂସାକାଣ୍ଡକୁ ବିରୋଧ କରିଛନ୍ତି ଅନେକ ରାଜନୈତିକ ସଂଗଠନ ସହ ବିଶିଷ୍ଟ ବ୍ୟକ୍ତି । ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ଦିଲ୍ଲୀ ଘଟଣାକୁ ବିରୋଧ କରିଛନ୍ତି । ହିଂସାତ୍ମକ ପ୍ରଥା କେବେ ସମାଧାନର ବାଟ ନୁହେଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ସେହିପରି ଆନ୍ଦୋଳନର ଡାକରା ଦେଇଥିବା ସଂଯୁକ୍ତ କୃଷକ ମୋର୍ଚ୍ଚା ମଧ୍ୟ ହିଂସା ଘଟଣାକୁ ନିନ୍ଦା କରିଥିବା ପ୍ରେସ ବାର୍ତ୍ତା ଜରିଆରେ ଜଣାଇଛି ।

Farmers Prostests: ରାଲି ବେଳେ ଟ୍ରାକ୍ଟର ଓଲଟି ଚାଷୀ ମୃତ

ନୂଆଦିଲ୍ଲୀ: ହିଂସାତ୍ମକ ରୂପ ନେଇଛି ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ପରେଡ୍ । ରାଲି ନାଁରେ ହିଂସା ଭିଆଇଛନ୍ତି ଆନ୍ଦୋଳନକାରୀ । ପୋଲିସ ବାରିକେଡ୍ ଭାଙ୍ଗି ଆଇଟିଓ ଆଡ଼କୁ ଟ୍ରାକ୍ଟର ଧରି ହଜାର ହଜାର ଚାଷୀ ମାଡ଼ି ଯାଉଥିବା ବେଳେ ଟ୍ରାକ୍ଟର ଓଲଟି ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ମଧ୍ୟାହ୍ନରେ କେନ୍ଦ୍ରୀୟ ଦିଲ୍ଲୀର ମିଣ୍ଟୋ ରୋଡରେ ଘଟିଛି ଏହି ଅଘଟଣ ।

Farmer part of rally dies, protesters allege cops fired at his tractor

ଓଲଟି ପଡ଼ିଥିବା ଟ୍ରାକ୍ଟର ଚକା ତଳୁ ଚାଷୀଙ୍କ ମୃତଦେହ ମିଳିଛି । ପୋଲିସ ଗୁଳିରେ ଚାଷୀଙ୍କ ଜଣଙ୍କ ମୃତ୍ୟୁ ହୋଇଥିବା ଆନ୍ଦୋଳନକାରୀ କୃଷକ ଅଭିଯୋଗ କରିଛନ୍ତି । ଆନ୍ଦୋଳନରତ କୃଷକ ମୃତ ଚାଷୀଙ୍କ ଶବ ଉପରେ ଜାତୀୟ ପତାକା ଘୋଡ଼ାଇ ଆଇଟିଓରେ ଆନ୍ଦୋଳନ କରିଛନ୍ତି । ପୋଲିସ ଗୁଳିରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଷୀ ଜଣଙ୍କ ମୃତ୍ୟୁ ହୋଇଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ।

ଖାଦ୍ୟ ସହ ଖେଳ, କଟକ ପରେ ବ୍ରହ୍ମପୁରରେ ମାଳ ମାଳ ନକଲି କାରଖାନା

ବ୍ରହ୍ମପୁର: ଭେଜାଲ୍ ହେଉଛି ଖାଦ୍ୟ ସାମଗ୍ରୀ । ବ୍ରାଣ୍ଡେଡ୍ କମ୍ପାନୀ ନାଁରେ ବଜାରରେ ବିକ୍ରି ହେଉଛି ବିଷ । ସିଲଭର ସିଟି ପରେ ସିଲ୍କ ସିଟି । ଗତ କିଛିଦିନ ହେଲା ଗଞ୍ଜାମ ଜିଲ୍ଲାରେ ବିଶେଷ କରି ବ୍ରହ୍ମପୁର ସହରରେ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଉପରେ ରେଡ୍ କରୁଛି ପୋଲିସ । ଧରା ପଡ଼ୁଛି ବଡ଼ ବ୍ରାଣ୍ଡ ନାଁରେ ନକଲି କାରବାର ।

