spot_img
Home Blog Page 5947

ଭାରତ ଫେରିବେ ମୋଦି, ପିଏନବି ଦୁର୍ନିତୀର ହେବ ଫର୍ଦ୍ଦାଫାସ

ନୂଆଦିଲ୍ଲୀ: ଭାରତ ଫେରିବେ ପିଏନବି ଦୁର୍ନୀତିର ମୁଖ୍ୟ ଅଭିଯୁ୍କ୍ତ ତଥା ହୀରା ବ୍ୟବସାୟୀ ନିରବ ମୋଦି । ଲଣ୍ଡନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ଏହି ମାମଲାର ଶୁଣାଣୀ କରିବା ସହ ଭାରତ ପ୍ରତ୍ୟର୍ପଣ କରିବାକୁ ଅନୁମତି ଦେଇଛନ୍ତି । ଏଥିସହ ନିରବ ମୋଦି ଆବେଦନ କରିଥିବା ମାମଲାକୁ ମଧ୍ୟ ଖାରଜ କରିଦେଇଛନ୍ତି ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ।

ଲଣ୍ଡନ କୋର୍ଟ କହିଛନ୍ତି ନିରବ ମୋଦି ଭାରତ ଫେରିଲେ ତାଙ୍କ ବିରୁଦ୍ଧରେ ରହିଥିବା ମାମଲା ଚାଲିବ । ସେହିପରି ଭାରତରେ ତାଙ୍କ ସହ ଅନ୍ୟାୟ କଣ ପାଇଁ ହେବ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଅନ୍ୟାୟ ହେବ ନହେବ ତାହାର କୈଣସି ପ୍ରମାଣ ନାହିଁ । କୋର୍ଟଙ୍କ ଏଭଳି ରାୟ ପରେ ନିରବ ମୋଦିଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା ହୋଇଯାଇଛି ।

ସୂଚନା ମୁତାବକ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ବେଆଇନ ଋଣ ନେଇଥିଲେ । ପରେ ମାମଲା ରୁଜୁ ହେବାରୁ ନିରବ ମୋଦି ଭାରତ ଛାଡି ଲଣ୍ଡନ ଫେରାର ହୋଇଯାଇଥିଲେ। ସେଠାରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଗତ ମାସରେ ନେଇ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଆଜି ଶେଷ ରାୟ ଶୁଣାଇଛନ୍ତି ଲଣ୍ଡନ କୋର୍ଟ ।

OTT ଓ ସୋସିଆଲ ମିଡିଆ ପାଇଁ ନିୟମ ଜାରି, ଓଟିଟି ପାଇଁ ସେନସର ବୋର୍ଡ

ନୂଆଦିଲ୍ଲୀ: ଭାରତରେ ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ନୂଆ ନିୟମ   । ନିୟମ ଜାରି କରିଛି କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ  ।  ଏନେଇ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ବିଦେଶୀ ସୋସିଆଲ ମିଡିଆ କମ୍ପାନୀ ଭାରତକୁ ଆସନ୍ତୁ କିନ୍ତୁ ସୋସିଆଲ ମିଡିଆର ଅପବ୍ୟବହରା ଉପରେ ଅଭିଯୋଗ ପାଇଁ ଫୋରମ ରହିବାର ଆବଶ୍ୟକତା ରହିଛି ।

ସୋସିଆଲ ମିଡିଆର ଦୁରୁପଯୋଗକୁ ନେଇ ବ୍ୟାପକ ଆଲୋଚନା ପରେ ୨୦୧୮ ଡିସେମ୍ବର ମାସରେ ସରକାର ଏକ ଡ୍ରାଫ୍ଟ ତିଆରି କରିଥିଲେ । ନୂଆ ଗାଇଡ ଲାଇନ୍ ଅନୁସାରେ କୌଣସି ଅଭିଯୋଗ ଆସିଲେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସେହି କଣ୍ଟେଣ୍ଟକୁ ହଟାଇବାକୁ ପଡିବ ।

