ଦାଦନରୁ ଅଭିନେତା ପାଲଟିଥିବା ରାଜକୁମାରଙ୍କୁ କେରଳ ଡିଜିଙ୍କ ସମ୍ବର୍ଦ୍ଧନା

1 min read
Kerala DGP Felicitated Migrant Labour Cum Turned Malayalam Actor Raj Kumar

ଭୁବନେଶ୍ୱର: ଚଳଚ୍ଚିତ୍ରର କାହାଣୀ ଭଳି ତାଙ୍କ ଜୀବନ- ନାଁ ରାଜକୁମାର । ଯିଏ ଦିନେ ପାହାଡ଼ ଶିଖରରୁ ବଡ଼ ହେବାର ସ୍ୱପ୍ନ ଦେଖୁଥିଲା, ଆର୍ଥିକ ଅନଟନ ବାନ୍ଧି ଦେଇଥିଲା ପାଠପଢ଼ାରେ ଡୋରୀ । ନା କିଏ ଜାଣିଥିଲା, ନା କିଏ ପଚାରୁଥିଲା । ସମୟ ରାଜକୁମାରଙ୍କୁ ସଜାଇ ଦେଇଥିଲା ଦାଦନ । ଆଉ ସେହି ଦାଦନ ଏବେ ସେଲିବ୍ରିଟି । ସମସ୍ତଙ୍କ ମୁହଁରେ ରାଜକୁମାରଙ୍କ ପ୍ରଶଂସା । କନ୍ଧମାଳ ଜିଲ୍ଲା ବେଲଘରର ପୁଅ ରାଜକୁମାର ।

Kerala DGP Felicitated Migrant Labour Cum Turned Malayalam Actor Raj Kumar

ପରିବାରରେ ଆର୍ଥିକ ଅନଟନ ଯୋଗୁଁ ଅଧାରୁ କଲେଜ ପାଠ ଛାଡ଼ି ରାଜକୁମାର ଦାଦନ ଖଟିବାକୁ ଚାଲି ଯାଇଥିଲେ କେରଳ । ପେଟ ପାଇଁ ଆରମ୍ଭ କରିଥିଲେ ସଂଘର୍ଷ । କେରଳର ଏକ ହୋଟେଲରେ କାମ କରିବା ସହ ବଡି ବିଲ୍ଡିଂ କରୁଥିଲେ । ହଠାତ୍ ଦିନେ ଜିମରେ ମଲୟାଲମ୍ ଫିଲ୍ମ ଅଭିନେତାଙ୍କ ସହ ସାକ୍ଷାତ ହୁଏ ରାଜକୁମାରଙ୍କର । ତା’ପରେ ବଦଳିଯାଏ ରାଜକୁମାରଙ୍କ ଜୀବନ । ସେ ସୋସିଆଲ୍ ମିଡିଆରେ ପାଲଟିଯାଆନ୍ତି ଚର୍ଚ୍ଚିତ ଚେହେରା ।

Kerala DGP Felicitated Migrant Labour Cum Turned Malayalam Actor Raj Kumar

ଦାଦନରୁ ମାଲୟଲମ ଫିଲ୍ମ ଅଭିନେତା ପାଲଟିଥିବା ରାଜକୁମାରଙ୍କୁ କେରଳ ଡିଜିପି ଲୋକନାଥ ବେହେରା ସମ୍ବର୍ଦ୍ଧିତ କରିଛନ୍ତି । ରାଜକୁମାରଙ୍କ ସଫଳତାର କାହାଣୀ ନନ୍ଦିଘୋଷ ଟିଭିରେ ପ୍ରସାରିତ ହୋଇଥିଲା । ଏହା ପରେ ରାଜକୁମାରଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ଓଡ଼ିଆ ପୁଅ ରାଜକୁମାର ମଲୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ୬ଟି ଫିଲ୍ମରେ ସଫଳ ଅଭିନେତା ଭାବେ ଅଭିନୟ କରିସାରିଲେଣି । ଏକଥା ଜାଣିବା ପରେ କେରଳ ଡିଜିପି ଥିବା ଏହି ଓଡ଼ିଆ ଆଇପିଏସ ଅଫିସର ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

Kerala DGP Felicitated Migrant Labour Cum Turned Malayalam Actor Raj Kumar

ତ୍ରିଭେନ୍ଦମରେ ଥିବା ପୋଲିସ ମୁଖ୍ୟାଳୟରେ ରାଜକୁମାରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେରଳ ଡିଜିପି । କେରଳ ରାଜ୍ୟକୁ ଦାଦନ ଖଟିବାକୁ ଆସି ମଲୟାଲମ୍ ଫିଲ୍ମରେ ସଫଳ ଅଭିନେତା ହୋଇଥିବାରୁ ଖୁସି ଜାହିର କରିଛନ୍ତି । ଏଥି ସହିତ ରାଜକୁମାରଙ୍କୁ ମଲୟାଲମ୍ ଫିଲ୍ମରେ ଅଭିନୟ ପାଇଁ ସୁଯୋଗ ଦେଇଥିବା କେରଳ ଫିଲ୍ମ ଜଗତର ନିର୍ଦ୍ଦେଶକ ଓ ପ୍ରଡ୍ୟୁସର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ।

Leave a Reply