spot_img
Home Blog Page 6011

ତେଲଦରରେ ଲଗାମ୍ ନାହିଁ, ଯାତ୍ରୀବାହୀ ବସ୍ ଭଡ଼ା ବୃଦ୍ଧି

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର । ଡିଜେଲ୍ ହେଉକି ପେଟ୍ରୋଲ୍ ଲିଟର ପିଛା ୮୫ ଟଙ୍କା ତଳକୁ ଖସୁନାହିଁ । ତେଲ ଦର ବାରମ୍ବାର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଉପରେ ପଡ଼ିଛି ଆଉ ଏକ ପ୍ରହାର । ବୃଦ୍ଧି ପାଇଛି ଯାତ୍ରୀବାହୀ ବସ୍ ଭଡ଼ା । ୧୨ଗୋଟି ଦିଗକୁ ବିଚାରକୁ ନେଇ ବସ୍ ଭଡ଼ା ବୃଦ୍ଧି କରାଯାଇଥିବା ବସ୍ ଆସୋସିଏସନର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି ।

Bus Fare Increased In Odisha After Oil Price Hiked  

ସାଧାରଣ ବସ୍ ଭଡ଼ା ୬ ପଇସା ବୃଦ୍ଧି ପାଇ କିଲୋମିଟର ପିଛା ୮୦ ପଇସା ହୋଇଛି । ପୂର୍ବରୁ କିଲୋମିଟର ୭୪ ପଇସା ଥିଲା । ସେହିଭଳି ଏକ୍ସପ୍ରେସ୍ ବସ୍ ଭଡ଼ା ୭ ପଇସା ବଢ଼ି କିଲୋମିଟର ପିଛା ୮୪ ପଇସା ହୋଇଛି । ପୂର୍ବରୁ ୭୭ ପଇସା ଥିଲା । ଡିଲକ୍ସ ଭଡ଼ା ୨ ପଇସା ବୃଦ୍ଧି ପାଇ ୧ ଟଙ୍କା ୧୧ ପଇସା ହୋଇଛି । ପୂର୍ବରୁ ୧ ଟଙ୍କା ୯ ପଇସା ଥିଲା । ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ବୃଦ୍ଧି ପାଇ ୧ ଟଙ୍କା ୩୯ ପଇସା ହୋଇଛି । ପୂର୍ବରୁ ୧ ଟଙ୍କା ୩୧ ପଇସା ଥିଲା । ସୁପର୍ ପ୍ରିମିୟମ୍ ବସ୍ ଭଡ଼ା ୨.୧୭ ପଇସା ରଖାଯାଇଛି ।

କନ୍ୟାର ଲଗାତାର ଫଟୋ ଉଠାଉଥିଲେ ଫଟୋଗ୍ରାଫର, ରାଗରେ ମାଡ଼ ମାରିଲା ବର… ଜାଣନ୍ତୁ ସତ କଣ ?

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏକ ଭିଡିଓ । ଯେଉଁ ଭିଡିଓରେ ଫଟୋଗ୍ରାଫରଙ୍କୁ ବର ଚାପୁଡ଼ା ମାରୁଛନ୍ତି । ରାଗ ଫଟୋଗ୍ରାଫର ଜଣଙ୍କ ବାରମ୍ବାର କେବଳ କନ୍ୟାଙ୍କ କ୍ଲୋଜ୍ ଅପ୍ ଫଟୋ ନେଉଛନ୍ତି । ବରଙ୍କର ଫଟୋ ନେଉନାହାଁନ୍ତି । ଏଥିରେ ଉତକ୍ଷିପ୍ତ ହୋଇ ଉଠିଥିବା ବର, ଫଟୋଗ୍ରାଫରଙ୍କୁ ମାରିଛନ୍ତି ଚାପୁଡ଼ା । ଏହି ଭିଡିଓକୁ ସମସ୍ତେ ବାହାଘରର ବୋଲି କହୁଛନ୍ତି । ଆମେ କହିବୁ ଏହି ଭାଇରାଲ୍ ଭିଡିଓ ପଛର ସତ ।…

ସତ ରିସେପସନ୍ ସେଟ୍ । ବର, କନ୍ୟା ବେଶରେ ପୁଅ, ଝିଅ । ନବ ଦମ୍ପତିଙ୍କ ଫଟୋ ଉଠାଉଛି ଫଟୋଗ୍ରାଫର । ଏହି ଭିଡିଓ ଯିଏ ବି ଦେଖିବ କହିବ ସତ । ଭାଇରାଲ୍ ଭିଡିଓକୁ ନେଇ ପ୍ରକାଶିତ ଖବରରେ ବି ସମାନ କଥା କୁହାଯାଇଛି । କନ୍ୟାର ଅତ୍ୟଧିକ ଫଟୋ ଉଠାଇବାରୁ ଫଟୋଗ୍ରାଫରଙ୍କୁ ମାଡ଼ ମାରିଛି ବର । ତେବେ, ଆସନ୍ତୁ ମାଡ଼ ପଛର ସତ ।