ସେହିପରି ୩ ମାସ ମଧ୍ୟରେ ନୂଆ ଆଇନକୁ କାର୍ଯ୍ୟକାରୀ କରାଯିବ । ରବି ଶଙ୍କର ପ୍ରସାଦ କହିଛନ୍ତି, ଭାରତରେ ହ୍ବାଟ୍ସଅପରେ ୫୩ କୋଟି, ଫେସବୁକର ୪୦ କୋଟି ଏବଂ ଟ୍ବିଟରର ୧ କୋଟି ୟୁଜର ରହିଛନ୍ତି । ତେଣୁ ଭାରତରେ ଏହି କମ୍ପାନୀ ମାନେ ମାତ୍ରାଧିକ ସୁବିଧା ଉଠାଉଛନ୍ତି ଏବଂ ଉପଯୋଗ କରୁଛନ୍ତି ମଧ୍ୟ । କିନ୍ତୁ ଏହା ଉପରେ ଆଇନ ଆଣିବା ଆବଶ୍ୟକ ରହିଥିବା କହିଛନ୍ତି ରବଶିଙ୍କର ।

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅନଲାଇନରେ ପ୍ଲାଟଫର୍ମକୁ ଯେଉଁଭଳି ଉପଯୋଗ କରାଯାଉଛି, ଏବଂ ଯେଉଁ ସବୁ କଣ୍ଟେଟ ପଡୁଛି । ତାହା ଉପରେ ଗାଇଡଲାଇନ ଆଣିବାର ଆବଶ୍ୟକତା ଥିବା ସୁପ୍ରିମକୋର୍ଟ କହିଥିଲେ । ନିର୍ଦ୍ଦେଶ ପରେ ଭାରତ ସରକାର ଏହା ଉପରେ ନିର୍ଦେଶାବଳୀ ଆଣିବାକୁ ଯାଉଛନ୍ତି ।

ବର୍ତ୍ତମାନ ଭାରତ ସରକାର ଅନଲାଇନ ପ୍ଲାଟଫର୍ମ ଉପରେ ବିଶେଷ ହସ୍ତକ୍ଷେପ କରିବାକୁ ଚାହୁଁ ନାହାନ୍ତି ବଂର ୟୁଜର୍ସ ନିଜେ ଭେରିଫିକେସନ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିଭଳି ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରସାରଣ କରିବା ଏବଂ ଗୁଜବ ସୃଷ୍ଟି କରୁଥିବା ୟୁଜର୍ସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ ।

ପ୍ରତ୍ୟେକ ୬ ମାସ ମଧ୍ୟରେ ଯାଞ୍ଚ ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବ । କୌଣସି ଆପତ୍ତିଜନକ ପୋଷ୍ଟର ଅଭିଯୋଗ ହେଲେ ୨୪ ଘଣ୍ଟା ମଧ୍ୟରେ ହଟାଯିବ । କୌଣସି ଆପତ୍ତିଜନକ ପୋଷ୍ଟ ଏହାର ମୁଳ ସୃଷ୍ଟିକାରୀ କିଏ ତାହା ଜାଣିବାକୁ ସରକାର ଯଦି ରିପୋର୍ଟ ମାଗନ୍ତି ୭୨ ଘଣ୍ଟା ମଧ୍ୟରେ ସୋସିଆଲ ମିଡ଼ିଆକୁ ତାର ରିପୋର୍ଟ ଦେବାକୁ ପଡିବ । ଓଟିଟି କମ୍ପାନୀଙ୍କୁ ଅଭିଯୋଗ ଶୁଣାଣି ପାଇଁ ନିଯୁ୍କ୍ତି କରିବାକୁ କେନ୍ଦ୍ର ସରକାର ଗାଇଡଲାଇନରେ କହିଛନ୍ତି । ଭାରତ ଏକତା, କାନୁନ ବ୍ୟବସ୍ଥା ଓ ସମ୍ବିଧାନକୁ ବିରୋଧ କରି ପ୍ରଥମେ କିଏ ସୋସିଆଲ ମିଡିଆରେ ଅପଲୋଡ କଲା ତାର ସମ୍ପୂର୍ଣ୍ଣ ଡିଟେଲ୍ସ ଦେବାକୁ ପଡିବ ।

