spot_img
Home Blog Page 5946

ପାକିସ୍ତାନକୁ ଝଟ୍‌କା: ଗ୍ରେ’ ତାଲିକାରେ ଇସ୍‌ଲାମାବାଦ୍

ନୂଆଦିଲ୍ଲୀ: ପାକିସ୍ତାନକୁ ପୁଣି ଝଟ୍‌କା । ଆତଙ୍କୀ ଫଣ୍ଡ ଉପରେ ନଜର ରଖୁଥିବା ସଂସ୍ଥା FATF ନଜରରେ ପାକିସ୍ତାନର ଭାବମୂର୍ତ୍ତିରେ କୌଣସି ପରିବର୍ତ୍ତନ ହୋଇନି । ପୂର୍ବରୁ ଗ୍ରେ’ ତାଲିକାରେ ବଳବତ୍ତର ରହିଛି ଇସ୍‌ଲାମାବାଦ୍‌ । ଗ୍ରେ’ ତାଲିକାକୁ ବାହାରିବାକୁ ପାକିସ୍ତାନ ଦୀର୍ଘଦିନ ଧରି ଚଳାଇଥିବା ପ୍ରଚେଷ୍ଟା ବିଫଳ ହୋଇଛି । FATFର ୨୭ଟି ଆକ୍ସନ ପ୍ଲାନ୍ ମଧ୍ୟରୁ ୩ଟି  ପୂରା କରିବାକୁ ବିଫଳ ହେବା ପରେ ପାକିସ୍ତାନକୁ ପୁଣି ଗ୍ରେ‘ ଲିଷ୍ଟ ରଖାଯାଇଛି । ଟେରର ଫଣ୍ଡିଂକୁ ନେଇ ପାକିସ୍ତାନ କେତେକ ପଦକ୍ଷେପ ନେଇଛି । କିନ୍ତୁ ଆତଙ୍କବାଦୀ ଓ ସହଯୋଗୀମାନଙ୍କୁ ପାକିସ୍ତାନ ସାମଗ୍ରୀ ସହ ଫଣ୍ଡ ଯୋଗାଇବାର ପ୍ରମାଣ ରହିଛି । ତେଣୁ ଏବେ ପାକିସ୍ତାନ କଡ଼ା ନଜରରେ ରହିବ ବୋଲି କହିଛନ୍ତି FATF ମୁଖ୍ୟ ମାର୍କ୍ସ ପ୍ଲିୟର । ଗତ ଅକ୍ଟୋବରରେ ବସିଥିବା FATF ବୈଠକରେ ୬ଟି ଆକ୍ସନ ପ୍ଲାନ୍ ପୁରା କରି ନ ପାରିବାରୁ ପାକିସ୍ତାନକୁ ଗ୍ରେ‘ ତାଲିକାରେ ବଳବତ୍ତର ରହିଥିଲା । ସେପଟେ ଗ୍ରା’ ତାଲିକାରୁ ବାହାରିବାକୁ ହେଲେ ୨୦୨୧ ଜୁନ୍‌ ସୁଦ୍ଧା FATF ର ୨୭ଟି ଯାକ ଆକ୍ସନ ପ୍ଲାନ୍‌କୁ ପୁରା କରିବାକୁ ପାକିସ୍ତାନକୁ ସମୟ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଭାରତୀୟ ବ୍ୟବସାୟୀ ସଂଘର ବନ୍ଦ ଡାକରା: ଗାଡ଼ି ଚଳାଚଳ ଉପରେ କଟକଣା ନାହିଁ

 