Groom Slaps Photographer In Reception Know Truth Of Viral Video

ପ୍ରକୃତରେ ଭାଇରାଲ୍ ଭିଡିଓଟି କୌଣସି ବର,କନ୍ୟାଙ୍କର ନୁହେଁ । ଏହା ଚଳଚ୍ଚିତ୍ର ସୁଟିଂ ସେଟର । ଛତିଶଗଡ଼ର ଫିଲ୍ମ ‘ଡାର୍ଲିଂ ପ୍ୟାର ଝୁକତା ନହିଁ’ ସୁଟିଂସେଟର ହେଉଛି ଏହି ଭିଡିଓ । ଭାଇରାଲ୍ ଭିଡିଓରେ ବର ଚାପୁଡ଼ା ମାରିବା ପରେ ହସି ହସି ବେଦମ୍ ହୋଇ ତଳେ ବସୁ ପଡ଼ିଥିବା କନ୍ୟା ନିଜେ ଏନେଇ ସୂଚନା ଦେଇଛନ୍ତି ।

https://twitter.com/ChowhanAnikriti/status/1358495052071227393

ଭାଇରାଲ୍ ଭିଡିଓରେ କନ୍ୟା ବେଶରେ ଥିବା ଅନିକ୍ରିତୀ ଚୌହ୍ୱାନ କହିଛନ୍ତି- ଏହା ଆମ ସୁଟିଂସେଟର ଭିଡିଓ । ଭାଇରାଲ୍ ଭିଡିଓକୁ ଯେତିକି ତାରିଫ୍ ମିଳୁଛି, ସେତିକି ତାରିଫ୍ ସେ ଅଭିୟନ କରୁଥିବା ଚଳଚ୍ଚିତ୍ର ‘ଡାର୍ଲିଂ ପ୍ୟାର ଝୁକତା ନହିଁ’କୁ ମିଳୁ ବୋଲି ଆଶା କରିଛନ୍ତି । ଭାଇରାଲ୍ ଭିଡିଓକୁ ନେଇ ସମସ୍ତେ ହସି ହସି ବେଦମ ହେଉଥିବା ବେଳେ ସୋସିଆଲ୍ ମିଡିଆରେ ମଜାଦାର କମେଣ୍ଟ ସବୁ ଦେଖିବାକୁ ମିଳୁଛି ।

ମାଆ ନେଇଗଲା ପୁଅର ଜୀବନ, କହିଲା ଆହ୍ଲାଙ୍କୁ କରିଦେଲି କୁରବାନ୍‌

ପଲକ୍କଡ: କେରଳର ପାଲକ୍କଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୩୦ ବର୍ଷୀୟ ମଦ୍ରାସା ଶିକ୍ଷୟିତ୍ରୀ ନିଜ ୬ ବର୍ଷର ପୁଅର ବେକ କାଟି ହତ୍ୟା କରିଛନ୍ତି । ‘ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା’ ପାଇଁ ସେ ନିଜ ପୁଅର ବଳିଦାନ ଦେଇଥିବା କହିଛନ୍ତି । ପୋଲିସ ଏନେଇ ସୂଚନା ଦେଇଥିବା ବେଳେ ମହିଳା ଜଣକ ଗର୍ଭବତୀ ଥିବା ସୂଚନା ରହିଛି । ତେବେ ପୋଲିସ ଉକ୍ତ ମାଦ୍ରାସା ଶିକ୍ଷୟତ୍ରୀଙ୍କୁ ଗିରଫ କରିଛି ।

ଏହି ତମାମ ଘଟଣା ଶିକ୍ଷୟତ୍ରୀ ନିଜେ ପୋଲିସ ଆଗରେ ବଖାଣିଛନ୍ତି । ସେ ନିଜେ ଏହି ଅପରାଧ ବିଷୟରେ ପୋଲିସକୁ ସୂଚନା ଦେଇଛନ୍ତି । ଏହି ଘଟଣା ଜାଣିବା ପରେ ମହିଳାଙ୍କ ସମ୍ପର୍କୀୟ ଏବଂ ପଡ଼ୋଶୀମାନେ ସ୍ତବ୍ଧ । ପୋଲିସର ସୂଚନାନୁସାରେ ଏହି ଘଟଣା ସକାଳ ପ୍ରାୟ ୪ ଟା ସମୟରେ ଘଟିଥିଲା । ମହିଳା ଜଣକ ତାଙ୍କର ତିନି ପୁଅ ମଧ୍ୟରୁ ସାନ ପୁଅକୁ ପାଖରେ ଧରି ଶୋଇଥିଲେ । ହଠାତ୍‌ ସକାଳୁ ଉଠି ସେ ପୁଅକୁ ଉଠାଇଲେ ଏବଂ ବାଥ୍‌ରୁମ୍‌କୁ ନେଇ ତାର ଗୋଡ଼ ବାନ୍ଧିଦେଲେ । ଏହା ପରେ ତାର ବେକ କାଟିଦେଲେ । ତେବେ ମହିଳାଙ୍କ ସ୍ୱାମୀ ଓ ତାଙ୍କର ଅନ୍ୟ ଦୁଇ ପୁଅ ଘରର ଭିନ୍ନ ଏକ କୋଠରୀରେ ଶୋଇଥିଲେ ।