ଏସବୁ ଗାଇଡଲାଇନକୁ ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ମାନିବାକୁ ବାଧ୍ୟ । ଯଦି ନମାନିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । ଏଥିସହ ଓଟିଟି ପ୍ଲାଟଫର୍ମ ସେମାନଙ୍କ କାର୍ଯ୍ୟକ୍ରମକୁ ୟୁ-ଏ ୭ ପ୍ଲସ, ୟୁ-ଏ ୧୩ ପ୍ଲସ, ୟୁ-ଏ ୧୬ ପ୍ଲସ, ଏ କାଟାଗୋରୀରେ ବିଭିକ୍ତ କରିବାକୁ ପଡିବ । ଏ କାଟାଗୋରୀ ପାଇଁ ପେରେଣ୍ଟାଲ ଲକ୍‌ କରିବାକୁ ପଡିବ, ଯାହା ଦ୍ବାରା ଛୋଟ ପିଲା ମାନେ ମଧ୍ୟ ସେଭଳି ବିଷୟ ବସ୍ତୁ ଦେଖିବାଠୁ ଦୂରରେ ରହିବେ ।

ଯୁବତୀଙ୍କୁ ପ୍ରଥମେ ଇଞ୍ଜେକସନ, ପରେ ହାତ ଗୋଡ଼ ବାନ୍ଧି ଜାଳିଦେବା ଉଦ୍ୟମ

କଟକ: କଟକ ମାନସିଂପଟଣାରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ । କଲେଜ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବା ପାଇଁ କରିଛନ୍ତି ଉଦ୍ୟମ ।  ସୂଚନା ମୁତାବକ ଏକ ଭଡା ଘରେ ନିଆଁ ଲାଗି ଜଣେ କଲେଜ ଛାତ୍ରୀ ଗୁରୁତର ହୋଇଛନ୍ତି । ଘରୁ ଧୁଆଁ ବାହାରୁଥିବା ଦେଖି ଘର ମାଲିକ ତାଙ୍କୁ ଉଦ୍ଧାର କରିବା ସହ କଟକ ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି  । କିନ୍ତୁ କେଉଁ ସ୍ଥିତିରେ ନିଆଁ ଲାଗିଲା ତାର ତଦନ୍ତ କରୁଛି ପୋଲିସ ।

ଖବର ଅନୁଯାୟୀ ଗୁରୁତର ଆହତ ଥିବା ଯୁବତୀ ଜଣକ ଯୁକ୍ତ ୨ ବିଜ୍ଞାନ ଛାତ୍ରୀ । କଟକ ମାନସିଂପାଟଣାରେ ଏକ ଭଡା ଘର ନେଇ ରହୁଥିଲେ । ସେ ଏକାକୀ ଥିବା ବେଳେ ୪ଜଣ ଦୁର୍ବୃତ୍ତ ଘରେ ପଶି ପ୍ରଥମେ ଛାତ୍ରୀଙ୍କୁ ମାଡ଼ ମାରିଥିଲେ । ପରେ ଇଞ୍ଜେକ୍ସନ ଦେଇ ବେହୋସ କରିଦେଇଥିଲେ । ସଂଜ୍ଞାହୀନ ହେବା ପରେ ଛାତ୍ରୀଙ୍କ ହାତ ଗୋଡ ବାନ୍ଧି ଘରେ ପକାଇଦେଇ କିରୋସିନ ଢାଳି ପୋଡିବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ଘରେ ନିଆଁ ଲାଗିଥିବା ଖବର ପାଇ ଘର ମାଲିକ ପହଞ୍ଚି ପୋଲିସ ଓ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଚିକିତ୍ସା କରାଯାଉଛି ।