ସିର୍ଲା ପଞ୍ଚାୟତରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

0

ବାଲିଗୁଡ଼ା: କନ୍ଧମାଳ ତୁମୁଡିବନ୍ଧ ବନାଞ୍ଚଳ ସିର୍ଲା ପଞ୍ଚାୟତରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ଟାଇପଡା ଗ୍ରାମର ଶୁକଲା ପାଟମାଝୀ । ଶୁକଲା ଜଙ୍ଗଲକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଖବରପାଇ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି । ଗତ ଚାରିଦିନ ହେଲା ତୁମୁଡିବନ୍ଧ ବନାଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ବେନାରବାହାଲ , ଲାବାନ୍ୟନଗର , ମାନପୁର ,ବାଲିପଟାପଦର, ବେତବାଡ଼ି, ଶରଧାପୁର ଆଦି ଅଞ୍ଚଳରେ ଜଙ୍ଗଲୀ ହାତୀ ଉପଦ୍ରବ କରୁଛନ୍ତି । ବନବିଭାଗ ହାତୀଙ୍କୁ ଘଉଡାଇବାରେ ବିଫଳ ହେଉଥିବାବେଳେ ଗ୍ରାମବାସୀ ଭୟଭିତ ଅବସ୍ଥାରେ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଜ୍ଞାନ ଯୁଗରେ ଝଡାଫୁଙ୍କା ଭରସା, ୪ ବର୍ଷରେ ଗୁଣିଗାରେଡି ନେଲାଣି ୨ଶହ ଜୀବନ

ମହାରାଷ୍ଟ୍ରରେ ପୁଣି ବିଗୁଡ଼ୁଛି କରୋନା ସ୍ଥିତି: ୧୧୯ ଦିନ ପରେ ହଜାରେ ଟପିଲା ସଂକ୍ରମଣ ସଂଖ୍ୟା

ମୁମ୍ୱାଇ: ମହାରାଷ୍ଟ୍ରକୁ ପୁଣି ଡରାଉଛି କରୋନା । ୧୧୯ ଦିନ ପରେ ହଜାରେ ଟପିଲା ଦୈନିକ ସଂକ୍ରମଣ । ଦିଲ୍ଲୀରେ ବି ଟେନ୍ସନ୍ ବଢାଉଛି ଦ୍ବିତୀୟ ଲହର । ନୂଆଷ୍ଟ୍ରେନ୍ ପାଇଁ ମହାରାଷ୍ଟ୍ରରେ ପୁଣି ବିଗୁଡୁଛି କରୋନା ସ୍ଥିତି । ୪ମାସ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୮ହଜାର ପାର ହୋଇଛି । କେବଳ ଓ୍ବାସିମ୍ ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ୨୨୯ ଜଣ ଛାତ୍ର ସଂକ୍ରମିତ ହୋଇଛନ୍ତି । ଆସନ୍ତା ୧୦ ଦିନ ରାଜ୍ୟ ପାଇଁ କର ବା ମର ସ୍ଥିତି । ତୁରନ୍ତ ଟିକାକରଣ ପାଇଁ  କେନ୍ଦ୍ରକୁ ଚିଠି ଲେଖିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ । କିଛି ଦିନର ବ୍ରେକ୍ ପରେ ପୁଣି ଫେରିଛି କରୋନା ଭୟ । ଏଭଳି ସ୍ଥିତିରେ ଆଶା ବଢାଇଛି ଟିକା । ତେବେ ଟିକାକରଣର ମନ୍ଥର ଗତିକୁ ଦେଖିଲେ ଦେଶରେ ସମସ୍ତଙ୍କୁ ଭ୍ୟାକସିନ୍ ନେବା ପାଇଁ ପ୍ରାୟ୧୦ବର୍ଷ ଲାଗିବ । କୋଭାକ୍ସିନ ଓ କୋଭିସିଲ୍ଡକୁ ଭରସା କଲେ ଏହି ଅବଧି ଆହୁରି ବଢିବା ସମ୍ଭାବନା ରହିଛି ।  ତେଣୁ କେବଳ ଦେଶୀ ଟିକା ନୁହେଁ ବରଂ ଋଷିଆ, ଆମେରିକା ଦ୍ବାରା ପ୍ରସ୍ତୁତ ଟିକା ଆଣିବା ନେଇ କେନ୍ଦ୍ର ସରକାର ଚିନ୍ତା କରିବା ଦରକାର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ବଢ଼ୁଛି ପିଆଜ ଦର, ଆଗକୁ ଆହୁରି ବଢ଼ିବ ! ଜାଣନ୍ତୁ କାହିଁକି..? 