Kerala Police

ପାଲକ୍କଡ ଦକ୍ଷିଣୀ ପୋଲିସ ଷ୍ଟେସନରେ ଦିଆଯାଇଥିବା ଏଫ୍ଆଇଆର୍ ଅନୁଯାୟୀ, ପୁଥୁପାଲିଥିରୁଭା ନିବାସୀ ଶାହିଦା, ତିନି ସନ୍ତାନର ମାଆ । ଶାହିଦା ତୃତୀୟ ପୁଅର ଜୀବନ ନେବା ପରେ ୧୧୨ ନମ୍ବରରେ କଲ୍‌ କରି ନିଜ ଦୋଷ ସ୍ୱୀକାର କରିଥିଲେ । ଏହାସହ ଆଲ୍ହାଙ୍କୁ ବଳି ଦେବା ଉଦେଶ୍ୟରେ ସେ ସାନ ପୁଅ ଆମିଲ ସହ ଏଭଳି କରିଥିବା କହିଛନ୍ତି ।

ପଡୋଶୀଙ୍କ କହିବାନୁଯାୟୀ, ଘଟଣାର ପୂର୍ବ ରାତିରୁ ଶାହିଦା ଜନମୈତ୍ରୀ ପୋଲିସ ଷ୍ଟେସନର ସଂଗ୍ରହ କରିଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ବାଥରୁମରେ ଆମିଲର ରକ୍ତ ଭିଜା ମୃତଦେହ ଦେଖିଥିଲେ । ତାର ଗୋଡ଼ ବନ୍ଧା ହୋଇଥିଲା । ଏବଂ ସେ ସେହି ବାଥ୍‌ରୁମର ପୁଲ ଭିତରେ ପଡ଼ିଥିଲା । ଖାଲି ସେତିକି ନୁହେଁ ଆମିଲାର ଗଳା କାଟିବା ବେଳେ ଶାହିଦାଙ୍କ ହାତରେ କ୍ଷତ ମଧ୍ୟ ହୋଇଥିଲା ।

ଶାହିଦା ନିକଟସ୍ଥ ଏକ ମାଦ୍ରାସାରେ ଶକ୍ଷୟିତ୍ରୀ ଭାବେ କାମ କରନ୍ତି ଏବଂ ସେ ତିନିମାସର ଗର୍ଭବତୀ ମଧ୍ୟ ଅଛନ୍ତି । ତାଙ୍କ ସ୍ୱାମୀ ସୁଲେମାନ ନିକଟରେ ଗଲ୍ଫ ଦେଶରୁ କାମ ଛାଡି ପାଲକ୍କଡ ସହରରେ ଟ୍ୟାକ୍ସି ଡ୍ରାଇଭର ଭାବରେ କାମ କରି ଜୀବିକା ନିର୍ବାହ କରୁଛନ୍ତି ।

ତେବେ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରିବା ପରେ ଏହି ହତ୍ୟାକାଣ୍ଡ ପଛର ରହସ୍ୟ ସାମ୍ନାକୁ ଆସିବ । ପ୍ରକୃତରେ ଏହା ଆହ୍ଲାଙ୍କ ପାଇଁ ବଳିଦାନ ଦେବା ଭଳି ଅନ୍ଧବିଶ୍ୱାସର ବସବର୍ତ୍ତି ହୋଇ କରାଯାଇଛି ନା ଏହା ପଛରେ ଆଉ କ’ଣ ଉଦେଶ୍ୟ ରହିଛି । ତଦନ୍ତ ଆରମ୍ଭ ହୋଇସାରିଛି । ସତ୍ୟାସତ୍ୟ ଖୁବ୍‌ଶୀଘ୍ର ସାମ୍ନାକୁ ଆସିବ ।

ଗିରି ଗୋବର୍ଦ୍ଧନକୁ ବି ଛାଡିଲେନି ଠକ, ଅନଲାଇନରେ ଗୋବର୍ଦ୍ଧନ ପର୍ବତର ଶିଳାଖଣ୍ଡ ବିକ୍ରି କରୁଛି କମ୍ପାନୀ

