ଆଉ ନାହାଁନ୍ତି ଫିଲ୍ମ ‘ଆଶିକୀ’ର ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ ରାଠୋର

1 min read

ମୁମ୍ବାଇ: ବଲିଉଡରେ ଯେବେ ମଧ୍ୟ କୌଣସି ରୋମାଂଟିକ ଗୀତ ରିଲିଜ  ହୁଏ, ସେତେବେଳେ ପ୍ରଥମେ ମନକୁ ଚାଲିଆସେ ଆଶିକୀର ନାଁ । ଯାହାର ସୁପରହିଟ ଗୀତ ଆଜି ମଧ୍ୟ ଲୋକ ଗୁଣୁଗୁଣୁ ହୁଅନ୍ତି । ଯାହାର ଶ୍ରେୟ ଯାଏ ନଦୀମ ଓ ଶ୍ରବଣଙ୍କ ଯୋଡ଼ିକୁ । ଏବେ ଏହି ଯୋଡ଼ିରେ ବିଛେଦ ଆସିଯାଇଛି । କାରଣ ଶ୍ରବଣ ରାଠୋର ଏବେ ଆଉ ଏହି ଦୁନିଆରେ ନାହାଁନ୍ତି ।   ସବୁଦିନ ପାଇଁ ସେ ନୀରବି ଯାଇଛନ୍ତି । ତାଙ୍କର ରୋମାଂଟିକ ଗୀତ ଆଉ ଶୁଣିବାକୁ ମିଳିବନି ।  ଗୁରୁବାର ଶ୍ରବଣଙ୍କ ପରଲୋକ ହୋଇଛି । ଶ୍ରବଣଙ୍କ ଯିବାଦ୍ୱାରା ମ୍ୟଜିକ ଇଣ୍ଡଷ୍ଟ୍ରିକୁ ଏକ ପ୍ରକାରର କ୍ଷତି ପହଞ୍ଚିଛି । ଅକ୍ଷୟ କୁମାର, ଅଜୟ ଦେବଗନ,ତୁଷାର କପୂର, ଏ ଆର ରେହମନ,ଶ୍ରେୟା ଘୋଷାଲ,ଅରମାନ ମଲ୍ଲିକଙ୍କ  ସମେତ ଏକାଧିକ ତାରକା ତାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ନଦୀମ-ଶ୍ରବଣଙ୍କ ଯୋଡ଼ି କେବଳ ଆଶିକୀ ନୁହେଁ ବରଂ ଅନ୍ୟ କେତେକ ଫିଲ୍ମରେ ସୁପରହିଟ ଗୀତ ଦେଇଛନ୍ତି । ଯେଉଁମାନେ ଲୋକଙ୍କ ହୃଦୟରେ ପ୍ରେମର ପରିଭାଷାକୁ ବଦଳାଇ ଦେଇଛନ୍ତି । ଫିଲ୍ମ ଧଡ଼କନ ହେଉ ବା ସାଜନ, ରାଜା ହିନ୍ଦୁସ୍ତାନୀ,ସଡ଼କ,ବରସାତ,ଫୁଲ ଔର କାଣ୍ଟେ । ପ୍ରତ୍ୟେକଟି ଫିଲ୍ମର ଗୀତକୁ ମିଳିଛି ଜବରଦସ୍ତ ରେସପନ୍ସ ।

ଫିଲ୍ମ ଆଶିକୀର ମ୍ୟୁଜିକ୍ଆଲବମ ନଦୀମ-ଶ୍ରବଣଙ୍କ ପାଇଁ ସୁପରହିଟ ପ୍ରମାଣିତ ହୋଇଥିଲା । ପ୍ରତ୍ୟେକଟି ଗୀତ ଥିଲା ଖୁବ୍ହୃଦୟଛୁଆଁ । ଜାନ୍ଏ-ଜିଗର,ମେଁ ଦୁନିଆ ଭୁଲା ଦୁଙ୍ଗା,ନଜର କେ ସାମନେ, ଏକ ସନମ ଚାହିଏ ଆଶିକୀ କେ ଲିଏ ଆଦି ଗୀତକୁ ଆଜି ମଧ୍ୟ ଶ୍ରୋତା ଖୁବ୍ପସନ୍ଦ କରନ୍ତି ।

https://www.youtube.com/watch?v=FNRCaXApaZ0

 

ସୂଚନାଯୋଗ୍ୟ ନଦୀମ-ଶ୍ରବଣଙ୍କ ଯୋଡ଼ି ୧୯୭୩ ମସିହାରେ ଏକ ସୁନ୍ଦର ପରିଚୟ ସୃଷ୍ଟି କରିଥିଲା । ୨୦୦୦ ମଧ୍ୟ ଭାଗରେ ଏହି ଦୁଇଜଣ ଅଲଗା ହୋଇଗଲେ । କିନ୍ତୁ ୨୦୦୯ରେ ଉଭୟ ଏକା ସାଙ୍ଗରେ ପୁଣିଥରେ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଫଳପ୍ରଦ ହୋଇନଥିଲେ ।

Leave a Reply