କଂଗ୍ରେସରୁ ସମ୍ପର୍କ କାଟିଲେ ସ୍ମୃତିରେଖା

ଭୁବନେଶ୍ୱର: ଗୋଟେପଟେ ପିପିଲି ଉପନିର୍ବାଚନ ପାଇଁ ରାଜନୀତି ସରଗରମ ରହିଥିବା ବେଳେ ଅନ୍ୟପଟେ କଂଗ୍ରେସ ଛାଡିଛନ୍ତି ଜଣେ ନେତ୍ରୀ । ଆଜି ଅପରାହ୍ନରେ କଂଗ୍ରେସ ଛାଡିଥିବା ଏହି ନେତ୍ରୀ ଜଣଙ୍କ ହେଉଛନ୍ତି ଧର୍ମଶାଳା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତ୍ରୀ ସ୍ମୃତିରେଖା ପହି । କଂଗ୍ରେସର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ଦେଇଛନ୍ତି ସ୍ମୃତିରେଖା ।

ଦଳ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍ମୃତିରେଖା । ଅଭିଯୋଗ କରି ସେ କହିଛନ୍ତି, ଦଳ ମତେ ସହଯୋଗ କରୁନାହିଁ । ଓଡିଶା ମାଟିରେ କଂଗ୍ରେସ ଆଗକୁ ବଢିପାରିବ ନାହିଁ । ରାଜ୍ୟରେ ଦଳ ଏକପ୍ରକାର ସ୍ଥାଣୁ ପାଲଟିଛି । ଆଗକୁ ବଢିବା ନେଇ ଦଳର କୈଣସି ଯୋଜନା ନଥିବା ମଧ୍ୟ କହିଛନ୍ତି ସ୍ମୃତିରେଖା ।
କଂଗ୍ରେସରେ ଦୀର୍ଘ ଦିନ ଘରି କାରଯ୍ୟ କରିଛି । ଦଳ ପାଇଁ ଅନେକ କିଛି କରିଛି ।

କିନ୍ତୁ ଦଳର କିଛି ନେତାଙ୍କ ଭିତିରି ବୁଝାମଣା ଆଜି ଦଳ ପାଇଁ କାଳ ସାଜିଛି । ସେ କହିଛନ୍ତି ବର୍ତ୍ତମାନ ପିପିଲି ନିର୍ବାଚନ ଚାଲିଛି । ସେଠାରେ ମଧ୍ୟ ଦଳର ସ୍ଥିତି ଶୋଚନୀୟ । ଏହାର କାରଣ କିଛି ନେତାଙ୍କ ପାଇଁ । ସେହିପରି ଦଳ ରାଜ୍ୟରେ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ବର୍ତ୍ତମାନ ତୃତୀୟ ସ୍ଥାନକୁ ଖସି ଆସିଛି । ତେଣୁ ଏଭଳି ଦଳରେ ରହିବା ପାଇଁ ଉଚିତ ମନେ କରୁନଥିବା ଦର୍ଶାଇ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ହାତ ଛାଡିଲେ ସ୍ମୃତିରେଖା ।

Leave a Reply