ମଥୁରା: ଉତ୍ତରପ୍ରଦେଶ ମଥୁରା ଜିଲ୍ଲାର କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ହେଉଛି ଗିରିରାଜ ପର୍ବତ । ହେଲେ ଏବେ ଏହି ଗିରିରାଜ ପର୍ବତର ପଥରଗୁଡ଼ିକ ଅନଲାଇନରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଲକ୍ଷ୍ମୀ ଡିଭାଇନ୍ ଆର୍ଟିକିଲ୍ ଷ୍ଟୋରସ୍ ନାମକ ଏକ କମ୍ପାନୀ ଏହାକୁ ବିକ୍ରି କରୁଛି ।

ଏହି ସଂସ୍ଥା ଅନଲାଇନ୍ ସପିଂ କମ୍ପାନୀ ଇଣ୍ଡିଆ ମାର୍ଟ (ଚେନ୍ନାଇ)ରେ ବିଧିବଦ୍ଧ ବିଜ୍ଞାପନ ମଧ୍ୟ ଦେଇଛି । ଶିଳାର ମୂଲ୍ୟ ୫ ହଜାର ଟଙ୍କା ରଖାଯାଇଛି। ଏଥିସହ କମ୍ପାନୀ ଏହାର ନାମ ବଦଳାଇ ଗୋବର୍ଦ୍ଧନ ଷ୍ଟାେନ୍ ଗିରିରାଜ କୃଷ୍ଣ ଶିଳା ରଖିଛି । ଏଥିସହ ଗିରିରାଜ ଶିଳାର ଏକ ଚିତ୍ର ରଖାଯାଇଥିବା ବେଳେ ଏହାର ମୂଲ୍ୟ ୫,୧୭୫ ଟଙ୍କା ରଖାଯାଇଛି।

ସୋସିଆଲ ମିଡିଆରେ ଏହି ବିଜ୍ଞାପନ ଦେଖିବା ପରେ ସାଧୁସନ୍ଥ ତଥା ବ୍ରିଜବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହା ପରେ ଭକ୍ତ ଓ ସାଧୁମାନେ ଗୋବର୍ଦ୍ଧନ ଥାନାକୁ ଘେରାଉ କରିବା ସହ ହଙ୍ଗାମା କରିଛନ୍ତି । ଏପରିକି ଶ୍ରଦ୍ଧାଳୁଙ୍କ ବିଶ୍ୱାସକୁ ଆଘାତ ଲାଗିଥିବା ଦର୍ଶାଇ କମ୍ପାନୀ ଓ ମାଲିକଙ୍କ ବିରୋଧରେ ଅଭିଯୋଗ କରିବା ସହ ଗିରଫ ଦାବି କରାଯାଇଛି।

ସେହିପରି ଦୀନବନ୍ଧୁ ଦାସ ମହାରାଜ କହିଛନ୍ତି ଯେ ଗିରିରାଜ ଜୀ ମହାରାଜ ଆମ ସମସ୍ତ ସାଧୁସନ୍ଥ ମାନଙ୍କର ଇଷ୍ଟ ଅଟନ୍ତି। କେବଳ ଏତିକି ନୁହେଁ ଧାର୍ମିକ ଗ୍ରନ୍ଥରେ ଉଲ୍ଲେଖ ରହିଛି ଯେ ଗିରିରାଜ ଜୀଙ୍କର ଶିଳାକୁ ଗିରିରାଜ ପାଦଦେଶରୁ ବାହାର କରିବା ନିଷେଧ ।

ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି-
ସୋସିଆଲ୍ ମିଡିଆ ସାଇଟରେ ଧାର୍ମିକ ଭାବନାକୁ ଆଘାତ କରିବାକୁ ଚେଷ୍ଟା କରିବା ସହ ଗୋବର୍ଦ୍ଧନ ପର୍ବତକୁ ବିକ୍ରି ପାଇଁ ଚେଷ୍ଟା କରାଯାଉଥିବା ନେଇ ଲୋକମାନେ ଅଭିଯୋଗ କରିଛନ୍ତି । ଖାଲି ଏତିକି ନୁହେଁ ଗୋବର୍ଦ୍ଧନ ଶୀଳାର ମୂଲ୍ୟ ଲଗାଇ ଖୋଲାଖୋଲି ଭାବରେ ବିକ୍ରି କରାଯାଉଛି । ଦେଶରେ ବାରମ୍ବାର ଏଭଳି ଭକ୍ତଙ୍କ ଧାର୍ମିକ ଭାବନା ସହ ଖେଳାଯାଉଛି । ଏଭଳି ପରିସ୍ଥିତିରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍।