Police Sealed Several Duplicate Food Factory In Brahmapur City With In A Week

କେବଳ କଟକ କି ଭୁବନେଶ୍ୱର ନୁହେଁ ବ୍ରହ୍ମପୁର, ଯାଜପୁର, ସମ୍ବଲପୁର ସହ ବଲାଙ୍ଗିରର କଣ୍ଟାବାଞ୍ଜିରେ ଏଭଳି ନକଲି କାରଖାନା ଧରାପଡ଼ିଛି । ସବୁ ସ୍ଥାନରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ମିଳିଥିବା ବେଳେ ଅନେକ ସ୍ଥାନରେ ବଡ଼ ବଡ଼ ବ୍ରାଣ୍ଡ ନାଁରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ପ୍ୟାକେଜିଂ କରି ବିକ୍ରି ହେଉଥିବା ଜଣାପଡ଼ିଛି ।

Police Sealed Several Duplicate Food Factory In Brahmapur City With In A Week

ଆଜି ବ୍ରହ୍ମପୁର ସଦର ଥାନା ସୁକୁଣ୍ଡା ଗାଁରେ ପୋଲିସ ନକଲି କୋଲଲ୍ଡ ଡ୍ରିଙ୍କ୍ସ କାରଖାନା ଠାବ କରିଛି । ସେଠାରୁ ବିପୁଳ ପରିମାଣରେ ନକଲି କୋଲ୍ଡ ଡ୍ରିଙ୍କ୍ସ ଜବତ ସହ ଲକ୍ଷ ଲକ୍ଷ ଟଙ୍କାର ମେସିନ ଜବତ କରାଯାଇଛି । ଏଠାରେ ବିନ୍ଦାସ୍ ବ୍ରାଣ୍ଡ ନାଁରେ ପାନୀୟ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଥିଲା । ଷ୍ଟିକରିଂ ପରେ ବିନ୍ଦାସ କମ୍ପାନୀର ପ୍ରଡକ୍ଟ ପରି ଦେଖାଯାଉଥିବା ଏସବୁ ପାନୀୟ ପ୍ରକୃତରେ ବିନ୍ଦାସର ନୁହେଁ ।

Police Sealed Several Duplicate Food Factory In Brahmapur City With In A Week

ଏହା ପୂର୍ବରୁ ବି ବ୍ରହ୍ମପୁର ସହରର ବଡ଼ ବଜାର ଥାନା ଅଞ୍ଚଳରେ ଫ୍ୟାମିଲି ବ୍ରାଣ୍ଡ ନାଁରେ ଅପମିଶ୍ରିତ୍ର ସସ୍ ତିଆରି ହେଉଥିବା ଜଣାପଡ଼ିଥିଲା । ସେଠାରୁ ୨ ହଜାର ୩୧୨୬ଟି ବୋତଲ ଟମାଟୋ, ଚିଲି ଓ ସୋୟା ସସ୍ ସହ କମ୍ପାନୀର ଲଗୋ ଏବଂ ତିଆରୀ ସାମଗ୍ରୀ ଜବତ କରାଯାଇଥିଲା ।

Police Sealed Several Duplicate Food Factory In Brahmapur City With In A Week

ବ୍ରହ୍ମପୁର ସହରର ଲକ୍ଷ୍ମୀ ବଜାରରେ ହୋଇଥିବା ରେଡରେ ନକଲି ପାଣି ବଟଲ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଥିଲା । ସେଠାରୁ ଆକୁଆ ବ୍ଲୁ, ପିପିସା ଓ କେଣ୍ଟ ଭଳି ବ୍ରାଣ୍ଡର ବୋଟଲ ସହ ବିଭିନ୍ନ କମ୍ପାନୀର ଲଗୋ ଓ ତିଆରି ସାମଗ୍ରୀ ଜବତ କରିଥିଲା ପୋଲିସ ।

