ଦିଲ୍ଲୀରେ ଆକ୍ଟିଭ୍‌ ହେଲା କରୋନାର ୟୁକେ ଏବଂ ଡବଲ ମ୍ୟୁଟାଣ୍ଟ ଭ୍ୟାରିଏଣ୍ଟ, ୫୦ ପ୍ରତିଶତ ମାମଲାରେ ପ୍ରଭାବ

1 min read

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଆତଙ୍କ ଏବେ ବନ୍ୟାର ରୂପ ନେଲାଣି । ଗତ କିଛି ଦିନ ମଧ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି ଏବଂ ଶହଶହ ସଂଖ୍ୟାରେ ଲୋକଙ୍କ ଜୀବନ ଗଲାଣି । କିନ୍ତୁ ସାମ୍ନାକୁ ଆସିଥିବା ନୂଆ ତଥ୍ୟ ଅଧିକ ଚିନ୍ତା ବଢାଇଲାଣି । ତଥ୍ୟ କହୁଛି, ଦିଲ୍ଲୀରେ ୟୁକେର ଭ୍ୟାରିଏଣ୍ଟ ପ୍ରବେଶ କରି ସାରିଲାଣି ।

ନ୍ୟାସନାଲ ସେଣ୍ଟର ଫର ଡିସିଜ୍‌କଣ୍ଟ୍ରୋଲ ବା NCDCର ମୁଖ୍ୟ ଡାକ୍ତର ସୁଜିତ ସିଂଙ୍କ କହିବା ଅନୁସାରେ ଦିଲ୍ଲୀରେ ମାର୍ଚ୍ଚ ଶେଷ ସୁଦ୍ଧା ଆସିଥିବା ନମୁନା ମଧ୍ୟରୁ ୫୦ ପ୍ରତିଶତ କରୋନାରେ ୟୁକେ ଭ୍ୟାରିଏଣ୍ଟ ଥିଲା । ଏବେ ଦିଲ୍ଲୀରେ କରୋନାର ୟୁକେ ଭ୍ୟାରିଏଣ୍ଟ ଏବଂ ଡବଲ ମ୍ୟୁଟେଣ୍ଟ ଭ୍ୟାରିଏଣ୍ଟ ତାଣ୍ଡବ ସୃଷ୍ଟି କରିଛି ।

ଡାକ୍ତର ସୁଜିତ ସିଂଙ୍କ ଅନୁସାରେ, ଦିଲ୍ଲୀ ବ୍ୟତୀତ ମହାରାଷ୍ଟ୍ରରେ ୫୦ ପ୍ରତିଶତରୁ ଅଧିକ ନମୁନା ଡବଲ ମ୍ୟୁଟାଣ୍ଟ ସହିତ ଜଡ଼ିତ ।

ସୂଚନାଯୋଗ୍ୟ, ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ପ୍ରବାହ ଏବେ ଆତଙ୍କ ସୃଷ୍ଟି କରିଛି । କରୋନାର ପ୍ରଥମ ଭ୍ୟାରିଏଣ୍ଟ ବ୍ୟତୀତ ଦେଶରେ ଏବେ କରୋନାର ୟୁକେ, ଆଫ୍ରିକୀ ଏବଂ ବ୍ରାଜିଲ ଭ୍ୟାରିଏଣ୍ଟ ସକ୍ରିୟ ରହିଛି । କେବଳ ଏତିକି ନୁହେଁ ଭାରତରେ ଏବେ ଏକ ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସିଛି । ଯେଉଁ ଭ୍ୟାରିଏଣ୍ଟର ସର୍ବାଧିକ ମାମଲା ପଶ୍ଚିମବଙ୍ଗରେ ନଜର ଆସିଛି ।

ରିପୋର୍ଟ କହୁଛି ରାଜଧାନୀ ଦିଲ୍ଲୀରେ ୟୁକେ ଭ୍ୟାରିଏଣ୍ଟର ପ୍ରଭାବ ମାର୍ଚ୍ଚ ମାସଠାରୁ ଦେଖିବାକୁ ମିଳିଛି । ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ୟୁକେ ଭ୍ୟାରିଏଣ୍ଟର ୨୫ ପ୍ରତିଶତ ମାମଲା ସାମ୍ନାକୁ ଆସିଥିଲା, କିନ୍ତୁ ମାର୍ଚ୍ଚ ଶେଷ ସୁଦ୍ଧା ଏହି ଆକଳନ ୫୦ ପ୍ରତିଶତକୁ ପହଞ୍ଚି ଯାଇଛି ।

Leave a Reply