ଓଡ଼ିଶା ଦାବି ରହିଲା, ବିବାଦୀୟ NMA ବାଇ-ଲ’ ହଟିଲା

ଭୁବନେଶ୍ୱର: ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ଲାଗି ପ୍ରସ୍ତାବିତ ବାଇ-ଲ’ । ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର କରାଯିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି । ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ଦାବି କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ଭେଟିଥିଲେ । ସାଂସଦ ଭତ୍ତୃହରି ମହତାବଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ମଣ୍ଡଳ କେନ୍ଦ୍ର ସଂସ୍କୃତିମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ।  ବାଇ-ଲ’ ପ୍ରତ୍ୟାହାର ନେଇ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି ।

କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ କହିଛନ୍ତି- ପୁରୀ ଶ୍ରୀମନ୍ଦିର ଲାଗି ସମସ୍ତ ନିଷ୍ପତ୍ତି ଓଡ଼ିଆ ଭାଷାରେ ନିଆଯିବ । ଏଥିସହ କୌଣସି ପଦକ୍ଷେପ ନେବା ପୂର୍ବରୁ ଆପୋସ ବୁଝାମଣା ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ନିଶ୍ଚିତ କରିଛନ୍ତି ।

Centre Culture Directs NMA To Withdraw Porposed Bye-Laws For Jagannath Temple Puri

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ସିଂହଦ୍ୱାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ- ଜଗନ୍ନାଥଙ୍କ କାର୍ଯ୍ୟରେ କେହି ବାଧା ସୃଷ୍ଟିକରିପାରିବେ ନାହିଁ । ଏନଏମଏର ପ୍ରସ୍ତାବିତ ବାଇ-ଲ’କୁ ମୁଖ୍ୟମନ୍ତ୍ରୀ ବିରୋଧ କରିଥିଲେ ।

ମୋଦିଙ୍କୁ ଟିକାୟତଙ୍କ କଡ଼ା ଜବାବ, ଆଗ ଆଇନ ପ୍ରତ୍ୟାହାର କର, ତା’ପରେ ଆଲୋଚନା

0

ନୂଆଦିଲ୍ଲୀ:  MSP ଥିଲା,ଏମଏସପି ଅଛି ଓ ଏମଏସପି ରହିବ। ଏମିତିରେ ଚାଷୀ ଆନ୍ଦୋଳନ ବନ୍ଦ କରି ଆଲୋଚନା ଟେବୁଲକୁ ଆସନ୍ତୁ। ଆମେ ଚାଷୀଙ୍କ ଚିନ୍ତା କରୁଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ରାଜ୍ୟସଭାରେ ଏଭଳି କହିଥିଲେ। ଆନ୍ଦୋଳନ ପଛରେ ବିଦେଶୀ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ, ଏଫଡିଆଇ ଏବେ ଫରେନ୍ ଡିସରପ୍ଟିଭ ଆଇଡିଓଲୋଜି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତର ଦେଇଛନ୍ତି ରାକେଶ ଟିକାଏତ। ରାକେଶ କହିଛନ୍ତି ଯେ, ଆମେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ବାବଦରେ ଚିନ୍ତା କରୁଛୁ। ସେ ପ୍ରଥମେ ଚାଷୀର ଆୟକୁ ଦୁଇଗୁଣ କରନ୍ତୁ। କୃଷି ଆଇନକୁ ପ୍ରତ୍ୟାହାର କରନ୍ତୁ। ତା’ପରେ ଆଲୋଚନା ହେବ। ସେ କହିଛନ୍ତି ଯେ, ଭୋକକୁ ନେଇ ବ୍ୟବସାୟ କରି ହେବ ନାହିଁ। ଏମଏସପିକୁ ନେଇ ଆଇନ ଆଣ ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ଏହା ସହ ସବୁ ସାଂସଦଙ୍କୁ ପେନସନ୍ ଛାଡିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ କରନ୍ତୁ ବୋଲି ସେ କହିଛନ୍ତି।

ମୋଦୀଙ୍କ ଚରମ ବାଣୀ; MSP ଥିଲା-ଅଛି-ରହିବ, ଚାଷୀ ଆନ୍ଦୋଳନ ବନ୍ଦ କରନ୍ତୁ

0

ନୂଆଦିଲ୍ଲୀ: ଦେଶରେ କୃଷି ଆନ୍ଦୋଳନ ତେଜିବାରେ ଲାଗିଥିବାବେଳେ ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ଦେଇଛନ୍ତି। ସେ ବିରୋଧୀଙ୍କୁ କଡ଼ା ଜବାବ ଦେବା ସହ ଆନ୍ଦୋଳନକାରୀ ଚାଷୀଙ୍କୁ ମଧ୍ଯ ଏକ ଖାସ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି  ଏମଏସପି ଥିଲା, ଏମଏସପି ଅଛି ଆଉ ଆଗକୁ ବି ଏମଏସପି ରହିବ, ଚାଷୀମାନେ ଆନ୍ଦୋଳନ ବନ୍ଦ କରିଦେବା ଉଚିତ୍।