ଏକ ଫଟୋକୁ ନେଇ ଏହି ଅଭାବନୀୟ ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏଠି ପ୍ରଶ୍ନ ଉଠୁଚି, ମୁଖା ପିନ୍ଧା ୪ ଦୁର୍ବୃତ୍ତ କିଏ । କାହିଁକି କଲେଜ ଛାତ୍ରୀଙ୍କୁ ଜିଅନ୍ତା ଜାଳିବାକୁ ଉଦ୍ୟମ କରିଥିଲେ । ଛାତ୍ରୀଙ୍କୁ ମାଡ ମାରିବା ଓ ଇଞ୍ଜେକ୍ସନ ଦେବା ପଛର କାରଣ କ’ଣ । ଛାତ୍ରୀଙ୍କ ସହ ଦୁର୍ବୃତ୍ତଙ୍କର ପୂର୍ବ ଶତ୍ରୁତା ଥିଲା କି । କେଉଁ ଫଟୋକୁ ନେଇ ଛାତ୍ରୀଙ୍କୁ ଜାଳିବାକୁ ଉଦ୍ୟମ କରିଥିଲେ । ମରଣାନ୍ତକ ଆକ୍ରମଣ ପଛରେ ଉଦ୍ଦେଶ୍ୟ କ’ଣ । ଏ ସମସ୍ତ ଘଟଣାର ତଦନ୍ତ କରୁଛି ପୋଲିସ   ।

ଦିବ୍ୟାଙ୍ଗଙ୍କୁ ବିବାହ କଲେ ପ୍ରୋତ୍ସାହନ ରାଶି ବୃଦ୍ଧି ପ୍ରସଙ୍ଗ: ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଶଂସା

0

ଯାଜପୁର: ଦିବ୍ୟାଙ୍ଗଙ୍କୁ ବିବାହ କଲେ ପ୍ରୋତ୍ସାହନ ରାଶି ବୃଦ୍ଧି ପ୍ରସଙ୍ଗ। ସରକାରଙ୍କ ଘୋଷଣାକୁ ସ୍ୱାଗତ କଲେ ପ୍ରଣବ ପ୍ରକାଶ ଦାସ। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରଶଂସା। ଦିବ୍ୟାଙ୍ଗମାନଙ୍କୁ ବେଶି ପ୍ରାଧାନ୍ୟ ଦେଇଛନ୍ତି ରାଜ୍ୟ ସରକାର। ୫୦ହଜାର ପରିବର୍ତ୍ତେ ଅଢ଼େଇ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଏହା ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ କହିଲେ ପ୍ରଣବ ପ୍ରକାଶ ଦାସ। ତେବେ ପୂର୍ବରୁ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ସେ ମଞ୍ଜୁରି ଦେଇଥିଲେ। ଦିବ୍ୟାଙ୍ଗଙ୍କୁ ସାମାଜିକ କ୍ଷେତ୍ରରେ ମଝଭୁତ କରିବାକୁ ବିଭାଗ ଏହି ପଦକ୍ଷେପ ନେଉଛି। ଏ ନିୟମ ଦ୍ୱାରା ବିଭିନ୍ନ ଫେଜରେ ତାଙ୍କ ପାଖକୁ ଟଙ୍କା ଆସିବ। ଏଥିପାଇଁ ତାଙ୍କର ଉପଯୁକ୍ତ ସାର୍ଟିଫିକେଟ ଥିବା ଆବଶ୍ୟକ।

