ଇରାଶିଷଙ୍କୁ ଚିନ୍ମୟଙ୍କ ଜବାବ, ସାରଦାଙ୍କ ଅପରାଧୀକ ରେକର୍ଡ ଲମ୍ବା

1 min read

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ବିଜେଡିର ଜବାବ । ଇରାଶିଷ ସାମ୍ବାଦିକ ସମ୍ମିଳନୀରେ କରିଥିବା ଅଭିଯୋଗର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ । ଚିନ୍ମୟ କହିଛନ୍ତି- ଇରାଶିଷ ଭଟଲି ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ । ତାଙ୍କ ନାଁରେ ୩୦୨ ଦଫା ସହ ଆର୍ମସ ଆଇନ୍ ଲାଗିଥିଲା । ୮ ମାସ ଜେଲରେ ରହି ଫେରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ସାରଦା ପ୍ରଧାନଙ୍କ ପାଇଁ ଓକିଲାତି କରିଛନ୍ତି ।

BJD Spokesperson Chinmay Alleges Irasish Have Link With Gangster Tito

ସାରଦାଙ୍କ ଅପରାଧୀକ ତାଲିକା ଖୁବ୍ ଲମ୍ବା ।  ଇଲା ଚୋରି, ଲୁହା ପଥର ଚୋରି ସହ ବାଲି ମାଫିଆ, ଗ୍ୟାଙ୍ଗଷ୍ଟର ଟିଟୋ ସହ ଇରାଶିଷଙ୍କ ଘନିଷ୍ଠ ସମ୍ପର୍କ । ନିଜ ଅପରାଧୀକ ପୃଷ୍ଠଭୂମିକୁ ପ୍ରଥମେ ଚିହ୍ନି ତା’ପରେ ଅନ୍ୟ ଅପରାଧୀଙ୍କ ପାଇଁ ଓକିଲାତି କଲେ ଭଲ ହୋଇଥାନ୍ତା ବୋଲି ଜବାବ ଦେଇଛନ୍ତି ଚିନ୍ମୟ ।

BJD Spokesperson Chinmay Alleges Irasish Have Link With Gangster Tito

ଗତ ମଙ୍ଗଳବାର ରାତିରେ ନୟାପଲ୍ଲୀରେ ଅପରାଧୀମାନଙ୍କୁ ନେଇ ବିଜେପିର ଯୁବନେତ୍ରୀ ଉପାସନା ମହାପାତ୍ର ମାରପିଟ୍ କରିବା ପରେ ଫେରାର୍ ଅଛନ୍ତି । ଉକ୍ତ ମାମଲାରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସାରଦା ପ୍ରଧାନ । ଏଭଳି ମିଥ୍ୟା ମନଗଢ଼ା କାହାଣୀ କହିବା ପୂର୍ବରୁ ସେମାନେ ନିଜକୁ ପରଖିବା ପରେ ମନ୍ତବ୍ୟ ଦିଅନ୍ତୁ । ଭାରତୀୟ ଜନତା ପାର୍ଟିର ହିଂସା ରାଜନୀତିକୁ ଓଡ଼ିଶାବାସୀ କେବେ ପ୍ରଶୟ ଦେବେ ନାହିଁ । ଲୋକମାନେ ଉଚିତ୍ ସମୟରେ ଉଚିତ୍ ଜବାବ ଦେବାକୁ ଅପେକ୍ଷା କରିଥିବା କହିଛି ବିଜେଡି ।

Leave a Reply