ନକ୍ସଲ ଆକ୍ରମଣରେ ଓଡ଼ିଆ ପୁଅ ସହିଦ, ସାହାସୀ ଯବାନଙ୍କୁ ଝୁରୁଛନ୍ତି ସାଥି …

Odia Jawan Martyred In Bijapur Naxal Attack

ବିଜାପୁର: ଛତିଶଗଡ଼ ବିଜାପୁର ନକ୍ସଲ ଆକ୍ରମଣରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସହିଦ ସୁବାସ ନାୟକ ଓଡ଼ିଶାର ମୂଳ ବାସିନ୍ଦା । ସୁବାସଙ୍କୁ ହରାଇ ତାଙ୍କ ପରିବାର ଭାଙ୍ଗି ପଡ଼ିଥିବା ବେଳେ ସୁଭାଷଙ୍କ ସାହସିକତାକୁ ଭୁଲି ପାରୁନାହାଁନ୍ତି ସାଥୀ ଯବାନ ।

Odia Jawan Martyred In Bijapur Naxal Attack

୨୦୧୮ ମସିହାରେ ବାସାଗୁଡ଼ା ସାପ୍ତାହିକ ହାଟରେ ନକ୍ସଲ ଆକ୍ରମଣ କରିଥିଲେ । ନିଜ ଜୀବନକୁ ଭ୍ରୁକ୍ଷେପ ନକରି ନକ୍ସଲଙ୍କ ବନ୍ଧୁକ ମୁହଁରୁ ସାଥୀ ଶଙ୍କରଙ୍କ ଜୀବନ ବଞ୍ଚାଇ ଆଣିଥିଲେ  ସୁଭାଷ । ଜଣେ ନକ୍ସଲକୁ ମାରିବା ସହ ଅସ୍ତ୍ରଶସ୍ତ୍ରକୁ ଛଡ଼ାଇ ଆଣି ସାହସିକତାର ପରିଚୟ ଦେଇଥିଲେ ସୁବାସ । ତା’ପରେ ତାଙ୍କୁ ପଦୋନ୍ନତି ମଧ୍ୟ ମିଳିଥିଲା ।

ସେପଟେ  ସୁଭାଷଙ୍କ ସାହାସ ଓ ସାମର୍ଥ୍ୟକୁ ସଲାମ କରିଛନ୍ତି ସାଥି ଯବାନ । ସୁବାଷଙ୍କ ସାଥି  ଶଙ୍କର କହିଛନ୍ତି, ଏହି ସମୟରେ ସୁଭାଷ ନିଜ ଜୀବନକୁ ବାଜିରେ ଲଗାଇ ମୋ ଜୀବନ ବଞ୍ଚାଇଥିଲେ। ପ୍ରବଳ ଭିଡ ଏବଂ ନକ୍ସଲଙ୍କ ଆକ୍ରଣଣ ଭିତରେ ମଧ୍ୟ ମୋ ଜୀବନକୁ ସେ ରଖିଥିଲେ । ନିଜ ଜୀବନକୁ ବାଜି ଲଗାଇ ମୋ ଜୀବନ ରକ୍ଷା କରିଥିଲେ । ଏବଂ ନକ୍ସଲଙ୍କୁ ମାତ ଦେବାକୁ ଅତି ଦାମ୍ଭିକତାର ସହ ସେ ସେଠାରେ ସାହାସ ଦେଖାଇଥିଲେ ।

ଛତିଶଗଡ଼ ନକ୍ସଲ ଆକ୍ରମଣରେ ଓଡିଆ ଯବାନ ସୁବାଷ ସହିଦ ହୋଇଛନ୍ତି । ଆଉ ଜୀବନ ରଖିଥିବା ଏହି ସାଥିର ସହାୟତାକୁ ଭୁଲି ପାରୁନାହାଁନ୍ତି ଶଙ୍କର । କୋହଭରା କଣ୍ଠରେ ଏପରି ପୁରୁଣା ସ୍ମୃତିକୁ ମନେ ପକାଇ ଅତୀତକୁ ବଖାଣିଛନ୍ତି ଯବାନ ଶଙ୍କର । ସେପଟେ ସୁବାସଙ୍କ ବାପା ପେଟ ପୋଷିବା ଲାଗି ଛତିଶଗଡ଼ର ବିଜାପୁର ପଳାଇଥିଲେ । ଏବେ ଗୋଟିଏ ବୋଲି ପୁଅକ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛି ପୂରା ପରିବାର ।

Leave a Reply