spot_img
Home Blog Page 5875

ସକାଳୁ ସକାଳୁ ହଠାତ ଫାଟିଗଲା ଟ୍ରାନସଫର୍ମର, ଜଳଖିଆ ଦୋକାନ ଜଳି ୪ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ରେଲଓ୍ୱେ ସଦନ ଓମଫେଡ ଛକରେ ଘଟିଛି ବଡ଼ ଅଘଟଣ। ସକାଳୁ ସକାଳୁ ଅଚାନକ ଫାଟିଲା ଟ୍ରାନସଫର୍ମର। ବିସ୍ଫୋରଣରେ ୪ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଜଳଖିଆ ଦୋକାନ ନିକଟରେ ବିସ୍ଫୋରଣ ଘଟି ଦୋକାନରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣରେ ଦୋକାନ ମାଲିକ ଓ ତାଙ୍କ ପୁଅ ସମେତ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।

ପୋଲିସ ପହଞ୍ଚି ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଛି। ସକାଳ ୫ଟା ୩୦ରେ ଦୁର୍ଘଟଣା ଘଟିଥିବା ବେଳେ ନିଆଁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ସବୁଠାରୁ ବଡ଼ କଥା ହେଉଛି ଟ୍ରାନସଫର୍ମର ଫାଟିବା ସମୟରେ ସେହି ସ୍ଥାନରେ ଅଧିକ ଲୋକ ନଥିଲେ । ଯଦିସ ସେହି ସ୍ଥନରେ ପ୍ରତି ଦିନ ସକାଳ ୭ଟା ସମୟରେ ଅଧିକ ଗହଳି ଜମିଥାଏ।

କିନ୍ତୁ ସକାଳ ୫ ଟା ସମୟ ହୋଇଥିବାରୁ ଅଧିକ ଲୋକ କେହି ନଥିଲେ । ଦୋକାନଟି ଅଳ୍ପ ସମୟଧରି ଖୋଲା ହୋଇଥିବା ସମୟରେ ଏଭଳି ଅଘଟଣ ଘଟିଛି। ତେବେ ଘଟଣା ସ୍ଥଳରେ ଅଗ୍ନିସବ ବାହିନୀ ଏବଂ ଇଲେକ୍ଟ୍ରି ଡିପାର୍ଟମେଣ୍ଟର ଅଧିକାରୀ ମାନେ ତଦନ୍ତ ଆରମ୍ଭ କରିଛନ୍ତି।

ସୁଧୁରୁ ନାହାଁନ୍ତି ବିଜେପି କର୍ମି, ଭଡ଼ା ଘରକୁ ନେଇ ବିଜେପି ନେତ୍ରୀଙ୍କ ରାଜଧାନୀରେ ଦବଙ୍ଗଗିରି

ଭୁବନେଶ୍ୱର: ବିଜେପି ନେତ୍ରୀ ଉପାସନା ମହାପାତ୍ର ଓ ତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ଭଡ଼ାଟିଆ ଘର ଛାଡିଲେନି ବୋଲି ଗୁଣ୍ଡା ଲଗାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନୟାପଲି ଥାନାରେ ଉପାସନା ମହାପାତ୍ର ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ନୟାପଲ୍ଲୀ ଅଞ୍ଚଳରେ ଭଡାରେ ରହୁଥିବା ପ୍ରଣବ ରାୟଙ୍କୁ ଆକ୍ରମଣ କରାଯାଇଥିବା ତାଙ୍କ ଝିଅ ତାନ୍ୟା ରାୟ ଲିଖିତ ଅଭିଯୋଗ କରିଛନ୍ତି। ଘର ଖାଲି କରିବାକୁ ଗୁଣ୍ଡାମାନେ ପ୍ରଣବ ରାୟଙ୍କୁ ଧମକାଇବା ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୫୦ରୁ ଅଧିକ ଲୋକ ଘରେ ଧସେଇ ପସିବା ସହିତ ବହୁ ଜିନିଷ ପତ୍ର ଭଙ୍ଗାରୁଜା କରିଛନ୍ତି।

