ସପ୍ତାହାନ୍ତ ସଟଡାଉନ ସମୟରେ ୧ଘଣ୍ଟା ପର୍ଯ୍ୟନ୍ତ କଟକଣା କୋହଳ

1 min read

ଭୁବନେଶ୍ୱର: କରୋନା କଟକଣା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ବିବୃତି । ଶନିବାର ସକାଳୁ ସୋମବାର ସକାଳ ପର୍ଯ୍ୟନ୍ତ ସହରରେ ସଟଡାଉନ କରାଯାଇଛି । ତେବେ ସଟଡାଉନ ସମୟରେ ୧ ଘଣ୍ଟା ପାଇଁ କଟକଣାରେ କୋହଳ ନେଇ ନିଆଯାଇଛି ନିଷ୍ପତ୍ତି । ଶନିବାର ଓ ରବିବାର ସକାଳେ ୧ ଘଣ୍ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯିବ ।

ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ମର୍ଣ୍ଣିଂ ୱାକ ପାଇଁ କଟକଣା କୋହଳ କରାଯିବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଶୁକ୍ରବାର ସନ୍ଧ୍ୟାରୁ ନାଇଟ୍ କର୍ଫ୍ୟୁ ଶନିବାର ସକାଳ ପର୍ଯ୍ୟନ୍ତ ଲାଗୁ ରହିବ । ତେବେ ସଟଡାଉନ ସମୟରେ କ୍ଷୀର, ପେଟ୍ରୋଲ ପମ୍ପ , ଡାକ୍ତରକଖାନା ଓ ମେଡିସିନ୍ ଦୋକାନ ଆଦି ଖୋଲା ରହିବ ।

ଏଥିସହ ପଢ଼ନ୍ତୁ- ନାଇଟ୍ କର୍ଫ୍ୟୁ ପରେ ସପ୍ତାହନ୍ତ ସଟଡାଉନ୍, ଆପଣ କେତେ ପ୍ରସ୍ତୁତ ?

କାହାକୁ ଅନୁମତି ?

ସପ୍ତାହନ୍ତ ସଟଡାଉନ୍ ସମୟରେ ସମସ୍ତ ମେଡିକାଲ, କ୍ଲିନିକ୍, ନର୍ସିଂ, ହୋମ୍, ମେଡିସିନ୍ ଷ୍ଟୋର ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ।

ଜିଲ୍ଲା, ମହାନଗର ନିଗମ, ପୋଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟତ କରିପାରିବେ ।

ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ।

ଟେଲିକମ୍ ସର୍ଭିସ୍, ପେଟ୍ରୋଲ ପମ୍ପ୍ପ, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ ।

ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ ।

ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ।

ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ ।

ଶିଳ୍ପ ଉଦ୍ୟୋଗ, ନିର୍ମାଣ କାର୍ଯ୍ୟ ଜାରି ରହିବ ।

କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ ।

ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସ ଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ ।

ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ ।

ଆରବିଆଇ ଓ ଅନ୍ୟ ଆର୍ଥିକ ସଂସ୍ଥା କାର୍ଯ୍ୟ ଜାରି ରହିବ ।

ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ ।

ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ ।

କ୍ଷୀର ଦୋକାନ ଖୋଲା ରହିବ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ।

ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି ।

Leave a Reply