କଳା ଓ ସଂସ୍କୃତିକୁ ମନେରଖିବା ପାଇଁ ଧରଣୀ ମହୋତ୍ସବ, ଏକାଠି ହେଲେ ଝୁମିଲେ..

Dharani Mahotsav

ବଲାଙ୍ଗିର: ଧିରେଧିରେ ଲୋପ ହେବାକୁ ବସିଲାଣି ଆଦିବାସୀ କନ୍ଧ ସମାଜର ସଂସ୍କୃତି ଓ ପରମ୍ପରା । ଆଧୁନିକତାର ସ୍ପର୍ଷରେ ଯୁବପୀଢି ସେମାନଙ୍କ ସଂସ୍କୃତିକୁ ପଛରେ ପକାଇ ଦେଇଛନ୍ତି । ତେଣୁ କନ୍ଧ ସମାଜର କଳା ସଂସ୍କୃତିକୁ ଯୁବପୀଢିକୁ ଅବଗତ କରାଇବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ମୁରବାହାଲଠାରେ ଆୟୋଜିତ ହୋଇଛି ଧରଣୀ ମହୋତ୍ସବ ।

ଏହି ମହୋତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଯୁବକଠୁ ଆରମ୍ଭ କରି ମହିଳା, ପୁରୁଷ ଶହ ଶହ ସଂଖ୍ୟାରେ ସାମିଲ ହୋଇଥିଲେ । ପାରମ୍ପାରିକ ଅସ୍ତ୍ରଶସ୍ତ୍ର, ଓ ବାଜା ର ତାଳେତାଳେ ଆଦିବାସୀ ମାନେ ନୃତ୍ୟ କରିବା ସହ ଧରଣୀ ମାଆଙ୍କ ପୂଜା କରିଥିଲେ । ପୂଜା ପରେ ନଗର ପରିକ୍ରମା କରାଯାଇ ସଭା ସ୍ଥଳକୁ ପହଂଚିଥିଲେ ସଭିଏଁ ।

ମହୋତ୍ସବର ମୁଖ୍ୟ ଆକର୍ଷଣ ଥିଲେ ନିୟମ ଗିରି ସୁରକ୍ଷା ସମିତିର ସଭାପତି ଲଦ ସିକ୍କା‌, ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍‌ ଏବଂ ନିୟମ ଗିରିରୁ ଆସିଥିବା କନ୍ଧ ସମାଜର ମହିଲା ପୁରୁଷ ପ୍ରମୁଖ । କନ୍ଧମାନେ ଆଦି ଜନ୍ମରୁ ଧରଣୀ ପିଠ ଅର୍ଥାତ୍‌ ମା’ ମାଟିକୁ ପୂଜା କରି ଆସୁଥିଲେ । କନ୍ଧ ସମାଜର ସ୍ୱତନ୍ତ୍ର ଧର୍ମ ଅଛି । କନ୍ଧ ମାନେ ଆଦର୍ଶ ଦେଶ ପ୍ରେମୀ, ସମାଜ ପ୍ରେମୀ ବୋଲି କହିଥିଲେ ଅତିଥି ।

Leave a Reply