ପ୍ରଣବ ରାୟ ଭଡା ରହୁଥିବା ଘରର କିଣାବିକା ନେଇ ପୂର୍ବରୁ ବିବାଦ ଲାଗିରହିଥିଲା। ପ୍ରଣବ ଭଡା ରହିଥିବା ସତ୍ତ୍ୱେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଘରର ଡିଜାଇନ ବଦଳାଇଥଇଲେ। ଏହି ଘରକୁ କିଣିବା ପାଇଁ ଯୋଜନା କରିଥିଲେ ପ୍ରଣବ। ତେବେ ଏହି ଘରଟିକୁ କିଣିବାକୁ ଉପାସନା ମାଲିକଙ୍କୁ ଟଙ୍କା ଦେଇ ଯୋଜନା କରିଥିବା ପ୍ରଣବ କହିଛନ୍ତି।

ତେବେ ଖୁବ ଶୀଘ୍ର ଘର ଖାଲି କରିବା ପାଇଁ ଧମକ ଦିଆଯାଇଥିବା ପ୍ରଣବ ଅଭିଯୋଗ କରିଛନ୍ତି। ଘର ଛାଡିବା ପାଇଁ କିଛି ଦିନର ସମୟ ମାଗିଥିବାବେଳେ ସମୟ ପୂର୍ବରୁ ଗୁଣ୍ଡା ଲଗାଇ ଉପାସନା ଏବଂ ତାଙ୍କ ସ୍ୱାମୀ ଆକ୍ରମଣ କରିଥିବା ପ୍ରଣବ କହିଛନ୍ତି। ଏହି ଘଟଣାରେ ଉପାସନାଙ୍କ ସମେତ ତାଙ୍କ ସ୍ୱାମୀ ଶୁଭ୍ରାଂଶୁ ବିଶ୍ୱାଳ ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ୧୮ ଜଣଙ୍କ ନାଁରେ ଏତଲା ଦିଆଯାଇଥିବାବେଳେ ୧୪ ଜଣଙ୍କୁ ଅଟକ ରଖାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଏହା ସହିତ ଏକ କାରକୁ ଅଟକ ରଖିଛି ପୋଲିସ୍।

ତୃତୀୟ ଟି-ଟ୍ୱେଣ୍ଟିକୁ ୮ ୱିକେଟରେ ଜିତିନେଲା ଇଂଲଣ୍ଡ

ଅହମଦାବାଦ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ୫ ଟିକିଆ ଟି-ଟ୍ୱେଣ୍ଟି ସିରିଜରେ ଭ୍ରମଣକାରୀ ଦଳର ଲଢ଼ୁଆ ପ୍ରଦର୍ଶନ ଜାରି ରହିଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଇଥିବା ତୃତୀୟ ଟି-ଟ୍ୱେଣ୍ଟିକୁ ୮ ୱିକେଟରେ ଜିତି ନେଇଛି ଇଂଲଣ୍ଡ । ଏଥିସହ ଭ୍ରମଣକାରୀ ଦଳ ୫ ଟିକିଆ ସିରିଜରେ ୨-୧ରେ ଆଗୁଆ ରହିଛି ।

England Won Third T20 By 8 Wickets Against India

ଇଂଲଣ୍ଡ ଟସ୍ ଜିତି ଭାରତକୁ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଅଧିନାୟକ କୋହଲିଙ୍କ ଅପରାଜିତ ୭୭ ରନ୍ ବଳରେ ଭାରତ ୬ ୱିକେଟ୍ ହରାଇ ଭାରତ ୧୫୬ ରନ୍ କରିଥିଲା । ୧୫୭ ରନର ପିଛା କରୁଥିବା ଭ୍ରମଣକାରୀ ଦଳ ୧୮.୨ ବଲରେ ୨ ୱିକେଟ୍ ହରାଇ ମ୍ୟାଚକୁ ୮ ୱିକେଟରେ ଜିତି ନେଇଛି ।

