ମାନିଲେନି ସଟଡାଉନ୍; ଲୁଚାଛପାରେ ବିକିଲେ ମାଛ, ପୋଲିସ ଗୋଡ଼ାଇବାରୁ ଦୌଡ଼ି ପଳାଇଲେ

ରାଉରକେଲା: ସଂକ୍ରମଣ ରୋକିବାକୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ୍ ଲାଗୁ ହୋଇଛି । ସପ୍ତାହନ୍ତ ସଟଡାଉନ୍ ପାଇଁ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଲେ ସବୁକିଛି ବନ୍ଦ ରହିଛି । ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବି ଲାଗୁ ହୋଇଛି ୱିକେଣ୍ଡ ସଟଡାଉନ୍ । ଶନିବାର ଭଳି ରବିବାର ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି ପ୍ରଶାସନ ।

Fish Sellers Defy Covid Shutdown In Rourkela

ସଟଡାଉନ୍ ପାଇଁ ଔଷଧ ଦୋକାନକୁ ବାଦ୍ ଦେଲେ ସମସ୍ତ ବ୍ୟବସାୟ ବନ୍ଦ ନିର୍ଦ୍ଦେଶ ରହିଛି । ତଥାପି ସଂକ୍ରମଣକୁ ଖାତିର୍ ନକରି ଡେଲି ମାର୍କେଟ ଭିତରେ ଲୁଚାଛପାରେ କିଛି ବ୍ୟବସାୟୀ ମାଛ ବିକ୍ରି କରିଛନ୍ତି । ଏନେଇ ସୂଚନା ମିଳିବା ପରେ ପୋଲିସ ଓ ଆରଏମସି ମିଳିତି ଭାବେ ରେଡ୍ କରିଛନ୍ତି ।

Fish Sellers Defy Covid Shutdown In Rourkela

ରେଡ୍ ପରେ ମାଛ ବିକ୍ରି ବନ୍ଦ ହୋଇଛି । ଆଜି ରବିବାର ଥିବାରୁ ସଂକ୍ରମଣକୁ ଖାତିର୍ ନକରି କିଛି ମାଛ ବ୍ୟବସାୟୀ ଅଧିକ ଲାଭ ଆଶାରେ ଦୋକାନ ଖୋଲିଥିଲେ । ରେଡ୍ ପରେ ସେମାନେ ମାଛ ଛାଡ଼ି ଦୌଡ଼ି ପଳାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଏବେ କୋଭିଡ୍ ରେଡ୍ ଜୋନରେ ଥିବାବେଳେ ଜିଲ୍ଲାରେ ୫ ହଜାର ୯୮୧ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ତଥାପି କିଛି ଲୋକ କରୋନା କଟକଣାକୁ ମାନୁ ନାହାଁନ୍ତି ।

Leave a Reply