ନଖରା ରିଲାଏନ୍ସ ପେଟ୍ରୋଲ ପମ୍ପ୍ ପଛପଟ ବମ୍ଫକୁଦ ଜଙ୍ଗଲରେ ଲାଗିଲା ନିଆଁ

କଟକ: ଫୁଲନଖରା ନିକଟସ୍ଥ ବମ୍ଫକୁଦ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ପଛପଟ ଜଙ୍ଗଲରେ ଅଗ୍ନିକାଣ୍ଡ। ଭୟରେ ପେଟ୍ରୋଲ ପମ୍ପ୍ ଛାଡ଼ି ଦେଲେଣି ପେଟ୍ରୋଲ ପମ୍ପ୍ କର୍ମଚାରୀ। ଦମକଳ ବାହିନି ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଳାଇଛନ୍ତି। ନିଆଁ ଲାଗିବା ପରେ ଆଖ ପାଖ ଅଞ୍ଚଳରୁ ସମସ୍ତଙ୍କୁ ଖାଲି କରାଯାଇଛି। ନିଆଁର ଧୁଆଁ ପୁରା ଆକାଶକୁ ଛୁଉଁଛି। ତେବେ ନିଆଁ ଲାଗିବା କାରଣରୁ ଯେମିତି ପେଟ୍ରୋଲ ପମ୍ପକୁ କୌଣସି କ୍ଷତି ନପହଞ୍ଚେ ସେଥିପାଇଁ ପେଟ୍ରୋଲ ପମ୍ପ୍‌ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।

 

ଭାରତକୁ ପ୍ରତ୍ୟର୍ପଣ କରିବ କି ନୀରବ ମୋଦି ? ଆଜି ବ୍ରିଟେନରେ ହେବ ଶୁଣାଣି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ରୁ ପ୍ରାୟ ୧୪ହଜାର କୋଟି ଠକେଇ ମାମଲାରେ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲାରେ ଗୁରୁବାର ଦିନ ଲଣ୍ଡନ କୋର୍ଟ ରାୟ ଶୁଣାଇବ। ନୀରବ ମୋଦୀ ବର୍ତ୍ତମାନ ଲଣ୍ଡନ ଜେଲରେ ଅଛନ୍ତି । ସେ ଗିରଫ ପରଠାରୁ ପାଖାପାଖି ୬ଥର ଚେଷ୍ଟା କରିସାରିଲାଣି ଜାମିନରେ ଆସିବା ପାଇଁ କିନ୍ତୁ କୋର୍ଟ ଏହସବୁ ଆବେଦନକୁ ଖାରଜ କରିଛନ୍ତି । ତେବେ ମାର୍ଚ୍ଚ ୨୦୧୯ରେ ତାଙ୍କ ପ୍ରତ୍ୟର୍ପଣ ମାମଲା ଆରମ୍ଭ ହୋଇଥିଲା ।

ଆଜି ନିରବ ମୋଦୀ ଲଣ୍ଡନର ୱାଣ୍ଡସୱର୍ଥ ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବେ । ସେନେଇ ଜିଲ୍ଲା ଜଜ୍ ସାମୁଏଲ ଗୁଜି ମୋଦି ତାଙ୍କର ରାୟ ଶୁଣାଇବେ ଯେ, ଭାରତୀୟ କୋର୍ଟରେ ହାଜର ହେବା ପାଇଁ କୌଣସି ମାମଲା ଅଛି କି ନାହିଁ । ଏହା ପରେ ମାଜିଷ୍ଟ୍ରେଟଙ୍କ କୋର୍ଟର ନିଷ୍ପତ୍ତି ବ୍ରିଟେନର ଗୃହମନ୍ତ୍ରୀ ପ୍ରୀତି ପଟେଲଙ୍କ ଦସ୍ତଖତ ପାଇଁ ପଠାଯିବ। ତେବେ ଏହି ନିଷ୍ପତ୍ତି ଆଧାରରେ ଉଭୟ ପକ୍ଷ ମଧ୍ୟ ହାଇକୋର୍ଟରେ ଆବେଦନ କରିବାର ସମ୍ଭାବନା ରହିଛି।

