ସ୍ୱପ୍ନରେ ମୃତ୍ୟୁ ଦେଖିବାର ଅର୍ଥ କ’ଣ ହୋଇପାରେ?

ନୂଆଦିଲ୍ଲୀ:   ମଣିଷ ନିଦ୍ରାର ଏକ ଅବିଛେଦ୍ୟ ଅଙ୍ଗ ହେଉଛି ସ୍ୱପ୍ନ । ଅନେକ ଲୋକ ସ୍ୱପ୍ନକୁ ନେଇ ବଞ୍ଚନ୍ତି ଏବଂ ତାହାକୁ ପୂରଣ କରିବା ପାଇଁ ଲାଗି ପଡ଼ନ୍ତି । କୁହାଯାଏ, ବେଳେବେଳେ ସ୍ୱପ୍ନ ବାସ୍ତବ ଜୀବନକୁ ନେଇ କିଛି ସଙ୍କେତ ଦେଇଥାଏ । ଏହା ବ୍ୟତୀତ ଆମର ଇଛା ସ୍ୱପ୍ନ ମାଧ୍ୟମରେ ପ୍ରତିଫଳିତ ହୋଇଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ । ତେବେ ପ୍ରତ୍ୟେକ ସ୍ୱପ୍ନର ଏକ ଭିନ୍ନ ଭିନ୍ନ ଅର୍ଥ ଥାଏ । ଯାହା ବାବଦରେ ଆମେ ପୂର୍ବରୁ ମଧ୍ୟ ଆପଣଙ୍କୁ ଜଣାଇଛୁ । କିନ୍ତୁ ସ୍ୱପ୍ନରେ କେବେ ଆପଣ ମୃତ୍ୟୁକୁ ଦେଖିଛନ୍ତି? ଆପଣ ଦେଖିଥିବା ସ୍ୱପ୍ନ ପଛର ରହସ୍ୟ କ’ଣ? କ’ଣ କହେ ଆପଣଙ୍କ ସ୍ୱପ୍ନ? ନଜର ପକାନ୍ତୁ ।

ନଦୀ,ଝରଣା ବା ଜଳ ସମ୍ବଦ୍ଧୀୟ ଯଦି କୌଣସି ସ୍ୱପ୍ନ ଦେଖୁଛନ୍ତି ତେବେ, ଏହା ଶରୀର ସାମାନ୍ୟ ଅସୁସ୍ଥ ହେବାର ସଙ୍କେତ ଦେଇଥାଏ ବୋଲି କୁହାଯାଏ ।

ପଦ୍ମଫୁଲ,ହାତୀ,ମାଙ୍କଡ଼,ହଂସ କିମ୍ବା ଗାଈକୁ ଯଦି ସ୍ୱପ୍ନରେ ଦେଖୁଛନ୍ତି ତେବେ, ତାହାର ଅର୍ଥ ହେଉଛି ଆପଣଙ୍କର ଧନପ୍ରାପ୍ତି ଯୋଗ ରହିଛି । ଏହା ବ୍ୟତୀତ ଯଦି ସ୍ୱପ୍ନରେ ପଦ୍ମଫୁଲ ବା କୌଣସି ଫଳ ସ୍ୱପ୍ନ ଦେଖୁଛନ୍ତି ତେବେ, ଦେବ ସନ୍ତାନ ପ୍ରାପ୍ତି ହେବାର ଯୋଗ ରହିଛି ।

ସ୍ୱପ୍ନରେ ସାପ ଦେଖିବାର ଅର୍ଥ ହେଉଛି, କୌଣସି ଏକ ସମସ୍ୟାରେ ପଡ଼ିବା । ତେଣୁ ଜୀବନର ଯେଉଁ କାମ ମଧ୍ୟ କରୁଛନ୍ତି, ଖୁବ୍‌ଗୂରୁତ୍ୱ ଦେଇ କରନ୍ତୁ ।

ଯଦି ସ୍ୱପ୍ନରେ କୌଣସି ବ୍ୟକ୍ତିର ମୃତ୍ୟୁ ଦେଖୁଛନ୍ତି, ତେବେ ବୁଝିନେବେଯେ, ସେହି ବ୍ୟକ୍ତି ଉପରେ ଆସିବାକୁ ଥିବା ସଙ୍କଟ ଟାଳିଯିବ । ଏହା ସହିତ ସେହି ବ୍ୟକ୍ତିର ଆୟୁ ବଢିଥାଏ । ଯଦି ସ୍ୱପ୍ନରେ କୌଣସି ମୃତବ୍ୟକ୍ତିକୁ ଦେଖୁଛନ୍ତି, ତେବେ ବୁଝିନିଅନ୍ତୁଯେ, ସେହି ବ୍ୟକ୍ତିଙ୍କର କୌଣସି ଇଛା ଅଧା ହୋଇ ରହିଯାଇଛି । ଯାହାର ଆଭାସ ଆପଣଙ୍କୁ ସ୍ୱପ୍ନ ମାଧ୍ୟମରେ ମିଳୁଛି ।

ଯଦି ସ୍ୱପ୍ନରେ ଅନ୍ୟ କୌଣସି ବ୍ୟକ୍ତି ବା ଆପଣଙ୍କ ସହିତ କିଛି ଦୁର୍ଘଟଣା ଘଟୁଛି ତେବେ ସାବଧାନ ହୋଇଯାନ୍ତୁ ।

କୌଣସି ଉତ୍ସବର ସ୍ୱପ୍ନ ଦେଖିଲେ ଶରୀର ଅସୁସ୍ଥ ହେବାର ସଙ୍କେତ ମିଳିଥାଏ ।

ସ୍ୱପ୍ନରେ ଆପଣ ନିଜେ ବା ଅନ୍ୟ କୌଣସି ବ୍ୟକ୍ତି ଯଦି ପୂଜା କରୁଥିବାର ଦେଖୁଛନ୍ତି, ତେବେ ଭାବି ନିଅନ୍ତୁ ଆପଣଙ୍କୁ ଏକ ବଡ଼ ଧରଣର ଫଳପ୍ରାପ୍ତି ହେବ । ବିଶେଷକରି ଚାକିରି ସମ୍ବଦ୍ଧୀୟ ଲାଭ ହୋଇପାରେ ।

କୁହାଯାଏ, ସ୍ୱପ୍ନରେ ଧନ ଓ ଅଳଙ୍କାର ଦେଖିଲେ ଶରୀର ଅସୁସ୍ଥ ହେବାର ସଙ୍କେତ ମିଳିଥାଏ ବା ଚାକିରି ହରାଇବାର ସଙ୍କେତ ।

ଖାଦ୍ୟର ସ୍ୱପ୍ନ ଦେଖିଲେ ସ୍ଥାନ ପରିବର୍ତ୍ତନର ସଙ୍କେତ ମିଳିଥାଏ ।

ସ୍ୱପ୍ନରେ ଧଳା ରଙ୍ଗର ଜିନିଷ ଦେଖିବାର ଅର୍ଥ ହେଉଛି କୌଣସି ଏକ ବଡ଼ ଧରଣର ପରିବର୍ତ୍ତନ ଆସିବା । ସାଧାରଣତଃ ଏହା କୌଣସି ବଡ଼ ସମସ୍ୟାର ସଙ୍କେତ ଦେଇଥାଏ ।
ତେବେ ସ୍ୱପ୍ନକୁ କେହିକେହି ବିଶ୍ୱାସ କରନ୍ତି ତ କିଏ କୁହନ୍ତି ଏହା କେବଳ ଅନ୍ଧବିଶ୍ୱାସ ମାତ୍ର ।

Leave a Reply