ନିଶା କବଳରେ ଢେଙ୍କାନାଳ, ବ୍ୟାପୁଛି ଧଳା ଜହର କାରବାର ! କିଙ୍ଗ୍‌ପିନ୍‌ ସଜିଛନ୍ତି ମହିଳା..

Brown Suggar

ଢ଼େଙ୍କାନାଳ: ନିଶା କବଳରେ ଢେଙ୍କାନାଳ । ବ୍ୟାପୁଛି ଧଳା ଜହର କାରବାର । ନିଶା ବେପାରୀଙ୍କ ଟାର୍ଗେଟରେ ଏବେ କଲେଜ ପଢୁଆ ଛାତ୍ରଛାତ୍ରୀ । ପୋଲିସ ଓ ଅବକାରୀ ବିଭାଗର ଗୁଇନ୍ଦା ବିଫଳତା କାରଣରୁ ନିଶା କାରବାର ଏବେ ହୁହୁ ହୋଇ ବଢ଼ିଚାଲିଛି । ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଭିଭାବକ ଓ ବରିଷ୍ଠ ନାଗରିକ । ଏହି ଭୟଙ୍କର ନିଶାକାରବାରର ଲଗାମ୍ ରହିଛି ଜଣେ ମହିଳାଙ୍କ ହାତରେ । ନନ୍ଦିଘୋଷ ଟିଭିକୁ ମିଳିଛି ଯାହାର ଠୋସ୍ ପ୍ରମାଣ । ଏକ ଅଡିଓ ଟେପ୍‌ ବୟାନ କରୁଛି ଏହାର ସତ୍ୟତା ।

ବ୍ରାଉନସୁଗାର କାରବାର ପାଇଁ ଏବେ ଢେଙ୍କାନାଳ ପାଲଟିଛି ସେଫ୍‌ ଜୋନ୍‌ । ସହରର ପରିତ୍ୟକ୍ତ କୋଠା ଓ ନିର୍ମାଣଧିନ କୋଠାରେ ଚାଲୁଛି ମୃତ୍ୟୁର ଭୟଙ୍କର ଖେଳ । ଆଉ ଏହି ଖେଳର ରେଫରୀ ସାଜିଛନ୍ତି ଜଣେ “ମହିଳା” । ଯୁବପୀଢିଙ୍କୁ ଟାର୍ଗଟେ କରୁଛି ଏହି ନିଶା ରାକ୍ଷାସ । ସହରତଳି ଅଞ୍ଚଳରେ ଯୋଜନା ବଦ୍ଧ ଭାବେ ବଢୁଛି ଡ୍ରଗ୍ସ ଡିଲ୍‌ର ନେଟ୍‌ଓ୍ୱାର୍କ । ପୋଲିସ ସ୍କାନରରେ ନ ଥିବା ବ୍ୟକ୍ତିଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଉଛି । ପ୍ରଥମେ ମାଗଣାରେ ଓ ଅଭ୍ୟାସ ପଡ଼ିଗଲେ ଦୁଇଗୁଣ ଆଦାୟ ହେଉଛି ଅର୍ଥ । ଏଥିରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି ୧୬ରୁ ୨୦ବର୍ଷ ବୟସର ପିଲାମାନେ । ଯାହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୁଡ଼ିଆ କରି ବିକ୍ରି ପାଇଁ ବେକାରୀ ଯୁବକ ଓ ଛୋଟ ଛୋଟ ପିଲାଙ୍କୁ ନିୟୋଜିତ କରାଯାଉଛି । କିଛିଦିନ ପୂର୍ବରୁ ନନ୍ଦିଘୋଷ ଟିଭିରେ ଧଳାଜହର କାରବାରର ଗୋଲକ ଧନ୍ଦା ଖବର ପ୍ରସାରଣ ପରେ ପୋଲିସର କାର୍ଯାନୁଷ୍ଠାନ ହୋଇଥିଲା । ଯେଉଁଥିରେ ବିପୁଳ ପରିମାଣର ଧଳାଜହର ସମେତ ମାଷ୍ଟର ମାଇଣ୍ଡ ଧରାପଡ଼ିଥିଲା । ହେଲେ କାର୍ଯ୍ୟାନୁଷ୍ଠାନ କୋହଳ ହେବା ପରେ ପୁଣି ସକ୍ରିୟ ହୋଇଛନ୍ତି ମାଫିଆ । ସେପଟେ ପୋଲିସର କହିବା କଥା, ପାଟ୍ରୋଲିଂ କଡ଼ାକଡ଼ି ସହ ସାଧା ପୋଷାକରେ ପୋଲିସ ନିୟୋଜିତ ଅଛନ୍ତି ।

Leave a Reply