ନୂଆ କୃଷି ଆଇନ ସମ୍ପର୍କରେ ମୋଦି କହିଛନ୍ତି ସଂସଦରେ କେବଳ ଆନ୍ଦଳ ପ୍ରଶଙ୍ଗରେ କଥା ଉଠିଛି। କେବେ ହେଲେ ଏହାର ସଂଶୋଧନ ନେଇ କଥା ଉଠିନାହିଁ। ଏହି ସମୟରେ ମୋଦି ଲାଲ ବାହାଦୁର ଶାସ୍ତ୍ରୀଙ୍କ କଥା ବି ଉଠାଇଛନ୍ତି। ସେ କହିଛନ୍ତି ଯେ ଶାସ୍ତ୍ରୀଙ୍କୁ ମଧ୍ଯ କୃଷି ନିମୟ ସଂଶୋଧନ ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ହେଲେ ସେ ପଛକୁ ହଟି ନଥିଲେ । ସେତେବେଳେ ବାମପନ୍ଥୀମାନେ କଂଗ୍ରେସକୁ ଆମେରୀକାର ଏଜେଣ୍ଟ ବୋଲି କହୁଥିଲେ, ଆଉ ଆଜି ସେମାନେ ମୋତେ ଦୁର୍ବ୍ୟବହାର କରୁଛନ୍ତି ଗାଳି ଦେଉଛନ୍ତି।

ମୋଦି କହିଛନ୍ତି ଯେ କୌଣସି ବି ନୂଆ ଆଇନ ଆସିଲେ, ପରବର୍ତ୍ତୀ ସମୟରେ ଏଥିରେ ସଂଶୋଧନ ବି କରାଯାଏ । ମୋଦି କହିଛନ୍ତି ଯେ ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝେଇସୁଝେଇ ଆମକୁ ଆଗକୁ ବଢ଼ିବାକୁ ହେବ। ସେ କହିଛନ୍ତି ଯେ ଯେଉଁ ବୟସ୍କ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି ସେମାନେ ଘରକୁ ଫେରି ଯିବା ଉଚିତ୍। ଏମଏସପି ଅଛି ଆଉ ଆଗକୁ ମଧ୍ଯ ରହିବ। ମଣ୍ଡି ଗୁଡ଼ିକୁ ମଜଭୁତ କରାଯାଉଛି।  ଯେଉଁ ୮୦ କୋଟି ଲୋକଙ୍କୁ ଶସ୍ତାରେ ରାଶନ ଦିଆଯାଉଥିଲା ତାହା ମଧ୍ଯ ଜାରି ରହିବ।

ଏଥିସହ ମୋଦି ବିରୋଧୀଙ୍କୁ କଡ଼ା ଯବା ଦେଇ କହିଛନ୍ତି ଯେ ପୂର୍ବ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କ ସମେତ ବହୁ କଂଗ୍ରେସ ନେତା ମଧ୍ଯ କୃଷି ନିୟମ ସଂଶୋଧନ ବିଷୟରେ କହିଛନ୍ତି। ଶରଦ ପାୱାର ଏବେ ବି କୃଷି ସଂଶୋଧନକୁ ନେଇ କୌଣସି ପ୍ରକାରର ବିରୋଧ କରିନାହାଁନ୍ତି। ଆମକୁ ଯାହା ଠିକ୍ ଲାଗିଲା ତାହା କଲୁ। ଆଗକୁ ବି ସଂଶୋଧନ ଜାରି ରହିବ। ମୋଦି କହିଛନ୍ତି ଯେ ଆଜି ବିରୋଧୀ ୟୁଟର୍ଣ୍ଣ ନେଉଛନ୍ତି, କାହିଁକିନା ଏବେ ରାଜନୀତି ସରଗରମ୍ ଅଛି।

 

୪ ବର୍ଷ ପୂର୍ବେ ପୃଥିବୀରେ ପହଞ୍ଚିଥିଲେ ଏଲିୟନ୍ସ: ହାର୍ବାଡର ପ୍ରମୁଖ ବୈଜ୍ଞାନିକ

ନୂଆଦିଲ୍ଲୀ: ୨୦୧୭ ମସିହାରେ ଏଲିୟନ୍ସ ପୃଥିବୀରେ ପାଦ ଦେଇଥିଲେ ବୋଲି ଦାବି କରିଛନ୍ତି ହାର୍ବାଡ ୟୁନିଭର୍ସିଟିର ଜଣେ ପ୍ରମୁଖ ବୈଜ୍ଞାନିକ । ହେଲେ ତାଙ୍କ କଥାକୁ ଅନ୍ୟମାନେ ଅଣଦେଖା କରି ଦେଇଥିଲେ ।