ଭାରତୀୟ ବ୍ୟବସାୟୀ ସଂଘର ବନ୍ଦ ଡାକରା: ଗାଡ଼ି ଚଳାଚଳ ଉପରେ କଟକଣା ନାହିଁ

ଭୁବନେଶ୍ୱର: ସର୍ବଭାରତୀୟ ବ୍ୟବସାୟୀ ସଂଘର ବନ୍ଦ ଡାକରା । ଆଜି ବନ୍ଦ ରହିବ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ । ବ୍ୟବସାୟିକ ମହାସଂଘର ବିଭିନ୍ନ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟତଃ ଜିଏସଟି ସରଳୀକରଣ ଓ ଇ-କର୍ମସ ବାତିଲ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦରେ ସାମିଲ ହେବେ ୮ କୋଟିରୁ ଅଧିକ ବ୍ୟବସାୟୀ  । ରାଜ୍ୟରେ ମଧ୍ୟ ଦେଖିବାକୁ ପଡିବ ବନ୍ଦର ପ୍ରଭାବ । ତେବେ ବନ୍ଦ ପାଳନରୁ ମେଡ଼ିସିନ ଦୋକାନ, ପେଟ୍ରୋଲ ପମ୍ପ ବାଦ୍ ରହିବ । ଗମନାଗମନ ବା ଗାଡି ଚଳାଚଳରେ କୌଣସି ବାଧା ଉପୁଯିବ ନାହିଁ ବୋଲି କୁହାଯାଇଛି । ବଢୁଥିବା ଦରଦାମକୁ ନେଇ କେନ୍ଦ୍ର ସରକାର ବିରୋଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେପଟେ ବନ୍ଦ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ୍ ପୋଲିସ  । ପ୍ରତି ମାର୍କେଟ ଓ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନରେ ମୁତୟନ ହେବ ପୋଲିସ ଫୋର୍ସ ।  ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ ପାଇଁ ବ୍ୟବସାୟୀ ସଂଘ ସହ ଆଲୋଚନା ପୋଲିସ କରିଛି ।

ଏଥିସହିତ ପଢ଼ନ୍ତୁ: କୋଭିଡ ସତର୍କ, ଜିଲ୍ଲାପାଳ ଓ ବିମାନବନ୍ଦର କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ବଢ଼ୁଛି ପିଆଜ ଦର, ଆଗକୁ ଆହୁରି ବଢ଼ିବ ! ଜାଣନ୍ତୁ କାହିଁକି..?

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଅହେତୁକ ବୃଦ୍ଧି ଏବେ ସାଧାରଣ ଲୋକଙ୍କ କଷ୍ଟ ଆଣିଥିବା ବେଳେ ପିଅଜ ଦର ମଧ୍ୟ କନ୍ଦାଇବାକୁ ଆରମ୍ଭ କଲାଣି । ଗତ ଦେଢ଼ ମାସ ମଧ୍ୟରେ ପିଆଜ ଦର ଦ୍ୱିଗୁଣିତ ହୋଇଛି । ଏସିଆର ବୃହତମ ପିଆଜ ମଣ୍ଡି ଲାସଲଗାଓଁରେ ଦୁଇ ଦିନରେ କ୍ୱିଣ୍ଟାଲ ପିଛା ୧୦୦୦ ଟଙ୍କା ମହଙ୍ଗା ହୋଇଛି ପିଆଜ । ଦିଲ୍ଲୀର ହୋଲସେଲ ବଜାରରେ ପିଆଜ କିଲୋଗ୍ରାମ ପିଛା ୫୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏହାର ଖୁଚୁରା ମୂଲ୍ୟ ୬୫ ରୁ ୭୫ ଛୁଇଁଲାଣି ।

