ରାଉରକେଲା: ରାଉରକେଲା ବିଜେଡିର ପ୍ରେସମିଟ୍। ଇସ୍ପାତ ଜେନେରାଲ ହସ୍ପିଟାଲକୁ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ କରିବା ପାଇଁ ୨୦୧୫ ମସିହାରେ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ । ତେବେ ପ୍ରତିୃଶୃତି ଅନୁସାରେ ମେଡିକାଲ କଲେଜ ହୋଇନଥିବାରୁ ପ୍ରଧାନମନ୍ତ୍ରୀ ରାଉରକେଲା ଏବଂ ଓଡ଼ିଶା ପ୍ରତି ଅବହେଳା ଓ ପ୍ରତାରଣା କରିଥିବା ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେଡି। ଏପରିକି ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇଁ ଆବଶ୍ୟକ ଭିତ୍ତିଭୂମି, ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇନାହିଁ। ଏଭଳିସ୍ଥଳେ ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି କେବଳ ସୁପର ସ୍ପେଶିଆଲିଟି ହସ୍ପିଟାଲ କୋଠାଘରର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି, ଯାହାକୁ ରାଉରକେଲାବାସୀ ବିରୋଧ କରିଛନ୍ତି ବୋଲି ପ୍ରେସ୍ମିଟରେ ବିଜେଡି କହିଛି। ସହରର ନାଗରିକ କମିଟି ସମେତ ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଓ ବୁଦ୍ଧିଜୀବୀମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ୧୯ ତାରିଖରେ ମାନଵ ଶୃଙ୍ଖଳ କରି ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସମର୍ଥନ ଘୋଷଣା କରିଛି ବିଜେଡି ।
ମଡେର୍ଣ୍ଣା ଟିକାର ମାନବ ପରୀକ୍ଷଣ ଆରମ୍ଭ, ୬ମାସରୁ ୧୨ବର୍ଷ ପିଲାଙ୍କ କ୍ଷେତ୍ରରେ ହେବ ପରୀକ୍ଷଣ
ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍ ବୟସ୍କଙ୍କୁ ମିଳିବ କରୋନା ଟିକା। ଟିକାର ମାନବ ପରୀକ୍ଷଣ ଆରମ୍ଭ କରିଛି ମଡେର୍ଣ୍ଣା। ୬ମାସରୁ ୧୨ବର୍ଷ ପିଲାଙ୍କ କ୍ଷେତ୍ରରେ ମଡେର୍ଣ୍ଣା ଟିକା ପରୀକ୍ଷଣ କରାଯିବ। ଏଥିରେ ଆମେରିକା ଓ କାନ୍ନାଡ଼ାରୁ ୬ ହଜାର ୭୫୦ ସୁସ୍ଥ ଶିଶୁଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
ଏହି ପ୍ରକ୍ରିୟାରେ ସାମିଲ ଶିଶୁଙ୍କୁ ୨୮ ଦିନ ମଧ୍ୟରେ ଟିକାର ୨ଟି ଡୋଜ୍ ଦିଆଯିବ। ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷଣ କରାଯିବ। ଗୋଟିଏ ପର୍ଯ୍ୟାୟରେ ୨ରୁ ୧୨ ବର୍ଷ ବୟସର ପିଲାଙ୍କୁ ଟିକା ଦିଆଯିବ ଓ ଅନ୍ୟ ପର୍ଯ୍ୟାୟରେ ୬ ମାସରୁ ୨ବର୍ଷ ବୟସର ପିଲାଙ୍କୁ ସାମିଲ କରାଯାଇ ଟିକା ଦିଆଯିବ ବୋଲି ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ମଡେର୍ଣ୍ଣା ଟିକାକୁ ଆମେରିକାରେ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି। ଅନ୍ୟ ଦୁଇ ଭାକ୍ସିନ୍ ଫାଇଜର-ବାୟୋଏନ୍ଟେକ୍ ଓ ସିଙ୍ଗଲ ଡୋଜ୍ ଭାକ୍ସିନ ଜନସନ ଆଣ୍ଡ ଜନସନକୁ ଆମେରିକାରରେ ବ୍ୟବହାର ଲାଗି ଅନୁମତି ଦେଇଚନ୍ତି ସରକାର।