ପ୍ରଫେସର ଏବି ଲୋଏବ ନିଜର ଏକ ବହି Extraterrestrial: The First Sign of Intelligent Life Beyond Earthରେ ଏଭଳି ଦାବି କରିଛନ୍ତି । ଲୋଏବ ଜଣାଶୁଣା ଭୌତିକଶାସ୍ତ୍ରୀ ଷ୍ଟିଫେନ୍ ହକିଂଙ୍କ ସହ ମଧ୍ୟ କାମ କରିଛନ୍ତି ।

୫୮ ବର୍ଷୀୟ ଇସ୍ରାଏଲୀ-ଆମେରିକୀୟ ଆଷ୍ଟ୍ରାନୋମର କହିଛନ୍ତି ଯେ ୪ ବର୍ଷ ପୂର୍ବେ ଏକ ଅସାମାନ୍ୟ ବସ୍ତୁ ଦେଖା ଦେଇଥିଲା । ହେଲେ ବୈଜ୍ଞାନିକ ମାନେ ତାକୁ ଭୁଲ୍ ବୁଝିଥିଲେ । ଏହି ଘଟଣା ୨୦୧୭ ମସିହାର ହୋଇଥିବା ବେଳେ ଏହାର ସ୍ପିଡ୍ ମଧ୍ୟ ଅଧିକା ରହିଥିଲା । ଲାଗୁଥିଲା ଯେ ଏହା କେଉଁ ଅନ୍ୟ ଗ୍ରହରୁ ଆସି ପୃଥିବୀରେ ପହଞ୍ଚିଛି । ହେଲେ ଅନ୍ୟ ବୈଜ୍ଞାନିକ ମାନେ ତାଙ୍କ କଥାରେ ଏକମତ ହୋଇନଥିଲେ ।

ଆଷ୍ଟ୍ରାେଫିଜିସିଷ୍ଟ ଏଥନ ସିଗନ୍ ଫୋବର୍ସରେ ଲେଖିଛନ୍ତି ଯେ, ଲୋଏବ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ । ହେଲେ ସେ ନିଜର କଥାକୁ ସହ ବୈଜ୍ଞାନିକ ମାନଙ୍କ ସମ୍ମୁଖରେ ଠିକ୍ ଭାବେ ପ୍ରକାଶ କରିପାରିନଥିଲେ । ହେଲେ ଏନେଇ ଲୋଏବ କୁହନ୍ତି, ରୁଢିବାଦ ଉପରେ ପ୍ରଶ୍ନ କରୁଥିବା ଲୋକଙ୍କୁ ସବୁବେଳେ ଦଣ୍ଡ ଦିଆଯାଇଥାଏ । ଗାଲିଲିଓଙ୍କୁ ମଧ୍ୟ ଦଣ୍ଡିତ କରାଯାଇଥିଲା, ଯେତେବେଳେ ବ୍ରହ୍ମାଣ୍ଡର କେନ୍ଦ୍ର ପୃଥିବୀ ନୁହେଁ ବୋଲି ସେ କହିଥିଲେ ।

ତେବେ ଏହା ପୂର୍ବରୁ ଇସ୍ରାଏଲର ସ୍ପେଶ୍ ସିକ୍ୟୁରିଟି ଏଜେନ୍ସିର ପୂର୍ବତନ ପ୍ରମୁଖ ହେମ ଇଶଦ ଦାବି କରିଥିଲେ ଯେ ଏଲିୟନ୍ସଙ୍କ ଅସ୍ତିତ୍ୱ ରହିଛି ଏବଂ ଇସ୍ରାଏଲ ଓ ଆମେରିକା ଅନେକ ବର୍ଷ ହେବ ତାଙ୍କ ସମ୍ପର୍କରେ ରହିଛନ୍ତି ।

ସୀମା ବିବାଦ ମଧ୍ୟରେ ଭାଷା ପ୍ରସଙ୍ଗ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଆଲୋଚନା ବୈଠକ

ଭୁବନେଶ୍ୱର: ବିଧାନସଭା ଭବନରେ ଓଡ଼ିଶା ଏବଂ ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଲୋଚନା । ୨ ରାଜ୍ୟ ମଧ୍ୟରେ ହୋଇଛି ଆଲୋଚନା । ଦୁଇ ରାଜ୍ୟ ମଧ୍ୟରେ ସୀମା ବିବାଦ ଚାଲିଥିବା ବେଳେ ଭାଷା ପ୍ରସଙ୍ଗ ଉପରେ ଦୁଇ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନାରେ ଦୁଇ ରାଜ୍ୟର ଅନେକ ଅଧିକାରୀ ଉପସ୍ଥିତ ଥିଲେ ।