England Won Third T20 By 8 Wickets Against India

ଭ୍ରମଣକାରୀ ଇଂଲଣ୍ଡ ପକ୍ଷରୁ ୱିକେଟ୍ କିପର ଜସ୍ ବଟଲର ଅପରାଜିତ ୮୩ ରନ୍ କରିଥିବା ବେଳେ ଜନି ବେୟାରଷ୍ଟୋ ଅପରାଜିତ ୪୦ ରନ୍ କରିଛନ୍ତି । ଇଂଲଣ୍ଡର ମାର୍କ ଉଡ୍ ୩ଟି ୱିକେଟ୍ ନେଇଥିବା ବେଳେ କ୍ରିସ୍ ଜୋର୍ଦ୍ଦାନ ୨ଟି ୱିକେଟ୍ ନେଇଥିଲେ । ଏବେ ଉଭୟ ଦଳର ନଜର ଚତୁର୍ଥ ଟି-ଟ୍ୱେଣ୍ଟି ଉପରେ । କାରଣ ଇଂଲଣ୍ଡ ଚତୁର୍ଥ ମ୍ୟାଚ୍ ଜିତିଲେ ସିରିଜ୍ ହାତେଇ ନେବ । ଏବଂ ଭାରତ ଆଗାମୀ ୨ଟି ମ୍ୟାଚ୍ ଜିତିଲେ ସିରିଜକୁ ନିଜ କବଜାକୁ ଆଣିବ ।

୭ ସହର ନୁହେଁ ୩୦ ଜିଲ୍ଲାରେ ହେଉ NEET ସେଣ୍ଟର, NTA ଡିଜିଙ୍କୁ ଚିଠି

ଭୁବନେଶ୍ୱର: ୨୦୨୧ ବର୍ଷ ଲାଗି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) NEET UG ପରୀକ୍ଷା ରାଜ୍ୟର ୭ଟି ସ୍ଥାନରେ କରିବା ନେଇ ନିଷ୍ପତ୍ତି ନେଇଛି । ଅନୁଗୁଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ରାଉରକେଲା ଓ ସମ୍ବଲପୁର ଆଦି ୭ଟି ସହରରେ NEET ପରୀକ୍ଷା ନେଇ ନୋଟିସ୍ ପ୍ରକାଶ ରାଇଛି ।

Additional Examination Centres In Odisha For NEET UG 2021

ନୋଟିସ୍ ପ୍ରକାଶିତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏନଟିଏ ଡିଜିଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ ଅତିରିକ୍ତ ପରୀକ୍ଷା କେନ୍ଦ୍ର କରିବା ଲାଗି ଚିଠିରେ ଅନୁରୋଧ କରିଛନ୍ତି । ଭୌଗଳିକ ଦୃଷ୍ଟିରୁ ରାଜ୍ୟର ସମସ୍ତ ସ୍ଥାନର ପରୀକ୍ଷାର୍ଥୀଙ୍କ ଠାରୁ ପରୀକ୍ଷା କେନ୍ଦ୍ର ବହୁତ ଦୂର । ଫଳରେ ଅନେକ ପରୀକ୍ଷାର୍ଥୀ NEET UG ପରୀକ୍ଷା ଦେଇ ନପାରନ୍ତି ।

ଏପରିକି କରୋନା କାରଣରୁ ସ୍ୱଳ୍ପ କେନ୍ଦ୍ରରେ ଶତାଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ମଧ୍ୟ ଅସୁରକ୍ଷିତ ଅଟେ । ଏବଂ କିଛି ଜିଲ୍ଲା ଲକଡାଉନ୍ ଓ ସଟଡାଉନ୍ କରୁଥିବାରୁ ଯାତାୟାତ ସମସ୍ୟା ସୃଷ୍ଟି ହୋଇପାରେ । ଏସବୁକୁ ଦୃଷ୍ଟିରେ ରଖି ସମସ୍ତ ୩୦ ଜିଲ୍ଲାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରିବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