ତାଙ୍କୁ ଭାରତର ସିବିଆଇ ଏବଂ ପ୍ରବର୍ତନ ନିର୍ଦ୍ଦେଶାଳୟ ଦ୍ୱାରା ରୁଜୁ ହୋଇଥିବା ମାମଲା ଅନୁସାରେ ତାଙ୍କୁ ଅପରାଧିକ ମାମଲାକୁ ସାମ୍ନା କରିବାକୁ ପଡ଼ିବ । ଏହାମଧ୍ୟରୁ ଗୋଟିଏ ମାମଲା ହେଉଛି ବେଆଇନ ଚିଠି (LoU) କିମ୍ବା ଋଣ ଚୁକ୍ତି ମାଧ୍ୟମରେ ବଡ଼ଧରଣର ଠକେଇର ମାମଲା ମଧ୍ୟ ରହିଛି । ଏହା ବ୍ୟତୀତ ଭାରତରେ ତାଙ୍କ ବିରୋଧରେ ଅନ୍ୟ କେତେକ ମାମଲା ମଧ୍ୟ ରୁଜୁ ହୋଇଛି।

ଏହାସହ ଦ୍ୱିତୀୟ ମାମଲାଟି ଇଡିର ରହିଛି । ଏହି ମାମଲା ମନି ଲଣ୍ଡରିଂ ଏବଂ ଠକେଇ ସହିତ ଜଡିତ । ଏହାସହ ପ୍ରମାଣକୁ ବଦଳାଇବା ଏବଂ ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ମୋଦୀଙ୍କ ନିକଟରେ ଦୁଇଟି ଅତିରିକ୍ତ ଅଭିଯୋଗ ସିବିଆଇ ମାମଲାରେ ସାମିଲ ରହିଛି ।

ଏବଂ ନିରବ ମୋଦୀଙ୍କୁ ସୁରକ୍ଷା ଦିଆଯାଇ କୁହାଯାଉଛି ଯେ, ଏହି ମାମଲା ଏକ ବ୍ୟବସାୟିକ ବିବାଦ। ତାଙ୍କ ଓକିଲ କୋର୍ଟରେ ଦାବି କରିଛନ୍ତି ଯେ ତାଙ୍କର କୌଣସି କାର୍ଯ୍ୟ ଆଇନଗତ ପରିସର ବାହାରେ ଏବଂ ଠକେଇ ନୁହେଁ । ଏହାସହ ତାଙ୍କ ଓକିଲ ନୀରବ ମୋଦିଙ୍କ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ନିଜର ମତ ରଖିଛନ୍ତି।

ନିରବ ମୋଦୀ ଭାରତକୁ ଆଣାଜିବା ପରେ ତାଙ୍କୁ ପ୍ରଥମେ ମୁମ୍ବାଇର ଆର୍ଥର ରୋଡ ଜେଲରେ ରଖାଯିବ। ଆର୍ଥର ରୋଡ ଜେଲର ବ୍ୟାରେକ ୧୨ ବିଷୟରେ ବ୍ରିଟେନ କୋର୍ଟରେ ମଧ୍ୟ ଭାରତ ସରକାର ସୂଚନା ଦେଇଛନ୍ତି । ସରକାର କୋର୍ଟରେ ବ୍ୟାରେକ ନମ୍ବର ୧୨ର ଏକ ଭିଡିଓ ମଧ୍ୟ ଉପସ୍ଥାପନ କରିଛନ୍ତି।