Police Sealed Several Duplicate Food Factory In Brahmapur City With In A Week

ସେହି ବଡ଼ବଜାର ଥାନା ଅଞ୍ଚଳର ଠାକୁରାଣୀ ସାହି ଅଞ୍ଚଳରେ ରେଡ୍ କରି ପୋଲିସ ବିଭିନ୍ନ ବ୍ରାଣ୍ଡର ନକଲି ଗୁଟଖା ଜବତ କରିଥିଲା । ତା’ଛଡ଼ା ଅନ୍ୟ ଏକ ରେଡରେ ଅପମିଶ୍ରିତ ହଳଦୀ, ଲଙ୍କା ଗୁଣ୍ଡ ଆଦି ମିଳିଥିଲା । ଗତ ସପ୍ତାହେ ଅପମିଶ୍ରିତ ଖାଇବା ତେଲ ମଧ୍ୟ ଜବତ କରିଥିଲା ପୋଲିସ ।

ଦିଲ୍ଲୀରେ ଉଗ୍ର ହେଉଛନ୍ତି ଆନ୍ଦୋଳନକାରୀ; ରାତି ୧୨ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରାତି ୧୨ ଟା ପର୍ଯ୍ୟନ୍ତ ବନ୍ଦ ହେଲା ଇଣ୍ଟରନେଟ ସେବା । ଆନ୍ଦୋଳନକାରୀ ଚାଷୀଙ୍କ ହିଂସା ଘଟଣାକୁ ନେଇ ଏଭଳି ନିଷ୍ପତି ନେଇଛି  ଗୃହମନ୍ତ୍ରାଳୟ । ସାଧାରଣତନ୍ତ୍ର ଦିବସର ସୁଯୋଗ ନେଇ ରାଜଧାନୀ ଦିଲ୍ଲୀରେ ହିଂସାକାଣ୍ଡ ଘଟାଇଛନ୍ତି ଆନ୍ଦୋଳନକାରୀ । ପରେଡ ପାଇଁ ଅନୁମତି ମିଳିଥବା ରୋଡ ପରିବର୍ତ୍ତେ ଅନ୍ୟ ରୋଡରେ ପ୍ରତିବାଦକାରୀ ଧସାଇ ପସିଥିଲେ । ଶେଷରେ ଲାଲକିଲ୍ଲା ଦୁର୍ଗରେ ମଧ୍ୟ ଘଟାଇଥିଲେ ହିଂସାକାଣ୍ଡ ।

ଉଗ୍ର ଆନ୍ଦୋଳନକାରୀଙ୍କ ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ  ସିଙ୍ଘୁ ବର୍ଡର, ଗାଜୀପୁର ବର୍ଡର, ଟିକିର ବର୍ଡର, ମୁକରବା ଚୌକ ଏବଂ ନାଙ୍ଗଲୋଇ ଅଞ୍ଚଳରେ ଇଣ୍ଟରନେଟ ସେବାକୁ ବନ୍ଦ କରିଛି  ।   ଆଇନରକ୍ଷକକାରୀଙ୍କୁ ଆକ୍ରମଣ କରିବା ସହ ହାତରେ ଖଣ୍ଡା,ବର୍ଚ୍ଛା ଏବଂ ପଥର ଧରି ପୋଲିସକୁ କରିଥିଲେ ଆକ୍ରମଣ । ଲାଲକିଲ୍ଲା ଭଳି ଭାରତର ବିଜୟ ଦୁର୍ଗରେ ଉଡାଇଥିଲେ ଆନ୍ଦୋଳନକରୁଥିବା ସଂଗଠନର ପତାକା । ସେପଟେ ରାଜଧାନୀରେ ଚାଷୀଙ୍କ ଏଭଳି ଘଟଣା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛି ।

ଦିଲ୍ଲୀରେ ଏକପ୍ରକାର ଜାତାୟତକୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ବ୍ୟାପକ ଫୋର୍ସ ମୁତୟନ ହେବା ସହ ଚାଷୀଙ୍କୁ ଘଉଡାଇବାରେ ଲାଗିଛି ପୋଲିସ । ତେଣୁ ଆଗକୁ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବିଳମ୍ବିତ ରାତି  ପର୍ଯ୍ୟନ୍ତ ସମଗ୍ର ଦିଲ୍ଲୀରେ ଇଣ୍ଟରନେଟ ସେବାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ଗୃହମନ୍ତ୍ରାଳୟ  ।