କୋଭିଡ ନିୟମ ଭାଙ୍ଗି ଫସିଲେ ଗୌହର ଖାନ, ୨ ମାସ ଯାଏଁ କରିବେନି ସୁଟିଂ

ମୁମ୍ବାଇ: କରୋନା ସଂକ୍ରମିତ ହୋଇ ମଧ୍ୟ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିଛନ୍ତି ଅଭିନେତ୍ରୀ ଗୗେହର ଖାନ୍ । ଯେଉଁଥିପାଇଁ ତାଙ୍କ ନାମରେ ମୁମ୍ବାଇର ଓଶିବିରା ପୋଲିସ ଷ୍ଟେସନରେ ଏକ ମାମଲା ଦାଏର କରାଯାଇଛି । ମାମଲା ଦାଏର ପରେ FWICE ଅଭିନେତ୍ରୀଙ୍କ ଏଭଳି ଦାୟିତ୍ୱହୀନତା ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହି ଘଟଣାରେ FWICE କହିଛି ଯେ ଗୌହରଙ୍କ ସହ ୨ ମାସ ଯାଏଁ ଆମ ସଦସ୍ୟ ସୁଟିଂ କରିବେନି । FWICEର ପ୍ରେସିଡେଣ୍ଟ ବିଏନ୍ ତିଓ୍ୱାରୀ, ଜେନେରାଲ୍ ସେକ୍ରେଟାରୀ ଅଶୋକ ଦୁବେ, ଟ୍ରେଞ୍ଜରାର ଗଙ୍ଗେଶ୍ୱର ଲାଲ ଶ୍ରୀବାସ୍ତବ ଓ ମୁଖ୍ୟ ପରାମର୍ଶଦାତା ଅଶୋକ ପଣ୍ଡିତ ତଥା ଶରଦ ଶେଲାର ଏକ ପ୍ରେସ୍ ରିଲିଜରେ କହିଛନ୍ତି ଯେ କରୋନା ସଂକ୍ରମିତ ହୋଇ ମଧ୍ୟ ଗୗେହର ଏଭଳି କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବା ବାସ୍ତବରେ ଦାୟିତ୍ୱହୀନତା କାର୍ଯ୍ୟ ।

ଫେଡେରେସନର ଜଣେ ପଦାଧିକାରୀ କହିଛନ୍ତି ଯେ ‘ଏମିତି କରିବା ପୂର୍ବରୁ ସେ ଭୁଲି ଗଲେ ଯେ ତାଙ୍କ ପାଇଁ କେତେ ଲୋକଙ୍କ ଜୀବନ ବିପଦରେ ପଡିବ । ହୋମ୍ କ୍ୱାରେଣ୍ଟାଇନ୍ ଲାଗି ବିଏମସି ପକ୍ଷରୁ ତାଙ୍କ ହାତରେ ଷ୍ଟାମ୍ପ ମଧ୍ୟ ଲଗାଯାଇଥିଲା । ତଥାପି ସେ ଘରୁ ବାହାରି ବିଭିନ୍ନ ସ୍ଥାନରେ ବୁଲିବା ସହ  ସୁଟିଂ କରିଥିଲେ । ତାଙ୍କର ଏଭଳି ଆଚରଣକୁ ଜମାରୁ ଠିକ୍ ବୋଲି ବିବେଚିତ କରାଯାଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି ।

