ନିଆଁ ଲିଭାଇବାକୁ ଯାଇଥିଲେ, ନିଜେ ପୋଡ଼ି ହୋଇଗଲେ ବନ ବିଭାଗ କର୍ମଚାରୀ

ମୟୁରଭଞ୍ଜ: ଜଙ୍ଗଲ ନିଆଁରେ ପୋଡ଼ି ହୋଇଗଲେ ବନ ବିଭାଗ କର୍ମଚାରୀ । ଏଭଳି ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି ନିକଟ ଜଡ଼ବିଲ ଗାଁ ଜଙ୍ଗଲରେ । ଏବେ ଚାରିଆଡ଼େ ପ୍ରତ୍ୟେକ ଦିନ ଜଙ୍ଗଲରେ ନିଆଁ ଲାଗୁଥିବା ଖବର ସାମ୍ନାକୁ ଆସୁଛି । ସେହି ମଧ୍ୟରୁ କେନ୍ଦୁଜୁଆଣି ନିକଟ ଜଡ଼ବିଲ ଗାଁ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଏହି ନିଆଁ ଲିଭାଇବାକୁ ବାହାରିଥିଲେ ଦାୟିତ୍ୱରେ ଥିବା ବନ ବିଭାଗ କର୍ମଚାରୀ ।

ମିଳିଥିବା ସୂଚନା ଅନୁଯାୟୀ ଜଙ୍ଗଲ ନିକଟରେ ନୂତନ ଚାରା ଗଛ ଲାଗିଥିବା ବେଳେ ସେଠାରେ ସୁରକ୍ଷା ଦାଇତ୍ୱରେ ଜଡ଼ବିଲ ଗ୍ରାମର ଯଦୁମଣି ମହାନ୍ତ ନାମକ ବ୍ୟକ୍ତି ଥିଲେ । ତେବେ ଦିନ ଗୋଟାଏ ବେଳେ ହଠାତ୍‌ ଜଙ୍ଗଲରେ ନିଆଁ ଲାଗିବା ଖବର ଆସିଥିଲା । ଆଉ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ଯଦୁମଣି । ଏହି ସମୟରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଖବର ପାଇ ଅନ୍ୟ କର୍ମଚାର ତଥା କିଛି ସ୍ଥାନୀୟ ଲୋକ ପହଞ୍ଚିଥିଲେ, ଆଉ ନିଆରୁ ଉଦ୍ଧାର କରି ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରିକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ।

Leave a Reply