PM Modi Meeting With CM’s : ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା,ନୂଆ କରୋନା କଟକଣା ନେଇ ହୋଇପାରେ ମାନସ ମନ୍ଥନ
ନୂଆଦିଲ୍ଲୀ: ମହାରାଷ୍ଟ୍ର ସହିତ ଦେଶର ଆଉ କିଛି ରାଜ୍ୟରେ କରୋନା ଆତଙ୍କ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିଛି । ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲଚନା କରିବେ । ଭର୍ଚୁଆଲ ମାଧ୍ୟମରେ ହେବାକୁ ଥିବା ଏହି ଆଲୋଚନାରେ କୋଭିଡ୍ ଦ୍ୱିତୀୟ ଲହରି ନେଇ ଆଲୋଚନା ହେବା ସହ ନୂଆ କଟକଣାକୁ ନେଇ କୌଣସି ବଡ ନିଷ୍ପତ୍ତି ନିଆଯାଇପାରେ । ସୂଚନାଯୋଗ୍ୟ ଯେ, କିଛି ରାଜ୍ୟର ସରକାର ନିଜ ରାଜ୍ୟର ପ୍ରମ୍ମୁଖ ସହରରେ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ କରିଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଟିକାକରଣ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରିଥିଲେ ।
ଆଜି ମଧ୍ୟାହ୍ନ ୧୨.୩୦ରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଆରମ୍ଭ ହେବ । କୁହାଯାଉଛି ଯେ, ବୈଠକରେ ପ୍ରଧାନମନ୍ତ୍ରୀ କରୋନା ଟିକାକରଣ କାର୍ଯ୍ୟକ୍ରମ ଓ ଭାଇରସକୁ ପୁଣି ପ୍ରସାରିତ ହେବାରୁ ରୋକିବା ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ତାକୁ ନେଇ ଆଲୋଚନା ହେବ ।
କରୋନା ସଂକ୍ରମଣ ମାମଲାରେ ମହାରାଷ୍ଟ୍ର ଆଗରେ
ମିଡିଆ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୨୮ ହଜାର କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ବେଳେ କେବଳ ମହାରାଷ୍ଟ୍ରରୁ ୧୮ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଯାହାର ଅର୍ଥ ହେଉଛି ଦେଶରେ ଯେଉଁ ସବୁ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ତାହାର ଅର୍ଦ୍ଧାଧିକ ମାମଲା କେବଳ ମହାରାଷ୍ଟ୍ରରୁ ଆସୁଛି
କିଛି ରାଜ୍ୟରେ ନାଇଟ୍ କର୍ଫ୍ୟୁ
ମହାରାଷ୍ଟ୍ର ସହିତ ଆଉ କିଛି ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣରେ ଅଚାନକ ବୃଦ୍ଧି ଆସିଛି । ଯାହାକୁ ଦେଖି ସେଠାକାର ସରକାର କଠୋର ପଦକ୍ଷେପ ନେଉଛନ୍ତି । ଗୁଜୁରାଟ ସରକାର ଅହମ୍ମଦାବାଦ,ସୁରଟ,ବଡୋଦରା ଓ ରାଜକୋଟରେ ନାଇଟ କର୍ଫ୍ୟୁକୁ ୨ ଘଣ୍ଟା ବଢାଇ ଦେଇଛନ୍ତି । ସେହିଭଳି ମଧ୍ୟପ୍ରଦେଶର ୧୦ ସହରରେ ରାତି ୧୦ଟା ପରେ ଦୋକାନବଜାର ବନ୍ଦ କରିବାକୁ ଆଦେଶ ଦିଆଯାଇଛି ।
ବିଜେପି ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ: ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର
ନୂଆଦିଲ୍ଲୀ: ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି। ସେ ହିମାଚଳପ୍ରଦେଶର ମଣ୍ଡି ଲୋକସଭା ସିଟରୁ ବେଜିପି ସାଂସଦ ଥିଲେ । ଦିଲ୍ଲୀର ଆରଏମଏଲ ହସ୍ପିଟାଲ ନିକଟସ୍ଥ ଗୋମତି ଆପାର୍ଟମୋଣ୍ଟରେ ଥିବା ତାଙ୍କ ନିବାସରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ବର୍ତ୍ତମାନ ,ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ହେଲେ କୁହାଯାଉଛି ଯେ ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ।
ସାଂସଦଙ୍କ ଘରେ କାମ କରୁଥିବା କର୍ମଚାରୀ ତାଙ୍କ ମୃତ୍ୟୁର ଖବର ପୋଲିସକୁ ଦେଇଥିଲେ । ଦିଲ୍ଲୀ ପୁଲିସ ମୁତାବକ ସାଂସଦ ରାମସ୍ୱରୂପ ଶର୍ମାଙ୍କ କୋଠରୀର କବାଟ ଭିତରପଟୁ ବନ୍ଦ ଥିଲା । ଏବଂ ସେହି କୋଠରୀରେରୁ ହିଁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।
BJP MP from Mandi, Ram Swaroop Sharma died allegedly by suicide in Delhi. Police received a call from a staffer. He was found hanging and the door was closed from inside: Delhi Police
Visuals from Gomti Apartments where he was found dead. pic.twitter.com/OVOs1NP5W2
— ANI (@ANI) March 17, 2021
ସୂଚନା ମୁତାବକ, ବର୍ତ୍ତମାନ କେନ୍ଦ୍ର ରାଷ୍ଟ୍ର ଅର୍ଥ ମନ୍ତ୍ରୀ ଅନୁରାଗଠାକୁର ତାଙ୍କ ବାସଭବନରେ ପହଞ୍ଚିଛନ୍ତି । କିଛି ସମୟ ପରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହ ନର୍ଥ ଏଭେନ୍ୟୁରେ ସାଂସଦଙ୍କ ପାର୍ଥିବ ଶରୀର ଦର୍ଶନ କରିବାକୁ ପହଞ୍ଚିବେ ।
ଗଣତନ୍ତ୍ରର ହତ୍ୟା ବିରୋଧରେ ବିଜେଡିର ପଦଯାତ୍ରା,ରାଜଭବନ ଅଭିମୁଖେ ବିଜେଡି ବିଧାୟକ
ଭୁବନେଶ୍ୱର: ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗ। ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଗୃହ ଅଚଳ। ଚାରି ଦିନ ହେଲା ଅଚଳ ରହିଛି ବିଧାନସଭା। ସେପଟେ ଦିନ ୧୨ ଟା ଯାଏ ମୁଲତବି ରହିଛି ଗୃହ। ଆଜି ଗୋଟିଏ ମିନିଟ୍ ପାଇଁ ଚାଲିପାରିନଥିଲା ଗୃହ।
ଅନ୍ୟପକ୍ଷରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଗୃହ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ ଦ୍ୱାରା ବିଧାନସଭାର ଗରିମା କ୍ଷୁର୍ଣ୍ଣ ହୋଇଛି ବୋଲି ଅଭିଯୋଗ କରି ବିଜେଡି ପକ୍ଷରୁ ରାଜଭବନ ଅଭିମୁଖେ ପଦଯାତ୍ରା ହୋଇଥିଲା। ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ନେଇ ରାଜ୍ୟପାଳଙ୍କୁ ଜଣାଇବ ବିଜେଡି। ବିଜେଡି ବିଧାୟକ ରାଜଭବନକୁ ପଦଯାତ୍ରାରେ ଯାଇଛନ୍ତି । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ବିଜେଡି ଆଗରୁ ଦାବି କରି ଆସୁଛି । ସୁବାସ ପାଣିଗ୍ରାହୀ ଯେଉଁ ପଦକ୍ଷେପ ନେଇଥିଲେ ତାହା ବ୍ୟକ୍ତିଗତ ଥିଲା ନା ଦଳର ଆଭିମୁଖ୍ୟ ଥିଲା ତାକୁ ବିଜେପି ସ୍ପଷ୍ଟ କରୁ ବୋଲି ପଦଯାତ୍ରା ବେଳେ ବିଧାୟକ ଦାବି କରିଛନ୍ତି ।
ସୁବାସ ପାଣିଗ୍ରାହୀ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାଶ। ‘ଆତ୍ମହତ୍ୟା ଏକ ଅପରାଧପ୍ରବଣ ମାନସିକତା ଏଣୁ ବିଧାୟକ କ୍ଷମା ମାଗିବା ଉଚିତ୍ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାଶ। ସୁବାସ ପାଣିଗ୍ରାହୀ ବେଆଇନ କାମ କରିଛନ୍ତି, ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ରୋହିତ ପୂଜାରୀ କହିଛନ୍ତି। ବିଜେପି ସଦସ୍ୟମାନେ ଗୃହକୁ ଚଳାଇ ଦେଉନାହାନ୍ତି। ସେମାନେ ଗୃହର ମର୍ଯ୍ୟାଦା ହାନି କରୁଥିବା କହିଛନ୍ତି ବିଧାୟକ ଶଶି ଭୂଷଣ ବେହେରା।
ବିଧାନସଭା ଏକ ଆଲୋଚନାର ଗୃହ, ଆତ୍ମହତ୍ୟାର ଗୃହ ନୁହେଁ ବୋଲି କହିଛନ୍ତି ପ୍ରଣବ ବଳବନ୍ତରାୟ। ସେହିଭଳି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଏହା ବିଜେପି ବିଧାୟକଙ୍କ ଅପରିପକ୍ୱତା।
ପୋଲିସ କବଜାରେ ୪ ଜଣିଆ ଡ଼କାୟତ ଗ୍ୟାଙ୍ଗ, ୨୧ହଜାର ଟଙ୍କା ସହ ମାରଣାସ୍ତ୍ର ଜବତ
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ କବଜାରେ ୪ ଡ଼କାୟତ। ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ଟଙ୍କା , ଗୋଟିଏ ଭୁଜାଲି ଓ କାତି ଜବତ କରିଛି। ସୂଚନା ଅନୁସାରେ ନୃସିଂହ ଜେନା ନାମକ ଜଣେ ବ୍ୟବସାୟୀ ୧୫ ତାରିଖ ଭୋର ୩ ଟା ବେଳେ ବାଲିପଟ୍ଟା ଅଞ୍ଚଳରୁ ଏକ ପିକଅପ ଭ୍ୟାନରେ ଦୁଇଜଣ ସାଥୀଙ୍କ ସହ ତାଳଚେର ର ଥର୍ମାଲ ସାପ୍ତାହିକ ହାଟକୁ ପରିବା କିଣିବା ପାଇଁ ଆସୁଥିଲେ।

ସେହି ସମୟରେ କଣ୍ଢାଳ ନିକଟ ତାରିଣୀ ମନ୍ଦିର ପାଖରେ ୬ ଜଣ ଯୁବକ ମୋଟରସାଇକେଲରେ ଆସି ଭ୍ୟାନକୁ ଅଟକାଇବା ସହ ଭୁଜାଲି ଓ କାତି ଦେଖାଇ ନୃସିଂହ ଓ ତାଙ୍କ ସାଥୀଙ୍କ ଠାରୁ ୭୯ ହଜାର ୨୦୦ ଟଙ୍କା ଲୁଟକରି ଫେରାର ହୋଇଯାଇଥିଲେ। ଅଭିଯୋଗ ପାଇଲା ପରେ ତାଳଚେର ପୋଲିସ ବିଭିନ୍ନ ଜାଗାରେ ଚଢ଼ାଉ କରି ଅଭିଯୁକ୍ତ ତାଳଚେର ବାଘୁଆବୋଲ ଅଞ୍ଚଳର ସତ୍ୟଜିତ ନାଏକ, ଆନନ୍ଦ ନାଏକ,ଏବଂ ଢେଙ୍କାନାଳର ବବୁଲ ବେହେରା, କଣ୍ଟାବଣିଆର ଚନ୍ଦନ ପାତ୍ରଙ୍କୁ ଗିରଫ କରି ତାଙ୍କଠାରୁ ନଗଦ ୨୧ ହଜାର ଟଙ୍କା ସହ ଗୋଟିଏ ଭୁଜାଲି ଓ କାତି ଜବତ କରିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।
ଛ’ ମାସର ଝିଅକୁ ଫେରି ପାଇଲା ମା’,ଅଲଗା କରିଥିଲେ ଶାଶୁଘର ଲୋକ
ମୟୂରଭଞ୍ଜ: ଥାନାରେ ମାମଲା ପରେ ଶିଶୁକନ୍ୟାକୁ ଫେରି ପାଇଲା ମା । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନାରେ ଏକ ମାମଲାକୁ ଭିତ୍ତିକରି ବାରିପଦା ଟାଉନଥାନା ପୋଲିସ ରଘୁନାଥପୁର ଅଞ୍ଚଳରୁ ଏକ ଛଅ ମାସର ଶିଶୁକନ୍ୟାକୁ ଉଦ୍ଧାର କରି ମାକୁ ହସ୍ତାନ୍ତର କରିଛି । ରାଇରଙ୍ଗପୁର ସହରର ଝିଅ ମୌସୁମୀ ଡୋଗ୍ରା ବାରିପଦାର ରଘୁନାଥପୁର ଅଞ୍ଚଳର ସୁବ୍ରତ ରାଉତଙ୍କୁ ୨୦୧୯ରେ ବିବାହ କରିଥିଲେ । ତାଙ୍କର ଛଅ ମାସର ଏକ ଶିଶୁକନ୍ୟା ଅଛି । ମାତ୍ର ଶିଶୁକନ୍ୟାଟି ୧୧ ଦିନର ହୋଇଥିବା ବେଳେ ଶାଶୁଘର ଲୋକେ ମୌସୂମୀ ଉପରେ ନିର୍ଯାତନା ଦେଇଥିଲେ । ପରେ ମୌସୁମୀଙ୍କୁ ତାଙ୍କ ବାପଘରକୁ ପଠାଇ ପିଲାଟିକୁ ଛଡାଇ ରଖିଥିଲେ । ଏ ସମ୍ପର୍କରେ ରାଇରଙ୍ଗପୁର ଟାଉନଥାନାରେ ମାମଲା ରୁଜୁ ହେବାପରେ ପୋଲିସ ସୌସୁମୀଙ୍କ ସ୍ଵାମୀ ଏବଂ ତାଙ୍କ ବାପାଙ୍କୁ ଅଟକ ରଖିବା ସହ ଶିଶୁକନ୍ୟାକୁ ମାଆକୁ ହସ୍ତାନ୍ତର କରିଛି ।
ଆଜିଠୁ କୋଭିଡ୍ ଟିକା ନେବେ ପୁରୀ ଶ୍ରୀମନ୍ଦିରର ସେବାୟତ
ପୁରୀ: ଆଜିଠୁ କୋଭିଡ୍ ଟିକା ନେବେ ପୁରୀ ଶ୍ରୀମନ୍ଦିରର ସେବାୟତ। ଲୋକନାଥ ରୋଡ୍ ପ୍ରତିହାରୀ ନିଯୋଗ ବୈଠକ ଘରେ ଶିବିରର ଆୟୋଜନ କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ହେବ ଟିକାକରଣ। ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ। ୬୦ ବର୍ଷରୁ ଅଧିକ ବୟସ୍କ ସେବାୟତ ପ୍ରଥମେ ଟିକା ନେବେ। ଅନ୍ୟାନ୍ୟ ରୋଗ ଥିଲେ ୪୫ ବର୍ଷୀୟ ସେବାୟତ ଟିକା ନେଇପାରିବେ। ତେବେ ଟିକାକରଣ ବେଳେ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ଟିକା କେନ୍ଦ୍ରକୁ ୪୫ରୁ ୫୯ବର୍ଷୀୟ ବୟସ୍କ ସମସ୍ତେ ଆଧାର କାର୍ଡ ଆଣିବାପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରତିଦିନ ହଜାର ହଜାର ସଂଖ୍ୟକ ଲୋକ ଶୀଜିଉଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଅନ୍ୟ ରାଜ୍ୟର ବି ଅନେକ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଆସୁଛନ୍ତି। ଫଳରେ ଶୀମନ୍ଦିର ସେବାୟତଙ୍କୁ କରୋନା ସଂକ୍ରମଣ ଆଶଙ୍କା ରହିଛି। ସେବାୟତଙ୍କ ସ୍ୱାସ୍ଥ୍ୟର ଯତ୍ନ ପାଇଁ ପୁରୀ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।