ନଦୀ ଗର୍ଭରୁ ବାହାରିଲା ଶିବ ଲିଙ୍ଗ, ନୀତିକାନ୍ତିରେ ପୂଜାର୍ଚ୍ଚନା କଲେ ସେବାୟତ

ଯାଜପୁର: ଯାଜପୁର ଦଶରଥପୁର ସିଦ୍ଧେଶ୍ୱର ପୀଠ ନିକଟ ବୈତରଣୀ ନଦୀ ଗର୍ଭରୁ ମିଳିଛି ପୁରାତନ ଯୁଗର ବହୁ କୀର୍ତ୍ତିରାଜି । ଏମିତିକି ନଦୀ ଗର୍ଭରୁ ବାହାରିଛି ଏକ ଶିବଲିଙ୍ଗ । ଏହି ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ନଦୀ କୂଳ ଏବଂ ପଠାରେ ଲୋକଙ୍କ ଗହଳି ଜମିଛି । ନଦୀ ଗର୍ଭରୁ ଫୁଟି ବାହାରିଥିବା ଏହି ବିଶାଳ ଶିବଲିଙ୍ଗକୁ ଶିବରାତ୍ରୀରେ ବୈଦିକ ନୀତିକାନ୍ତିରେ ପୂଜାର୍ଚ୍ଚନା କରିଛନ୍ତି ସେବାୟତ ।

ସୂଚନା ଅନୁଯାୟୀ, ଏହା ସହ ୬ରୁ ଅଧିକା ଅମୁହାଁ ମନ୍ଦିର ମଧ୍ୟ ଦୃଶ୍ୟମାନ ହୋଇଛି । ଦେବୀଙ୍କ ଭୂମିରେ ଶିବଙ୍କ ଆଗମନ ଏକ ଅଲୌକିକ ମହିମା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ମନ୍ଦିର ଚାରି ପଟେ ଆହୁରି ପ୍ରସ୍ତର ମୂର୍ତ୍ତି ଓ କୀର୍ତ୍ତିରାଜି ସବୁ ପୋତି ହୋଇ ରହିଥିବା ସ୍ଥାନୀୟ ଅଞ୍ଚଳବାସୀ ମତ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ଇତିହାସ ଓ ସଂସ୍କୃତି ଆଇନାରେ ଯାଜପୁର ଜିଲ୍ଲାର ରିହିଛି ଏକ ସ୍ୱତନ୍ତ୍ର ସ୍ଥାନ। ଦୀର୍ଘ ଦିନରୁ ବାଲି ପାଇଁ ନଦୀ ଖୋଳା ଚାଲିଥିବା ବେଳେ ଏହି ଶିବଲିଙ୍ଗ ଓ ମନ୍ଦିର ସବୁ ଦୃଶ୍ୟମାନ ହୋଇଛି । ସିଦ୍ଧେଶ୍ୱର ପୀଠର ସୁରକ୍ଷା ସହ ମିଳିଥିବା ଐତିହ୍ୟର ଯତ୍ନ ନେବା ପାଇଁ ଜିଲ୍ଲା ପ୍ରଶାସନ ଓ ପ୍ରତ୍ନତତ୍ତ୍ୱ ବିଭାଗ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଇଂଲଣ୍ଡ ଆଗରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ

0

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ବିରାଟ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ । ୪୬ ବଲରେ ୭୭ ରନ୍ ହାସଲ କରିଛନ୍ତି ବିରାଟ୍ । ଏଥିସହିତ ଟିମ୍ ଇଣ୍ଡିଆ ୧୫୬ ରନ୍ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଛି ।

