ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଲୋଚନା

1 min read
Pm Modi Interaction With Different State Cms On Covid Situation

ନୂଆଦିଲ୍ଲୀ: କରୋନା ସ୍ଥିତି ସମୀକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । ପ୍ରଥମେ ବରିଷ୍ଠ ଅଧିକାରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିବା ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚାନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଦେଶରେ ଅକ୍ସିଜେନ୍ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡ଼ିକ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଦେଶରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି, ଟିକାକରଣ ଓ ଅକ୍ସିଜେନ ସପ୍ଲାଇ ନେଇ ବୈଠକରେ ଆଲୋଚନା ହୋଇଛି ।

କରୋନା ସଙ୍କଟ ଦୂର ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି । ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ ଦୂର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ରାଜଧାନୀରେ ଅକ୍ସିଜେନ୍ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ୍ ଟ୍ୟାଙ୍କରଗୁଡ଼ିକୁ ବିଭିନ୍ନ ରାଜ୍ୟରେ ଅଟକା ଯାଉଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି ।

କେନ୍ଦ୍ର ସରକାର ସାରା ଦେଶରେ ଥିବା ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକୁ କଣ୍ଟ୍ରୋଲ କରିବା ସହ ଯବାନଙ୍କ ହାତରେ ଏହି ଦାୟିତ୍ବ ଦିଆଯାଉ । ଯାହାଫଳରେ ସବୁରାଜ୍ୟକୁ ଆବଶ୍ୟକ ଅକ୍ସିଜେନ୍ ପଠାଯାଇ ପାରିବ ବୋଲି କେଜରିୱାଲ କହିଛନ୍ତି । ଦିଲ୍ଲୀରେ ଅକ୍ସିଜେନ୍ ଏକ୍ସପ୍ରେସ୍ ସୁବିଧା ଜାରି କରାଯିବା ସହ ଆକାଶମାର୍ଗରେ ଅକ୍ସିଜେନ୍ ପଠାଇବାକୁ ଅପିଲ କରିଛନ୍ତି କେଜରିୱାଲ୍ ।

Leave a Reply