Onion

ମିଡିଆ ରିପୋର୍ଟ ଅନୁଯାୟୀ, ଲାସାଲଗାଓଁ ମାଣ୍ଡିରେ ପିଆଜର ହାରାହାରି ହୋଲସେଲ ମୂଲ୍ୟ କ୍ୱିଣ୍ଟାଲ ପିଛା ୯୭୦ ଟଙ୍କା ବୃଦ୍ଧି ପାଇ ଗତ ୨ ଦିନରେ କ୍ୱିଣ୍ଟାଲ ପିଛା ୪୨୦୦ ରୁ ୪୫୦୦ ଟଙ୍କା ହୋଇଛି। ସୂଚନାଯୋଗ୍ୟ ନାସିକର ଏହି ଲାସଲଗାଓଁରୁ ସାରା ଦେଶକୁ ପିଆଜ ପଠାଯାଏ । କିଛି ଦିନ ପୂର୍ବରୁ ମହାରାଷ୍ଟ୍ରରେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ପିଆଜ ଫସଲରେ ଅନେକ କ୍ଷତି ହୋଇଛି । ଯେଉଁ କାରଣରୁ ହୋଲସେଲ ବଜାରରେ ପିଆଜ ପହଞ୍ଚିବାର ପରିମାଣ କମିଯାଇଛି । ଏଥିପାଇଁ ପିଆଜ ମହଙ୍ଗା ହୋଇଛି ।

Onion

ପିଆଜ ମୂଲ୍ୟ ଆହୁରି ବଢ଼ିପାରେ

ଶନିବାର, ଲାସାଲଗାଓଁରେ ପିଆଜର ହାରାହାରି ମୂଲ୍ୟ କ୍ୱିଣ୍ଟାଲ ପିଛା ପ୍ରାୟ ୪୨୫୦-୪୫୫୧ ଥିଲା । ଖରିଫ ଫସଲ ସମୟରେ ପିଆଜ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୮୭୦ ରହିଥିଲା। ବ୍ୟବସାୟୀଙ୍କ କହିବା ଅନୁଯାୟୀ ବର୍ଷା କାରଣରୁ ପିଆଜର ମୂଲ୍ୟ ବୃଦ୍ଧି ପାଇଛି। ଫେବୃଆରୀ ୨୦ ରେ, ଲାସାଲଗାଓଁ ମାଣ୍ଡିରେ ପିଆଜ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୫୦୦ ରୁ ୪୫୦୦କୁ ପହଞ୍ଚିଥିଲା । ଯାହା ଆଗାମୀ ଦିନରେ ଆହୁରି ମହଙ୍ଗା ହେବ ବୋଲି କୁହାଯାଉଛି।

କୋଭିଡ ସତର୍କ, ଜିଲ୍ଲାପାଳ ଓ ବିମାନବନ୍ଦର କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ସବୁ ଜିଲ୍ଲାପାଳ ଓ ବିମାନବନ୍ଦର କର୍ତ୍ତୁପକ୍ଷଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ । ୧୨ଟି ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡିଆ ଫେରନ୍ତାଙ୍କ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ।

ସେହିପରି ସମସ୍ତ ବିମାନ ବନ୍ଦର, ରେଲୱ୍ବେ ଷ୍ଟେସନରେ ଆଲର୍ଟ ରହିବା ସହ ସ୍କ୍ରିନିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାରାଷ୍ଟ୍ର, ତେଲେଙ୍ଗାନା, କେରଳ, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ।

ତେଣୁ ଏହାର ଯଥେଷ୍ଟ ପୂର୍ବରୁ ଓଡିଶାକୁ ପୁନର୍ବାର ସତର୍କ ଏବଂ ସୁରକ୍ଷିତ ରଖିବାକୁ ସେଥିପାଇଁ ଏହି ସବୁ ରାଜ୍ୟରୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ କରିବାକୁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

କମାଲ କଲେ ସ୍ପିନର, ଧରାଶାୟୀ ଇଂଲଣ୍ଡ; ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବାଜି ମାରିଲା ଭାରତ

ଅହମ୍ମଦାବାଦ: ଅହମ୍ମଦାବାଦ ଟେଷ୍ଟରେ ବାଜି ମାରିଲା ଭାରତ । ଭାରତଠୁ ହାରିଲା ଇଂଲଣ୍ଡ । ନରେନ୍ଦ୍ର ମୋଦି ଷ୍ଟାଡିୟମର ପ୍ରଥମ ମ୍ୟାଚରେ ଭାରତ ହାସଲ କରିଛି ପ୍ରଥମ ଜିତ୍ । ୧୦ ୱିକେଟରେ ଇଂଲଣ୍ଡକୁ ହରାଇ ଭାରତ ଟେଷ୍ଟ ସିରିଜରେ ବିଜୟ ହାସଲ କରିବା ସହ ୨-୧ ମ୍ୟାଚରେ ଆଗୁଆ ରହିଛି ।