ଭାରତରେ ସ୍ଥାୟୀ ଭାବେ ବ୍ୟାନ୍ ହେଲା ୫୯ ଚାଇନିଜ୍ ଆପ୍‌

0

ନୂଆଦିଲ୍ଲୀ: ୫୯ ଚାଇନିଜ୍ ଆପ୍‌କୁ ସ୍ଥାୟୀ ଭାବେ ବ୍ୟାନ୍ କଲେ ଭାରତ ସରକାର। ଟିକ୍‌ଟକ୍ ସହ ବାଇଡୁ, ଉଇଚାଟ୍‌, ଆଲିବାବା ୟୁସି ବ୍ରାଉଜର, ସପିଂ ଆପ୍ କ୍ଲବ ଫ୍ୟାକ୍ଟୋରୀ, ସାଓମିର ମି ଭିଡିଓ କଲ୍ ଏବଂ ବିଗୋ ଲାଇଭ୍  ଆଦିକୁ ସ୍ଥାୟୀ ଭାବେ ବ୍ୟାନ୍ କରାଯାଇଛି।

ଗତ ଜୁନ୍‌ରେ ଭାରତ ସରକାର ୨୬୭ ଚାଇନିଜ୍ ଆପ୍‌କୁ ସାମୟିକ ଭାବେ ବ୍ୟାନ୍ କରିଥିଲେ। ଏହି ୫୯ ଆପ୍ କିନ୍ତୁ ସେତେବେଳେ ସାମୟିକ ଭାବେ ବ୍ୟାନ୍‌ ହୋଇଥିଲା। ତେବେ ବର୍ତ୍ତମାନ ଏହାକୁ ସ୍ଥାୟୀ ଭାବେ ବ୍ୟାନ୍ କରିଛନ୍ତି ସରକାର। ଆଇଟି ଆକ୍ଟ ୬୯-A ରେ ଭାରତ ସରକାର ଚାଇନିଜ୍ ଆପ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏହିସବୁ ଆପ୍‌ଗୁଡ଼ିକ ଯୋଗେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଗୋପନୀୟତା କ୍ଷୂର୍ଣ୍ଣ ହେଉଥିବା ଦର୍ଶାଇ ସରକାର ଏଗୁଡ଼ିକୁ ବ୍ୟାନ୍ କରିଥିଲେ। ଏହି ଆପ୍ ଗୁଡ଼ିକରେ ବ୍ୟବହାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ନେଇ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିବା ପରେ ଏଗୁଡ଼ିକୁ ସରକାର ବ୍ୟାନ୍ କରିଛନ୍ତି। ଚାଇନିଜ୍ ଆପ୍ ସେୟାରଇଟ୍‌, ଲାଇକ୍, ୱିବୋକୁ ମଧ୍ୟ ଭାରତ ସରକାର ସ୍ଥାୟୀ ଭାବେ ନିଷିଦ୍ଧ କରିଛନ୍ତି।

ଭାରତରେ Capitol Hill Moment; ଆନ୍ଦୋଳନକାରୀଙ୍କ କବ୍ଜାରେ ଲାଲକିଲ୍ଲା

ନୂଆଦିଲ୍ଲୀ: ଭାରତରେ ଘଟିଛି ଆମେରିକା କ୍ୟାପିଟଲ ହିଲ ମୋମେଣ୍ଟ ଭଳି ହିଂସା । ଆମେରିକା ସମ୍ବିଧାନ ଉପରେ ଯେପରି ଆନ୍ଦୋଳନକାରୀ ହିଂସା କାଣ୍ଡ ଭିଆଇଥିଲେ, ଠିକ୍ ତାହାର ପୁନରାବୃତ୍ତି ଘଟିଛି ଭାରତ ଭଳି ଶାନ୍ତି ପ୍ରିୟ ରାଷ୍ଟ୍ରରେ । ସେଠି ସମ୍ବିଧାନ ଉପରେ ଆକ୍ରମଣ ହେଉଥିଲା, ଏଠି ଭାରତର ସ୍ମାରକୀ ଉପରେ ଆକ୍ରମଣ ହେଉଛି । ପୁଣି ସମ୍ବିଧାନ ପ୍ରଣୟନର ଏହି ପାବନ ପର୍ବ ଅର୍ଥାତ ସାଧାରଣତନ୍ତ୍ର ଦିବସରେ । ଶାନ୍ତିପ୍ରିୟ ଆନ୍ଦୋଳନ ନାମରେ ଯୁଦ୍ଧ ସ୍ମାରକୀ ଲାଲକିଲ୍ଲାରେ ପ୍ରବେଶ କରିଛନ୍ତି ଆନ୍ଦୋଳନକାରୀ ଚାଷୀ । ଏବଂ ଏହି ଐତିହ୍ୟ ଦୁର୍ଗରେ ଜାତୀୟ ପତାକାକୁ କାଢି, ଆନ୍ଦୋଳନକାରୀ ନିଜର ପତାକା ଉଡାଇଛନ୍ତି ।

