ଦୁଇ ଘଣ୍ଟାରେ କାଳବୈଶାଖୀ, ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ପୁଣି ରାଜ୍ୟରେ କାଳବୈଶାଖୀ ହେବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୬ଟି ଜିଲ୍ଲାରେ ବର୍ଷା ଘଡଘଡି ସହ ପବନ ବୋହିବା ନେଇ ସତର୍କତା କରାଯାଇଛି । ଦିନବେଳା ଗ୍ରୀଷ୍ମ ପ୍ରବାହ ଜାରି ରହୁଥିବା ବେଳେ ଗତ କିଛିଦିନ ହେବ ଅପରାହ୍ନରେ କାଳବୈଶାଖୀ ହେଉଛି ।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାରେ ଅପରାହ୍ନରେ କାଳବୈଶାଖୀର ପ୍ରବାଭ ଦେଖାଦେବ। ଦୁଇ ଘଣ୍ଟା ମଧ୍ୟରେ ବର୍ଷା, ଘଡଘଡ଼ି ସହ ବିଜୁଳି ହୋଇପାରେ ବୋଲି ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି କାଳ ବୈଶାଖୀ । ଦିନବେଳା ପ୍ରଚଣ୍ଡ ଖରା ହେଉଥିବାବେଳେ ଅପରାହ୍ନରେ କାଳବୈଶାଖୀ ଦେଖିବାକୁ ମିଳିଛି । ଏହି ସମୟରେ ସତର୍କ ଏବଂ ସୁରକ୍ଷିତ ରହିବାକୁ ସୂଚନା ଜାରି କରାଯାଇଛି ।

Leave a Reply