ଇଂଲଣ୍ଡର ଦ୍ବିତୀୟ ଇନିଂସ ସମାପ୍ତି ପରେ ଭ୍ରମଣକାରୀ ଦଳର ପିଛା କରିଥିଲା ଭାରତ । ଇଂଲଣ୍ଡର ୪୯ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା ଓ କୌଣସି ଉଇକେଟ୍ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଭାରତ ପକ୍ଷରୁ ରୋହିତ୍ ଶର୍ମା ୨୫ ଓ ଶୁବମନ୍ ଗିଲ୍ ୧୫ ରନ୍ କରି ଅପରାଜିତ ରହିଥିଲେ।

ସେପଟେ ଭାରତୀୟ ସ୍ପିନର ଅକ୍ସର ପଟେଲ୍ ଓ ରବିଚନ୍ଦ୍ରନ୍ ଅଶ୍ବିନୀଙ୍କ ବୋଲିଂ ଲାଇନ୍ ଆଗରେ ତିଷ୍ଠି ପାରିନଥିଲେ ଇଂଲିଶ ବ୍ୟାଟସମ୍ୟାନ୍ । ଜ୍ୟାକ୍ କ୍ରଲି ଓ ଜନି ବେୟାରଷ୍ଟୋ କୌଣସି ରନ୍ ନକରି ଆଉଟ୍ ହୋଇଥିଲେ । ଭାରତ ପ୍ରଥମ ଇନିଂସରେ ୧୪୫ ରନ୍ କରିଥିବାରୁ ଟିମ୍ ଇଣ୍ଡିଆକୁ ଜିତିବା ପାଇଁ ୪୯ ରନର ଆବଶ୍ୟକତା ରହିଥିଲା । ଯାହାର ପିଛା କରି ଶେଷରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

ବିଜ୍ଞାନ ଯୁଗରେ ଝଡାଫୁଙ୍କା ଭରସା, ୪ ବର୍ଷରେ ଗୁଣିଗାରେଡି ନେଲାଣି ୨ଶହ ଜୀବନ

ଭୁବନେଶ୍ବର: ଆଜିବି ଅନ୍ଧକାରରେ ମଣିଷ । ବିଜ୍ଞାନ ଯୁଗରେ ଅନ୍ଧବିଶ୍ବାସକୁ ଆଶ୍ରା । କାରଣ ଅନ୍ଧବିଶ୍ବାସ ଯୋଗୁ ୪ ବର୍ଷରେ ଗଲାଣି ୨ ଶହ ଜୀବନ । କ୍ରାଇମବ୍ରାଞ୍ଚର ଏଭଳି ତଥ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନ୍ଧବିଶ୍ବାସର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନ ଲାଗୁ କରିବା ପାଇଁ ହେତୁବାଦୀ ଦାବି କରିଛନ୍ତି ।

ବିଶ୍ବାସ, ଅବିଶ୍ବାସ ଓ ଅନ୍ଧବିଶ୍ବାସକୁ ନେଇ ଏବେବି ଦ୍ଵନ୍ଦରେ ଲୋକେ । କାହିଁକି ନା ଗୁଣିଗାରେଡି ଓ କୁସଂସ୍କାର ୪ ବର୍ଷରେ ନେଇଛି ୨ଶହରୁ ଅଧିକ ଜୀବନ । ଆତ୍ମହତ୍ୟା,ନକ୍ସଲ ହତ୍ୟା ଠାରୁ ଆହୁରି ଅଧିକ ରହିଛି ଗୁଣିଗାରେଡି ସନ୍ଦେହରେ ହତ୍ୟା । କ୍ରାଇମବ୍ରାଞ୍ଚର ତଥ୍ୟ ମୁତାବକ ୨୦୧୬ ରେ ଗୁଣିଗାରେଡି ସନ୍ଦେହରେ ୫୮ ଜଣଙ୍କୁ ହତ୍ୟା କରାଯାଇଥିଲା ।