ପ୍ରଥମ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ବିନା କୌଣସି ରନ୍ କରି ଓପନିଂ ବ୍ୟାଟ୍ସମ୍ୟାନ୍ କେ.ଏଲ୍‌ ରାହୁଲ ପେଭିଲିୟନ୍ ଫେରିଯାଇଥିଲେ । କେ.ଏଲ୍‌ ରାହୁଲଙ୍କ ପରେ ଇଷାନ୍ କିଷନ ମାତ୍ର ୪ ରନ୍ କରି ଆଉଟ ହୋଇଥିବା ବେଳେ ରୋହିତ ଶର୍ମା ୧୫ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ । ଶ୍ରେୟାସ ଆୟର ମଧ୍ୟ ମାତ୍ର ୯ରେ ଆଉଟ ହୋଇଯାଇଥିଲେ । ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ ୨୫ ରନ୍ କରିବା ସହ ବିରାଟଙ୍କ ସହ ଇଂନିସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଜସ୍ ବଟଲରଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ । ଏହାପରେ କୋହଲୀଙ୍କ ସହ ମିଶି ୨୦ ଓଭର ଶେଷ ପର୍ଯ୍ୟନ୍ତ ଖେଳିଥିଲେ ହାର୍ଦ୍ଧିକ ପାଣ୍ଡ୍ୟା ।ସେ ୧୫ ବଲ୍‌ରେ ୧୭ ରନ୍ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ପୁରୁଣା ପାଣି ବୋତଲରେ ନୂଆ ଷ୍ଟିକର

ମୁଁ ଓ ମୋ ପତ୍ନୀ ବଞ୍ଚିଛୁ, ଆମର ପେନସନ କରାଇଦିଅ ବାବୁ…

ଭୋପାଳ: ମଧ୍ୟପ୍ରଦେଶର ରାଜଗଢରେ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ଯେଉଁଠି ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ କାଗଜ କଲମରେ ମୃତ ଘୋଷଣା କରାଯାଇ ସେମାନଙ୍କର ପେନସନ ବନ୍ଦ କରି ଦିଆଯାଇଛି । ଯାହା ପରେ ସମ୍ପୃକ୍ତ ଦମ୍ପତ୍ତି ନିଜକୁ ଜୀବିତ ବୋଲି କହିବା ସହ ପେନସନ କରାଇ ଦେବା ଲାଗି ସ୍ଥାନୀୟ ଏସଡିଏମଙ୍କୁ ଗୁହାରୀ କରିଛନ୍ତି ।

ଏସଡିଏମଙ୍କୁ ଗୁହାରୀ କରିବା ସହ କହିଛନ୍ତି ଯେ, ମୁଁ ଓ ମୋ ପତ୍ନୀ ବଞ୍ଚିଛୁ, ଆମର ପେନସନ କରାଇଦିଅନ୍ତୁ ବାବୁ…। ଏହି ଘଟଣା ରାଜଗଢ ଜିଲ୍ଲାର ବ୍ୟାବରା ଜନପଦ ପଞ୍ଚାୟତର ଗାଁଓ ବୈଳାସର । ବୃଦ୍ଧ ଦମ୍ପତ୍ତି ବଦ୍ରିଲାଲ୍ ସୋଦ୍ଧିୟା ଓ ତାଙ୍କ ପତ୍ନୀ ସୋରମ୍ ବାଇଙ୍କର ପେନସନ କୗେଣସି କାରଣବଶତଃ ବନ୍ଦ ହୋଇଯାଇଥିଲା । ଏହାର କାରଣ ଜାଣିବା ପାଇଁ ସେ ଜନପଦ ପଞ୍ଚାୟତ ଅଫିସ ପହଞ୍ଚିଥିଲେ । ହେଲେ ସେଠାରେ ସେ ଯାହା ଶୁଣିଲେ ତାହା ତାଙ୍କ ହୋସ୍ ଉଡାଇ ଦେଲା ଭଳି ଥିଲା ।

