କୁମ୍ଭମେଳାରୁ ଫେରିବା ପରେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ, ରାତିରୁ ସେମିତି ପଡ଼ିଛି ମୃତଦେହ

Kumbha Returnee Deadbody In Home Since Last Night In Boudh

ବୌଦ୍ଧ: ସଂକ୍ରମଣ ଭୟ, ଶବକୁ ଛୁଉଁ ନାହାଁନ୍ତି ସମ୍ପର୍କୀୟ । ଘରେ ଭିତରେ ଶନିବାର ରାତିରୁ ସେମିତି ପଡ଼ି ରହିଛି ମୃତଦେହ । ୯ ଘଣ୍ଟାରୁ ଅଧିକ ସମୟ ହେଲା ମୃତଦେହ ଘର ଭିତରେ ପଡ଼ି ରହିଥିଲେ ବି କେହି ଛୁଉଁ ନାହାଁନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ଗାଁରେ ।

Kumbha Returnee Deadbody In Home Since Last Night In Boudh

ଗାଁର ଜଣେ ଅବସରପ୍ରାପ୍ତ ଶିକ୍ଷକ ଉତ୍ତରାଖଣ୍ଡ କୁମ୍ଭ ମେଳାରୁ ଗତ ୨୦ ତାରିଖରେ ବ୍ରହ୍ମପୁର ଦେଇ ଫେରିଥିଲେ । ତା’ପରେ ୨୨ ତାରିଖରେ ତାଙ୍କର ସ୍ୱାବ୍ ଟେଷ୍ଟ ପାଇଁ ନିଆଯାଇଥିଲା । ସେବେଠୁ ତାଙ୍କୁ ଜର ଲାଗି ରହିବା ସହ ଅନ୍ୟ ଲକ୍ଷଣ ଥିଲା । ଆଜି ଯାଏ ସ୍ୱାବ୍ ରିପୋର୍ଟ ଆସିନଥିବା ବେଳେ ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଛି ।

ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୋଭିଡ୍ ରିପୋର୍ଟ ପଜିଟିଭ୍ ନା ନେଗେଟିଭ୍ କିଛି ଜଣା ପଡ଼ିନଥିବାରୁ ମୃତଦେହକୁ ଚାରି କାନ୍ଧ ତ ଦୂରର କଥା କେହି ସ୍ପର୍ଶ ବି କରୁନାହାଁନ୍ତି । ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ହରଭଙ୍ଗା ବିଡିଓ ଓ ତହସିଲଦାର । ଏଯାଏଁ ଶବ ପଡ଼ି ରହିଛି ।

Leave a Reply