ସେହିପରି ୨୦୧୭ ରେ ୩୬, ୨୦୧୮ ରେ ୩୯, ୨୦୧୯ରେ ୩୨ ଓ ୨୦୨୦ରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ଅନ୍ଧବିଶ୍ବାସ ଯୋଗୁ ହତ୍ୟାକାଣ୍ଡ ଘଟିଥିବା ବେଳେ ପଛକୁ ରହିଛି ମୟୁରଭଞ୍ଜ, କେନ୍ଦୁଝର,ନବରଙ୍ଗପୁର ଓ ମାଲକାନାଗିରି । ସଚେତନତା , ମାନସିକତା ଓ ଶିକ୍ଷାର ଅଭାବ ପାଇଁ ଏଭଳି ଘଟଣା ଦିନକୁ ଦିନ ବଢୁଥିବା କୁହାଯାଇଛି ।

ରାଜ୍ୟ ସରକାର ୨୦୧୯ରେ ଗୁଣିଗାରେଡି ନିରୋଧ ବିଲ ଆଣିଥିଲେ । କିନ୍ତୁ ତାହାକୁ ଏଯାଏଁ କଡାକଡି ଭାବେ ପାଳନ କରାଯାଉନାହିଁ । ଅନ୍ଧବିଶ୍ବାସକୁ ପ୍ରଚାର ପ୍ରଶାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଲୋକଙ୍କୁ ବାସ୍ତବବାଦୀ କରିବା ପାଇଁ ତାଲିମ ଦେଲେ ସମାଜରୁ କୁସଂସ୍କାର ଲୋପ ପାଇ ପାରିବ ବୋଲି ମତ ରଖିଛନ୍ତି ହେତୁବାଦୀ ।

5T ର ପାଞ୍ଚ ଅନଲାଇନ ସେବା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୫-ଟି ଅନଲାଇନ ସେବା ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫t ଅଧିନରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗର ୫ଟି ଅନଲାଇନ ସେବା ଲୋକାର୍ପିତ ହୋଇଛି । ମହିଳା ଓ ଶିଶୁମାନଙ୍କୁ ତ୍ବରିତ ଓ ଗୁଣାତ୍ମକ ସେବା ଯୋଗାଇବାରେ ଏହି ଉଦ୍ୟମ ସହାୟକ ହେବ । ସରକାରଙ୍କର ୫-ଟି ଉପକ୍ରମ ଜରିଆରେ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତାରେ ଉନ୍ନତି ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ଏହି ୫ ଟି ପୋର୍ଟାଲର ଲୋକାର୍ପମ କରିଛନ୍ତି । ଏହି ସେବା ଗୁଡ଼ିକ ହେଲା କଳିକା, ମୋ ଛତୁଆ ଆପ୍‌, ମାନଦେୟ ପୋର୍ଟାଲ, ମମତା ଆପ୍‌, ମୋ ଶିଶୁ ପୋର୍ଟାଲ ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ରାଜ୍ୟ ସରକାର ଗତ ୨୦ ବର୍ଷ ଧରି ମହିଳାମାନଙ୍କର ସଶକ୍ତିକରଣ ଏବଂ ଶିଶୁମାନଙ୍କର କଲ୍ୟାଣକୁ ସର୍ବାଧିକ ପ୍ରାଥମିକତା ଦେଇ କାର୍ଯ୍ୟକରିଆସୁଛି । ଏଥିପାଇଁ ପଞ୍ଚାୟତ ଅନୁଷ୍ଠାନ ମାନଙ୍କରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ଠାରୁ ଆରମ୍ଭ କରି ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ରାଜ୍ୟ ସରକାରଙ୍କର ଉଦ୍ୟମରେ ଓଡ଼ିଶା ଆଜି ମହିଳା ସଶକ୍ତି କରଣ, ଶିଶୁମାନଙ୍କର ଯତ୍ନ ଏବଂ ପୁଷ୍ଟି କ୍ଷେତ୍ରରେ ସାରା ଦେଶରେ ଏକ ଆଦର୍ଶ ରାଜ୍ୟ ହୋଇପାରିଛି । ସାରା ଦେଶରେ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାରେ ହିଁ ପୁଷ୍ଟି ବଜେଟ୍ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମା ଓ ଶିଶୁମାନଙ୍କୁ ସବୁ ପ୍ରକାର ସେବା ଯୋଗାଇ ଦେବା ପାଇଁ ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, କ୍ରେଚ୍‌, କର୍ମଜୀବୀ ମହିଳାମାନଙ୍କ ପାଇଁ ହଷ୍ଟେଲ, ଅନାଥଶ୍ରମ ଏବଂ ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ ମାନ କାର୍ଯ୍ୟ କରୁଛି । ରାଜ୍ୟ ସରକାରଙ୍କର ଏହିସବୁ କାର୍ଯ୍ୟକ୍ରମ ଯେପରି ଅଧିକ ଦକ୍ଷତାର ସହିତ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେ ଦିଗରେ ରାଜ୍ୟ ସରକାର ବିଶେଷ ଯତ୍ନବାନ ଅଛନ୍ତି ଏବଂ ବୈଷୟିକ ଜ୍ଞାନକୌଶଳ ଏହି ଉପକ୍ରମକୁ ବିଶେଷ ସୁଗମ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଜି ଲୋକାର୍ପିତ ୫-ଟି ଅନ୍‌ଲାଇନ୍ ସେବା, ପରିବର୍ତ୍ତିତ ପରିସ୍ଥିତିରେ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ଯୋଗାଇବାରେ ସଫଳ ହେବବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏ ଅବସରରେ ଉଦ୍‌ବୋଧନ ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ କହିଥିଲେ ଯେ ରାଜ୍ୟ ସରକାର ମହିଳା ଓ ଶିଶୁ ବିଭାଗର କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆଜି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟର କୋଣଅନୁକୋଣରେ ପ୍ରତି ପରିବାର ପାଖରେ ପହଞ୍ଚି ପାରିଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ: ୧୪୫ ରନରେ ସମସ୍ତ ୱିକେଟ ହରାଇଲା ଭାରତ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ କମାଲ କରୁଛନ୍ତି ସ୍ପିନର । ଇଂଣ୍ଡିଆ-ଇଂଲଣ୍ଡ ଟେଷ୍ଟ ମ୍ୟାଚରେ ଦିତ୍ବୀୟ ଦିନରେ ୧୪୫ ରନରେ ଅଟକିଛି ଭାରତ । ଅର୍ଥାତ ୧୪୫ ରନରେ ସମସ୍ତ ୱିକେଟ ହରାଇଛି ଦଳ । ତେବେ ପ୍ରଥମ ଦିନର  ୯୯ ରନରେ  ୩ଟି ୱିକେଟ ହରାଇଥିବା ଦଳ ଦ୍ବିତୀୟ ଦିନରେ ଖେଳ ଆରମ୍ଭ କରିଥିଲା ।

ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଘାତକ ବୋଲିଂ ସହ ମାତ୍ର ୬.୨ ଓଭରରେ ୩ଟି ମେଡେନ ଓଭର ସହ ୮ ରନ ବ୍ୟୟରେ ଅବିଶ୍ବସନୀୟ ଭାବେ ୫ ୱିକେଟ ହାସଲ କରିଛନ୍ତି । ଷ୍ଟାର ସ୍ପିନର ଜାକ ଲିଚ 4ଟି ୱିକେଟ ହାତେଇଛନ୍ତି । ରୋହିତ ଶର୍ମା ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ୬୬ ରନର ଇଂନିସ ଖେଳିଛନ୍ତି ।

ତେବେ ଭାରତ ପକ୍ଷରୁ ବିରାଟ କୋହଲି ୨୭ ଓ ରବିଚନ୍ଦ୍ରନ ଅଶ୍ବିନ୧୭ ରନ ସଂଗ୍ରହ କରିଥିବା ବେଳେ ଚେତେଶ୍ବର ପୂଜାରା, ୱାସିଂଟନ ସୁନ୍ଦର ଓ ଅକ୍ଷର ପଟେଲ ବିନା କୌଣସି ରନରେ ପାଭିଲିୟନ ଫେରିଥିଲେ । ସେହିପରି ଶୁଭମଲ ଗିଲ ମାତ୍ର ୧୧ ରନ, ରାହାଣେ ୭ ଏବଂ ଋଷଭ ପନ୍ତ ୧ ରନ କରିବାରେ ସକ୍ଷମ ହୋଇଥିଲେ ।