ନୂତନ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ରାଜରାସ୍ତାରେ ଦୀର୍ଘ ଦେଢ ମାସ ହେବ ଆନ୍ଦୋଳନରେ ଅଡି ବସିଥିଲେ ଚାଷୀ । ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ କରିବା ନେଇ ମଧ୍ୟ ଅନୁମତି ମିଳିଥିଲା । ଯାହା ଶାନ୍ତିପ୍ରିୟ ଭାବରେ କରାଯିବ ବୋଲି ଦାବି ରଖିଥିଲେ ଚାଷୀ ନେତା । କିନ୍ତୁ ସାଧାରଣତନ୍ତ୍ର ଦିବସ ଭଳି ସମ୍ବିଧାନ ବିଜୟ ଦିବସରେ ଆନ୍ଦୋଳନକାରୀ ଚାଷୀ ହାତରେ ବର୍ଚ୍ଛା, ଖଣ୍ଡା ଏବଂ ପଥର ଧରି ଆଇନ ଶୃଙ୍ଖଳାକୁ ଅବମାନନା କରିଥିଲେ । ପୋଲିସର ବ୍ୟାରିକେଟ ଭାଙ୍ଗି ଲାଲକିଲ୍ଲା ଦୁର୍ଗ ଆଡକୁ ଅଗ୍ରସର ହୋଇଥିଲେ । ଶେଷରେ ଲାଲକିଲ୍ଲା ଭଳି ବିଜୟ ଦୁର୍ଗରେ ହିଂସା କାଣ୍ଡ ଭିଆଇବା ସହ ଜାତୀୟ ପତାକାକୁ କାଢି ଆନ୍ଦୋଳନକାରୀ ସଂଗଠନର ପତାକାକୁ ଉଡାଇଥିଲେ ।

ଭାରତର Capitol Hill Moment

କିଛିଦିନ ତଳେ ଆମେରିକାର ରାଜଧାନୀ ନ୍ୟୁୟର୍କରେ ଘଟିଥିଲା ଜଘନ୍ୟ ହିଂସା କାଣ୍ଡ । ପୂର୍ବତ୍ତନ ରାଷ୍ଟ୍ରପତିଙ୍କ ସମର୍ଥକ ତଥା ରିପ୍ଲବିକାନ ପାର୍ଟିର ଅନେକ ବ୍ୟକ୍ତି ଆମେରିକାର ସଂସଦ ଉପରେ କରିଥିଲେ ଆକ୍ରମଣ । ସେଠାରେ ଆଇନକୁ ଅବମାନନା କରିବା ସହ ପୋଡା-ଜଳା ମଧ୍ୟ କରିଥିଲେ । ସମାନ ଘଟଣା ଆଜି ଘଟିଛି ଭାରତରେ । ଭାରତର ବିଜୟ ଦୁର୍ଗ ଅର୍ଥାତ ଲାଲକିଲ୍ଲାରେ ପ୍ରବେଶ କରିଛନ୍ତି ଆନ୍ଦୋଳନକାରୀ ଚାଷୀ । କଡା ପୋଲିସ ବଳୟକୁ ଖାତିର ନକରି ହାତରେ ମାରଣାସ୍ତ୍ର ଧରି ଲାଲକିଲ୍ଲା ଅଭିମୁଖେ ହୋଇଥିଲେ ଅଗ୍ରସର । ୧୯୪୭ ମସିହାରୁ ବିଜୟ ଦୁର୍ଗରେ ଉଡିଆସୁଥିବା ତ୍ରିରଙ୍ଗାକୁ ଗଣତନ୍ତ୍ର ଦିବସରେ କରିଛନ୍ତି ଅସମ୍ମାନ । ଜାତୀୟ ପତାକାକୁ କାଢି ଆନ୍ଦୋଳନକାରୀ ଲଗାଇଛନ୍ତି ନିଜ ସଂଗଠନର ପତାକା । ଲାଲକିଲ୍ଲାକୁ କବ୍ଜା କରି ରହିଥିବା ଏହି ବିଦ୍ରୋହକାରୀଙ୍କୁ ବୁଝାଇବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ।