ଜନପଦ ପଞ୍ଚାୟତର ଜଣେ ଅଧିକାରୀଙ୍କ ମୁତାବକ ବୃଦ୍ଧ ଦମ୍ପତ୍ତି ଦୁହେଁ ମୃତ୍ୟୁ ବରଣ କରିସାରିଛନ୍ତି । ଯେଉଁଥିପାଇଁ ୨୦୨୦ ମସିହା ନଭେମ୍ବର ୧୫ ତାରିଖରେ ସେମାନଙ୍କୁ ମୃତ ଘୋଷଣା କରାଯିବା ସହ ପେନସନ ବନ୍ଦ କରାଯାଇଥିଲା। ଏହି କଥା ଶୁଣିବା ପରେ ନିଜକୁ ଜୀବିତ ବୋଲି ପ୍ରମାଣିତ କରିବା ଲାଗି ସେ ଅଫିସର ଚକ୍କର କାଟିବାରେ ଲାଗିଛନ୍ତି ।

ତେବେ ଏହି ଘଟଣାରେ ଏସଡିଏମ୍ ନିଧି ସିଂହ ଯଥାଶୀଘ୍ର ତାଙ୍କର ପେନସନ କରାଇଦେବା ଓ ଏଭଳି ଅବହେଳା କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା ନେଇ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ । ୨୦୧୫ରୁ ପ୍ରଭୁ ଲିଙ୍ଗରାଜଙ୍କର ହାଣ୍ଡି ଭାଙ୍ଗି ଯାତ୍ରା ବନ୍ଦ ରହିଛି । ଚଳିତ ବର୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଯାତ୍ରା ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ । ଶୃଙ୍ଖଳିତ ଭାବେ ହାଣ୍ଡି ଭଙ୍ଗା ଯାତ୍ରା ଆୟୋଜନ କରିବା ପାଇଁ ଆଲୋଚନା ହୋଇଛି ।

Preparatory Meeting On Shri Lingaraj Handi Bhanga Yatra

କପିଳେଶ୍ୱର ମନ୍ଦିର ଟ୍ରଷ୍ଟ ବୋର୍ଡ ସହ ଆଲୋଚନା କରିଛି ପ୍ରଶାସନ । ଆସନ୍ତାକାଲି ମଲିଆ ସେବାୟତ ଓ ଖୁଣ୍ଟିଆ ସେବାୟତଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ । ହାଣ୍ଡି ଭଙ୍ଗା ଯାତ୍ରାରେ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ନିବେଦନ କରିବ ।

Preparatory Meeting On Shri Lingaraj Handi Bhanga Yatra

ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ଆୟୋଜନ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଦେବତ୍ତୋର ବିଭାଗ ଅତିରିକ୍ତ କମିଶନର, ବିଏମସି ଅତିରିକ୍ତ କମିଶନର, ଲିଙ୍ଗରାଜ ମନ୍ଦିର ପ୍ରଶାସକ ଓ ବରିଷ୍ଠ ପୋଲିସ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ପୁରୁଣା ପାଣି ବୋତଲରେ ନୂଆ ଷ୍ଟିକର

ବଲାଙ୍ଗିର: ଗ୍ରାହକଙ୍କ ବିଶ୍ୱାସରେ ବିଷ । ଗୋଦାମରେ ଗଚ୍ଛିତ ଏକ୍ସପାରି ପାଣି ବୋତଲର ଷ୍ଟିକର ଛଡ଼ାଇ ଲଗାଯାଉଛି ନୂଆ ଷ୍ଟିକର, ହେବ ବିକ୍ରି । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଚଢ଼ାଉ କରିଥିଲା ପ୍ରଶାସନ । ରେଡ୍ ବେଳେ ବ୍ରହ୍ମପୁରା ସ୍ଥିତ ଗୋଦାମରୁ ବର୍ଷେ ତଳୁ ଏକ୍ସପାରୀ ହୋଇ ଯାଇଥିବା ବିସ୍ଲେରିର ପାଣି ବୋତଲ ମିଳିଛି । ୫୦୦ ଏମ୍ଏଲର ଏସବୁ ପାଣି ବୋତଲର ଏକ୍ସପାରୀ ଡେଟ୍ ୨୦୨୦ ଫେବ୍ରୁଆରୀ ମାସରୁ ସରିଲାଣି । ତଥାପି ଗୋଦାମରେ ପଡ଼ି ରହିଛି । ପୁଣି ବିକ୍ରି ଲାଗି ବୁଦ୍ଧି ଖଟାଇଛନ୍ତି ଷ୍ଟକିଷ୍ଟ । ପୁରୁଣା ଏକ୍ସପାରୀ ପାଣି ବୋତଲରେ ଲଗାଉଛନ୍ତି ନୂଆ ଷ୍ଟିକର ।