ଆଲୋଚନାରେ ଆନ୍ଧ୍ରର ଦୁଇ ବିଧାୟକ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ଓଡ଼ିଶା ପକ୍ଷରୁ ମନ୍ତ୍ରୀ ସମୀର ଦାଶ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଭାରତକୁ ‘ମଦର ଅଫ୍ ଡେମୋକ୍ରାସୀ’ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ରାଜ୍ୟସଭାରେ ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଭିଭାଷଣ ଦେଇଛନ୍ତି । ଏହି ସମୟରେ ବିରାେଧି ମାନେ ହଙ୍ଗାମା କରିବାକୁ ପଛାଇ ନାହାଁନ୍ତି । ହେଲେ ଅଭିଭାଷଣ ସମୟରେ ହୋଇଥିବା ହଙ୍ଗାମାକୁ ନେଇ ପ୍ରଧାନମନ୍ତ୍ରୀ ମାେଦି କଡା ଜବାବ ଦେଇଛନ୍ତି ।

ଏହି ସମୟରେ ଭାରତକୁ ‘ମଦର ଅଫ୍ ଡେମୋକ୍ରାସୀ’ ବା ‘ଗଣତନ୍ତ୍ରର ମାଆ’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଣତନ୍ତ୍ରର ସୁରକ୍ଷାକୁ ନେଇ ଅନ୍ୟ ଦେଶଠାରୁ ଭାରତ ଶିଖିବାର ଆବଶ୍ୟକତା ନାହିଁ । ଭାରତ ହେଉଛି ‘ମଦର ଅଫ୍ ଡେମୋକ୍ରାସୀ’ । ଭାରତର ଇତିହାସ ଗଣତନ୍ତ୍ରର ମୂଲ୍ୟବୋଧରେ ଭରି ରହିଛି । ଭାରତର ରାଷ୍ଟ୍ରବାଦ ଉପରେ ଆକ୍ରମଣ ପାଇଁ ବିଦେଶରେ କରାଯାଉଥିବା ଷଡ଼ଯନ୍ତ୍ରରୁ ଏହାକୁ ବଞ୍ଚାଇବା ଜରୁରୀ ହୋଇପଡ଼ିଛି ବୋଲି ମୋଦି କହିଛନ୍ତି ।

କରୋନା କାଳରେ ବିଶ୍ୱ ସ୍ତରରେ ଭାରତର ଭୂମିକାକୁ ନେଇ ମୋଦି କହିଛନ୍ତି, କରୋନା ଯୋଗୁ ସାରା ବିଶ୍ୱ ଏକ ସଙ୍କଟ ଦେଇ ଗତି କରୁଛି । ଜନସଂଖ୍ୟା ଅଧିକ ଯୋଗୁ ଭାରତକୁ ନେଇ ବିଶ୍ୱ ଚିନ୍ତିତ ଥିବା ବେଳେ ଅଦୃଶ୍ୟ ଶତ୍ରୁ ସହ ଲଢ଼ିବାକୁ ସକ୍ଷମ ମଧ୍ୟ ହୋଇଛି । ଏହାସହ ଅନ୍ୟଦେଶକୁ ମଧ୍ୟ ସହଯୋଗର ହାତ ବଢ଼ାଇଛି । ଏହା କେବଳ କୌଣସି ରାଜନୈତିକ ଦଳ କିମ୍ବା ସରକାରଙ୍କ ଯୋଗୁ ନୁହେଁ, ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ଭବ ହୋଇଛି । ଯାହାକୁ ନେଇ ସାରା ବିଶ୍ୱ ଭାରତକୁ ପ୍ରଶଂସା କରୁଥିବା ବେଳେ ବିରୋଧୀ ଦଳ ଏହାକୁ ସମାଲୋଚନା କରୁଛନ୍ତି।

ଭାରତ ସ୍ବାଧୀନତାର ୭୫ ବର୍ଷରେ ପାଦ ଦେବାକୁ ଯାଉଛି । ଏହି ଅବସରରେ ପ୍ରତ୍ୟେକ ନାଗରିକ ଦେଶ ପାଇଁ କିଛି କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି । କୃଷି ଆଇନ ସଂପର୍କରେ ଭ୍ରମିତ କରାନଯାଉ ବୋଲି ମୋଦି କହିଥିଲେ । ଏବେ ସମୟ ଆସିଛି କିଛି କରି ଦେଖାଇବାର । ଆହୁରି ମଧ୍ୟ ଆମକୁ ଭାବିବାକୁ ହେବ ଯେ ସ୍ୱାଧୀନତାର ୧୦୦ ବର୍ଷ ଅର୍ଥାତ୍ ୨୦୪୭ ମସିହା ବେଳକୁ ଆମେ କେଉଁଠି ଥିବୁ । ଆଜି ସାରା ଦୁନିଆର ନଜର ଆମ ଉପରେ ରହିଛି ।