ସରକାରୀ ଜମିକୁ ନେଇ ବଡ଼ମ୍ବାରେ ୨ ଗାଁ ମୁହାଁମୁହିଁ, ବୋମା ଓ ଗୁଳିମାଡ଼

Group Clash In Cuttack Badamba For Land 2 Died

ଆଠଗଡ଼: ସରକାରୀ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ । କଟକ ଜିଲ୍ଲା ବଡ଼ମ୍ବା ଥାନା କୁଆଁରପାଳ ପଞ୍ଚାୟତରେ ଜମି ପାଇଁ ଗୁଳି ଚାଳନା ସହ ବୋମାମାଡ଼ ହୋଇଛି । ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୦ରୁ ଅଧିକ ଆହତ ହୋଇଛନ୍ତି । ମୃତକ ହେଲେ ଭାଗବତପୁର ଗାଁର ଅଶ୍ବିନୀ କୁମାର ପାଲ ଓ ପବିତ୍ର ଅକ୍ଷିତ । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

Group Clash In Cuttack Badamba For Land 2 Died

ସରକାରୀ ଜମିକୁ ନେଇ ପଞ୍ଚାୟତର ଦୁଇଟି ଗାଁ ଭାଗବତପୁର ଓ ବୁଢ଼ାପଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଉଭୟ ଗୋଷ୍ଠୀରୁ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇ ପ୍ରଥମେ ମାଣିଆବନ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

Group Clash In Cuttack Badamba For Land 2 Died

ଗୋଷ୍ଠୀ ସଂଘର୍ଷ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Leave a Reply