Huge Amount Of Expired Bisleri Water Bottle Seized In Balangir

ପୁରୁଣା ବିସ୍ଲେରି ବୋତଲର ନୂଆ ଷ୍ଟିକରିଂ ବେଳେ ପ୍ରଶାସନ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରେଡ୍ କରିଥିଲା । ଚଢ଼ାଉରୁ ଜଣାପଡ଼ିଛି ପାଟଣାଗଡ଼ ଏସ୍ ଏସ୍ ବିସ୍ଲେରି ଫ୍ୟାକ୍ଟ୍ରିରେ ପ୍ୟାକିଂ ହୋଇଥିବା ପାଣି କରୋନା ଯୋଗୁଁ ବିକ୍ରି ହୋଇପାରି ନଥିଲା । ଉକ୍ତ ଏକ୍ସପାରୀ ବୋତଲକୁ ବ୍ରହ୍ମପୁରରା ବିଶେଶ୍ୱର ପାଣିଗ୍ରାହୀ ନାମକ ବ୍ୟକ୍ତି କିଣିବା ପରେ ରି-ଷ୍ଟିକରିଂ କରୁଥିଲେ ବିକ୍ରି ଲାଗି । ପୋଲିସ ବିଶେଶ୍ୱରଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Huge Amount Of Expired Bisleri Water Bottle Seized In Balangir

ପେଟି ପେଟି ଏକ୍ସପାରୀ ବିସ୍ଲେରି ପାଣି ଜବତ ପରେ ପ୍ରଶାସନ ଏସ୍ ଏସ୍ ବିସ୍ଲେରିର ଫ୍ୟାକ୍ଟ୍ରିରେ ଚଢ଼ାଉ କରିଛି । ଏଥିସହ ଏସ୍ ଏସ୍ ଇଣ୍ଡଷ୍ଟ୍ରିଜର ମାଲିକଙ୍କୁ ପଚରାଉଚରା କରୁଛି ପୋଲିସ । ରେଡ୍ ବେଳେ କମ୍ପାନୀର ପୁରୁଣା କାରଖାନାରୁ ବିପୁଳ ଡିସଟ୍ରିଲ ୱାଟର ମିଳିଛି । ତେବେ ଉକ୍ତ ବୋତଲରେ କଳିଙ୍ଗ ଗେସେ୍ସ୍ କମ୍ପାନୀର ଲେବଲ୍ ରହିଛି । ଲାଇସେନ୍ସ ନ ଥାଇ ଏସଏସ ଇଣ୍ଡଷ୍ଟ୍ରିଜ୍ ବେଆଇନ୍ ଭାବେ ଡିସଟ୍ରିଲ ୱାଟର ବିକ୍ରି କରୁଥିବା ଜଣାପଡ଼ିଛି । ବରମପୁରାରେ ଥିବା ଅନ୍ୟ ଏକ ଗୋଦାମରେ ବି ରେଡ୍ କରିଛି ପ୍ରଶାସନ ।

Huge Amount Of Expired Bisleri Water Bottle Seized In Balangir

ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଯାଥିବା ବେଲେ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ରେଡ୍ ଓ ପ୍ରାଥମିକ ତଦନ୍ତରୁ ପ୍ରଶାସନ ହାତରେ ଠୋସ ପ୍ରମାଣ ଲାଗିଛି । ବିଶେଶ୍ୱର ଓ ସରୋଜକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।