ଝାରସୁଗୁଡ଼ାରୁ ଜମତରା ଗ୍ୟାଙ୍ଗର ଲୁଟ୍, ସୁନ୍ଦରଗଡ଼ରୁ ଗିରଫ

ଝାରସୁଗୁଡ଼ା: ଝାରସୁଗୁଡ଼ା ପୋଲିସ ହାତରେ ଜମତରା ଗ୍ୟାଙ୍ଗ । ଏକ ସାଇବର ଠକେଇ ମାମଲାର ତଦନ୍ତ କରି ଝାରସୁଗୁଡ଼ା ପୋଲିସ ଜମତରା ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି । ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ଅଞ୍ଚଳରୁ ଏମାନଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ । ସେମାନଙ୍କଠାରୁ ୯ଟି ମୋବାଇଲ ଫୋନ୍ ଏବଂ ଅନ୍ୟ ଜିନିଷପତ୍ର ଜବତ ସହ ୧୧ ହଜାର ଟଙ୍କା ଜବତ କରିଛି ପୋଲିସ ।

ଗିରଫ ଅଭିଯୁକ୍ତମାନେ ଝାଡ଼ଖଣ୍ଡ ଗିରିଡି ଅଞ୍ଚଳରେ ଗୁଡ୍ଡୁଲାଲ ରାଣା, ପପୁ ରାଣା, ଗୋପାଲ ରାଣା । ଆଉ ଜଣେ ଅଭିଯୁକ୍ତ ବିରିଜୁ ରାଣା ଫେରାର୍ ଥିବା ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୨୪ ତାରିଖରେ ସିବାଶିଷ ନାମକ ଜଣେ ବ୍ୟକ୍ତି ବେଲପାହାଡ଼ ଥାନାରେ ଫୋନ ପେ’ ଜରିଆରେ ଲୁଟର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ମାର୍ଚ୍ଚ ୨୨ରେ ଶିବାଶିଷଙ୍କୁ ଏକ ଫୋନ୍ ଆସିଥିଲା । ଯେଉଁଥିରେ ସେ ଫୋନ ପେରେ ୧୯ଶହ ଟଙ୍କାର ଲଟେରୀ  ଜିତିଥିବା ଠକ କହିଥିଲା । ଏହାପରେ ଏକ ଲିଙ୍କ ପଠାଇ କ୍ଲିକ୍ କରିବା ପାଇଁ କହିଥିଲେ । ସିବାଶିଷ ଲିଙ୍କରେ କ୍ଲିକ୍ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ୧୯ଶହ ଟଙ୍କା ଓ କିଛି ସମୟ ପରେ ୩୬ ହଜାର ଟଙ୍କା କଟି ଯାଇଥିଲା ।

Jharsuguda Police Arrested Three Of Jamatara Gang From Sundergarh

ଟଙ୍କା ଆକାଉଣ୍ଟକୁ ଫେରସ୍ତ ନ ହେବାରୁ ଶିବାସିଷ ଗତ ୨୪ ତାରିଖରେ ବେଲପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ବିଭିନ୍ନ ସୂତ୍ରରୁ ଠକମାନଙ୍କ ବିଷୟରେ ତଥ୍ୟ ସଂଗ୍ରହ କରି ଲୋକେସନ୍ ଯାଞ୍ଚ କରିଥିଲା । ସୋମବାର ରାତିରେ ସୁନ୍ଦରଗଡ଼ ଲେଫ୍ରିପଡ଼ା ଅଞ୍ଚଳରେ ରେଡ୍ କରି ୩ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଛି । ଗିରଫ ଅଭିଯୁକ୍ତମାନେ ଦିନ ବେଳା ଶ୍ରମିକଭାବେ କାମ କରିବା ପରେ ସନ୍ଧ୍ୟାରେ ଫୋନ୍ କରି ଏମିତି ଲୁଟ୍ କରିଥିବା ଜଣାପଡ଼ିଛି ।

Leave a Reply