ଉଗ୍ର ପୂର ନେଉଛି ଆନ୍ଦୋଳନ: ଖଣ୍ଡା ଧରି ପୋଲିସକର୍ମୀଙ୍କୁ ଘଉଡ଼େଇଲେ କୃଷକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷକ ଆଇନ ବିରୋଧରେ ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲୀ ସମୟରେ ପୋଲିସ ଏବଂ କୃଷକଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । କୃଷକ ଅନେକ ସ୍ଥାନରେ ବ୍ୟାରିକେଡ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ, ଏହାକୁ ଦେଖି ପୋଲିସ ଲାଠିଚାର୍ଜ କରିବା ଆରମ୍ଭ କରିଥିଲାଷ । ଏଥିରେ କ୍ରୋଧିତ ହୋଇ ଜଣେ କୃଷକ ଖଣ୍ଡା ଧରି ପୋଲିସକର୍ମୀ ମାନଙ୍କୁ ଘଉଡାଇବାର ଗୃଶ୍ୟ ସାମ୍ନାକୁ ଆସିଛି ।

ପ୍ରଥମେ ବାରିକେଡ ଭାଙ୍ଗିବା ପରେ, ଚାଷୀମାନେ ଲାଲ୍ କିଲାରେ ଧସେଇ ପଶିଛନ୍ତି । ପୁଲିସର କଡ଼ା ସୁରକ୍ଷାବଲୟକୁ ଭାଙ୍ଗି ଆନ୍ଦୋଳନକାରୀ ଚାଷୀ ଲାଲକିଲ୍ଲା ଭିତରକୁ ପ୍ରବେଶ କରିଛନ୍ତି। ଏବଂ ସେଠାରେ ପହଞ୍ଚି ନାରାବାଜି କରିବା ସହ ଚାଷୀ ସଙ୍ଗଠନର ପତାକାକୁ ଲାଲକିଲ୍ଲା ଉପରେ ଲଗାଇବାକୁ ଚେଷ୍ଟା କରିଛନ୍ତି।

 

ଆଇଟିଓ ଛକରୁ ଦିଲ୍ଲୀର ଅନେକ ସ୍ଥାନରେ ଚାଷୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଚାଷୀ ପୁଲିସ ଉପରକୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ କରିଛନ୍ତି। କେବଳ ସେତିକି ନୁହେଁ ଜଣେ ଆନ୍ଦୋଳନକାରୀ ରାଜପଥରେ ପୁଲିସ ଉପରକୁ ଖଣ୍ଡା ଧରି ଗୋଡାଇଛନ୍ତି । ନିକଟରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନାହାନ୍ତି। ପରେ ପୁଲିସ ଉକ୍ତ ଆନ୍ଦୋଳନକାରୀ ଚାଷୀଙ୍କୁ କାବୁ କରିନେଇଛି।

ଚାଷୀଙ୍କ ରାଗରୁ ପବ୍ଲିକ ଟ୍ରାନ୍ସପୋର୍ଟ ବି ବର୍ତ୍ତି ନାହିଁ। ଅନେକ ବସକୁ ଭଙ୍ଗା ରୁଜା କରିଛନ୍ତି ଚାଷୀ। ଶାନ୍ତିପୂର୍ଣ୍ଣ ଭାବେ ହେବାକୁ ଥିବା ଏହି ଚାଷୀଙ୍କ ଟ୍ରାକଟର ରାଲି ଏବେ ରାଜଧାନୀ ଦିଲ୍ଲୀରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିଛି।