ଡିଲ୍ ବେଳେ ରେଡ୍; ବାଘଛାଲ ସହ ହାତୀ ଦାନ୍ତ ଜବତ, ୨ ବେପାରୀ ଗିରଫ

1 min read
STF Seized Leopard Skin And Elephant Tusk From Nayagarh

ଭୁବନେଶ୍ୱର: ନୟାଗଡ଼ ଗଣିଆ-ଚାମୁଣ୍ଡିଆ ରୋଡର ମାଆ କଳାପାଟ ମନ୍ଦିର ନିକଟରେ ବାଘଛାଲ ଡିଲ୍ ବେଳେ କ୍ରାଇମବ୍ରାଞ୍ଚ STF ରେଡ୍ କରିଛି । ଗୋଟିଏ ହାତୀଦାନ୍ତ ସହ ଚିତା ବାଘଛାଲ ଜବତ କରିଛି ଏସଟିଏଫ୍ । ଲକ୍ଷାଧିକ ଟଙ୍କାର ଡିଲ୍ ବେଳେ ୨ ବାଘଛାଲ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।

STF Seized Leopard Skin And Elephant Tusk From Nayagarh

ଗିରଫ ୨ଜଣ ହେଲେ ଚକ୍ରଗଡ଼ର ରମେଶ ପ୍ରତିହାରୀ ଓ ବେଠିଆସାହିର ବିମ୍ବାଧର ତରାଇ । ଉଭୟଙ୍କୁ ଗିରଫ କରାଯାଇ ଏସିଟିଏଫ୍ ମାମଲା ରୁଜୁ କରିଛି । ଜବତ ବାଘଛାଲ ଓ ହାତୀ ଦାନ୍ତକୁ କେମିକାଲ୍ ଏକଜାମିନେସନ୍ ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ । ଏବେ ମାମଲାର ତଦନ୍ତ ଜାରି ରହିଛି ।

STF Seized Leopard Skin And Elephant Tusk From Nayagarh

ବର୍ଷକ ମଧ୍ୟରେ ଏସଟିଏଫ୍ ୧୩ଟି ବାଘଛାଲ ଜବତ କରିଥିବା ବେଳେ ୯ଟି ହାତୀଦାନ୍ତ, ୨ଟି ହରିଣ ଛାଲ, ୩ଟି ଜୀବନ୍ତ ବଜ୍ରକାପ୍ତା ଏବଂ ୫ଟି ବଜ୍ରକାପ୍ତା କାତି ଜବତ କରିଛି । ୨୭ ବନ୍ୟପ୍ରାଣୀ ଅପରାଧୀ ଗିରଫ ହୋଇଥିବା ବେଳେ ମୋଟ୍ ୧୫ଟି କେସ୍ ରୁଜୁ କରାଯାଇଛି ।

Leave a Reply