ମହାନଦୀ ଜଳ ବିବାଦ ନେଇ ବିଭିନ୍ନ ପ୍ରକଳ୍ପକୁ ଅନୁମୋଦନ ଦେଉନି CWC

ଭବନେଶ୍ୱର: ଗୃହରେ ପୁଣି ଉଠିଲା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ। ମହାନଦୀ ଜଳବିବାଦ ନେଇ CWC ବିଭିନ୍ନ ପ୍ରକଳ୍ପ ଅନୁମୋଦନ ଦେଉନଥିବାରୁ ଗୃହରେ ଏଭଳି ଅଭିଯୋଗ କଲେ ବିଜେଡି ବିଧାୟକ ପ୍ରଦୀପ ଅମାତ। ହୀରାକୁଦ ଉପର ମୁଣ୍ଡରେ ଥିବା ପ୍ରସଳ୍ପକୁ ନେଇ ବିବାଦ ରହିଛି। ତଳମୁଣ୍ଡରେ ବିବାଦ ନାହିଁ। ବୌଦ୍ଧ ଜିଲ୍ଲାର ଦୁଇଟି ପ୍ରକଳ୍ପକୁ କାହିଁକି ବନ୍ଦ କରାଯାଇଛି। ସତୀଘାଟ ଲାଷ୍ମୀପଦର ପ୍ରକଳ୍ପ ଫେରାଇଦେଇଛନ୍ତି CWC। ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ମନ୍ତ୍ରୀ ରଘୁନନ୍ଦନ ଦାସ। CWC  ସ୍ଥଗିତ ରଖିଛନ୍ତି। ଟ୍ରିବୁନାଲର ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ଅଛି ବୋଲି କହିଛନ୍ତି ରଘୁନନ୍ଦନ।  ବିଭାଗ CWC ସହ ଯୋଗାଯୋଗରେ ଅଛି। ଟ୍ରିବୁନାଲ ୩ ବର୍ଷ ପାଇଁ ହୋଇଥିଲା ଆଉ ୨ ବର୍ଷ ପାଇଁ ବଢ଼ିପାରେ ବୋଲି କହିଛନ୍ତି ମନ୍ତ୍ରୀ। ମହାନଦୀ ତଳମୁଣ୍ଡ ଅବବାହିକରେ ଆଗାମୀ ୫ ବର୍ଷ ଭିତରେ ଇନଷ୍ଟ୍ରମ ଷ୍ଟୋରେଜ ହେବ। ଯାହାଫଳରେ ଜଳ ସଂରକ୍ଷଣ ହୋଇପାରିବ ବୋଲି କହିଲେ ମନ୍ତ୍ରୀ।

ରାଜ୍ୟ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ, ପୂର୍ବତନ ଓବିସି ସେଲ୍ ଅଧ୍ୟକ୍ଷଙ୍କୁ ତାଲା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ତୀବ୍ର ଗୋଷ୍ଠୀ କନ୍ଦଳ। ମୁହାଁମୁହିଁ ହେଲେ ଦଳର ଦୁଇ ଗୋଷ୍ଠୀ । କଂଗ୍ରେସ ଭବନରେ ତୁମୁଳକାଣ୍ଡ ଘଟିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସାଧାରଣ ପରିଷଦ ବୈଠକ ପୂର୍ବରୁ କଂଗ୍ରେସ ଭବନରେ ପ୍ରବଳ ଗଣ୍ଡଗୋଳ ହୋଇଛି। ଓବିସି ସେଲ୍ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ତାଲା ପକାଇ ଦେଇଥିଲେ ଗୋଟିଏ ଗୋଷ୍ଠୀ। ଦଳ ବିରୋଧୀ କାମ ଅଭିଯୋଗରେ ବିଷ୍ଣୁ ବାରିକଙ୍କ ବିରୋଧରେ ସ୍ବର ଉଠିଛି। ଏନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ସୁରେଶକୁମାର ରାଉତରାୟ ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ। ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ପ୍ରଥମ ପର୍ଯ୍ୟାୟ ଟିକାକରଣର ଆଜି ଶେଷ ଦିନ, ଟିକା ନେଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣର ଆଜି ଶେଷ ଦିନ ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ କ୍ୟାପିଟାଲ ହସ୍ପିଟାଲରେ କୋଭାକ୍ସିନ୍ ଟିକା ନେଲେ ବିଏମସି କମିଶନର ଅନ୍ୟମାନଙ୍କୁ ଟୀକା ନେବାକୁ ଦେଲେ ପରାମର୍ଶ। ଟିକାକରଣ ଅବଧି ପୁଣି ବଢ଼ିବା ସମ୍ଭାବନା ରହିଛି ଏବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଜାରି ରହିଛି ରାଜସ୍ୱ, ଗୃହ ଉନ୍ନୟନ, ଗୃହ ବିଭାଗ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି

ଆସନ୍ତା ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକ ୪୫ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ ଟୀକା। ପ୍ରାୟ ୨୦ରୁ ୨୫ହଜାର ବ୍ୟକ୍ତିଙ୍କୁ ତାଲିକାଭୁକ୍ତ କରାଯାଇଛି। କରୋନା ସମୟରେ ଘର ଘର ବୁଲି ପ୍ରସ୍ତୁତ ହୋଇଥିଲା ଡାଟା ବେଶ। ଦ୍ୱିତୀୟ ଷ୍ଟ୍ରେନ ପାଇଁ ଚିନ୍ତା କରିବାରଆବଶ୍ୟକତା ନାହିଁ। ଗତ କାଲି ଠାରୁ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଆରମ୍ଭ କରାଯାଇଛି।

ସକାଳଟା ଠାରୁଟା ପୁଣିଟା ଠାରୁ ରାତିଟା ପର୍ଯ୍ୟନ୍ତ ଦୁଇଟି ସ୍ୱତନ୍ତ୍ର ଟିମ ନିୟୋଜିତ ରହିଛନ୍ତି। ମୁଖ୍ୟତଃ ଯେଉଁ ରାଜ୍ୟରେ କରୋନା ଦ୍ୱିତୀୟ ଷ୍ଟ୍ରେନ ଦେଖିବାକୁ ମିଳିଛି ସେଠାରୁ ଆସୁଥିବା ଯାତ୍ରୀଙ୍କ ଉପରେ ରଖାଯାଇଛି ତୀକ୍ଷ୍‌ଣ ନଜର। ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ପାଇଁ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ ତେବେ ଏଥିପାଇଁ ବିଚାର ବିମର୍ଷ ଜାରି ରହିଛି।

ମହାରାଷ୍ଟ୍ରରେ ମୁଣ୍ଡ ବିନ୍ଧାଉଛି କରୋନାର ନୂଆ ଷ୍ଟ୍ରେନ୍‌, ୨୪ ଘଣ୍ଟାରେ ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ରରେ କରୋନାର ଦ୍ବିତୀୟ ଲହର। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରାୟ ୪୦ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ପାଖାପାଖି ୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୧୮ ରୋଗୀ ଓ୍ବାସିମ ଜିଲାର। ନୂତନ କରୋନା ରୋଗୀଙ୍କ ମଧ୍ୟରୁ ୧୯୦ ଜଣ ଓ୍ବାସିମ ଜିଲାର ଏକ ସ୍କୁଲର ୧୯୦ ପିଲା ସାମିଲ ଅଛନ୍ତି। ଏହି ଛାତ୍ରମାନେ ଅମରାବତୀର ବିଭିନ୍ନ ଅଞ୍ଚଳରୁ ହଷ୍ଟେଲକୁ ଆସିଥିଲେ। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୮ହଜାର ୮୦୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ୨୦୨୦ ଅକ୍ଟୋବର ୧୮ ପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପ୍ରଥମ ଥର ଲାଗି ବଢିଛି ବୋଲି କୁହାଯାଉଛି। ସେହିପରି ଗୋଟିଏ ଦିନରେ ରାଜ୍ୟରେ ୮୦ ଜଣଙ୍କ ଜୀବନ ଯାଇଛି। ସେପଟେ ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନା କଟକଣା କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର।